ମାସକରେ ସମ୍ପୂର୍ଣ୍ଣ ହେବ ରେଲୱେ ଓଭରବ୍ରିଜ୍‌

ବ୍ରହ୍ମପୁର ଅଫିସ,୨୯ା୧-ବ୍ରହ୍ମପୁର ଇଞ୍ଜିନିୟରିଂ ସ୍କୁଲ ଏବଂ ଆଙ୍କୁଲି ଶିଳ୍ପାଞ୍ଚଳ ଛକ ପର୍ଯ୍ୟନ୍ତ ନିର୍ମାଣାଧୀନ ରେଲୱେ ଓଭରବ୍ରିଜ ମାସକ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ପୃକ୍ତ ପୂର୍ତ୍ତ ବିଭାଗ ଇଞ୍ଜିନିୟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣ କାର୍ଯ୍ୟରେ ବାଧକ ସାଜିଥିବା କେତେକ ଘରୋଇ ଘର ଓ ଜମିର ପୁନର୍ବାର ଡିମାର୍କେଶନ କରିବା ପାଇଁ ରାଜସ୍ବ ବିଭାଗ ଏବଂ କ୍ଷତିପୂରଣ ସମସ୍ୟା ତୁଟାଇବାକୁ ମଧ୍ୟ ଜିଲାପାଳ ଆଦେଶ ଦେଇଥିଲେ। ବ୍ରିଜ ନିର୍ମାଣରେ ଅହେତୁକ ବିଳମ୍ବ ଯୋଗୁ ପ୍ରତିଦିନ ଶହ ଶହ ଲୋକ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହାର ସମାଧାନ ଦାବି ନେଇ ସକଳେଶ୍ୱର ଓଭରବ୍ରିଜ କ୍ରିୟାନୁଷ୍ଠାନ କମିଟି ବହୁବାର ଦାବି ପରେ ବୃହତ୍‌ ଜନ ଆନ୍ଦୋଳନ ଧମକ ଦେବା ପରେ ମଙ୍ଗଳବାର ଅପରାହ୍ନରେ ସ୍ଥିତି ଅନୁଧ୍ୟାନ ପାଇଁ ଶିଳ୍ପାଞ୍ଚଳରେ ପହଞ୍ଚତ୍ଥିଲେ ଜିଲାପାଳ। ତାଙ୍କ ସହିତ ଉପଜିଲାପାଳ ସିନ୍ଧେ ଦତ୍ତାତ୍ରେୟ ଭାଉସାହେବ, ବ୍ରହ୍ମପୁର ତହସିଲଦାର ଓ ଅନ୍ୟ ରାଜସ୍ବ ଅଧିକାରୀ ତଥା କର୍ମଚାରୀ ଏବଂ ପୂର୍ତ୍ତ ବିଭାଗ ଡିଭିଜନ ନଂ ୨ର ଇଞ୍ଜିନିୟର ଥିଲେ।
କ୍ରିୟାନୁଷ୍ଠାନ କମିଟି ସଦସ୍ୟ ଓ ଅନେକ ଅଞ୍ଚଳବାସୀ ଉପସ୍ଥିତ ରହି ଜିଲାପାଳଙ୍କୁ ସମସ୍ୟା ଜଣାଇଥିଲେ। ଜଣେ ରାଜସ୍ବ ବିଭାଗ ଅଧିକାରୀ ଓ ଆଉ କେତେକ ଅବସରପ୍ରାପ୍ତ କର୍ମଚାରୀ ବିଭିନ୍ନ ଭାବେ ଚାପ ପକାଇ ସେମାନଙ୍କ ଘର ଉଚ୍ଛେଦ ନ କରିବା ପାଇଁ ରାସ୍ତା ନକ୍ସା ବଦଳାଇଥିବାରୁ ନିର୍ମାଣ କାର୍ଯ୍ୟ ଶେଷ ହୋଇପାରୁ ନ ଥିବା ଜିଲାପାଳଙ୍କୁ ଅବଗତ କରାଯାଇଥିଲା। ଉପସ୍ଥିତ ଥିବା ଭୂ-ଅର୍ଜନ ଅଧିକାରୀଙ୍କୁ କ୍ଷତି ପୂରଣ ସମସ୍ୟା ତୁଟାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅଦାଲତରେ ରୁଜୁ ମାମଲାର ଫଇସଲା ଲାଗି ମଧ୍ୟ ତ୍ୱରିତ ପଦକ୍ଷେପ ନିଆଯିବାର କୁଲାଙ୍ଗେ କ୍ରିୟାନୁଷ୍ଠାନ କମିଟିକୁ ଆଶ୍ୱାସନା ଦେଇଥିଲେ। ମାସକ ମଧ୍ୟରେ ସବୁ ସମସ୍ୟା ସମାଧାନ କରାଯାଇ ଓଭରବ୍ରିଜ ଓ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ କରାଯିବାର କୁହାଯାଇଥିଲା।
କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବସନ୍ତ ନନ୍ଦ, ବାବୁଲା ନାୟକ, ଏଲ. ସୁଦାମ ଦାସ, ଗିରିଧାରୀ ରେଡ୍ଡୀ, ତୁମ୍ବେଶ୍ୱର ନାୟକ, ବାପୁଜୀ ପାତ୍ର, ସୁନୀଲ ମଣ୍ଡଳ, ଶିବ ଶଙ୍କର ନାୟକ, ବଦ୍ରି ନାରାୟଣ ମିଶ୍ର, ବାବୁଜୀ ମହାନ୍ତି, ଦାଶରଥି ନାୟକ, ସୁବୋଧ ମିଶ୍ର ଓ ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନା ଅଭିଯୋଗ: ୪ଜଣଙ୍କ ନାମରେ ମାମଲା

ଭଣ୍ଡାରିପୋଖରୀ,୩୦।୫(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ନେରଡ଼ା ପଞ୍ଚାୟତରେ ଜଣେ ବଧୂଙ୍କୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀଙ୍କ ସମେତ ୪ ଜଣଙ୍କ...

ମାଛ ବିକ୍ରି ଆରମ୍ଭ କଲେ ସ୍ବୟଂ ସହାୟକ ଗୋଷ୍ଠୀ

ଦେବଗଡ,୨୨ା୪(ଡି.ଏନ.ଏ.)-ଲକ୍‌ ଡାଉନ ସମୟରେ ଜୀବନ ଓ ଜୀବିକା ଗୁରୁତ୍ୱପୂର୍ଣ୍ଣ ା ଏହା ହୃଦୟଙ୍ଗମ କରି ରାଜ୍ୟ ସରକାର କେତେକ କ୍ଷେତ୍ରରେ କରୋନା ପାଇଁ ନିଆଯାଇଥିବା କେତେକ...

ଅଟୋ ଓଲଟି ବୃଦ୍ଧାଙ୍କ ଜୀବନ ଗଲା

ରାୟଗଡ଼ା ଅଫିସ,୧୪।୧୨: ରାୟଗଡ଼ା ଜିଲା ସେସକାଲ ଥାନା ଅଧିନସ୍ଥ ଗ୍ରାମର ବାଇସିଂ ଘାଟିରେ ଏକ ଓଟୋ ଓଲଟି ଜଣେ ବୃଦ୍ଧାଙ୍କ ଜୀବନ ଚାଲିଯାଇଛି। ସୂଚନାଯୋଗ୍ୟ, କାଶୀପୁର...

ଭୂତ ବେଶରେ ସଚେତନତା

ପାଲଲହଡ଼ା, ୧୬ା୪(ଡି.ଏନ.ଏ.) ମହାମାରୀ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରିବାକୁ ଅଭିନବ ଉପାୟ ବାଛିଛନ୍ତି ପାଲଲହଡ଼ା ଅଞ୍ଚଳର ସ୍ବେଚ୍ଛାସେବୀ ଦିଲୀପ କୁମାର ପ୍ରଧାନ। ଭୂତ ଭଳି ବେଶ...

ବଜାର ନିୟନ୍ତ୍ରଣ କମିଟିର ଚଞ୍ଚକତା ଅଭିଯୋଗ: ଟ୍ୟାକ୍ସ ଫାଙ୍କୁଛନ୍ତି ବାହାର ବ୍ୟବସାୟୀ

ଦାରିଙ୍ଗବାଡ଼ି,୮।୬(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ କାର୍ଯ୍ୟ କରୁଥିବା ନିୟନ୍ତ୍ରିତ ବଜାର କମିଟି (ରାଇକିଆ) ପକ୍ଷରୁ ଅଞ୍ଚଳରେ ଚଞ୍ଚକତା କରାଯାଉଥିବା ଶନିବାର ସ୍ଥାନୀୟ ବ୍ୟବସାୟୀ ଅଭିଯୋଗ...

ଘାଟିକୁଣ୍ଡ୍ରୁରେ ଲାଗିଛି ମାଓବାଦୀ ପୋଷ୍ଟର

ଭବାନୀପାଟଣା,୨୯।୧୦(ଡି.ଏନ୍‌.ଏ.): ବେଶ୍‌ କିଛି ଦିନ ନୀରବତା ପରେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକରେ ଲାଲବାହିନୀ ତାର ଉପସ୍ଥିତି ଜାହିର କରିଛି। ଗୁରୁବାର ସକାଳୁ ମାଳିଯୁବାଙ୍ଗ ପଞ୍ଚାୟତ...

ଦୁର୍ନୀତି ପ୍ରତିବାଦରେ ୪୧ନଂ. ରାଜ୍ୟ ରାଜପଥ ଅବରୋଧ କଲେ ଲୋକେ

ମାଲକାନଗିରି,୨୪।୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକର ଖୁଣ୍ଟିଗୋରା ପଞ୍ଚାୟତ ଛକ ୪୧ନଂ. ରାଜ୍ୟ ରାଜପଥକୁ ଦୁର୍ନୀତିର ପ୍ରତିବାଦ ନେଇ ଶତାଧିକ ମହିଳା ଓ ପୁରୁଷ ରାସ୍ତା...

ରାସ୍ତା ଭାଙ୍ଗି ଅଡ଼ୁଆରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌

ଯାଜପୁର ଅଫିସ,୧୨ା୧୧: ଗ୍ରାମ୍ୟ ନିର୍ମାଣ ବିଭାଗ ଅଧୀନ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (ଏମ୍‌ଏମ୍‌ଏସ୍‌ୱାଇ) କ୍ଷେତ୍ରରେ ଯାଜପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ପଞ୍ଚାୟତିରାଜ ବିଭାଗର...

Advertisement
Archives

Model This Week