‘ମିଶନ ବିୟୁଟି ସିଟି’ ତ୍ୱରାନ୍ବିତ: ଓଟି ରୋଡ୍‌ରୁ ହଟିଲା ଜବରଦଖଲ

ବାଲେଶ୍ୱର ଅଫିସ, ୯।୮-ବାଲେଶ୍ୱର ସହରରେ ବିଭିନ୍ନ ସ୍ଥାନରେ ଜବରଦଖଲ ଓ ହୋର୍ଡ଼ିଂ ଉଚ୍ଛେଦ ଗତ ଜୁଲାଇ ୨୨ତାରିଖରୁ ଆରମ୍ଭ ହୋଇଥିବା ବେଳେ ଗୁରୁବାର ପୂର୍ବାହ୍ନ ୧୧ଟାରେ ରେମୁଣା ତହସିଲଦାର ସଞ୍ଜୟ କୁମାର ରାଉତଙ୍କ ତତ୍ତ୍ୱାବଧାନରେ ଓଟି ରୋଡ୍‌ର ତାମୁଳିଆ ଫାଟକଠାରୁ ଲକ୍ଷ୍ମୀନାରାୟଣ ମନ୍ଦିର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯାଇଛି। ୨ଟି ପକ୍କା ଘର, ୭ଟି ଝୁମ୍ପୁଡ଼ି ଘର ସମେତ ଘରୋଇ ହୋଟେଲ ପରିସରରେ ଥିବା ଜବରଦଖଲ ଉଚ୍ଛେଦ କରାଯାଇଛି। ଏପରିକି ଲକ୍ଷ୍ମୀନାରାୟଣ ମନ୍ଦିର ପାଚେରି ମଧ୍ୟ ଭଙ୍ଗାଯିବାର ଜଣାପଡ଼ିଛି।
ମିଶନ ‘ବିୟୁଟି ସିଟି’କୁ ତ୍ୱରାନ୍ବିତ କରି ସହରକୁ ସରସ ସୁନ୍ଦର ଏବଂ ଟ୍ରାଫିକ୍‌ ଜାମ୍‌ରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶକ୍ରମେ ଏଭଳି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଓଟି ରୋଡ୍‌୍‌ରେ ତାମୁଳିଆ ଗେଟ୍‌ଠାରୁ ଆରମ୍ଭ କରି ଆଇଟିଆଇ ଛକ, ପୋଲିସ ଲାଇନ୍‌ ଛକ, ଷ୍ଟେସନ ଛକ, ଫକୀରମୋହନ ଗୋଲେଇ, ସହଦେବଖୁଣ୍ଟା ଏବଂ ରେମୁଣା ଗୋଲେଇ ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କରାଯିବାର ଯୋଜନା ରହିଥିବାର ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି। ପ୍ରଶସ୍ତ ରାସ୍ତା ପାଇଁ ୪୫ଟି ଗଛକୁ କଟାଯିବାର ମଧ୍ୟ ଚିହ୍ନଟ କରାଯାଇଛି। ଏହା ଯଥାଶୀଘ୍ର ଆରମ୍ଭ କରାଯିବ। ଜବରଦଖଲ ଉଚ୍ଛେଦ ବେଳେ ସଦର ଥାନା ଆଇଆଇସି ମମତା ସାହୁ, ଟ୍ରାଫିକ୍‌ ଇନ୍ସପେକ୍ଟର ପ୍ରଶାନ୍ତ କୁମାର ରଣସିଂଙ୍କ ସମେତ ୧ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଉଥ୍‌କୋ, ଓ୍ବେସକୋ ହାତେଇଲା ଟିପିସିଏଲ୍‌

ଭୁବନେଶ୍ୱର,୫ା୧୨(ବ୍ୟୁରୋ): ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବିଦ୍ୟୁତ୍‌ ବଣ୍ଟନ କମ୍ପାନୀକୁ ଘରୋଇ ସଂସ୍ଥା ହାତକୁ ଟେକି ଦେଉଛନ୍ତି। ନିକଟରେ ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି)...

ଦେଶ ଉନ୍ନତିରେ ସହଭାଗୀ ହୁଅନ୍ତୁ ଯୁବଗୋଷ୍ଠୀ

ଶିକ୍ଷା ମଣିଷର ମୌଳିକ ଆବଶ୍ୟକତା। ଦେଶ ଓ ଜାତିର ଉନ୍ନତି ଦିଗରେ ଉତ୍ତମ ଶିକ୍ଷା ହିଁ ବାଟ କଢ଼ାଏ। ଇଂଲିଶ୍‌ ମାଧ୍ୟମ ଶିକ୍ଷା ସମେତ ଆଦର୍ଶ,...

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ...

ଇମାମୀ ପେପର ମିଲ୍‌ରୁ ୧୦୧ କରୋନା ପଜିଟିଭ ଚିହ୍ନଟ

ବାଲେଶ୍ୱର ଅଫିସ,୧୨।୪: ବାଲେଶ୍ୱର ଜିଲା ରେମୁଣାସ୍ଥିତ ଇମାମୀ ପେପର ମିଲରୁ ୧୦୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲାରୁ ୧୫୮...

ବରୀରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ: ପ୍ରାୟ ୧୦୦୦ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ଅନୁମାନ

ବରୀ/ରତ୍ନଗିରି,୨।୫(ସ୍ବ.ପ୍ର./ଡି.ଏନ୍‌.ଏ.): ଯାଜପୁର ଜିଲା ଶନିବାର ୫ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଜଣେ ବରୀ ବ୍ଲକର ବୋଲି ଜଣାପଡ଼ିଛି। ତେବେ ପ୍ରଥମ ଥର ବରୀ...

ସୁମିତଙ୍କ ପରିବାରର ବରିଷ୍ଠ ନାଗରିକଙ୍କୁ ସୁରକ୍ଷା ନିର୍ଦ୍ଦେଶ

ଭୁବନେଶ୍ୱର,୨୫।୧୨(ବ୍ୟୁରୋ): ବହୁଚର୍ଚ୍ଚିତ ବ୍ରହ୍ମପୁର ତପସ୍ବିନୀ-ସୁମିତ ମାମଲାରେ ଶୁକ୍ରବାର ରାଜ୍ୟ ମାନବାଧିକାର କମିଶନ (ଓଏଚ୍‌ଆର୍‌ସି) ହସ୍ତକ୍ଷେପ କରିଛନ୍ତି। ତପସ୍ବିନୀ ଶାଶୁଘରେ ରହିବାକୁ ଜିଦ ଧରିବା ଓ ଏନେଇ...

ସୋସିଆଲ ମିଡିଆରୁ ଯୁବତୀଙ୍କ ଫଟୋ ନେଇ ପର୍ନସାଇଟରେ ହେଉଛି ଅପଲୋଡ୍‌

ଭୁବନେଶ୍ୱର,୨୧ା୬(ବ୍ୟୁରୋ)-ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଯୁବପିଢି କିଛି ଲାଇକ୍‌ ପାଇଁ ନିଜର ଫଟୋକୁ ସୋସିଆଲ ମିଡ଼ିଆରେ ଛାଡୁଛନ୍ତି। ବିଶେଷ କରି ଯୁବତୀମାନେ ସୋସିଆଲ ମିଡ଼ିଆରେ ଫଟୋ...

ବ୍ୟାଙ୍କ ଲକରରୁ ୩୩ ଲକ୍ଷ ଟଙ୍କାର ଅଳଙ୍କାର ଗାଏବ

ବରଗଡ଼ ଅଫିସ୍‌,୧୭।୨: ବରଗଡ଼ ସହରର ଏକ ବ୍ୟାଙ୍କ ଲକର୍‌ରୁ ଗ୍ରାହକଙ୍କ ୩୩ଲକ୍ଷ ୩୭ହଜାର ଟଙ୍କାର ସୂନା, ରୁପା ଅଳଙ୍କାର ଗାଏବ ହୋଇଯାଇଛି। ଏ ନେଇ ଗ୍ରାହକଙ୍କ...

Advertisement
Archives

Model This Week