Posted inଫୁରସତ

ମା’ ଲାଗି ସନ୍ତାନ କେବେ ବି ବଡ଼ ହୁଏନା: ଶହେ ବର୍ଷରେ ବି କେୟାର ହୋମ୍‌ରେ ପୁଅଙ୍କ ଦେଖାଶୁଣା କରୁଛନ୍ତି ଏଡ଼ା କେଟିଂ

ମା’ ମମତାମୟୀ, ପ୍ରେରଣାଦାୟୀ। ସମସ୍ତଙ୍କ ଜୀବନରେ ମା’ଙ୍କ ସ୍ଥାନ ଶୀର୍ଷରେ। କୁହାଯାଏ, ଭଗବାନ ସମସ୍ତଙ୍କ ପାଖରେ ସବୁବେଳେ ରହିପାରିବେ ନାହିଁ, ତେଣୁ ସେ ମା’ଙ୍କୁ ତିଆରି କରିଥିଲେ। କାରଣ ସେ ହିଁ ଭଗବାନଙ୍କ ଉପସ୍ଥିତିକୁ ପୂରଣ କରିପାରେ। ସନ୍ତାନଟିଏ ଯେତେ ବଡ଼ ହୋଇଥାଉନା କାହିଁକି, ମା’ ଆଖିରେ ସବୁବେଳେ ଛୋଟ। ସେ ଚାହିଁଲେ ସାରା ଜୀବନ ନିଜ ସନ୍ତାନର ଭାର ଉଠାଇପାରେ। ଏପରି ଜଣେ ମା’ ହେଉଛନ୍ତି ଲଣ୍ଡନର ଏଡ଼ା କେଟିଂ। ଏଡ଼ାଙ୍କୁ ଏବେ ଶହେ ବର୍ଷ ହୋଇଥିବା ବେଳେ ତାଙ୍କ ପୁଅ ଟମ୍‌ଙ୍କ ବୟସ ୮୨। ଉଭୟ ବାର୍ଦ୍ଧକ୍ୟ ସମୟରେ ଉପନୀତ। ହେଲେ ଏ ବୟସରେ ମଧ୍ୟ ପୁଅଙ୍କ ଯତ୍ନ ନେବାକୁ ଭୁଲନ୍ତି ନାହିଁ ଏଡ଼ା।
୨୦୧୬ରେ ଟମ୍‌ ନିଜକୁ ଏକୁଟିଆ ଭାବିଥିଲେ। ଏଣୁ ସେ ଲିଓ୍ବୁରେପୋଲସ୍‌ ମାସ୍‌ ଭିଓ୍ବୁ କେୟାର ହୋମ୍‌ରେ ରହିବାକୁ ନିଷ୍ପତ୍ତି ନେଇଥିଲେ। କୌଣସି ପ୍ରକାରେ ଏହି କଥା ଏଡ଼ା ଜାଣିବାକୁ ପାଇଥିଲେ। କେୟାର ହୋମ୍‌ରେ ପୁଅ ଟମ୍‌ଙ୍କ କଥା କିଏ ବୁଝିବ ଭାବି ସେ ମଧ୍ୟ ସେଠାକୁ ଚାଲିଆସିଥିଲେ। ଉଭୟ ଏବେ ସେଠାରେ ରହିଆସୁଛନ୍ତି। ଏହି ବୟସରେ ବି ସେମାନେ ଏକା ସାଙ୍ଗରେ ଖେଳନ୍ତି। ସାଙ୍ଗହୋଇ ଖାଆନ୍ତି, ମା’ ପୁଅକୁ ଶୁଭରାତ୍ରି ନ କହି ଶୋଇବାକୁ ଯାଆନ୍ତି ନାହିଁ। ଏହି ଦୁହିଁଙ୍କ ଯୋଡି ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଆଜିର ସମୟରେ ଯେଉଁଠି ସନ୍ତାନମାନେ ମା’କୁ ବୋଝ ବୋଲି ଭାବୁଛନ୍ତି, ସେଠାରେ ଏଭଳି ଘଟଣା ବିରଳ ବୋଲି କୁହାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଗୋଡ଼ରେ ପାହାଡ଼ ଚଢ଼ା

ନୂଆଦିଲ୍ଲୀ: କଥାରେ ଅଛି ମନୋବଳ ଦୃଢ ଥିଲେ ପଙ୍ଗୁ ବି ଲଙ୍ଘିପାରେ ଗିରି। ଠିକ୍‌ ଏମିତି ଏକ ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ...

ସ୍ବାମୀଙ୍କୁ କୁକୁର ବେଲ୍ଟରେ ବାନ୍ଧି ବୁଲାଇବାକୁ ନେଲେ ସ୍ତ୍ରୀ, କାରଣ ଜାଣିଲେ…

ଜଣେ ମହିଳା କରୋନା କଟକଣାରୁ ରକ୍ଷା ପାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ। ମହିଳା ଜଣକ ସ୍ବାମୀଙ୍କୁ କୁକୁର ପରି ବାନ୍ଧି ବୁଲିବାକୁ...

ଆଜି ଅକ୍ଷୟତୃତୀୟା: ଏପରି କଲେ ମିଳିବ ମା’ ଲକ୍ଷ୍ମୀଙ୍କ କୃପା

ଓଡ଼ିଶାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଇଥାଏ। ସେଥିମଧ୍ୟରୁ ଅକ୍ଷୟ ତୃତୀୟା ଅନ୍ୟତମ। ଅକ୍ଷୟ ତୃତୀୟା ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷର ତୃତୀୟା...

କାନ ପାଇଁ ଗିନିଜ୍‌ ବୁକ୍‌ ରେକର୍ଡ କଲା କୁକୁର, ଲମ୍ବ ଜାଣିଲେ…

କୁକୁରର କାନ ସମସ୍ତେ ଦେଖିଥିବେ ମାତ୍ର ଏକ କୁକୁରର କାନର ଲମ୍ବ ଜାଣିଲେ ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। କାରଣ ଏହି କୁକୁର କାନର ଲମ୍ବ ୧୨.୩୮...

ଗୋଟିଏ ପରିବାରର ୬ ଭଉଣୀ ବୈଜ୍ଞାନିକ, ବିଦେଶରେ ୪ ଜଣ ଭାରତକୁ ଦେଇଛନ୍ତି ଗୌରବ

ବର୍ତ୍ତମାନ ସମୟରେ ଝିଅମାନେ ପୁଅମାନଙ୍କଠାରୁ କୌଣସି କ୍ଷେତ୍ରରେ କମ୍‌ ନୁହନ୍ତି। ଏହାକୁ ପ୍ରମାଣ କରି ଦେଖାଇଛନ୍ତି ଗୋଟିଏ ପରିବାରର ୬ ଭଉଣୀ। ଜାଣି ଆଶ୍ଚର୍ଯ୍ୟ ହେବେ...

୮ମ ଶ୍ରେଣୀ ଛାତ୍ର ୪୫ କିମି ସାଇକେଲ ଚଳାଇ କଲେ ରେକର୍ଡ

ଶିମଲା,୨୫।୧: ହିମାଚଳପ୍ରଦେଶର ଜଣେ ୮ମ ଶ୍ରେଣୀ ଛାତ୍ର ୨ ଘଣ୍ଟା ୪୩ ମିନିଟ ସାଇକେଲ ଚଳାଇ ୪୫ କିମି ଦୂରତା ଅତିକ୍ରମ କରି ଏକ ରେକର୍ଡ...

ଆଇସ୍କ୍ରିମ ଷ୍ଟିକ୍‌ରେ ଇଡ୍‌ଲି, ଫଟୋ ଭାଇରାଲ ପରେ ୟୁଜର୍ସ କହିଲେ…

ଖାଦ୍ୟ ସମସ୍ତଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ। କିଛି ଲୋକ ଏହାକୁ ସରଳ ଭାବରେ ପସନ୍ଦ କରନ୍ତି ତ ଆଉ କିଛି ଲୋକ ଏହାକୁ ନୂତନତ୍ୱ...

ବ୍ୟକ୍ତିଙ୍କୁ ଟ୍ରାଫିକ୍‌ ରୁଲ୍‌ ଶିଖାଇବା ପାଇଁ ଓଟ ଦେଲା ପାନେ: ଭିଡିଓ ଭାଇରାଲ

ଗାଡି ଚଲାଇବା ସମୟରେ ଟ୍ରାଫିକ୍‌ ନିୟମ ମାନିବା ନିତାନ୍ତ ଆବଶ୍ୟକ। କାରଣ ଏହାକୁ ନ ମାନିଲେ ଦୁର୍ଘଟଣା ହେବାର ଆଶଙ୍କା ଦେଖା ଯାଇଥାଏ। ମାତ୍ର ଏପରି...

Advertisement
Archives

Model This Week