ମାସ୍କ ପିନ୍ଧ ନ ଥିବାରୁ ପୋଲିସ-ଯୁବକ ହାତାହାତି: ଯୁବକ ଆହତ

ବନ୍ତ,୯ା୫(ଡି.ଏନ୍‌.ଏ.) : ଭଦ୍ରକ ଜିଲା ବନ୍ତ ଥାନା ଛକଠାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି।  ମାସ୍କ ପିନ୍ଧି ନ ଥିବା ଜଣେ ଯୁବକଙ୍କୁ ପୋଲିସ ତାଗିଦ୍‌ କରିବା ଘଟଣାକୁ ନେଇ ପୋଲିସ ଓ ଯୁବକଙ୍କ ମଧ୍ୟରେ ମୁହାଁମୁହିଁ ହେବା ଏବଂ ଏଥିରେ ଯୁବକ ଜଣଙ୍କର ମୁଣ୍ଡ ଫାଟି ଡାକ୍ତରଖାନାରେ ଚିକିତ୍ସିତ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।  ପୋଲିସର କହିବା ଅନୁଯାୟୀ, ଥାନା ଛକଠାରେ ପୋଲିସ ପେଟ୍ରୋଲିଂ କରିବା ବେଳେ ନିଳୋକ ପଞ୍ଚାୟତ ଦୋଳପଦୀ ଗ୍ରାମର ରାଜୀବ ସାହୁ ମାସ୍କ ନ ପିନ୍ଧି ବୁଲାବୁଲି କରୁଥିଲେ।  ତାଙ୍କୁ ମାସ୍କ ପିନ୍ଧିବା ପାଇଁ ତାଗିଦ୍‌ କରାଯିବାରୁ ସେ ପୋଲିସ ସହ ଯୁକ୍ତିତର୍କ କରିଥିଲେ।  ଫଳରେ ପୋଲିସ ତାଙ୍କୁ ପିସିଆର ଭ୍ୟାନ୍‌କୁ ନେବା ବେଳେ ସେ ପୋଲିସ ଠାରୁ ଲାଠି ଛଡାଇ ଜଣେ କନଷ୍ଟେବଳଙ୍କୁ ପିଟିଥିଲେ।  ଫଳରେ କନଷ୍ଟେବଳଙ୍କ ପକେଟରେ ଥିବା ଏକ ମୋବାଇଲ ଭାଙ୍ଗି ଯିବା ସହ ଗୋଡ଼ରେ ଆଘାତ ଲାଗିଥିଲା।  ସମ୍ପୃକ୍ତ ଯୁବକଙ୍କଠାରୁ ଲାଠି ଛଡ଼ାଇବା ବେଳେ ଯୁବକ ଜଣକ ତଳେ ପଡି ଯାଇ ମୁଣ୍ଡ ଫାଟି ଯାଇଥିବା କଥା ପୋଲିସ କହିଛି।
ଅପରପକ୍ଷେ ସମ୍ପୃକ୍ତ ଯୁବକ ଜଣକ କହିବା ଅନୁଯାୟୀ, ସେ ଥାନା ଛକରେ ଥିବା ବେଳେ ପୋଲିସ ତାଙ୍କୁ କାହିଁକି ମାସ୍କ ପିନ୍ଧି ନାହଁ ବୋଲି କହି ପ୍ରଥମେ ଲାଠିରେ ପିଟିଥିଲା।  ଫଳରେ ସେ ଲାଠି ଛଡାଇ ପୋଲିସକୁ ଆକ୍ରମଣ କରିଥିବା କହିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ପ୍ରଥମେ ବନ୍ତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଭଦ୍ରକ ଜିଲା ମଖ୍ୟ ଚିକିତ୍ସାଳୟକୁ ପଠାଯାଇଛି।  ସେହିପରି ସମ୍ପୃକ୍ତ ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ବୋଲି ପରିବାର ଲୋକେ କହିଛନ୍ତି।  ଖବର ଲେଖାହେବା ପର୍ଯ୍ୟନ୍ତ ପୋଲିସ କିମ୍ବା ସମ୍ପୃକ୍ତ ଯୁବକଙ୍କ ପକ୍ଷରୁ କୌଣସି ଅଭିଯୋଗ ଥାନାରେ ହୋଇ ନ ଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାସ୍କ ନ ପିନ୍ଧି କରୁଥିଲେ ସଉଦା: ୬୦ଜଣ ଗଣିଲେ ୧୨ ହଜାର ଟଙ୍କା ଜରିମାନା

ବିଜେପୁର, ୨୧।୪(ଡି.ଏନ୍‌.ଏ.): କରୋନା ମହାମାରୀକୁ ପ୍ରତିହତ କରିବାକୁ ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି କ୍ରମରେ ବାହାରକୁ ବାହାରିବା ସମୟରେ...

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି : ଛାତ୍ର, ଯୁବ ବିଜେଡି ପକ୍ଷରୁ ରକ୍ତଦାନ ଶିବିର

ସୋନପୁର,୧୭।୪(ନି.ପ୍ର.): ପ୍ରବାଦ ପୁରୁଷ ତଥା ଜନନାୟକ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କ ଶୁକ୍ରବାର ୨୩ତମ ଶ୍ରାଦ୍ଧବାର୍ଷିକୀ। ଏହି ଅବସରରେ ବିଜେଡି ରାଜ୍ୟ ସଭାପତି ତଥା...

ପାଇପ୍‌ ଫାଟି ରାସ୍ତାରେ ପାଣି ଜମୁଛି

ନାଉଗାଁ,୧୩ା୧(ସ୍ବ.ପ୍ର.): ନାଉଗାଁ ବ୍ଲକ ଅନ୍ତର୍ଗତ ଗୋଠଦା ଗ୍ରାମରେ ଦୀର୍ଘ ୧୫ ଦିନରୁ ଊର୍ଦ୍ଧ୍ୱ ହେବ ପାଣି ପାଇପ୍‌ ଫାଟିଯାଇଛି। ଫଳରେ ରାସ୍ତାରେ ପାଣି ଜମିବା ସହ...

ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି।...

ଓଡ଼ିଆ ଅକ୍ଷରରେ କାର୍ଟୁନ ଶିକ୍ଷା

ବାଲେଶ୍ୱର ଅଫିସ, ୧୦।୪-କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ସାରା ଦେଶ ଏବେ ଲକ୍‌ଡାଉନ ରହିଛି। ଏହି ସମୟକୁ କିପରି ସଦୁପଯୋଗ କରାଯାଇପାରିବ ତାହାକୁ ନେଇ...

ଛିଣ୍ଡିଯାଇଛି ସମ୍ପର୍କର ରିଲ୍‌

ଢେଙ୍କାନାଳ ଅଫିସ, ୨୯।୭ ସଞ୍ଜ ଗଡ଼ିଲେ ଗଁ।ରେ ଜମୁଥିଲା ଆସର। ଲାଗୁଥିଲା ପ୍ରୋଜେକ୍ଟର। ଟଙ୍ଗା ଯାଇଥିବା ଧଳା କପଡ଼ା ଉପରେ ଧାଉଁଥିଲା ଛବି। ମନୋରଞ୍ଜନ ଭିତରେ...

ଭୟାନକ ରୂପ ନେଉଛି କଲେରା: କାଶୀପୁରରେ ୫ ଶିଶୁ ଆକ୍ରାନ୍ତ

ରାୟଗଡ଼ା ଅଫିସ/ଟିକିରି,୨୪ା୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ କଲେରା ଭୟାନକ ପରିସ୍ଥିତି ସୃଷ୍ଟି କରିଛି। ଏବେ ଛୋଟ ପିଲା ମଧ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ୩ରୁ...

କୃଷି ଉପକରଣ ସବ୍‌ସିଡି ଆତ୍ମସାତ୍‌

କେନ୍ଦ୍ରାପଡ଼ା ଅଫିସ,୨୩ା୫: ରାଜ୍ୟ ଓ କେନ୍ଦ୍ର ସରକାର କୃଷି ଓ କୃଷକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ଚାଷୀଙ୍କୁ ରିହାତି ଦରରେ ପମ୍ପସେଟ୍‌, ସ୍ପ୍ରେୟରଠାରୁ...

Advertisement
Archives

Model This Week