ମା’ ମୋର ପ୍ରଥମ ଗୁରୁ- ଅଭିଷିକ୍ତା

କେନ୍ଦୁଝର, (ନରେଶ ଚନ୍ଦ୍ର ପଟ୍ଟନାୟକ)- ପିଲାଦିନୁ ନୃତ୍ୟ ଅନୁରାଗୀ ଅଭିଷିକ୍ତା ପାଠ ପଢ଼ିବା ସହ ନୃତ୍ୟ, ସଂଗୀତ, ବକ୍ତୃତା, ଚିତ୍ରକଳା, ଅଭିନୟ ଆଦି କ୍ଷେତ୍ରରେ ପ୍ରତିଭା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଛନ୍ତି। ୨୦୧୬ରେ ସେ କେନ୍ଦ୍ର ସରକାରଙ୍କ ଅନୁଦାନରେ ନିର୍ମିତ ଏକ ଡକ୍ୟୁମେଣ୍ଟାରି ସିନେମାରେ ମାଲକାନଗିରି ଜିଲାର ଜଣେ ନିପଟ ଗାଉଁଲି ଝିଅର ନିଖୁଣ ଅଭିନୟ କରି ଅନେକ ପ୍ରଶଂସା ସାଉଣ୍ଟି ଥିଲେ। କେନ୍ଦୁଝର ଡିଏଭି ପବ୍ଲିକ ସ୍କୁଲରେ ୮ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଅଭିଷିକ୍ତା ଓଡ଼ିଶୀ ସମେତ ସମ୍ବଲପୁରୀ ଓ ଆଧୁନିକ ନୃତ୍ୟରେ ବେଶ୍‌ ପାରଙ୍ଗମ। ଦେଶ ବିଦେଶରେ ବିଭିନ୍ନ ମଞ୍ଚ ଓ କାର୍ଯ୍ୟକ୍ରମରେ ନୃତ୍ୟ ପରିବେଷଣ ମାଧ୍ୟମରେ ସଫଳତା ହାସଲ କରି ସେ ନିଜ ଅଞ୍ଚଳ ଲାଗି ଗୌରବ ଆଣିଛନ୍ତି। ଇଣ୍ଡିଆନ ଆଇଡଲ ଜୁନିୟର, ଭଏସ୍‌ ଅଫ୍‌ ଓଡ଼ିଶା, ସିଙ୍ଗିଙ୍ଗ୍‌ ସୁପରଷ୍ଟାର ଆଦି ପ୍ରତିଯୋଗିତାରେ ମଧ୍ୟ ସେ ଭାଗନେବାର ସୁଯୋଗ ପାଇଛନ୍ତି।
ଅଭିଷିକ୍ତା କହନ୍ତି, ମା’ ସାଗରିକା ପରିଡ଼ା ତାଙ୍କର ପ୍ରଥମ ଗୁରୁ। ତାଙ୍କଠାରୁ ନୃତ୍ୟ ଶିଖିବା ଲାଗି ପ୍ରୋତ୍ସାହନ ଓ ପ୍ରେରଣା ପାଇ ଆଗକୁ ବଢ଼ିଚାଲିଛନ୍ତି। ତାଙ୍କ ଅଜା ଡ. ଉପେନ୍ଦ୍ର ନାଥ ବାରିକ, ଯେକି ଜଣେ ଡାକ୍ତର ତାଙ୍କୁ ମଧ୍ୟ ପ୍ରେରଣା ଯୋଗାଇ ଆସିଛନ୍ତି। ପାଠପଢ଼ା ସହିତ ଅଭିଷିକ୍ତା ପ୍ରତିଦିନ ନୃତ୍ୟସଙ୍ଗୀତ ଅଭ୍ୟାସ କରିଥାନ୍ତି। ପିଲାଦିନେ ନୃତ୍ୟ ପ୍ରତି ଆଗ୍ରହକୁ ଲକ୍ଷ୍ୟ କରି ତାଙ୍କ ପରିବାର ଲୋକେ ଉତ୍ସାହିତ କରିଥିଲେ। କେନ୍ଦୁଝର ସହର ମାଧପୁରରେ ଅଭିଷିକ୍ତାଙ୍କ ଘର ା ୨୦୦୪ ଅଗଷ୍ଟ ୧୮ରେ ତାଙ୍କ ଜନ୍ମ ା ମାମୁଘରେ କଟିଥିଲା ବାଲ୍ୟ ସମୟ। ତାଙ୍କ ଡାକ ନାମ ଇଶୁ ା କମ୍‌ ବୟସରେ ନୃତ୍ୟସଙ୍ଗୀତ ଓ ଅଭିନୟରେ ପାରଦର୍ଶିତା ଦେଖାଇ ସେ ବହୁ ସମ୍ମାନ, ପୁରସ୍କାର ସାଙ୍ଗକୁ ସମ୍ବର୍ଦ୍ଧନା ପାଇଛନ୍ତି। ଚଳିତ ବର୍ଷ ପୁରୀ ରଥଯାତ୍ରାରେ ଆୟୋଜିତ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ, ଝାଡ଼ଖଣ୍ଡରେ ଉତ୍କଳ ଦିବସ, ଥାଇଲାଣ୍ଡରେ ଆନ୍ତର୍ଜାତିକ ନୃତ୍ୟ ମହୋତ୍ସବ ଆଦିରେ ଓଡ଼ିଶୀ ଓ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଥିଲେ। ନିକଟରେ ଆନ୍ଧ୍ରପ୍ରଦେଶ ଜନ୍ମାଷ୍ଟମୀ ମହୋତ୍ସବରେ ଯୋଗଦେଇ ନୃତ୍ୟ ପରିବେଷଣ କରିଥିଲେ ା ବର୍ତ୍ତମାନ ସୁଦ୍ଧା ସେ ୭୦ରୁ ଅଧିକ ମଞ୍ଚରେ ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ, ଆଧୁନିକ, ସମ୍ବଲପୁରୀ ଆଦି ନୃତ୍ୟ ପରିବେଷଣ କରିଥିବା କୁହନ୍ତି । ବଡ଼ ହେଲେ ଅଜାଙ୍କ ଭଳି ଡାକ୍ତର ହେବାକୁ ଇଚ୍ଛା ରଖିଥିବା ଅଭିଷିିକ୍ତା ନୃତ୍ୟ ଓ ସଂଗୀତରେ ସାଧନା ଜାରି ରଖିବାକୁ ସ୍ଥିର କରିଛନ୍ତିି ା ସେ କହନ୍ତି, ତାଙ୍କ ମା’ ଜଣେ ଗୃହିଣୀ। ବାପା ରାଜେନ୍ଦ୍ର କୁମାର ପରିଡ଼ା ଚାକିରି କରନ୍ତି। ମଧ୍ୟବିତ୍ତ ପରିବାରର ସଂଘର୍ଷମୟ ଜୀବନ ଭିତରେ ଆଗକୁ ବଢ଼ିବା ଲାଗି ସେ ଦୃଢ଼ପରିକର। ସରକାରୀ ପ୍ରୋତ୍ସାହନ ମିଳିଲେ ସେ ତାଙ୍କ ପ୍ରତିଭାକୁ ଅଧିକ ବିକଶିତ କରିପାରନ୍ତେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଦେଖିବାକୁ ମନା କରିବାରୁ ଛାତ୍ରଙ୍କ ଆତ୍ମହତ୍ୟା

ପଦ୍ମପୁର, ୨୩।୧୨ (ଡି.ଏନ.ଏ.)- ମୋବାଇଲ ଦେଖିବାକୁ ମନା କରିବାରୁ ନବମ ଶ୍ରେଣୀ ଛାତ୍ରଙ୍କ ଅଭାବନୀୟ କାଣ୍ଡ। ସୋମବାର ମଧ୍ୟାହ୍ନରେ ଛାତ୍ର ଜଣଙ୍କ ସିଡ଼ି ଘରକୁ ଯାଇ...

ଡିଭାଇଡରରେ ପିଟି ହୋଇ ଚାଲିଗଲା ୨ ବାଇକ୍‌ ଆରୋହୀଙ୍କ ଜୀବନ

ଛତ୍ରପୁର,୨୫ା୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଡିଭାଇଡରରେ ବାଇକ୍‌ ପିଟି ହେବାରୁ ୨ ଆରୋହୀଙ୍କ...

ପାଟଣା ରେଞ୍ଜ୍‌କୁ ଆସିନାହାନ୍ତି ବିଦେଶୀ ପକ୍ଷୀ

କେନ୍ଦୁଝର/ପାଟଣା, ୧୧।୧ (ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବନ ବିଭାଗ ପକ୍ଷରୁ ମଙ୍ଗଳବାର ପକ୍ଷୀ ଗଣନା କରାଯାଇଛି। କେନ୍ଦୁଝର ଡିଭିଜନର ବିଭିନ୍ନ ଜଳାଶୟରେ ଗଣନା କରାଯାଇଥିଲା। କେନ୍ଦୁଝର ରେଞ୍ଜ୍‌ର...

ରଥଯାତ୍ରା ସମ୍ପର୍କିତ ଜନସ୍ବାର୍ଥ ମାମଲା: ଷ୍ଟାଟସ ରିପୋର୍ଟ ମାଗିଲେ ହାଇକୋର୍ଟ

କଟକ ଅଫିସ,୩ା୬: କରୋନା ପାଇଁ ଚଳିତ ବର୍ଷ ରଥଯାତ୍ରା ବାତିଲ କରିବା ପାଇଁ ହାଇକୋର୍ଟରେ ଯେଉଁ ଜନସ୍ବାଥର୍ର୍ ମାମଲା ରୁଜୁ ହୋଇଥିଲା, ସେଥିରେ ମଙ୍ଗଳବାର ରାଜ୍ୟ...

୫ରୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା

ପୁରୀ ଅଫିସ,୩।୧: ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ଆନୁକୂଲ୍ୟରେ ଜାନୁୟାରୀ ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ୨୬ତମ ପୁସ୍ତକ ମେଳା ଆୟୋଜିତ ହେବ। ୧୦ ଦିନ...

କାଙ୍କଡ଼ପାଳରେ ଫାଙ୍କା ଗୁଳିମାଡ଼, ଭୟରେ ଛାତରୁ ଖସି ଜଣେ ଆହତ

ଢେଙ୍କାନାଳ ଅଫିସ,୨୫ା୯: ଢେଙ୍କାନାଳ ସଦରଥାନା କାଙ୍କଡ଼ପାଳ ଗାଁରେ ଶନିବାର ତିନି ରାଉଣ୍ଡ ଫାଙ୍କା ଗୁଳିମାଡ଼ ହୋଇଛି। ଭୟଭୀତ ଅବସ୍ଥାରେ ଛାତରୁ ଖସିପଡ଼ି ଜଣେ ଆହତ ହୋଇଛନ୍ତି।...

ବିଭିନ୍ନ ଦୋକାନରେ ଚଢ଼ାଉ: ୧ କ୍ୱିଣ୍ଟାଲରୁ ଊର୍ଦ୍ଧ୍ୱ ପଲିଥିନ ସାମଗ୍ରୀ ଜବତ, ୩୮,୫୦୦ ଟଙ୍କା ଜରିମାନା ଆଦାୟ

ଜୟପୁର,୬।୧୨(ଡି.ଏନ୍‌.ଏ.) : କୋରାପୁଟ ଜିଲା ଜୟପୁର ସହରର ବିଭିନ୍ନ ଦୋକାନ ଉପରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ୧ କ୍ୱିଣ୍ଟାଲ ୯୫ କିଲୋଗ୍ରାମ ପଲିଥିନ ସାମଗ୍ରୀ...

୧୯ ଘଣ୍ଟିଆ ସଟ ଡାଉନ ଘୋଷଣା ପରେ ଗଞ୍ଜାମ ଖୋର୍ଦ୍ଧା ସୀମା ସିଲ

ବେଗୁନିଆପଡା, ୫ା୪- ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା ଓଡିଶା ରେ ବଢିବା ରେ ଲାଗିଛି ଏହାର ଭୟାଭୟ କୁ ଆଖି ଆଗରେ ରଖି ଗତକାଲି...

Advertisement
Archives

Model This Week