ମା’ କାଳୀଙ୍କ ରୂପତତ୍ତ୍ୱ

ଡ. ଭାଗ୍ୟଲିପି ମଲ୍ଲ
ଆଉ ଦିନକ ପରେ ଦୀପାବଳୀ ଓ କାଳୀପୂଜା। ଏହିଦିନ ଆମେ ମା’ କାଳୀଙ୍କୁ ଆବାହନ କରିବା। ମାତ୍ର କାହିଁକି ମମତାମୟୀ ମା’ର ଏ ଭୟଙ୍କର ରୂପ? ଏହି ପ୍ରଶ୍ନ ଅନେକଙ୍କ ମନରେ ଉଠିଥାଏ। ଏହାର ଉତ୍ତର ଜାଣିବା ପାଇଁ ଆମକୁ ପୁରାଣପୃଷ୍ଠାକୁ ଅବଲୋକନ କରିବାକୁ ହେବ। ଅବଶେଷରେ ଭୂଲୁଣ୍ଠିତ ହେଲା ମହିଷାସୁର। ସକଳ ଦର୍ପ, ସାମର୍ଥ୍ୟ, ଅହଂକାର ମୁହୂର୍ତ୍ତକରେ ଚୂନା ହୋଇଗଲା। ଅଶୁଭ ଶକ୍ତିର ପ୍ରତୀକ ମହିଷାର ଅହଂକାରରୁ ସଂସାରର ମୁକ୍ତି ଓ ଆନନ୍ଦ ପାଇଁ ସେଦିନ ମହାଶୂନ୍ୟରେ ସଞ୍ଚରିଗଲା ମାତୃତ୍ୱର କ୍ରୋଧପୂର୍ଣ୍ଣ ରୂପ। ସେ ଏବେ ବନ୍ଧନମୁକ୍ତ, ହୃଦୟରେ ରକ୍ତର ଛିଟା। ପାଦତଳେ ପୁଅର ରକ୍ତଭିଜା ଶବ। ଆଉ ସେ ନିଜେ? ନିଜକୁ ଚାହିଁଲେ, ଅନୁଭବ କଲେ, ଏକ ଅସହାୟ ନଗ୍ନତା। ମୁହୂର୍ତ୍ତକରେ ଚହଲିଗଲା ତାଙ୍କ ଚେତନା। ମାତୃତ୍ୱ ଓ ନାରୀତ୍ୱ ନିଜ ପାଖରେ କେତେ ଅସହାୟ ନୁହେଁ ସତରେ? କାରଣ ଭେଦିବାକୁ ତାଙ୍କୁ ସମୟ ଲାଗିଲାନି। ସେ ଅନୁଭବ କଲେ, ତାଙ୍କ ମହାମାତୃତ୍ୱ ଯେପରି ଦେବତାମାନଙ୍କର ଅହଂ-ପ୍ରତାରିତା।
ବଦଳିଗଲା ଦେହର ରଙ୍ଗ। ମହାକ୍ରୋଧର ରଙ୍ଗ କଳା। ଏବେ ସେ କାଳୀ। ରକ୍ତାଭ ଆଖି। ବେକରେ ମଣିଷର ମୁଣ୍ଡ ଓ ହାଡ଼ର ମାଳ। ଗୋଟିଏ ହାତରେ ପାନପାତ୍ର-ଖପୁରି, ଆର ହାତରେ ଖଡ୍‌ଗ। ଗୋଟିଏ ହାତରେ ତଳକୁ ଝୁଲି ରହିଛି ମଣିଷର କଟାମୁଣ୍ଡ, ଅନ୍ୟ ହାତଟିରେ ବରଦମୁଦ୍ରା। ମୁକୁଳା ଆଲୁଳାୟିତ କେଶ। ଲହଲହ ଜିଭ ଏବଂ ବିବସନା। ହାତ ଓ ପାଦରେ କରାଳ ଗତି, ଅବିଶ୍ରାନ୍ତ। ଏବେ ଲୋହିତଯାତ୍ରାର ପଦଧ୍ୱନି। ଦେବତାମାନଙ୍କ ଛଳନା ତାଙ୍କୁ ଉନ୍ମାଦିନୀ କରିଦେଲା। ନା, ଏବେ ସେ କାହାକୁ ବି ବଞ୍ଚତ୍ବାକୁ ଦେବେନି। ସଂହାର କରିବେ ସକଳ ସୃଷ୍ଟି।
ଏଣେ ଅଶୁଭଶକ୍ତିର ବିନାଶରେ ପୁଲକିତ ହେଉଥିବା ଦେବତାମାନେ ଉତ୍ସବ ମନାଉଥିଲେ। କାରଣ ଥିଲା ସୃଜନଶକ୍ତିକୁ ମଧ୍ୟ କ୍ଷମତାର ଶକ୍ତି ଅନ୍ଧ କରିଦେଇପାରେ। ମାତ୍ର ହଠାତ୍‌ ବଦଳିଗଲା ପରିମଣ୍ଡଳ। ଦେବଗଣ ଅନୁଭବ କଲେ, ସେମାନେ ଯେପରି କ୍ଷମତାପୀଡ଼ିତ ଏକ ଏକ ଅସହାୟତା। ଆଗରେ ନା ସମଗ୍ର ଜଗତରେ କାଳାନ୍ତରର ମହାରୂପ। ମହାକାଳୀଙ୍କର ସଂହାରଲୀଳା। ଅପେକ୍ଷା ରହିଛି ପୁନଃସୃଜନର। ମହାକାଳୀଙ୍କର ଏହି ତେଜୋଦୀପ୍ତ ରୂପ ଥିଲା ସେମାନଙ୍କ ପାଇଁ ପ୍ରଥମ ଓ ସ୍ବତନ୍ତ୍ର, ଅବର୍ଣ୍ଣନୀୟ। ସେମାନେ ଆତଙ୍କିତ, ଆତଙ୍କିତ ନିଜ ନିଜ ଅସ୍ତିତ୍ୱର ସୁରକ୍ଷା ପାଇଁ। ସେମାନେ ପ୍ରଥମଥର ପାଇଁ ଅନୁଭବ କଲେ ସୃଜନଶକ୍ତିର କ୍ରୋଧ ଆଗରେ କେତେ ଅସହାୟ କ୍ଷମତାର ଅହଂକାର। କାରଣ ସେଇ ଦେବତାମାନେ ହିଁ ମହିଷାକୁ ଅଭିଶାପ ଦେଇଥିଲେ, ମାତୃତ୍ୱର ଉଲଗ୍ନ ଦର୍ଶନ ହିଁ ହେବ ତା’ର ମୃତ୍ୟୁର କାରଣ। ମାତ୍ର ଏ ବୀଭତ୍ସ ରହସ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସ୍ବୟଂ ଆଦିମାତା। ଏ ରହସ୍ୟର ଭେଦ ଜାଣିବା ମାତ୍ରକେ ଚହଲିଗଲା ତାଙ୍କ ଚେତନା, ମାତୃତ୍ୱ ବିପ୍ଳବ କରିବାକୁ ଲାଗିଲା। ଲାଜ ଓ କ୍ରୋଧ ଏବେ ଏକାକାର।
ଦେବଗଣଙ୍କ ଭିତରେ ଦ୍ୱନ୍ଦ୍ୱ। କିପରି ରକ୍ଷା କରାଯାଇପାରିବ ସକଳ ସୃଷ୍ଟିକୁ? ବାଟ ଦିଶିଗଲା। ଅନୁଭବ କଲେ, ମରଣର ବିଷଜ୍ୱାଳାରୁ ଜଗତର ତ୍ରାଣ ପାଇଁ କେବଳ ଜଣେମାତ୍ର ସମର୍ଥ ବ୍ୟକ୍ତିତ୍ୱ, ସେ ନୀଳକଣ୍ଠ, ମହାଯୋଗୀ ଶିବ। ମହାମାୟାଙ୍କ ପ୍ରେମିକ ସ୍ବାମୀ। ସେମାନେ ମଙ୍ଗଳମୟଙ୍କ ଶରଣାପନ୍ନ ହେଲେ ସୃଷ୍ଟିକୁ ପୁନଃ ବିନାଶରୁ ରକ୍ଷା କରିବା ପାଇଁ। ମହାନଟ ଶିବଙ୍କ ମୁହଁରେ ଫୁଟିଉଠିଲା ପୌରୁଷର ହସ। ଅସ୍ତିବାଚକ ଆଶ୍ୱାସନା। ସେ ଜାଣନ୍ତି, ଭଲଭାବରେ ଜାଣନ୍ତି, ମହାମାୟାଙ୍କ ସର୍ଜନା ଆକାଂକ୍ଷାର ମହାନନ୍ଦରେ ବାରମ୍ବାର ନିଜର ଅସ୍ତିତ୍ୱକୁ ଆହୁତି ଦେଉଥିବା ସେ ହିଁ ଜଣେମାତ୍ର ନିର୍ଲିପ୍ତ ଅହଂକାର।
ପୁରୁଷର ପାଦ ଏଥର ପ୍ରକୃତି ପାଖକୁ। ତା’ ଆଗରେ ପ୍ରକୃତି ପ୍ରତି ମୁହୂର୍ତ୍ତରେ ବଦଳି ଯାଉଥିବା ଏକ ପ୍ରୀତିପଦ ଅସ୍ତିତ୍ୱ। ମହାକାଳୀ ରୂପରେ ଏବେ କେମିତି ଦିଶୁଥିବେ ସତୀ, ପାର୍ବତୀ? ମହାଭୈରବଙ୍କ ଚେତନାରେ ମହାକାଳୀଙ୍କ ରୂପତୃଷ୍ଣାକୁ ଶାନ୍ତ କରିବା ପାଇଁ ଉନ୍ମାଦନା। ସତେଯେପରି ମହାକାଳଙ୍କର ଅନ୍ୟ ଏକ ମୃତ୍ୟୁକୁ ଅପେକ୍ଷା।
ପ୍ରେମିକା ପତ୍ନୀଙ୍କ ଗତିର ଦିଗ ବାରି ଊର୍ଦ୍ଧ୍ୱମୁଖ ହୋଇ ଶୋଇପଡ଼ିଲେ ବାଟରେ। ସଂହାରିଣୀ ପତ୍ନୀଙ୍କ ପାଦ ଏବେ ପତିଙ୍କ ଛାତି ଉପରେ। ପତ୍ନୀଙ୍କର ଏ ରୂପ ଥିଲା ତାଙ୍କ ପାଇଁ ଅଦ୍ଭୁତ ଓ ଅନନ୍ୟ। ଅନୁଭବ କଲେ, ପ୍ରିୟତମାଙ୍କର ଗୋଟିଏ ହାତରେ ଜ୍ଞାନ (ଖଡ୍‌ଗ)- ସାଧକକୁ ମୁକ୍ତ କରୁଛି ଅଜ୍ଞାନତାର ଅନ୍ଧକାରରୁ; ଅନ୍ୟ ହାତରେ ତତ୍ତ୍ୱଜ୍ଞାନ (ମଣିଷର ଖପୁରି)- ଜ୍ଞାନତତ୍ତ୍ୱର ଆଲୋକ, ବାମ ହାତରେ ମଣିଷର କଟାମୁଣ୍ଡ- ମୃତ୍ୟୁଞ୍ଜୟୀ ହେବାର ସଂକଳ୍ପ, ଦକ୍ଷିଣ ହାତରେ ଭୟରୁ ମୁକ୍ତିବୋଧ (ଅଭୟମୁଦ୍ରା)ର ଆନନ୍ଦ ଓ ଜୀବନର ପ୍ରତିଶ୍ରୁତି ଏବଂ ମୁକୁଳା କେଶରେ କାମନାମୁକ୍ତିର ସଙ୍ଗୀତ। ଗଳାରେ ଲମ୍ବିତ ମୁଣ୍ଡମାଳର ଅକ୍ଷର(ଶବ୍ଦ) ଏବଂ ଲୋଳଜିହ୍ବାରେ କାଳକୁ କବଳିତ କରିବାର ମନ୍ତ୍ର।
ପ୍ରକୃତିର ଉନ୍ମୁକ୍ତ ରୂପ ଭିତରେ ଆତ୍ମମଗ୍ନ ହେବାର ପ୍ରବଳ ଇଚ୍ଛାଶକ୍ତି ଶିବଙ୍କ ଚେତନାରେ ଉଚ୍ଚକିତ ହେବାରେ ଲାଗିଲା। ଶବ ମାଧ୍ୟମରେ ସେ ଆତ୍ମପ୍ରକାଶ କଲେ। ଜାଗ୍ରତ ପୌରୁଷ। ପୌରୁଷର ସ୍ପର୍ଶରେ ପ୍ରକୃତି ଚେତନାରେ ଚମକ। ରାଗରେ କାନ୍ଦୁଥିଲେ। କାନ୍ଦୁ କାନ୍ଦୁ ହସିଦେଲେ। ଜାଗ୍ରତ କୁଣ୍ଡଳିନୀ। ପ୍ରକୃତି ଓ ପୁରୁଷଙ୍କର ଏବେ ମହାମିଳନ ମଶାଣିରୂପକ କାଳଭୂମିରେ। ଆଖିରେ ଆଖି ମିଶିଗଲା। ଶାନ୍ତ ଓ ସଜଳ। ଚାହିଁଲେ ନିଜକୁ। ଲାଜେଇ ଗଲେ। ଫୁଲ ହୋଇଗଲେ। ଗୋଟିଏ ନୁହେଁ; ଅଗଣିତ ଫୁଲ। ପ୍ରେମ, ମାତୃତ୍ୱ, ସେବା, ତ୍ୟାଗ, ସୌନ୍ଦର୍ଯ୍ୟ, ତିତିକ୍ଷା- ସକଳ ଭାବର ଫୁଲ। ସମସ୍ତେ ଏବେ ତା’ କୋଳରେ, ସମସ୍ତେ ଏବେ ତା’ର ପ୍ରେମ। ଆମେ ସେହି ମା’ କାଳୀଙ୍କୁ ଆରାଧନା କରିବା ।
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri