ମିଲେଟ୍‌ ପାଇଁ ସଫଳ ଉଦ୍ୟୋଗୀ

ଭୁବନେଶ୍ୱର, ୬।୨ (ବ୍ୟୁରୋ):ରାଜ୍ୟରେ ମିଶନ ଶକ୍ତି ଅଧୀନରେ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସରକାରୀ ପ୍ରୋତ୍ସାହନରେ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ(ଏସ୍‌ଏମ୍‌ଇ)ରେ ପରିଣତ ହେଉଛନ୍ତି। ଏହାର ଉଦାହରଣ ପାଲଟିଛି ଭୁବନେଶ୍ୱର ମହାନଗର ନିଗମ ୩୭ ନମ୍ବର ୱାର୍ଡ ଅନ୍ତର୍ଗତ ନୟାପଲ୍ଲୀ ବେହେରା ସାହିର ସ୍ବୟଂ ଶ୍ରଦ୍ଧା ମହିଳା ମହାସଂଘ। ଏହି ଏସ୍‌ଏଚ୍‌ଜିର ୧୮ଜଣ ସଦସ୍ୟା ପ୍ରଥମେ ନିଜ ଉଦ୍ୟମରେ ଘରୋଇ ଭାବେ ପିଠା ଓ ଅନ୍ୟାନ୍ୟ ହାତ ତିଆରି ସାମଗ୍ରୀ ପ୍ରସ୍ତୁତ କରି ବିକ୍ରି କରୁଥିଲେ। ମିଲେଟ୍‌ର ଚାହିଦାକୁ ଦେଖି ସେମାନେ ୨ବର୍ଷ ହେବ ବିଭିନ୍ନ ଛୋଟ ଛୋଟ କାର୍ଯ୍ୟକ୍ରମ ଏବଂ ଉତ୍ସବରେ ମିଲେଟ୍‌ରୁ ପ୍ରସ୍ତୁତ ପିଠା, ଲଡ଼ୁ ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇ ଜୀବିକା ଅର୍ଜନ କରୁଥିଲେ। ତେବେ ହକି ବିଶ୍ୱକପ୍‌ ସେମାନଙ୍କୁ ସୁଯୋଗ ଦେଇଥିଲା। ହକି ପାଇଁ କଳିଙ୍ଗ ଷ୍ଟାଡିୟମ୍‌ ଭିତରେ ଓଡ଼ିଶା ମିଲେଟ୍‌ ମିଶନ ଏବଂ ମିଶନ ଶକ୍ତି ବିଭାଗ ପକ୍ଷରୁ ଖୋଲାଯାଇଥିବା ମିଲେଟ ଶକ୍ତି କାଫେରେ ବିକ୍ରୟ ଓ ପରିଚାଳନା ନିମନ୍ତେ ସେମାନେ କାର୍ଯ୍ୟାଦେଶ ପାଇଲେ। ଜାନୁୟାରୀ ୧୨ରେ ଏହି କାଫେକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ମ୍ୟାଚ ସମୟରେ ସେମାନେ ୨୫ରୁ ୩୦ ହଜାର ଟଙ୍କା ବ୍ୟବସାୟ କରୁଥିବାବେଳେ ମ୍ୟାଚ୍‌ ନ ଥିବା ଦିନରେ ୧୦ରୁ ୧୫ ହଜାର ଟଙ୍କାର ବିକ୍ରିବଟା ହୋଇଥିଲା। ଏଥିସହ କମିଶନରେଟ୍‌ ପୋଲିସ ଓ ବିଏମ୍‌ସି କର୍ପୋରେଟରଙ୍କ କାର୍ଯ୍ୟକ୍ରମ ନିମନ୍ତେ ଜଳଖିଆ ପ୍ୟାକେଟ ପ୍ରଦାନ କରି ୫୦ହଜାରରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟବସାୟ କରିଥିଲେ। ମାତ୍ର ୧୫ଦିନରେ ୪ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା। ଆଗାମୀ ଦିନରେ ସେମାନେ ଅନ୍‌ଲାଇନ୍‌ରେ ବ୍ୟବସାୟକୁ ସଂପ୍ରସାରିତ କରିବାର ଲକ୍ଷ୍ୟ ରଖିଛନ୍ତି। ମିଶନ ଶକ୍ତି ଏସ୍‌ଏଚ୍‌ଜିଙ୍କ ନିମନ୍ତେ ବିନା ସୁଧରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଘୋଷଣା ପରେ ମହାସଂଘଗୁଡିକ ଏପରି ଆଗକୁ ବଢିବାକୁ ସୁଯୋଗ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ହଜାର ଲିଟର ଦେଶୀ ମଦ ନଷ୍ଟ କଲା ବଲାଙ୍ଗୀର ପୋଲିସ

ବଲାଙ୍ଗୀର ଅଫିସ, ୧୬।୧୨: ବଲାଙ୍ଗୀର ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଶୁକ୍ରବାର ବଲାଙ୍ଗୀର ବିଜାଖମନ ଜଙ୍ଗଲରେ ୭ ହଜାର ଲିଟର ଦେଶୀ ମଦ...

ଆର୍ମି ଇଞ୍ଜିନିୟରଙ୍କୁ ଗୁଳିମାଡ଼

ନୟାଗଡ଼ ଅଫିସ,୧୯ା୧୨: ନୟାଗଡ଼ ଜିଲା ଇଟାମାଟି ଥାନା କୃଷ୍ଣପ୍ରସାଦ ଗାଁରେ ସୋମବାର ଗୁଳିମାଡ଼ ହୋଇଛି। ଏଥିରେ ଅନିରୁଦ୍ଧ ନାୟକ ନାମକ ଜଣେ ଆର୍ମି ଟେକ୍ନିକାଲ ଇଞ୍ଜିନିୟର...

ସନ୍ଧ୍ୟା ସାଢ଼େ ୬ଟା ସୁଦ୍ଧା ଜିଲା ପରିଷଦ ନିର୍ବାଚନ ଫଳାଫଳ

କେନ୍ଦୁଝର,୨୬ା୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୩୭ ଜିଲା ପରିଷଦ ଜୋନ୍‌ ମଧ୍ୟରୁ ୩୬ଟିରେ ନିର୍ବାଚନ ପରେ ଆଜିଠାରୁ ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଆରମ୍ଭ ହୋଇଛି। କଡ଼ା...

ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଳିଗଲେ ଯୁକ୍ତ ଦୁଇ ଛାତ୍ର

କେନ୍ଦ୍ରାପଡା ଅଫିସ/ମାର୍ଶାଘାଇ,୨।୧୧: କେନ୍ଦ୍ରାପଡା ଜିଲା ମାର୍ଶାଘାଇ ଥାନା ଜୁଣ ଛକରେ ଥିବା ଏକ କୋଚିଂ ସେଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ...

ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ, କ୍ଷତିପୂରଣ ଦାବି

କାକଟପୁର,୨୯।୫(ଡି.ଏନ୍‌.ଏ.): ଗତ କିଛିଦିନ ଧରି ଉପକୂଳବର୍ତ୍ତୀ ଅସ୍ତରଙ୍ଗ, କାକଟପୁର, ନୟାହାଟ, ତୁଳସୀପୁର, ବାଙ୍ଗୁରିଙ୍ଗା ଆଦି ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୭ଟାରୁ ବିଳମ୍ବିତ...

କରୋନା ସଂକ୍ରମିତଙ୍କ ସଂଖ୍ୟା: ଭାରତରେ ୯୦୮, ରାଜ୍ୟରେ ବଢ଼ିନାହିଁ

ଭୁବନେଶ୍ୱର,୨୮।୩(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମିତ ରାଷ୍ଟ୍ର ସଂଖ୍ୟା ୧୯୯ରେ ପହଞ୍ଚିଛି। ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶୁକ୍ରବାର ୫ଲକ୍ଷ ୩୭ହଜାର ୧୭୧ ଥିବା ବେଳେ ଶନିବାର ଏହା...

‘ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ୫୦ହଜାର ଘରେ ନ ପହଞ୍ଚତ୍ଲେ ଭଲ ହେବନି’

ଭୁବନେଶ୍ୱର,୩୦।୯(ବ୍ୟୁରୋ): ବର୍ଷକୁ କୋଟି କୋଟି କମାଉଛୁ, କିନ୍ତୁ ପଚାଶ ହଜାର ଦେବୁ ନାହିଁ କାହିଁକି? ମୁଁ ଓଲ୍ଡଟାଉନ୍‌ ଗୁଣ୍ଡା, ମୋର କିଛି ଶୁଣିବାର ନାହିଁ। ଦୁର୍ଗା...

ରାଜ୍ୟବ୍ୟାପୀ ପକ୍ଷୀଗଣନା ଆରମ୍ଭ

ଭୁବନେଶ୍ୱର, ୩।୧(ବ୍ୟୁରୋ): ରାଜ୍ୟବ୍ୟାପୀ ପକ୍ଷୀଗଣନା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ବନଖଣ୍ଡ ଏବଂ ଜଳାଶୟରେ ପକ୍ଷୀଗଣନା କରାଯାଉଛି। ଗଣନାରେ ୨୫ରୁ ଊର୍ଦ୍ଧ୍ୱ ଟିମ୍‌ ଏବଂ...

Advertisement
Archives

Model This Week