ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ ଜଣେ ନାବାଳକଙ୍କୁ ଶନିବାର ଜୁଭେନାଇଲ ଜଷ୍ଟିସ ବୋର୍ଡ (ଜେଜେବି)ରେ ହାଜର କରିଛି। ପରେ ନାବାଳକଙ୍କୁ ସୁଧାର ଗୃହକୁ ପଠାଇ ଦିଆଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ଖୁବ୍ଶୀଘ୍ର ଗିରଫ କରାଯିବ ବୋଲି ପୋଲିସ କହିଛି। ଘଟଣାରୁ ପ୍ରକାଶ ଗତ ୨୮ ତାରିଖ ଅପରାହ୍ନରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଦୁର୍ବୃତ୍ତମାନେ ରାଜା ଓରଫ କୃତ୍ତିିବାସ ମିଶ୍ରଙ୍କୁ ତାଙ୍କ ଘର ସମ୍ମୁଖରେ ଖଣ୍ଡାରେ ହାଣିଥିଲେ। ଏହାର ପ୍ରତିବାଦ କରିବାରୁ ଅପରାଧୀମାନେ ତାଙ୍କ ମା’ ମୀନାକ୍ଷୀ ମିଶ୍ରଙ୍କୁ ମଧ୍ୟ ଖଣ୍ଡାରେ ହାଣିଥିଲେ। ରାଜାଙ୍କ ମୁଣ୍ଡରେ ଖଣ୍ଡା ଚୋଟ ବାଜିଥିବା ବେଳେ ତାଙ୍କ ମା’ଙ୍କ ହାତରେ ଖଣ୍ଡା ଚୋଟ ବାଜିଥିଲା। ମହିଳାଙ୍କ ଅଭିଯୋଗକ୍ରମେ ପୋଲିସ ୧୯/୨୦ରେ ଏକ ମାମଲା ରୁଜୁ କରିଥିଲା।

କାର୍ ପୋଛା ବେଳେ ଦାଗ: ଦିବ୍ୟାଙ୍ଗ ଛାତ୍ରଙ୍କୁ ନିସ୍ତୁକ ପିଟିଲେ ଶିକ୍ଷକ
ଦିଗପହଣ୍ଡି,୧୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ତଲାସିଙ୍ଗି ସରକାରୀ ହାଇସ୍କୁଲର ଜଣେ ଶିକ୍ଷକଙ୍କ କାରରୁ ଧୂଳି ସଫା କରିବା ପାଇଁ ୯ମ ଶ୍ରେଣୀର...

ଆଜିଠୁ ନାମାଙ୍କନ ଦାଖଲ
ବ୍ରହ୍ମପୁର ଅଫିସ,୪ା୩: ଚଳିତ ବର୍ଷ ପାଇଁ ଗଞ୍ଜାମ ଓକିଲ ସଂଘର ନିର୍ବାଚନ ପାଇଁ ଆସନ୍ତା ୨୫ ତାରିଖ ଦିନ ଧାର୍ଯ୍ୟ ହୋଇଛି। ଏନେଇ ୪ ରୁ...

ପଶ୍ଚିମବଙ୍ଗରେ ଡାକ୍ତରଙ୍କୁ ମାଡ଼ ଘଟଣା :ଏମ୍କେସିଜିରେ ଜେଡିଏର କାମ ବନ୍ଦ, ରୋଗୀ ହଇରାଣ
ବ୍ରହ୍ମପୁର ଅଫିସ,୧୮ା୬-ପଶ୍ଚିମବଙ୍ଗର ଜୁନିୟର ଡ଼ାକ୍ତରଙ୍କୁ ଆକ୍ରମଣ ଘଟଣାର ଆନ୍ଦୋଳନ ଏବେ ବ୍ୟାପିବାରେ ଲାଗିଛି। ବ୍ରହ୍ମପୁର ଏମ୍କେସିଜି ମେଡିକାଲରେ ମଧ୍ୟ ଜୁନିୟର ଡ଼ାକ୍ତର ଏସୋସିଏଶନ୍ (ଜେଡିଏ) ତରଫରୁ...

ନିୟମ ମାନିଲେନି: ବିଦ୍ୟାଳୟରେ ବଣ୍ଟାହେଲା ବହି
ଆର.ଉଦୟଗିରି,୨୪ା୪(ଡି.ଏନ୍.ଏ.)- ଆର.ଉଦୟଗିରି ବ୍ଲକ ଆର.ଉଦୟଗିରି ଗ୍ରାମ ଗୋପବନ୍ଧୁ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ଅଭିଭାବଙ୍କୁ ବିଦ୍ୟାଳୟକୁ ଡକାଇ ଗୁରୁବାର ବହି ବାଣ୍ଟିଛନ୍ତି। କରୋନା ପାଇଁ ସ୍କୁଲ ବନ୍ଦ ଥିବାବେଳେ...

ଗଞ୍ଜାମ ଜିଲାରେ ସ୍କୁଲ ଛୁଟି ଘୋଷଣା
ବ୍ରହ୍ମପୁର ଅଫିସ,୨୫।୯:ଲଘୁଚାପର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଗଞ୍ଜାମ ଜିଲାରେ ମଧ୍ୟ ଗତ ତିନିଦିନ ହେଲା ପ୍ରବଳ ବର୍ଷା ଲାଗି ରହିଛି।...

ଗ୍ରେଡ୍ ପେ’ ବୃଦ୍ଧି ଦାବିରେ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକପତ୍ର
ପୁରୁଷୋତ୍ତମପୁର,୧୭ା୫(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ ଅମଲା ସଂଘର ମିଳିତ ମଞ୍ଚ ପକ୍ଷରୁ ଗ୍ରେଡ୍ ପେ’ ବୃଦ୍ଧି ଦାବିରେରେ...

ଲଣ୍ଡେଇ ପାହାଡ଼ ପଥର କ୍ୱାରୀରେ ଚଢ଼ାଉ: ୫ ଟ୍ରାକ୍ଟର, ବିପୁଳ ବିସ୍ଫୋରକ ଜବତ, ୧୧ ଗିରଫ
ଭଞ୍ଜନଗର,୩୦।୧୨(ଡି.ଏନ.ଏ): ବେଆଇନ ଭାବେ ମାଫିଆମାନେ ପାହାଡ଼ରେ ବିସ୍ଫୋରଣ କରି ଲକ୍ଷ ଲକ୍ଷ ଟଙ୍କାର ପଥର ଚୋରି କରି ନେଉଛନ୍ତି । ଏ ବାବଦରେ ବିପୁଳ ରାଜସ୍ବ...

ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ଟର୍ମିନାଲ ନିର୍ମାଣ ଦାବି
ବ୍ରହ୍ମପୁର ଅଫିସ,୨୯।୩: ବ୍ରହ୍ମପୁର ରେଳ ଷ୍ଟେଶନର ବିକାଶ, ରେଳ ଟର୍ମିନାଲ ନିର୍ମାଣ ଦାବିରେ ଓଡ଼ିଶା ଡେଭଲପ୍ମେଣ୍ଟ୍ ଫୋରମ୍ ପୂର୍ବତଟ ରେଲୱେ ଉପମହାପ୍ରବନ୍ଧକ ଅଶୋକ କୁମାର ମିଶ୍ର...