Posted inଖେଳ

ମିଡ୍‌ଲସେକ୍ସ ଦଳକୁ ରେକର୍ଡ ବିଜୟ ଦେଲେ ମୋର୍ଗାନ

ନ୍ୟୁୟର୍କ,୩୧।୮: ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ଚମତ୍କାର ଫର୍ମ ଜାରି ରଖିଛନ୍ତି। ତାଙ୍କର ବିସ୍ଫୋରକ ୮୩ ରନ୍‌ର ଇନିଂସ ଯୋଗୁ ମିଡ୍‌ଲସେକ୍ସ ରେକର୍ଡ ରନ୍‌ର ପିଛା କରି ସମରସେଟ୍‌ ହରାଇଛି। ପ୍ରଥମେ ବ୍ୟାଟିଂ କରି ସମରସେଟ ଧାର୍ଯ୍ୟ ୨୦ ଓଭରରେ ୫ ଉଇକେଟ ହରାଇ ୨୨୬ ରନ୍‌ କରିଥିଲା। ଦଳ ପାଇଁ ଅଧିନାୟକ ଟମ ଆବେଲ ୪୭ ବଲରୁ ୧୦୧ ରନ୍‌ର ବିସ୍ଫୋଟକ ଇନିଂସ ଖେଳିଥିଲେ। ତାଙ୍କର ଏହି ଇନିଂସରେ ୧୩ ଚୌକା ଓ ୩ ଛକା ସାମିଲ ଥିଲା। ତାଙ୍କ ବ୍ୟତୀତ ଓପନର ଟମ ବାଣ୍ଟନ ୬୨ ଓ ଇଡଡ୍ବାର୍ଡ ବିରମ ୨୦ ବଲରୁ ୪୪ ରନ୍‌ କରିଥିଲେ। ବିଶାଳ ବିଜୟଲକ୍ଷ୍ୟର ପିଛା କରୁଥିବା ମିଡ୍‌ଲସେକ୍ସ ୧୦.୨ ଓଭରରେ ୧୨୮ ରନ୍‌ ମଧ୍ୟରେ ଡେଭିଡ ମଲାନ(୪୧), ପଲ ଷ୍ଟ୍ରଲିଂ(୨୫), ମହମ୍ମଦ ହାଫିଜ (୧୮) ଓ ଏବି ଡି’ଭିଲର୍ସ (୩୨) ଆଉଟ୍‌ ହୋଇସାରିଥିଲେ। ଏହାପରେ ମୋର୍ଗାନ ମାତ୍ର ୨୯ ବଲରୁ ୮ ଛକା ଓ ୫ ଚୌକା ସହାୟତାରେ ୮୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଜର୍ଜ ସ୍କଟଙ୍କ ସହ ମୋର୍ଗାନ ୪୦ ବଲରେ ୯୯ ରନ୍‌ର ଭାଗୀଦାରି କରି ଦଳକୁ ୧୭ ଓଭରରେ ମ୍ୟାଚ୍‌ ଜିତାଇ ଦେଇଥିଲେ। ଏହି ଅବସରରେ ମିଡ୍‌ଲସେକ୍ସ ଟି୨୦ ବ୍ଲାଷ୍ଟ ଟୁର୍ନାମେଣ୍ଟରେ ସବୁଠୁ ଅଧିକ ରନ୍‌ ପିଛା କରି ବିଜୟ ହାସଲ କରିବାର ଅଧିକାରୀ ହୋଇଛି। ଏଥିପୂର୍ବରୁ ସସଏକ୍ସ ୨୦୧୪ରେ ୨୨୬ ରନ୍‌ର ଟାର୍ଗେଟ ପିଛା କରି ମ୍ୟାଚ୍‌ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଗାଙ୍ଗୁଲିଙ୍କ ସପକ୍ଷରେ ବିସିସିଆଇ

ନୂଆଦିଲ୍ଲୀ, ୨୧ା୪ (ପି.ଟି.)-ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ଆଗତ ସ୍ବାର୍ଥଜନିତ ମାମଲାର ଶୁଣାଣି ଶନିବାର ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅମ୍ବୁଡ୍‌ସମ୍ୟାନ ଜଷ୍ଟିସ ଡି.କେ.ଜୈନ...

ଫାଇନାଲରେ ବୋଲିଂ କରିବେ କି କୋହଲି

ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...

ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟୀ

ପାଟନା, ୪ା୮ (ପି.ଟି.)-ଚଳିତ ଭିଭୋ ପ୍ରୋ-କବାଡ଼ି ସିଜନ-୭ରେ ଶନିବାର ଖେଳାଯାଇଥିବା ମ୍ୟାଚରେ ଜୟପୁର ପିଙ୍କ୍‌ ପାନ୍ଥର୍ସ ବିଜୟ ଲାଭ କରିଛି। ଦଳ ୩୪-୨୧ରେ ପାଟନା ପାଇରେଟ୍ସକୁ...

ସମୁଦ୍ରକୂଳରେ ଜବରଦସ୍ତ ଡ୍ୟାନ୍ସ କରି ଚର୍ଚ୍ଚାରେ ଏହି କ୍ରିକେଟର୍‌ଙ୍କ ପ୍ରେମିକା

କରୋନା ଯୋଗୁ ଚଳିତ ବର୍ଷ ୟୁଏଇରେ ଆଇପିଏଲ ୨୦୨୦ ଖେଳାଯାଉଛି। ଏହି ଟୁର୍ନାମେଣ୍ଟ ପାଇଁ ଅଧିକାଂଶ ଖେଳାଳି ସେମାନଙ୍କ ପରିବାରକୁ ସାଙ୍ଗରେ ନେଇ ନାହାନ୍ତି। ତଥାପି,...

ଟି୨୦ ପରେ ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନଙ୍କୁ ମିଳିପାରେ ଦିନିକିଆରେ ପ୍ରଥମ ସୁଯୋଗ

ପୁଣେ,୨୫।୩ : ନିକଟରେ ଶେଷ ହୋଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ ସିରିଜ୍‌ରେ ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିବା ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିପାରେ ଦିନିକିଆରେ ପଦାର୍ପଣ ସୁଯୋଗ।...

ଶ୍ରୀଲଙ୍କା ଗସ୍ତରେ ଏହି କ୍ରିକେଟର ହୋଇପାରନ୍ତି ଟିମ୍‌ ଇଣ୍ଡିଆର ଅଧିନାୟକ…

କୋଲକାତା,୧୦।୫: ଟିମ୍‌ ଇଣ୍ଡିଆ ଆସନ୍ତା ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ତେବେ ବିରାଟ କୋହଲି ଅବା ରୋହିତ ଶର୍ମାଙ୍କୁ ଦଳରେ ସ୍ଥାନ ଦିଆଯିବ...

ସନ୍ତରଣରେ ମାନା ପଟେଲଙ୍କୁ ଯୋଗ୍ୟତା

ନୂଆଦିଲ୍ଲୀ, ୩ା୭ (ପି.ଟି.)-ଭାରତୀୟ ମହିଳା ସନ୍ତରଣକାରୀ ମାନା ପଟେଲ ଟୋକିଓ ଅଲିମ୍ପିକ୍ସରେ ଭାଗ ନେବେ। ‘ୟୁନିଭର୍ସାଲିଟି କୋଟା’ ଜରିଆରେ ସେ ଯୋଗ୍ୟତା ହାସଲ କରିଥିବା ସୁଇମିଂ...

ଇତିହାସ ରଚିଲା ପାକିସ୍ତାନ କ୍ରିକେଟ୍‌ ଦଳ

ଲାହୋର,୧୬।୨: ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ପାକିସ୍ତାନ ଦକ୍ଷିଣ ଆଫ୍ରିକାକୁ ୪ ଉଇକେଟରେ ପରାସ୍ତ କରି ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ୨-୧ରେ ଜିତି...

Advertisement
Ten Cric Info


Archives

Model This Week