ମୁଖ୍ୟମନ୍ତ୍ରୀଙ୍କ ୫-ଟିକୁ ଓପିଟିସିଏଲ୍‌ର ବେଖାତିର: ଅବସରପ୍ରାପ୍ତ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧିରେ ଅନିୟମିତତା

ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟବାସୀଙ୍କୁ ସ୍ବଚ୍ଛ ଶାସନ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୋରଦାର ପ୍ରୟାସ କରୁଛନ୍ତି। ୫-ଟି (ଟ୍ରାନ୍ସପରେନ୍ସି, ଟିମ୍‌ଓ୍ବାର୍କ, ଟେକ୍ନୋଲୋଜି, ଟାଇମ୍‌ ଆଣ୍ଡ ଟ୍ରାନ୍ସଫରମେଶନ)କୁ କଡ଼ାକଡ଼ି ଲାଗୁ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଉଛନ୍ତି। ହେଲେ ବଡବାବୁମାନେ ଏହି ନିର୍ଦ୍ଦେଶକୁ ଫୁ କରି ଉଡାଇଦେବା ସହ ନିଜକୁ ସୁହାଇଲା ଭଳି ବେଆଇନ କାର୍ଯ୍ୟ କରିବାକୁ ପଛାଉନାହାନ୍ତି। କେବଳ ସେତିକି ନୁହେଁ, ବିଭାଗୀୟ ମନ୍ତ୍ରୀମାନଙ୍କ ନିର୍ଦ୍ଦେଶକୁ ମଧ୍ୟ ଏହି ଅଧିକାରୀମାନେ ବେଖାତିର କରିଚାଲିଛନ୍ତି। ଶକ୍ତି ବିଭାଗରେ ଚାଲିଥିବା ଏଭଳି ବେଆଇନ କାରନାମାର ପର୍ଦ୍ଦାଫାଶ ହୋଇଛି। ଏହି ବିଭାଗ ଅଧୀନରେ ଥିବା ଓଡ଼ିଶା ପାଓ୍ବାର ଆଣ୍ଡ ଟ୍ରାନ୍ସମିଶନ କର୍ପୋରେଶନ ଲିମିଟେଡ୍‌(ଓପିଟିସିଏଲ୍‌)ରେ ଅବବସରପ୍ରାପ୍ତ ଡାଇରେକ୍ଟରମାନଙ୍କୁ ପୁନଃ ନିଯୁକ୍ତି ଦେବା କ୍ଷେତ୍ରରେ ବ୍ୟାପକ ପ୍ରିୟାପ୍ରୀତି ତୋଷଣ ହୋଇଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ,  ସାଉଥ୍‌କୋ ଦାୟିତ୍ୱରେ ଥିବା ଓପିଟିସିଏଲ ଡାଇରେକ୍ଟର(ପ୍ରୋଜେକ୍ଟ),ଡାଇରେକ୍ଟର(ଫାଇନାନ୍ସ), ଡାଇରେକ୍ଟର (ଅପରେଶନ) ଏବଂ ଡାଇରେକ୍ଟର (ମାନବ ସମ୍ବଳ)ଙ୍କୁ ଅବସର ପରେ ସାଧାରଣ ଉଦ୍ୟୋଗ ବିଭାଗ ପୁନଃ ନିଯୁକ୍ତି ଦେବାକୁ ଯୋଜନା କରିଛି । ଏହି ନିଯୁକ୍ତିରେ ସମସ୍ତ ଆଇନ କାନୁନକୁ ଦଳିମକଚି ଦିଆଯାଇଛି। ଓପିଟିସିଏଲ୍‌ ଏବଂ ଗ୍ରୀଡ୍‌କୋକୁ ନେଇ ଗଠନ କରାଯାଇଥିବା ବୋର୍ଡ ଅଧିକାରୀମାନଙ୍କର କାର୍ଯ୍ୟ ଦକ୍ଷତାକୁ ଦେଖି କାର୍ଯ୍ୟକାଳ ବୃଦ୍ଧି ନେଇ ପ୍ରସ୍ତାବ ଦେବାର ନିୟମ ରହିଛି। ମାତ୍ର ଏହାକୁ ସମ୍ପୂର୍ଣ୍ଣ ଅଣଦେଖା କରି ଏକପାଖିଆ ଭାବେ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରୁ ମାନବ ସମ୍ବଳ ନିର୍ଦ୍ଦେଶକ ରାଜେନ୍ଦ୍ର ସେନାପତିଙ୍କ ନାମରେ ବିଭିନ୍ନ ସଂଗଠନ ପକ୍ଷରୁ ବହୁ ଅଭିଯୋଗ ରହିଛି। ଅଭିଯୋଗ ପାଇବା ପରେ ଅବସର ପରେ ସେନାପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନ କରିବାକୁ ଶକ୍ତିମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଜୁଲାଇ ୧୭ରେ ସାଧାରଣ ଉଦ୍ୟୋଗ ସଚିବଙ୍କୁ ଚିଠି ଲେଖିଥିଲେ। ଏଥିସହିତ ଏହି ପଦବୀ ପାଇଁ ନୂତନ ବିଜ୍ଞାପନ ଦେବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ଏହାକୁ ଅତି ଗୁରୁତ୍ୱପୂର୍ଣ୍ଣ ଭାବେ ବିଚାର କରିବାକୁ ବିଭାଗୀୟ ସଚିବଙ୍କୁ ମନ୍ତ୍ରୀ ଜଣାଇଥିଲେ। ଶକ୍ତି ବିଭାଗ ଡେପୁଟି ସେକ୍ରେଟାରି ଚନ୍ଦ୍ରକାନ୍ତ ମିଶ୍ର ଅଗଷ୍ଟ ୮ରେ ଖାଲି ହେବାକୁ ଥିବା ନିର୍ଦ୍ଦେଶକ (ମାନବ ସମ୍ବଳ) ପଦବୀ ପୂରଣ କରିବାକୁ ଓପିଟିସିଏଲ୍‌ ଜେନେରାଲ ମ୍ୟାନେଜର(ଇ.ଇ)ଙ୍କୁ ଗତ ୨ ତାରିଖରେ ଚିଠି ଲେଖି ଜଣାଇଥିଲେ। ସାଧାରଣତଃ ନୂତନ ପଦବୀରେ ନିଯୁକ୍ତି ପାଇଁ ଖାଲି ହେବାର ୬ ମାସ ପୂର୍ବରୁ ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ମାତ୍ର ଶକ୍ତି ବିଭାଗ ନିର୍ଦ୍ଦେଶକ ପଦବୀ ଖାଲି ହେବାର ମାତ୍ର ୬ ଦିନ ପୂର୍ବରୁ ବିଜ୍ଞାପନ ପାଇଁ ଓପିଟିସିଏଲ୍‌କୁ ନିର୍ଦ୍ଦେଶ ଦେବା ପଛରେ କି ରହସ୍ୟ ରହିଛି ସେ ନେଇ କର୍ମଚାରୀ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଏସବୁ ଅଭିଯୋଗ ଓ ନିର୍ଦ୍ଦେଶନାମାକୁ ବେଖାତିର କରି ସେନାପତିଙ୍କ ସମେତ ଅନ୍ୟ ୩ ଜଣ ନିର୍ଦ୍ଦେଶକଙ୍କୁ ସାଧାରଣ ଉଦ୍ୟୋଗ ବିଭାଗ ପୁନଃ ନିଯୁକ୍ତି ଦେବା ନେଇ ଚୂଡ଼ାନ୍ତ କରିଥିବା ସୂଚନା ମିଳିଛି। ଓପିଟିସିଏଲ୍‌ ବୋର୍ଡ ପକ୍ଷରୁ କାର୍ଯ୍ୟକାଳ ବୃଦ୍ଧି ନେଇ କୌଣସି ସୁପାରିସ କରା ନ ଯିବା, ଅଭିଯୋଗଗୁଡିକୁ ଅଣଦେଖା କରାଯିବା ଏବଂ ଶକ୍ତିମନ୍ତ୍ରୀଙ୍କ ନିର୍ଦ୍ଦେଶ ସତ୍ତ୍ୱେ କାହା ସ୍ବାଥରେ ପୁନଃ ନିଯୁକ୍ତି ଦିଆଯାଇଛି ସେ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଏହି ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ କର୍ମଚାରୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

‘ଫେକ ନ୍ୟୁଜ ଫେକ ଇଣ୍ଟଲିଜେନ୍ସ ଠାରୁ ମଧ୍ୟ ଖରାପ’: ହର୍ମୁଜକୁ ନିୟନ୍ତ୍ରଣ କରିବା ସମ୍ପର୍କରେ ଟ୍ରମ୍ପଙ୍କ ବୟାନ ଉପରେ ଇରାନର କଟାକ୍ଷ

ତେହରାନ,୧୩।୮: ଗୁରୁବାର ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଆବାସ ଆରାଘଚି ଆମେରିକୀୟ ଗୁପ୍ତଚର ଉପରେ କଟାକ୍ଷ କରିଥିଲେ। ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହର୍ମୁଜ ପ୍ରଣାଳୀ…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

Air Indiaର ସମସ୍ତ ପାଇଲଟଙ୍କର ହେବ ଡ୍ରଗ୍ସ ଟେଷ୍ଟ, ଜାଣନ୍ତୁ ଏହାର କାରଣ…

ନୂଆଦିଲ୍ଲୀ,୧୩।୮: ‘ମାରିଜୁଆନା ଘଟଣା’ ପରେ, ଏୟାର ଇଣ୍ଡିଆ ଏହାର ସମସ୍ତ ପାଇଲଟଙ୍କ ପାଇଁ ବାଧ୍ୟତାମୂଳକ ସ୍କ୍ରିନିଂ ନିର୍ଦ୍ଦେଶ ଦେଇଛି। ନିଷିଦ୍ଧ ପଦାର୍ଥ ଏବଂ ଔଷଧର ଯାଞ୍ଚ ନିୟମ…

ଗମ୍ଭୀରଙ୍କୁ ନେଇ ଏଭଳି କହିଦେଲେ ହରଭଜନ ସିଂ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୩।୮: ଗୌତମ ଗମ୍ଭୀରଙ୍କୁ ନେଇ ପୂର୍ବତନ ଭାରତୀୟ ସ୍ପିନର୍ ହରଭଜନ ସିଂ ଏକ ବଡ଼ ବୟାନ ଦେଇଛନ୍ତି । ହରଭଜନଙ୍କ କହିବାନୁଯାୟୀ, ସେ ଯେଉଁ ଗୌତମ ଗମ୍ଭୀରଙ୍କୁ…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

Sukhbir Badal: ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣର ହେବ ତଦନ୍ତ; ମୁଖ୍ୟମନ୍ତ୍ରୀ ଫଡନାଭିସ ଦେଲେ ବଡ଼ ନିର୍ଦ୍ଦେଶ

ମୁମ୍ବାଇ,୧୩।୮: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଅକାଳି ଦଳର ମୁଖ୍ୟ ଏବଂ ପୂର୍ବତନ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ବାଦଲଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ନିର୍ଦ୍ଦେଶ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri