ମୁକାବିଲା ପାଇଁ ୧୦୦ କୋଟି ଡଲାର ଦେବ ବିଶ୍ୱବ୍ୟାଙ୍କ

ନୂଆଦିଲ୍ଲୀ,୧୬ା୫: ଭାରତର କୋଭିଡ୍‌-୧୯ ବିରୋଧୀ ଲଢ଼େଇକୁ ସହାୟତା ପାଇଁ ବିଶ୍ୱବ୍ୟାଙ୍କ ୧୦୦ କୋଟି (୧ ବିଲିୟନ) ଡଲାର ଯୋଗାଇଦେବ। କରୋନା ମହାମାରୀ ଯୋଗୁ ଅସୁବିଧାର ସମ୍ମୁଖୀନ ହୋଇଥିବା ଗରିବ ଓ ଅସହାୟ ପରିବାରଙ୍କୁ ସହାୟତା ଯୋଗାଇଦେବାରେ ଏହି ଅର୍ଥ ବିନିଯୋଗ କରାଯିବ ବୋଲି ବିଶ୍ୱବ୍ୟାଙ୍କ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି। ଏହାକୁ ମିଶାଇ ଭାରତକୁ ବିଶ୍ୱବ୍ୟାଙ୍କର କୋଭିଡ୍‌-୧୯ ସହାୟତା ୨ ବିଲିୟନ ଡଲାରରେ ପହଞ୍ଚତ୍ଛି। ଗତ ମାସରେ ଭାରତର ସ୍ବାସ୍ଥ୍ୟସେବା ସେକ୍ଟରକୁ ସହାୟତା ଲାଗି ଏହି ଅନ୍ତର୍ଜାତୀୟ ସଂଗଠନ ୧ ବିଲିୟନ ଡଲାର ସହାୟତା ଘୋଷଣା କରିଥିଲା। ଭାରତର ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) କ୍ଷେତ୍ରର ଉନ୍ନତି ଲାଗି ବିଶ୍ୱବ୍ୟାଙ୍କ ଭାରତ ସରକାରଙ୍କ ସହ ମିଶି କାମ କରିବ ବୋଲି ଏହାର ନିର୍ଦ୍ଦେଶକ ଜୁନାଇଦ୍‌ ଅହମଦ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାରୁ ଆସୁ ନାହାନ୍ତି ଆତଙ୍କବାଦୀ,କଶ୍ମୀର ଯୁବବର୍ଗ ଧରୁଛନ୍ତି ବନ୍ଧୁକ,ଓମାର ଅବଦୁଲ୍ଲାଙ୍କ ବିବାଦୀୟ ମନ୍ତବ୍ୟ…

ଶ୍ରୀନଗର,୨୯।୧୧: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ ମିଳିତ ସୁରକ୍ଷା ବାହିନୀଙ୍କ ପକ୍ଷରୁ ଯୋଜନାବଦ୍ଧ ଭାବେ ଅପରେଶନ୍‌ ଅଲ୍‌ଆଉଟ୍‌ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ପୂର୍ବତନ ମୁଖ୍ୟମନ୍ତ୍ରୀ...

ସ୍ତ୍ରୀଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ,୩।୩: ସ୍ତ୍ରୀ କୌଣସି ସମ୍ପତ୍ତି ନୁହେଁ। ତାଙ୍କୁ ସ୍ବାମୀଙ୍କ ସହିତ ରହିବାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଏନେଇ ସୁପ୍ରିମ୍‌କୋର୍ଟ ଏକ ମାମଲାର ଶୁଣାଣି ସମୟରେ...

ନାଗରିକତା ସଂଶୋଧନ ଆଇନ: କେନ୍ଦ୍ର ସରକାରଙ୍କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ; ଜାନୁୟାରୀ ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୮।୧୨: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦାଖଲ ହୋଇଥିବା ୫୯ଟି ଆବେଦନ ଉପରେ ବୁଧବାର ବିଚାର କରି ସୁପ୍ରିମ୍‌କୋର୍ଟ ଏହା ଉପରେ ରୋକ ଲଗାଇବାକୁ ମନା...

ଗୁରୁ ଦିବସରେ ଥାଳି ବଜାଅ ଅଭିଯାନ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ନୂଆଦିଲ୍ଲୀ, ୫।୯: ଗୁରୁ ଦିବସରେ ଚାକିରି ପାଇଁ ପ୍ରବେଶିକା ପରୀକ୍ଷା ଦେଉଥିବା ଆଶାୟୀ ପ୍ରାର୍ଥୀମାନେ ଥାଳି ବଜାଅ ଅଭିଯାନ ପାଇଁ ଆହ୍ବାନ ଦେଇଛନ୍ତି। ଆର୍‌ଆର୍‌ବି ପରୀକ୍ଷା...

ରାଜନଗରରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ-୧୯ ସେଣ୍ଟର ନିର୍ମିତ

ରାଜନଗର,୧୩।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। କରୋନା...

ପାଇପ୍‌ରୁ ପାଣି ବେଗରେ ବାହାରିଲା ଟଙ୍କା

ବେଙ୍ଗାଲୁରୁ,୨୪।୧୧: ପିଡବ୍ଲ୍ୟୁଡି ବିଭାଗରେ କାର୍ଯ୍ୟରତ ଜଣେ ଇଞ୍ଜିନିୟରଙ୍କ ଘରେ କର୍ନାଟକ ଦୁର୍ନୀତି ନିରୋଧି ବ୍ୟୁରୋ (ଏସିବି) ପକ୍ଷରୁ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଘରର...

୪ ବର୍ଷ ଧରି ଉତ୍ତରାଖଣ୍ଡର ସେବା କଲି, ଭାଜପା ଏବେ ଆଉଜଣଙ୍କୁ ସୁଯୋଗ ଦେବାକୁ ଚାହୁଁଛି: ରାଓ୍ବତ

ନୂଆଦିଲ୍ଲୀ,୯।୩: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାଓ୍ବତ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ମଙ୍ଗଳବାର ଦିଲ୍ଲୀରୁ ଫେରିବା ପରେ ଅପରାହ୍ନରେ ରାଜ୍ୟପାଳ ବେବି...

ଶାସନକାଳର ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ଜନତାଙ୍କୁ ଧନ୍ୟବାଦ ଦେଲେ ଠାକରେ

ମୁମ୍ବାଇ,୨୮ ।୧୧: ମହାରାଷ୍ଟ୍ର ସରକାରଙ୍କ ଶାସନକୁ ୨ ବର୍ଷ ପୂରଣ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କହିଛନ୍ତି ୨ ବର୍ଷ ମଧ୍ୟରେ...

Advertisement
Archives

Model This Week