ମୁଣ୍ଡ ନ ଥିବା କୁଟୁରା ଉଦ୍ଧାର

ଯୋଡ଼ା,୧୭ା୪(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡ଼ା ଫରେଷ୍ଟ ଅନ୍ତର୍ଗତ କୁଦୁରସାହି ନିକଟସ୍ଥ ବୈତରଣୀ (ଏ) ରିଜର୍ଭ ଜଙ୍ଗଲରୁ ବନବିଭାଗ ଗୁରୁବାର ପୂର୍ବାହ୍ନରେ ବନ ବିଭାଗ ଏକ ମୁଣ୍ଡବିହୀନ ମୃତ କୁଟୁରା ଉଦ୍ଧାର କରିଛି। ସୂଚନାନୁଯାୟୀ, ଗୁରୁବାର ସକାଳେ ଏହି ୩ ବର୍ଷୀୟା କୁଟୁରାଟି ଗାଁ ମୁହାଁ ହୋଇଥିବା ବେଳେ କେହି ଦୁର୍ବୁତ୍ତ ତାକୁ ମାରି ପକାଇ ଦେଇଥିଲା। ଖବର ପାଇ ଯୋଡା ବନପାଳ ପିଅନ ନାଏକ ଘଟଣାସ୍ଥଳରେ ପହଞ୍ଚି ମୁଣ୍ଡବିହୀନ ମୃତ କୁଟୁରାଟିକୁ ଉଦ୍ଧାର କରିଥିଲେ। ଏଥି ସହିତ ବୈତରଣୀ ସଂରକ୍ଷିତ ଜଙ୍ଗଲରୁ ଏକ ଛୁରୀ, ପନିକି, କଡେଇ ଜବତ କରିଛନ୍ତି। ପ୍ରାଣୀ ଚିକିତ୍ସକ ମାଧବ ଚୌଧୁରୀ କୁଟୁରାଟିର ବ୍ୟବଚ୍ଛେଦ କରିଛନ୍ତି। ଏହି କୁଟୁରଟିକୁ କିଏ ମାରିଛି ତାହାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରୁ ସାଇକେଲରେ ଆସିଲେ ବ୍ରହ୍ମପୁର : ସ୍ବାବ୍‌ ପରୀକ୍ଷା ପାଇଁ ନମୁନା ସଂଗ୍ରହ

ବ୍ରହ୍ମପୁର ଅଫିସ,୧୪ା୪-ବ୍ରହ୍ମପୁର ମହାନଗର ନିଗମ ୩୧ ନଂ. ୱାର୍ଡ ଅନ୍ତର୍ଗତ କୋପରେଟିଭ କଲୋନୀ ୩ୟ ଲେନ୍‌ ଅଞ୍ଚଳର ଭୁବନେଶ୍ୱରରୁ ଫେରିଥିବା ଜଣେ ବ୍ୟକ୍ତିଙ୍କୁ ସୋମବାରରୁ ହୋମ୍‌...

୮ଜଣଙ୍କୁ ବାନ୍ଧିଲା ପୋଲିସ

ଢେଙ୍କାନାଳ ଅଫିସ, ୫।୫: ଢେଙ୍କାନାଳ ଜିଲା ଓଡ଼ାପଡ଼ା ତହସିଲ ଇନ୍ଦିପୁର ଗୁଣ୍ଡୁରାପଶି ପଥର ଖଣିରେ ଚଢ଼ାଉ ବେଳେ ପ୍ରଶାସନିକ ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ ପୋଲିସ...

ଶ୍ରୀମନ୍ଦିର ସେବାୟତଙ୍କୁ ସ୍ବାସ୍ଥ୍ୟବୀମା

ପୁରୀ ଅଫିସ,୨୫।୪: ଶ୍ରୀମନ୍ଦିର ସହ ସମ୍ପୃକ୍ତ ସେବାୟତଙ୍କୁ ସ୍ବାସ୍ଥ୍ୟବୀମା ସୁବିଧା ମିଳିବ। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ନ୍ୟୁ ଇଣ୍ଡିଆ...

ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କଲେ ଅପରାଜିତା

ଆରଡି, ୭।୧୦( ଡି.ଏନ.ଏ.): ଭାଜପା ପ୍ରବକ୍ତା ତଥା ଭୁବନେଶ୍ବର ଏମ୍‌ପି ଅପରାଜିତା ଷଡଙ୍ଗୀ ଶୁକ୍ରବାର ଭଦ୍ରକ ଜିଲାର ଶୈବପୀଠ ଆରଡିରେ ପହଞ୍ଚିଛନ୍ତି। ଶହଶହ ଭାଜପା କର୍ମୀ...

ପରମ୍ପରାରେ ସମୃଦ୍ଧ ପୁଷ୍‌ପୁନି ଛେର୍‌ଛେରା

ପାଇକମାଳ, ୭।୧(ଡି.ଏନ.ଏ.): ପଶ୍ଚିମ ଓଡିଶାର ଅନେକ ପର୍ବପର୍ବାଣୀ ମଧ୍ୟରେ ପୁଷ୍‌ପୁନି ହେଉଛି ଅନ୍ୟତମ ପର୍ବ। ଏହା ଏକ ନିଆରା ପର୍ବ। ଏଥିରେ ସାଜସଜ୍ଜା କି ପୂଜାପାଠ...

ବାରବାଟୀ ଟିକେଟ୍‌କୁ ନେଇ ତନାଘନା

ଅନୁଗୋଳ ଅଫିସ, ୧୪।୬ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର କଟକ ବାରବାଟୀ ଷ୍ଟାଡିୟମରେ ଦ୍ୱିତୀୟ ଟି-୨୦ ମ୍ୟାଚ ଆୟୋଜିତ ହୋଇଯାଇଥିଲେ ମଧ୍ୟ ଅନୁଗୋଳ...

କଟକରେ ହେବ ଲିଜେଣ୍ଡ୍ସ ଲିଗ୍‌ ଫାଇନାଲ

ଭୁବନେଶ୍ୱର, ୨୩ା୯: ଲିଜେଣ୍ଡ୍ସ ଲିଗ୍‌ କ୍ରିକେଟ (ଏଲ୍‌ଏଲ୍‌ସି)ର ଫାଇନାଲ ଅକ୍ଟୋବର ୫ରେ କଟକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବ ବୋଲି ଟୁର୍ନାମେଣ୍ଟର ଆୟୋଜକ ଶୁକ୍ରବାର ଘୋଷଣା...

ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଜଙ୍ଗଲରେ ହାତୀପଲ

ରାଇଘର, ୧୬।୫(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ରାଇଘର ବ୍ଲକରେ ଲଗାତର ହାତୀପଲ ଛତିଶଗଡ ଅଞ୍ଚଳରୁ ଓଡ଼ିଶା ଜଙ୍ଗଲ ମଧ୍ୟରେ ପ୍ରବେଶ କରନ୍ତି। ଏବେ ଏକ ହାତୀପଲ ସୀମାନ୍ତ ଅଞ୍ଚଳରେ...

Advertisement
Archives

Model This Week