ମାଲେସିଆ ଜାହାଜ ଅଟକିବା ପ୍ରସଙ୍ଗ:ଜିଲାପାଳ, ଏସ୍‌ପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ନୋଟିସ

ପୁରୀ ଅଫିସ, ୧।୧୦: ମାଲେସିଆର ଏକ ପଣ୍ୟବାହୀ ଜାହାଜ ଅଚଳ ହୋଇପଡ଼ିିବାରୁ ଚିଲିକା ମୁହାଣ ନିକଟରେ ଅଟକି ରହିଥିଲା। ଏହି ଘଟଣାରେ ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି) ପୁରୀ ଜିଲାପାଳ, ଏସ୍‌ପି ଏବଂ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ନୋଟିସ୍‌ କରିଛନ୍ତି। ଉକ୍ତ ଘଟଣାରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨ତାରିଖରେ ଏହି ମାଲେସିଆ ଜାହାଜ ମୋଙ୍ଗଲା ବନ୍ଦରରୁ ବାହାରି ବିଶାଖାପାଟଣା ଅଭିମୁଖେ ଯାଇଥିଲା। ସେଠାରୁ ଫେରିବାବେଳେ ଅଚଳ ହୋଇପଡ଼ିବାରୁ ଓଡ଼ିଶା ଉପକୂଳକୁ ଚାଲି ଆସିଥିଲା। ଏଥିସହ ଏହାର ବୈଷୟିକ ତ୍ରୁଟି ମଧ୍ୟ ପରିଲକ୍ଷିତ ହୋଇଥିଲା। ଏ ସଂକ୍ରାନ୍ତରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ଜାହାଜ ମାଲିକଙ୍କୁ ଅବଗତ କରାଯିବା ସହ ଏଥିରେ ଥିବା ତେଲ ଲିକ୍‌ ହେଲେ ଚିଲିକାର ଜୈବ ବିବିଧତା ନଷ୍ଟ ହେବ ବୋଲି କୁହାଯାଇଥିଲା। ଏ ନେଇ ମାନବାଧିକାର କର୍ମୀ ଅଖଣ୍ଡ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାରେ ଏନ୍‌ଏଚ୍‌ଆର୍‌ସି ଉପରୋକ୍ତ ୩ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିଛନ୍ତି। ଉଲ୍ଲେଖଥାଉ କି, ଏହି ଜାହାଜରୁ ତେଲ କଢାଯାଇ ଏହାର ଇଞ୍ଜିନ ଚାଲିଗଲାଣି, କିନ୍ତୁ କଣ୍ଟେନର ଏପର୍ଯ୍ୟନ୍ତ ଯାଇପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନୂପୁର ନୃତ୍ୟ ସଙ୍ଗୀତ ଉତ୍ସବ ଦ୍ୱିତୀୟ ଦିବସ: କୁଚିପୁଡି, ଢାପ, ଗୋଟିପୁଅ ନୃତ୍ୟ ଆକର୍ଷଣ ସାଜିଲା

ଦେବଗଡ଼, ୧୮।୧(ଡି.ଏନ୍‌.ଏ.)- ଦେବଗଡ଼ ଜିଲାର ଅଗ୍ରଣୀ ରୁମୁକୁଝୁମା ସାଂସ୍କୃତିକ ଅନୁଷ୍ଠାନ ଓ ଭକ୍ତବନ୍ଧୁ ଟ୍ରଷ୍ଟ ମିଳିତ ଆନୁକୂଲ୍ୟରେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ଜିଲାସ୍ତରୀୟ ନୂପୁର...

୧୦ ମତ୍ସ୍ୟଜୀବୀଙ୍କ ସ୍ବାବ୍‌ ପରୀକ୍ଷା

ଛତ୍ରପୁର,୩୦ା୪(ଡି.ଏନ୍‌.ଏ.) : ଚେନ୍ନାଇରୁ ୩୩ ଜଣ ମତ୍ସ୍ୟଜୀବୀ ସମୁଦ୍ର ପଥରେ ଏକ ବୋଟ୍‌ ଯୋଗେ ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ନିକଟ ଫିସେରୀ ଜେଟିଠାରେ...

ଜୁଲାଇ ୧ରୁ ହେବ ସାଳନ୍ଦୀରୁ ଦଳ ସଫା

ଭଦ୍ରକ ଅଫିସ, ୧୧ା୬-ବର୍ଷାଦିନକୁ ଆଖି ଆଗରେ ରଖି ଜଳ ନିଷ୍କାସନର ସୁବ୍ୟବସ୍ଥା ପାଇଁ ସାଳନ୍ଦୀ ନଦୀରୁ ଦଳ ସଫା କରାଯିବା ପାଇଁ ଜିଲାପାଳ ଜଳସେଚନ ବିଭାଗକୁ...

ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର

ପୁରୀ ଅଫିସ, ୨୫-୯:ଶୀଘ୍ର ନୂଆ ରୂପ ନେବ ସ୍ବର୍ଗଦ୍ୱାର। ବଦଳିବ ଏହାର ଚେହେରା। ଆଗକୁ ପୁରୀ ପାଇଁ ଯେଉଁ ବିକାଶର ଚିତ୍ର ପରିକଳ୍ପନା କରାଯାଇଛି ସେଥିରେ...

ମଞ୍ଜୁରୀ ରୋଡ୍‌ରେ କୁକୁର ଆତଙ୍କ, ୧୦ରୁ ଊର୍ଦ୍ଧ୍ୱ ଆହତ

ଭଣ୍ଡାରିପୋଖରୀ, ୨୨।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରୀ ରୋଡ୍‌ ଅଞ୍ଚଳରେ ମଙ୍ଗଳବାର ସକାଳେ କୁକୁର ଆତଙ୍କ ଦେଖାଦେଇଛି। କୁକୁର କାମୁଡ଼ାରେ ୧୦ରୁ ଊର୍ଦ୍ଧ୍ୱ ଆହତ...

ମୃତଦେହ ପାଖକୁ ଆସିଲେନି ଘର ଲୋକେ

କେନ୍ଦୁଝର,୧୪।୫(ସ୍ବ.ପ୍ର/ଡି.ଏନ୍‌.ଏ.): କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ଥିବା କେନ୍ଦୁଝର ଜିଲା ଶୁଆକାଟୀର ପ୍ରହଲ୍ଲାଦ ସେଠୀଙ୍କ ଗୁରୁବାର ଅପରାହ୍ନରେ ମୃତ୍ୟୁ ଘଟିଥିଲା। ହେଲେ ତାଙ୍କ ମୃତ୍ୟୁ...

ଦୀପାବଳି: ବିକ୍ରି, ଫୁଟାଇବା ନିଷିଦ୍ଧ

ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଆସନ୍ତା ୧୪ ତାରିଖରେ ଦୀପାବଳି ପାଳିତ ହେବ। ଆଲୋକର ଏହି ପର୍ବରେ ବାଣ ବିକ୍ରି କିମ୍ବା ଫୁଟାଇବାକୁ ନିଷେଧ କରାଯାଇଛି। ନଭେମ୍ବର ୧୦ରୁ ୩୦...

ରାଜ୍ୟରେ କରୋନା ନେଲା ଆଉ ୫ ମୁଣ୍ଡ

ଭୁବନେଶ୍ୱର,୨୧।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ବୁଧବାର ରାଜ୍ୟରେ କରୋନା ଆଉ ୫ ଜଣଙ୍କ ଜୀବନ ନେଇଛି।...

Advertisement


Archives

Model This Week