ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ

ଭଦ୍ରକ ଅଫିସ, ୧୦ା୪ – ଘରୁ ବାହାରିଲେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛି ଭଦ୍ରକ ଜିଲା ପ୍ରଶାସନ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ କରୋନାକୁ ମୁକାବିଲା କରିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଜିଲାପାଳ ଜ୍ଞାନରଞ୍ଜନ ଦାସ ସୂଚନା ଦେଇଛନ୍ତି। ପରିବା ମାର୍କେଟ୍‌, ମେଡିସିନ ଦୋକାନ, ଗ୍ରୋଶରୀ ଦୋକାନ, ପେଟ୍ରୋଲ ପମ୍ପ କିମ୍ବା ଯେକୌଣସି ସ୍ଥାନକୁ ଆସିଲେ ମାସ୍କ ପିନ୍ଧିବା ନିତାନ୍ତ ଆବଶ୍ୟକ ବୋଲି କୁହାଯାଇଛି। ଏପରିକି ରାସ୍ତାଘାଟରେ ପୋଲିସ ମାସ୍କ ପିନ୍ଧିବା ନିହାତି ଆବଶ୍ୟକ ବୋଲି ସଚେତନ କରାଯାଉଛି। ଯେଉଁ ବ୍ୟକ୍ତି ମାନେ ମାସ୍କ ପିନ୍ଧି ନ ଥିବେ ସେମାନଙ୍କଠାରୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଇଛି। ଭଦ୍ରକ ଜିଲାର ୧୭୬ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୧୬୨ଜଣଙ୍କ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ସେଥିମଧ୍ୟରୁ ୩ଟି ପଜିଟିଭ୍‌ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଉ ୧୧ ଜଣଙ୍କ ରିପୋର୍ଟ ଆସି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟୁତ ଆଘାତରେ ଜଣଙ୍କ ଜୀବନ ଗଲା

ସମ୍ବଲପୁର, ୬।୧୦(ବ୍ୟୁରୋ)- ସମ୍ବଲପୁର ଜିଲା ଯୁଯୁମୁରା ଥାନା ଧଦୁଲୁମୁଣ୍ଡା ଗ୍ରାମର ପଦ୍ମନାଭ ବିଶ୍ୱାଳଙ୍କ ବିଦ୍ୟୁତ ଆଘାତରେ ମୃତ୍ୟୁ ହୋଇଛି । ଜିଲା ସଦର ଡାକ୍ତରଖାନାରେ ଡାକ୍ତର...

ତଲାବିରା କୋଇଲା ଖଣି ଆଗରେ ଗ୍ରାମବାସୀଙ୍କ ଧାରଣା

ରେଙ୍ଗାଲି,୭।୬(ଡି.ଏନ.ଏ.)-ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ତଲାବିରା ୨ ଓ ୩ କୋଇଲା ଖଣି ଖନନ କାମ କରୁଥିବା ଏନ୍‌ଏଲ୍‌ସି କମ୍ପାନୀର ମନମୁଖି କାର୍ଯ୍ୟ ଏବଂ ବିଭିନ୍ନ...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହାଣିଲେ

ବ୍ରହ୍ମପୁର ଅଫିସ,୧୭ା୫- ବଡବଜାର ଥାନା ପାଣ୍ଡବନଗରର ଟୁଟୁ ହାତୀ (୩୫)ଙ୍କୁ ଗୁରୁବାର ରାତି ପ୍ରାୟ ୯ଟାବେଳେ ଦୁର୍ବୃତ୍ତମାନେ ଖଣ୍ଡାରେ ଆକ୍ରମଣ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ...

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଅସୁସ୍ଥ

ଝରିଗାଁ,୨୪।୬(ସ୍ବ.ପ୍ର.): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଧଙ୍ଗଡ଼ାମାଲ ଗ୍ରାମରେ ବୁଧବାର ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ ଜଣ ଅସୁସ୍ଥ ହୋଇଛନ୍ତି। ସେମାନେ ହେଲେ...

ପାଠ, ପରିବାର ପାଇଁ ପେଟ୍ରୋଲ ପମ୍ପରେ ଚାକିରି ସହ ଟ୍ରାଫିକ ଷ୍ଟୁଡେଣ୍ଟ ଭଲ୍ୟୁଣ୍ଟିୟର

ଜୟପୁର,୩୦।୧(ଡି.ଏନ୍‌.ଏ.) ଅର୍ଥର ଅଭାବ ଥିଲା, ତା’ ସାଙ୍ଗକୁ ପରିବାରର ଗୁଜୁରାଣ ଚିନ୍ତା। ଘରର କେଉଁ ପୁରୁଷ ମୁଣ୍ଡକୁ ନୁହେଁ, ବରଂ ୨ ଜଣ କିଶୋରୀଙ୍କୁ ଘାରିଥିଲା ଏହି...

କାଠଯୋଡ଼ିରୁ ଅଚିହ୍ନା ମୃତଦେହ ଉଦ୍ଧାର: ହୋଲିରେ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ

କଟକ ଅଫିସ,୧୩।୩: ସହରର ସୁଭାଷ ସେତୁ ନିକଟସ୍ଥ କାଠଯୋଡ଼ି ନଦୀରୁ ଶୁକ୍ରବାର ମଧ୍ୟାହ୍ନରେ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସିଡିଏ ଅଗ୍ନିଶମ ବିଭାଗ...

ବେଧଡ଼କ ଚାଲିଛି କୁକୁଡ଼ା ଲଢେଇ

କପ୍ତିପଦା,୪ା୧(ଡି.ଏନ.ଏ)- କୁକୁଡ଼ା ଲଢେଇ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଏକ ପରମ୍ପରା । ମାତ୍ର ରାଜ୍ୟ ସରକାର ଏହାକୁ ବେଆଇନ ଦର୍ଶାଇ ବନ୍ଦ କରିଥିବା ବେଳେ...

ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ ଆରମ୍ଭ :୪ ରୁଟ୍‌ରେ ସରକାରୀ ବସ୍‌ ଚଳାଚଳ ବନ୍ଦ

ବ୍ରହ୍ମପୁର ଅଫିସ,୩ା୧୨-ସୋମବାରରୁ ଆସନ୍ତା ୮ତାରିଖ ପର୍ଯ୍ୟନ୍ତ ମାଓବାଦୀଙ୍କ ପିଏଲ୍‌ଜିଏ ସପ୍ତାହ ପାଳନ କରାଯାଉଛି । ପୂର୍ବରୁ ସପ୍ତାହ ପାଳନ ବେଳେ ବ୍ୟାପକ ହିଂସା ହୋଇଥାଏ। ସରକାରୀ...


Coronavirus Update

Archives

Model This Week

Why Dharitri