ମାଳଦୀପରେ ଚାକିରି କରାଇ ଦେବା ନା’ରେ ଠକେଇ: ଅଭିଯୁକ୍ତ ଗିରଫ

ବ୍ରହ୍ମପୁର ଅଫିସ,୫ା୧୦-ସୁଦୂର ମାଲଦୀପରେ ଚାକରି କରାଇଦେବା ନା’ରେ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକଙ୍କଠାରୁ ଟଙ୍କା ଠକେଇ କରିଥିବା ଅଭିଯୋଗରେ ବୈଦ୍ୟନାଥପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ ଲାଞ୍ଜିପଲ୍ଲୀର ଏନ.ବାଳକୃଷ୍ଣ ରେଡ୍ଡୀ (୩୫)। ୯ ଜଣ ଯୁବକଙ୍କଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ବାଳକୃଷ୍ଣ ଠକେଇ କରିଛନ୍ତି। ମାମଲା ନମ୍ବର ୨୦୮/୧୯ରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ବାଳକୃଷ୍ଣ ଗତ କିଛିମାସ ତଳେ ଲାଞ୍ଜିପଲ୍ଲୀରେ ଏକ ଅଫିସ କରିଥିଲେ। ଅନଲାଇନ ଜରିଆରେ ମାଲଦୀପରେ ବେକାର ଯୁବକଙ୍କ ଚାକିରି କରାଇଦେବେ ବୋଲି ସେ ଗୋଳନ୍ଥରା ଥାନା ମାର୍କଣ୍ଡି ଗ୍ରାମର କୈଳାସ ସେଠୀଙ୍କୁ କହିଥିଲେ। ଏଥିପାଇଁ ଜଣ ପିଛା ୬୦ ହଜାର ଟଙ୍କା ଦେବାକୁ କହିଥିଲେ। ପରେ ବାଳକୃଷ୍ଣ ୯ ଯୁବକଙ୍କ ଠାରୁ ୫ ଲକ୍ଷ ୮୫ ହଜାର ଟଙ୍କା ଠକି ନେଇଯାଇଥିଲେ। ଗତ ମାସରେ ଯୁବକମାନଙ୍କୁ ଭୁବନେଶ୍ୱର ନେଇ ନକଲି ଭିସା ଧରାଇ ସେଠାରୁ ସେ ଖସି ଆସିଥିଲେ। ପରେ ଯୁବକମାନେ ଠକେଇର ଶିକାର ହୋଇଥିବା ଜାଣିବାରୁ ବାଳକୃଷ୍ଣଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ଯୁବକମାନଙ୍କୁ ସେ ଧମକଚମକ ଦେଇଥିଲେ। ଗୁରୁବାର ମାର୍କଣ୍ଡି ଗ୍ରାମର କୈଳାସ ଏ ନେଇ ବୈଦ୍ୟନାଥପୁର ଥାନାରେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରି ନିର୍ବାଚନମଣ୍ଡଳୀରେ ବିଜେଡିର ସାଲୁଗା ବିଜୟୀ

ଦାରିଙ୍ଗବାଡ଼ି,୨୪।୫(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ବିଜୟୀ ହୋଇଛନ୍ତି। ସାଲୁଗା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଶ୍ୟାମଘନ...

୨୦ ହଜାର ଟଙ୍କା ଠକେଇ, ଯୁବକ ଗିରଫ

ଫୁଲବାଣୀ ଅଫିସ, ୨୪ା୭: ନିଜକୁ କାଳିଆ ଏଜେଣ୍ଟ ପରିଚୟ ଦେଇ ଏଟିଏମ୍‌ ବଦଳାଇ ୨୦ ହଜାର ଟଙ୍କା ଜଣେ ଯୁବକ ଲୁଟ୍‌ କରିଛନ୍ତି। ଲୁଟର ଶୀକାର...

ଜବରଦଖଲ ଉଚ୍ଛେଦ ପ୍ରତିବାଦରେ ଧାରଣା, ରାସ୍ତାରୋକୋ

ଆସିକା,୧୫ା୨ (ଡି.ଏନ୍‌.ଏ.) – ଆସିକା ଏନ୍‌ଏସି ପକ୍ଷରୁ ଗୁରୁବାର ଆସିକା ସହରର ଜନଗହଳିପୂର୍ଣ୍ଣ କୁମ୍ଭାରସାହି ଛକ, ବିନାୟକ ବଜାର, ଲକ୍ଷ୍ମୀ ବଜାର, ବସ୍‌ଷ୍ଟାଣ୍ଡ, କଳିଙ୍ଗା ରୋଡ...

ବିକାଶ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ପୋଲସରା,୧୬।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୋଲସରା ଥାନା ଅଧୀନ କଳମ୍ବ ଗ୍ରାମରେ ଶନିବାର ସାମାନ୍ୟ ବଚସାରୁ ବିକାଶ ସାହୁ ଓରଫ କାଉ(୨୮)ଙ୍କୁ ହତ୍ୟା କରାଯାଇଥିଲା। ଏନେଇ ପୋଲସରା...

ଘର ଘର ବୁଲି ସ୍ବାସ୍ଥ୍ୟଯାଞ୍ଚର ଶୁଭାରମ୍ଭ କଲେ ଜିଲାପାଳ

ଶେରଗଡ଼,୧୦ା୭(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ଶୁକ୍ରବାର ଶେରଗଡ଼ ବ୍ଲକ ଅଲାରିଗଡ଼ରେ ପହଞ୍ଚତ୍ ଘର ଘର ବୁଲି ସ୍ବାସ୍ଥ୍ୟ ଯାଞ୍ଚର ଶୁଭାରମ୍ଭ କରିଛନ୍ତି। କୌଣସି...

ଦିଗପହଣ୍ଡିରେ ପ୍ରଶାସନ ପକ୍ଷରୁ ମାନବ ଶୃଙ୍ଖଳ

ଦିଗପହଣ୍ଡି,୨୭ା୩(ଡି.ଏନ.ଏ.)-ଗଞ୍ଜାମ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ତହସିଲ ପକ୍ଷରୁ ଶୁକ୍ରବାର ସ୍ଥାନୀୟ ପୁଞ୍ଜିକଁୟା ଛକରେ କରୋନା ସଚେତନତା ପାଇଁ ମାନବ ଶୃଙ୍ଖଳ କରାଯାଇଥିଲା। ତହସିଲଦାର ଅଦ୍ୱୈତ...

ଗୁଳିମାଡ଼ରୁ ବର୍ତ୍ତିଲେ ଇଟାଭାଟି ସୁପରଭାଇଜର

ଦିଗପହଣ୍ଡି,୭ା୩(ଡି.ଏନ.ଏ.) ଦିଗପହଣ୍ଡି ଥାନା ଅଧୀନ ମହୁଡ଼ା ଗ୍ରାମ ନିକଟରେ ଜଣେ ଇଟାଭାଟି ସୁପରଭାଇଜରଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ବ୍ରହ୍ମପୁର...

ବାହୁଦାରେ ଭାସୁଛି ମଲା ମାଛ

ଚିକିଟି,୧୩।୭(ପ୍ରକାଶ ଚନ୍ଦ୍ର ସାହୁ)ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ ସୁନପୁର ଗ୍ରାମ ନିକଟରେ ଥିବା ବାହୁଦା ନଦୀରେ ବୁଧବାର ସକାଳେ ମାଛ ମଡ଼କ ଦେଖିବାକୁ ମିଳିଛି।...

Advertisement
Archives

Model This Week