ମା’ ସମଲେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଟେମରି ବି, ବୁଡାପଡ଼ା ବିଜୟୀ

ବୋଡେନ,୨୫।୯(ଡି.ଏନ.ଏ.)- ନୂଆପଡ଼ା ଜିଲା ବୋଡେନ ବ୍ଲକ ଟେମରୀ (ଦଣ୍ଡେଇବସା) ଛାରିଛକ ଖେଳ ପଡିଆରେ ମଙ୍ଗଳବାର ମା’ ସମଲେଶ୍ୱରୀ ଗ୍ରାମାଞ୍ଚଳ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଉଦଘାଟନୀ ମ୍ୟାଚ୍‌ ଟେମରି ବି ଓ (ଖରିଆର) ମହୁଲକୋଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ବରାବର ସ୍ଥିତିରେ ରହିବାରୁ ଟ୍ରାଇବ୍ରେକର ସହାୟତା ନିଆଯାଇଥିଲା। ଏଥିରେ ଟେମରି ଦଳ ମହୁଲକୋଟ ଦଳକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଥିଲା । ଦ୍ୱିତୀୟ ଖେଳ ବୁଢାପଡା ଓ ବାବେବିର ଦଳ ମଧ୍ୟରେ ହୋଇଥିଲା। ଏହି ଖେଳ ମଧ୍ୟ ଟ୍ରେବେକରରେ ବୁଡାପଡା ଦଳ ବାବେବିର ଦଳକୁ ୧-୦ ଗୋଲରେ ହରାଇ ବିଜୟୀ ହୋଇଥିଲା। ଖେଳକୁ ବଳରାମ ସରାଫ ପରିଚାଳନା କରିଥିଲେ। ଗୋଲ ଜଜ୍‌ ଭାବେ ଜୟରାମ ଦିପ ଓ ରାହୁଲ ସିଂ ନିନା ଦାୟିତ୍ୱରେ ଥିଲେ । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ରାଜେନ୍ଦ୍ର ସିଂନିନା, ଅତିଥି ରୋହିତ ସାମନ୍ତ ଓ ସମ୍ମାନିତ ଅତିଥି ଭାବେ ବେଣୁଧର ମାଝି, ଥବି ମାଝି ପ୍ରମୁଖ ଯୋଗଦେଇଥିଲେ। ଟୁର୍ନାମେଣ୍ଟ ଅଷ୍ଠପଲ୍ଲି ଯୁବକ ସଂଘ ଟେମରି (ଦଣ୍ଡେଇବସା) ଆୟୋଜନ କରୁଛି। କମିଟି ସଭାପତି ପୂର୍ଣ୍ଣଚନ୍ଦ୍ର ଜଗତ, ଉପସଭାପତି ମାଧବାନନ୍ଦ ଜଗତ, ସମ୍ପାଦକ ଦୁଷ୍ମନ୍ତ ନିଆଲ ପ୍ରମୁଖ ସହଯୋଗ କରିଥିଲେ। ନରେଶ ତାଣ୍ଡି ଧାରାବିବରଣି ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ କାର୍ଯ୍ୟାଳୟରେ ଯୁବକଙ୍କ ଆତ୍ମହତ୍ୟା: ଜମି ବିକ୍ରି ଅନୁମତି ପାଇଁ ନିରାଶ ପରେ…

କେନ୍ଦ୍ରାପଡ଼ା, ୫ା୬ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ଜିଲାପାଳଙ୍କ କାର୍ଯ୍ୟାଳୟ ଉପର ତାଲା ଶିଡି ରେଲିଂରେ ବେକରେ ଗାମୁଛା ବାନ୍ଧି ଶୁକ୍ରବାର ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ…

ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହତ୍ୟା ଅଭିଯୋଗ କଲେ ବାପଘର ଲୋକ

ରିଷିଡା, ୫।୬ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ଗ୍ରାମରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ସୁବାସ ରଣାଙ୍କ ସ୍ତ୍ରୀ…

ମୃତ ଛାତ୍ରଙ୍କ ପରିବାରକୁ ଭେଟିଲେ ବିଧାୟକ, ସମବେଦନା ସହ ଆର୍ଥିକ ସହାୟତା ପ୍ରଦାନ

ହାଟଡିହୀ/ଛେନାପଦୀ, ୫।୬ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ଅମୃତପୁର ଗ୍ରାମର ଜଣେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ଛାତ୍ର ଗତ…

ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ…

ପ୍ରକାଶ ପାଇଲା ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ପରୀକ୍ଷା ଫଳ: ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ…

ବଲାଙ୍ଗୀର,୫।୬(ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସ୍ନାତକ, ସ୍ନାତକୋତ୍ତର ଓ ଇଣ୍ଟ୍ରିଗେଟେଡ ବିଏଡ-ଏମଏଡ ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଛି। ସ୍ନାତକୋତ୍ତରରେ ୮୪.୮ ପ୍ରତିଶତ, ସ୍ନାତକ…

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri