ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ପଶୁବଳି ବନ୍ଦ ପାଇଁ ପଦକ୍ଷେପ:ଲୋକଙ୍କୁ ସଚେତନ କରିବ ପୋଲିସ ପ୍ରଶାସନ

ଭବାନୀପାଟଣା,୨୨।୯(ଡି.ଏନ.ଏ.)
କଳାହାଣ୍ଡି ଜିଲାର ଇଷ୍ଟଦେବୀ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଅକ୍ଟୋବର ୬ ତାରିଖ (ରବିବାର) ମହାସମାରୋହରେ ଅନୁଷ୍ଠିତ ହେବ । ପୋଲିସ ପ୍ରଶାସନ ତରଫରୁ କିପରି ଛତରଯାତ୍ରା ଓ ଦୁର୍ଗାପୂଜା ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବା ସହିତ ଛତ୍ରଯାତ୍ରା ସମୟରେ ଯେପରି ନିରୀହ ପଶୁପକ୍ଷୀଙ୍କୁ ବଳି ଦିଆ ନ ଯିବ ସେଥି ପାଇଁ ପୋଲିସ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ ହେବା ପାଇଁ ନିବେଦନ କରିବା ସହିତ ଜନସାଧାରଣଙ୍କ ସହଯୋଗ କାମନା କରିଛନ୍ତି। ଶନିବାର ଜିଲା ପୋଲିସ କାର୍ଯ୍ୟାଳୟରେ କଳାହାଣ୍ଡି ଏସପି ବାତୁଲା ଗଙ୍ଗାଧରଙ୍କ ଅଧ୍ୟକ୍ଷତାରେ ଛତ୍ରଯାତ୍ରା ଓ ସହରର ବିଭିନ୍ନ ସ୍ଥାନରେ ହେଉଥିବା ଦୁର୍ଗା ପୂଜା କିପରି ଶାନ୍ତିଶୃଙ୍ଖଳାର ସହିତ ଅନୁଷ୍ଠିତ ହେବ ତାହା ଉପରେ ଆଲୋଚନା ହୋଇଥିଲା। ବୈଠକରେ ଭବାନୀପାଟଣା ସହରର ପିସ୍‌ କମିଟି ସଦସ୍ୟ, ବିଭିନ୍ନ ବର୍ଗର ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ କର୍ମକର୍ତ୍ତା, ସହରର ବିଭିନ୍ନ ପୂଜା ଓ ସାଂସ୍କୃତିକ ଦଳର କର୍ମକର୍ତ୍ତାଙ୍କ ସମେତ ଅତିରିକ୍ତ ଏସପି, ଭବାନୀପାଟଣା ଟାଉନ ଥାନା, ସଦର ଥାନା ଆଇଆଇସି ଏବଂ ପୋଲିସ ଅଧିକାରୀମାନେ ଯୋଗଦେଇଥିଲେ। ଚଳିତବର୍ଷ ଛତର ଯାତ୍ରା ଦେଖିବା ପାଇଁ କଳାହାଣ୍ଡି ଜିଲା ସମେତ ରାଜ୍ୟର ବିଭିନ୍ନ ପ୍ରାନ୍ତ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଭବାନୀପାଟଣା ସହରରେ କଡାକଡି ଭାବେ ସୁରକ୍ଷା କରିବା ସହିତ ଟ୍ରାଫିକ୍‌ ବ୍ୟବସ୍ଥାର ନିୟନ୍ତ୍ରଣ କରିବା, ଛତ୍ରଯାତ୍ରାରେ ନିରୀହ ପଶୁପକ୍ଷୀଙ୍କୁ ଯେପରି ବଳି ନ ଦିଆଯାଏ ସେଥିପାଇଁ ଜନସଚେତନତା ସୃଷ୍ଟି କରିବା ସହିତ ଛତରଯାତ୍ରା ସାଂସ୍କୃତିକ ଦଳଗୁଡିକ ଯେପରି ଶୃଙ୍ଖଳିତ ଭାବେ ନିଜର କାର୍ଯ୍ୟ କରିବେ ତାହା ଉପରେ ଆଲୋଚନା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କଣ୍ଟାପଡ଼ା,୧୯।୧୨ (ଡି.ଏନ୍‌.ଏ.): ଗୋବିନ୍ଦପୁର ଥାନା ଅନ୍ତର୍ଗତ ପାଟସୁନ୍ଦରପୁର ଗ୍ରାମରୁ ବୁଧବାର ପୋଲିସ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି। ସେ ହେଲେ ଏହି ଗ୍ରାମର...

ଆଜି ରାଜ୍ୟରେ ୩୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୦୧।୧୧(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ...

କମୁଛି ସଂକ୍ରମଣ, ଆଜି ୪୮୪୨ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୧(ବ୍ୟୁରୋ): ଦୈନିକ କରୋନା ସଂକ୍ରମଣ ଏବେ ତଳମୁହାଁ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮୪୨ ନୂଆ ମାମଲା ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ...

ଉପବାସରେ କୁଟୀରଶିଳ୍ପ କାରିଗର

କୃଷ୍ଣପ୍ରସାଦ,୧୮ା୪(ଡି.ଏନ.ଏ.): କୁଟୀରଶିଳ୍ପ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଲକ୍‌ଡାଉନ ଯୋଗୁ ଶିଳ୍ପୀ ପରିବାର ଆଜି ଭୋକ ଉପବାସରେ ଦିନ...

ମାସ୍କ ପିନ୍ଧିବା ଜୀବନଶୈଳୀର ଅଂଶ ହେଉ: ଡା. ଗୀତାଞ୍ଜଳୀ

ରାଜ୍ୟରେ ଏବେ କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଜାରି ରହିଛି। ପ୍ରତିଦିନ ୩ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ...

କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ, ଗାଇଡ୍‌ଲାଇନ୍‌ ମାନନ୍ତୁ

ଭୁବନେଶ୍ୱର,୧୨।୧୦(ବ୍ୟୁରୋ): ପାର୍ବଣରେ ଭିଡଠାରୁ ଦୂରେଇ ରହିବା ଜରୁରୀ। ଏବେ ଚିହ୍ନଟ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ପ୍ରତିଶତ ଲକ୍ଷଣ ବିହୀନ ବୋଲି ସ୍ବାସ୍ଥ୍ୟ ନିର୍ଦ୍ଦେଶକ...

ଜଳ ଯୋଗାଣ ପାଇପ ଲିକ୍‌, ନଷ୍ଟ ହେଉଛି ପାଣି

ଖଣ୍ଡପଡା,୨୧ା୪(ସ୍ବ.ପ୍ର.) ନୟାଗଡ ସହରବାସୀଙ୍କୁ ପାନୀୟ ଜଳ ସମସ୍ୟା ଅତିଷ୍ଠ କରୁଛି। ଜଳଯୋଗାଣର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ଆରମ୍ଭରୁ ସମସ୍ୟା ସୃଷ୍ଟି କରୁଛି। କଣ୍ଟିଲୋ, ବାଣପୁର...

ଅର୍ଥକରୀ ଫସଲ ପାଇଁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର,୧୬ା୨(ବ୍ୟୁରୋ): କୃଷକମାନଙ୍କ ଆୟବୃଦ୍ଧି ନିମନ୍ତେ ଅଧିକ ଅର୍ଥକରୀ ଫସଲ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତ୍ୱ ଦେଇ ଆସିଛନ୍ତି। ରାଜ୍ୟ କ୍ୟାବିନେଟ୍‌...

Advertisement
Archives

Model This Week