ମିଟର ରିଡର କର୍ମଚାରୀଙ୍କୁ ଅବହେଳା : ୧୫ ବର୍ଷ ପରେ ବି ମିଳୁନି ସର୍ବନିମ୍ନ ମଜୁରି

ବ୍ରହ୍ମପୁର ଅଫିସ, ୨୮ା୯-ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନ କରିବାକୁ ସାଉଥ୍‌କୋ ମିଟର ରିଡର ଶ୍ରମିକ ସଂଘ ବ୍ରହ୍ମପୁର ଶାଖା ପକ୍ଷରୁ ଦାବି କରାଯାଇଛି । ଏହି ଦାବି ନେଇ ସଂଘ ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର (ଆର୍‌ଡିସି)ଙ୍କ କାର୍ଯ୍ୟାଳୟ ଆଗରେ ଶୁକ୍ରବାର ବିକ୍ଷୋଭ କରାଯାଇଥିଲା। ପରେ ଆର୍‌ଡିସିଙ୍କ ଜରିଆରେ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ସାଉଥ୍‌କୋର ବିଭିନ୍ନ ଠିକା ସଂସ୍ଥା ଅଧୀନରେ ଗଞ୍ଜାମ ସମେତ ଗଜପତି, ରାୟଗଡା, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କନ୍ଧମାଳ, ବୌଦ୍ଧ ଆଦି ଜିଲାର ପ୍ରାୟ ୩୦୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ମିଟର ରିଡିଂ କାର୍ଯ୍ୟ କରୁଛନ୍ତି ା ହେଲେ କାର୍ଯ୍ୟ କରିବାର ୧୫ ବର୍ଷ ବିତିଥିଲେ ମଧ୍ୟ ସାଉଥ୍‌କୋ କର୍ତ୍ତୃପକ୍ଷ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ମଜୁରି ପ୍ରଦାନରେ ବିଳମ୍ବ କରୁଛନ୍ତି ା ଏହାର ସମାଧାନ କରିବା ପରିବର୍ତ୍ତେ ମହିଳା ସ୍ବଂୟ ସହାୟିକା ଗୋଷ୍ଠୀ (ଏସ୍‌ଏଚଜି)କୁ ମିଟର ରିଡିଂ କାର୍ଯ୍ୟ ହସ୍ତାନ୍ତର କରିବାକୁ ଠିକା ସଂସ୍ଥା ପକ୍ଷରୁ ଧମକ ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି ା ଏ ନେଇ ସାଉଥକୋ କର୍ତ୍ତୃପକ୍ଷଙ୍କୁ ବହୁବାର ଅବଗତ କରାଯାଇଥିଲେ ମଧ୍ୟ ସୁଫଳ ମିଳୁନି। ଏପରିକି ମିଟର ରିଡରଙ୍କୁ କୌଣସି ଠିକାସଂସ୍ଥା ଜରିଆରେ ସେମାନଙ୍କ ପ୍ରାପ୍ୟ ନ ଦେଇ ପ୍ରତ୍ୟକ୍ଷ ଭାବେ ଦେବାକୁ ଅଗଷ୍ଟ ୧୪ ତାରିଖରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ଚିଠି ନଂ ୨୩୫୦ରେ ଦର୍ଶାଇଛନ୍ତି ା ତଥାପି ସାଉଥକୋ କର୍ତ୍ତୃୃପକ୍ଷ ଠିକାସଂସ୍ଥା ଜରିଆରେ ମଜୁରି ଦେଉଥବା କର୍ମଚାରୀମାନେ କହିଛନ୍ତି ା ଦଶହରା ଛୁଟି ପୂର୍ବରୁ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ସମସ୍ତ ମିଟର ରିଡର କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଦାବିପତ୍ରରେ ଚେତାବନୀ ଦେଇଛନ୍ତି। ଦାବିପତ୍ର ପ୍ରଦାନ ବେଳେ ସଂଘର ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ସମ୍ପାଦକ ବିଦ୍ୟାଧର ପାଢୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କରେ ରହୁନି ସାମାଜିକ ଦୂରତା:ଗୋଷ୍ଠୀ ସଂକ୍ରମଣ ଆଶଙ୍କା

ଗଞ୍ଜାମ,୧।୬(ଡି.ଏନ୍‌.ଏ.): ଗଞ୍ଜାମ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଛି। ଦ୍ୱିତୀୟ ଲହରରେ ଏହି ସହରରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ...

୫ ଦିନ ହେଲା ହନୁମାଙ୍କଡ଼ ଆତଙ୍କ: ୧୫ରୁ ଊର୍ଦ୍ଧ୍ୱ ଆହାତ

ପୁରୁଷୋତ୍ତମପୁର,୧୯।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ଗ୍ରାମରେ ଗତ ୫ ଦିନ ହେଲା ଦୁଇଟି ହନୁମାଙ୍କଡ ଦୌରାତ୍ମ୍ୟ ଚଐାଇଛନ୍ତି। ଏପରିକି ୧୫ ରୁ...

ବୁଗୁଡ଼ା ବ୍ଲକ: ୬୦ ସଂଗରୋଧ କେନ୍ଦ୍ରରେ ୨୫୧୪ ପ୍ରବାସୀ

ବୁଗୁଡ଼ା,୧୧ା୫(ଡି.ଏନ.ଏ.)-ବୁଗୁଡ଼ା ବ୍ଲକ ଏବଂ ଏନ୍‌ଏସି ଅଧୀନରେ ଥିବା ୬୦ ସଂଗରୋଧ କେନ୍ଦ୍ରରେ ସୋମବାର ସୁଦ୍ଧା ୨୫୧୪ ପ୍ରବାସୀ ରହିଥିବା ଜଣାପଡ଼ିଛି। ସେଥିରୁ ୨୪୯୫ ଜଣ ସୁରଟ...

ସାନିଟାଇଜ୍‌ ହେଲା ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ

ଛତ୍ରପୁର,୨୫ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବରିଷ୍ଠ ଅଫିସରମାନେ ମଧ୍ୟ ସଂକ୍ରମିତ ହେଲେଣି। ୧୦ଦିନ ପାଇଁ ସମସ୍ତ ସରକାରୀ...

‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଅଣ୍ଡା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର...

ବେଳାଭୂମିରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଗୋପାଳପୁର,୧୫।୮-ଗଞ୍ଜାମ ଜିଲା ସୁନାପୁର ବେଳାଭୂମିରୁ ଶନିବାର ଗୋଳନ୍ଥରା ଥାନା ପୋଲିସ ଜଣେ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ। ପ୍ରକାଶ...

ସୀତାଢ଼ିମ୍ବିରା ସାହିରେ ବୋମାମାଡ଼

ବ୍ରହ୍ମପୁର ଅଫିସ,୨୦ା୫-ବଡ଼ବଜାର ଥାନା ଅନ୍ତର୍ଗତ ସୀତାଢ଼ିମ୍ବିରା ସାହିରେ ମଙ୍ଗଳବାର ସନ୍ଧ୍ୟାରେ ବୋମାମାଡ଼ ହୋଇଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହା ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ...

ଅଗ୍ନିକାଣ୍ଡରେ ୪ ବଖରା ଜଳିଗଲା

ଜଗନ୍ନାଥପ୍ରସାଦ/ଭଞ୍ଜନଗର, ୨୧ା୮(ଡି.ଏନ.ଏ.)-ତାରସିଂ ଥାନା କୁଡୁତାଇ ଗ୍ରାମ ଖଦାଳ ସାହିରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ୪ ପରିବାରର ୪ ବଖରା ଜଳିଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ...

Advertisement
Archives

Model This Week