ମୁଢ଼ି ମିକ୍ସଚର ଦେଇଛେ ଜୀବନ୍‌ଜିବ୍‌କା

କର୍ଲାମୁଣ୍ଡା, ୨୨।୧ (ଡି.ଏନ୍‌.ଏ.)-କଥାରେ ଅଛେ କାମ୍‌କେ ଛୋଟ୍‌ ବଡ଼ ନାଇଁ ଭାବି କରି କରମ୍‌ କରୁଥିବାର ଲୋକ୍‌ର ପେଟ୍‌ କେଭେ ଖାଲି ନାଇଁ ରହେ। ଏନ୍‌ତା ଗୁଟେ ଉଦାହରନ୍‌ ଦେଖ୍‌ବାକେ ମିଲିଛେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଂଚଲରେ।
ସୂଚନା ଅନ୍‌ସାରେ କର୍ଲାମୁଣ୍ଡା ବ୍ଲକ ରିଞ୍ଜା ଗଁାର ଦୁର୍ଯ୍ୟୋଧନ ସାହୁ(୪୯)। ପରିବାର କହେଲେ ମାଏକିନା ଆର ୩ ପୁଓକୁଁ ନେଇ ସଁସାର। ପରିବାରଟା ନିହାତି ଗରିବ୍‌, ଜମିବାଡ଼ି ବଲି କିଛି ନାଇଁ। ଘରେ ସବୁବେଲେ ଅଭାବ ଅନାଟନ ଲାଗି ରହିଥିଲା। ଏନ୍‌ତାଥି ଆଏଜ୍‌କେ ୨୦ ବଛର ତଲେ ଦୁର୍ଯ୍ୟୋଧନ ସାଇକେଲରେ ବୁଲି ବୁଲି ମୁଢ଼ି ମିକ୍ସଚର ବିକ୍‌ବାର ଆରମ୍‌ କରିଥିଲେ। ସେସମିଆରେ ସେ ୫୦ ଟଁକାରେ ନିଜର ବେପାର ଆରମ୍‌ କରିଥିଲେ ଆର ସେଥ୍‌ରେ ଦିନକ ୧୫୦ ଟଁକା ଲାଭ୍‌ କରୁଥିଲେ। ସେଦିନ୍‌ଠାନୁ ନିଜର ବେପାରକେ ଭଲ ପାଏବାର ସଂଗେ ପରିଶ୍‌ରମ କରି ଆସୁଛନ୍‌। ଇ ମୁଢ଼ି ମିକ୍ସଚର ବେପାରରୁ ସେ ବଡ଼ପୁଓକେ ବିହାଚୁରା କରି ସାରିଥିଲାବେଲେ ସେ ଏହେଦେ ସିଟି କରୁଛନ୍‌। ସେନ୍‌ତା ବାକି ଦୁଇ ପୁଓ ବିଏ ପାସ୍‌ କରି ଚାକ୍‌ରିବାକ୍‌ରି ଖୁଜୁଛନ୍‌। ସେନ୍‌ତା ସେବେଲର ଭୂମିହୀନ ଦୁର୍ଯ୍ୟୋଧନ ଏହେଦେ ଇ ବେପାରରୁ ୧ ଏକର ଚାଷ୍‌ଜମି ଆର ୧୨ ଡେସିମିଲ ଘରଡିହ କରିପାରିଛନ୍‌। ତାକର ବେପାରରେ ବି କିଛି ପରିବରତନ କରିଛନ୍‌। ଆଗ୍‌ରୁ ସେ ସାଇକେଲ ମାଡ଼ି ମାଡ଼ି ଗଁାଗଁା ବୁଲି ବେପାର କରୁଥିଲେ। ହେଲେ ଏହେଦେ ସେ ଗୁଟେ ଟିଭିଏସ୍‌ ସୁପରଏକ୍ସସେଲ ଗାଡ଼ି ଘିନି ସେଥ୍‌ରେ ବୁଲି ବୁଲି ବେପାର କରୁଛନ୍‌। ତାହାକୁ ଇ ବେପାର ବାବ୍‌ଦେ ପଚ୍‌ରାଲାରୁ ଆଗିଅଁା ବେପାର ଛୋଟ୍‌ କି ବଡ଼ ନୁହେ। ଯେନ୍‌ ବି ବେପାର କରୁନ୍‌ ପହେଲା ସେତାକେ ନିଜେ ଭଲ୍‌ ପାଏବାର କଥା। ଲାଭ୍‌ ଲବ୍‌ଧି ତ ପଛର କଥା। ସେନ୍‌ତା ଅନେକ ସମିଆରେ ଗରିବି, ଭୁଖ୍‌ମରି, ଅଭାବ ଅନାଟନ ମୁନୁଷ୍‌କେ ରାସ୍‌ତା ଦେଖେଇ ଦେସି ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀ କୂଳର ସଭ୍ୟତା ବହୁ ପ୍ରାଚୀନ

ସୋନପୁର,୧୮।୩(ନି.ପ୍ର.): ପୃଥିବୀରେ ମାନବ ସଭ୍ୟତା ଗଢି ଉଠିବାରେ ବଡ଼ ବଡ଼ ନଦୀଗୁଡିକର ପ୍ରମୁଖ ଭୂମିକା ରହିଛି । ଏହି କ୍ରମରେ ଓଡିଶାର ଜୀବନରେଖା କୁହାଯାଉଥିବା ମହାନଦୀ...

ଲକ୍‌ଡାଉନ ଗାଇଡ୍‌ଲାଇନ୍‌ କହିଲେ ଜିଲାପାଳ

କେନ୍ଦୁଝର,୪।୫(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ ଥାକରେ ମଙ୍ଗଳବାର ଖବରଦାତା ସମ୍ମିଳନୀରେ ଆସନ୍ତାକାଲି ଅର୍ଥାତ୍‌ ୫ ତାରିଖରୁ ରାଜ୍ୟ ସରକାର ଘୋଷଣା କରିଥିବା ଲକ୍‌ଡାଉନ୍‌ ପାଇଁ ଜିଲା...

କ୍ରଲ୍‌ରେ ରହିବ ‘ରାକେଶ’

ଢେଙ୍କାନାଳ ଅଫିସ, ୧୮।୩ – ଢେଙ୍କାନାଳ ଜିଲା କପିଳାସ ଚିଡ଼ିଆଖାନାର ଏଲିଫ୍ୟାଣ୍ଟ ରେସ୍‌କ୍ୟୁ ସେଣ୍ଟର ପରିସରରେ ବନ୍ଦୀ ଜୀବନ କାଟୁଥିବା ନରହନ୍ତା ଦନ୍ତା ‘ରାକେଶ’କୁ କ୍ରଲ୍‌...

କେନାଲରୁ ମିଳିଲା ମହିଳାଙ୍କ ମୃତଦେହ, ପରିଚୟ ଖୋଜୁଛି ପୋଲିସ

କୋକସରା,୨୯।୯(ଡି.ଏନ୍‌.ଏ.): କୋକସରା ବ୍ଲକ ସାନପୋଡ଼ାଗୁଡ଼ା ପଞ୍ଚାୟତ ନେଗିଗୁଡ଼ା ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ଭଣାଡୋଙ୍ଗରି ଅଞ୍ଚଳରୁ ଗୁରବାର ଜଣେ ମହିଳାଙ୍କ ମୃତଦେହ ଜବତ କରାଯାଇଛି। ଉପରୁ...

ସୁଇସାଇଡ ନୋଟ୍‌ ଲେଖି ନାବାଳକଙ୍କ ଆତ୍ମହତ୍ୟା

ଚୌଦ୍ୱାର,୨୬ା୮(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ପୌରପାଳିକା ୧୭ ନମ୍ବର ୱାର୍ଡ କପାଳେଶ୍ୱର ନୂଆସାହିରୁ ଜଣେ ନାବାଳକର ଝୁଲନ୍ତା ମୃତଦେହକୁ ଚୌଦ୍ୱାର ପୋଲିସ ବୁଧବାର ସକାଳେ ଉଦ୍ଧାର...

ଘାଟିରେ ବଳିପଡ଼ୁଛି ଜୀବନ: ୭ ବର୍ଷରେ ୫୨ ମୃତ

ବାରିପଦା ଅଫିସ,୧୮ା୮-ମୟୂରଭଞ୍ଜ ଜିଲା ଦେଇ ଯାଇଥିବା ୪୯ନଂ. ଜାତୀୟ ରାଜପଥର ବାଙ୍ଗରିପୋଷିସ୍ଥିତ ଦ୍ୱାରଶୁଣୀ ଘାଟି ସାଜିଛି ମରଣଯନ୍ତା। ରାସ୍ତା ପ୍ରଶସ୍ତୀକରଣ ପାଇଁ ବନବିଭାଗ ଓ ଜାତୀୟ...

କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ମାମଲା: ମାଷ୍ଟରମାଇଣ୍ଡ ପିଛାରେ ପୋଲିସ

ସୋନପୁର,୧୧।୬(ନି.ପ୍ର.): ନକଲି ଚେକ୍‌ ଜରିଆରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହରିଲୁଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ...

୧୦ ଦିନ ଧାରଣା ପରେ ମିଳିଲା ନ୍ୟାୟ :୩ ଅଙ୍ଗନୱାଡି କର୍ମୀଙ୍କୁ ପୁନଃ ନିଯୁକ୍ତି

ଛତ୍ରପୁର,୧୭।୭(ଡି.ଏନ୍‌.ଏ.): ନିଖିଳ ଓଡ଼ିଶା ଅଙ୍ଗନୱାଡି କର୍ମୀ ସଂଘ, ଛତ୍ରପୁର ବ୍ଲକ ପକ୍ଷରୁ ୩ ଜଣ ଅଙ୍ଗନୱାଡି କର୍ମୀଙ୍କୁ ୬୦ ବର୍ଷ ବୟସରେ କାର୍ଯ୍ୟରୁ ବହିଷ୍କାର କରାଯାଇଥିଲା।...

Advertisement
Archives

Model This Week