ମା’ ମୋର ପ୍ରଥମ ଗୁରୁ- ଅଭିଷିକ୍ତା

କେନ୍ଦୁଝର, (ନରେଶ ଚନ୍ଦ୍ର ପଟ୍ଟନାୟକ)- ପିଲାଦିନୁ ନୃତ୍ୟ ଅନୁରାଗୀ ଅଭିଷିକ୍ତା ପାଠ ପଢ଼ିବା ସହ ନୃତ୍ୟ, ସଂଗୀତ, ବକ୍ତୃତା, ଚିତ୍ରକଳା, ଅଭିନୟ ଆଦି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୬ରେ ସେ କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ଏକ ଡକ୍ୟୁମେଣ୍ଟାରି ସିନେମାରେ ମାଲକାନଗିରି ଜିଲାର ଜଣେ ନିପଟ ଗାଉଁଲି ଝିଅର ନିଖୁଣ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟି ଥିଲେ। କେନ୍ଦୁଝର ଡିଏଭି ପବ୍ଲିକ ସ୍କୁଲରେ ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅଭିଷିକ୍ତା ଓଡ଼ିଶୀ ସମେତ ସମ୍ବଲପୁରୀ ଓ ଆଧୁନିକ ନୃତ୍ୟରେ ବେଶ୍‌ ପାରଙ୍ଗମ। ଦେଶ ବିଦେଶରେ ବିଭିନ୍ନ ମଞ୍ଚ ଓ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ମାଧ୍ୟମରେ ସଫଳତା ହାସଲ କରି ସେ ନିଜ ଅଞ୍ଚଳ ଲାଗି ଗୌରବ ଆଣିଛନ୍ତି। ଇଣ୍ଡିଆନ ଆଇଡଲ ଜୁନିୟର, ଭଏସ୍‌ ଅଫ୍‌ ଓଡ଼ିଶା, ସିଙ୍ଗିଙ୍ଗ୍‌ ସୁପରଷ୍ଟାର ଆଦି ପ୍ରତିଯୋଗିତାରେ ମଧ୍ୟ ସେ ଭାଗନେବାର ସୁଯୋଗ ପାଇଛନ୍ତି।
ଅଭିଷିକ୍ତା କହନ୍ତି, ମା’ ସାଗରିକା ପରିଡ଼ା ତାଙ୍କର ପ୍ରଥମ ଗୁରୁ। ତାଙ୍କଠାରୁ ନୃତ୍ୟ ଶିଖିବା ଲାଗି ପ୍ରୋତ୍ସାହନ ଓ ପ୍ରେରଣା ପାଇ ଆଗକୁ ବଢ଼ିଚାଲିଛନ୍ତି। ତାଙ୍କ ଅଜା ଡ. ଉପେନ୍ଦ୍ର ନାଥ ବାରିକ, ଯେକି ଜଣେ ଡାକ୍ତର ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇ ଆସିଛନ୍ତି। ପାଠପଢ଼ା ସହିତ ଅଭିଷିକ୍ତା ପ୍ରତିଦିନ ନୃତ୍ୟସଙ୍ଗୀତ ଅଭ୍ୟାସ କରିଥାନ୍ତି। ପିଲାଦିନେ ନୃତ୍ୟ ପ୍ରତି ଆଗ୍ରହକୁ ଲକ୍ଷ୍ୟ କରି ତାଙ୍କ ପରିବାର ଲୋକେ ଉତ୍ସାହିତ କରିଥିଲେ। କେନ୍ଦୁଝର ସହର ମାଧପୁରରେ ଅଭିଷିକ୍ତାଙ୍କ ଘର ା ୨୦୦୪ ଅଗଷ୍ଟ ୧୮ରେ ତାଙ୍କ ଜନ୍ମ ା ମାମୁଘରେ କଟିଥିଲା ବାଲ୍ୟ ସମୟ। ତାଙ୍କ ଡାକ ନାମ ଇଶୁ ା କମ୍‌ ବୟସରେ ନୃତ୍ୟସଙ୍ଗୀତ ଓ ଅଭିନୟରେ ପାରଦର୍ଶିତା ଦେଖାଇ ସେ ବହୁ ସମ୍ମାନ, ପୁରସ୍କାର ସାଙ୍ଗକୁ ସମ୍ବର୍ଦ୍ଧନା ପାଇଛନ୍ତି। ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଆୟୋଜିତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ, ଝାଡ଼ଖଣ୍ଡରେ ଉତ୍କଳ ଦିବସ, ଥାଇଲାଣ୍ଡରେ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ ଆଦିରେ ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଥିଲେ। ନିକଟରେ ଆନ୍ଧ୍ରପ୍ରଦେଶ ଜନ୍ମାଷ୍ଟମୀ ମହୋତ୍ସବରେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ ା ବର୍ତ୍ତମାନ ସୁଦ୍ଧା ସେ ୭୦ରୁ ଅଧିକ ମଞ୍ଚରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଆଧୁନିକ, ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରିଥିବା କୁହନ୍ତି । ବଡ଼ ହେଲେ ଅଜାଙ୍କ ଭଳି ଡାକ୍ତର ହେବାକୁ ଇଚ୍ଛା ରଖିଥିବା ଅଭିଷିିକ୍ତା ନୃତ୍ୟ ଓ ସଂଗୀତରେ ସାଧନା ଜାରି ରଖିବାକୁ ସ୍ଥିର କରିଛନ୍ତିି ା ସେ କହନ୍ତି, ତାଙ୍କ ମା’ ଜଣେ ଗୃହିଣୀ। ବାପା ରାଜେନ୍ଦ୍ର କୁମାର ପରିଡ଼ା ଚାକିରି କରନ୍ତି। ମଧ୍ୟବିତ୍ତ ପରିବାରର ସଂଘର୍ଷମୟ ଜୀବନ ଭିତରେ ଆଗକୁ ବଢ଼ିବା ଲାଗି ସେ ଦୃଢ଼ପରିକର। ସରକାରୀ ପ୍ରୋତ୍ସାହନ ମିଳିଲେ ସେ ତାଙ୍କ ପ୍ରତିଭାକୁ ଅଧିକ ବିକଶିତ କରିପାରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri