ମାଲେସିଆ ଜାହାଜରୁ ତେଲକଢ଼ା ଆରମ୍ଭ

ବ୍ରହ୍ମଗିରି, (ଡି.ଏନ୍‌.ଏ.)/ ପୁରୀ ଅଫିସ ୩୦।୮: ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ରାଜହଂସ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁୁ ଲାଗିଥିବା ମାଲେସିଆର ପଣ୍ୟବାହୀ ଜାହାଜରୁ ଶୁକ୍ରବାର ତେଲ କଢ଼ା ଆରମ୍ଭ ହୋଇଛି। ଏଥିରେ ରହିଥିବା ୪୦ ହଜାର ଲିଟର ତେଲ ପାଇଁ ଅନେକ କଳ୍ପନାଜଳ୍ପନା ଉଙ୍କି ମାରୁଥିଲା। ତେବେ ଶୁକ୍ରବାର ତେଲ କଢ଼ା ଆରମ୍ଭ ହେବା ପରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ଏହି ଜାହାଜରୁ ପ୍ରାୟ ୯ ହଜାର ଲିଟର ତେଲ ବାହାର କରାଯାଇଥିବା ସୂଚନା ମିଳିଛି।
ଗତ ୮ ତାରିଖରେ ମାଲେସିଆର ପଣ୍ୟବାହୀ ଜାହାଜ ଜିନ ହ୍ବା-୩୨ ବଙ୍ଗୋପସାଗରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ କୃଷ୍ଣପ୍ରସାଦ ବ୍ଲକର ରାଜହଂସ ନିକଟରେ ଲାଗିଥିଲା। ଜାହାଜରୁ ତେଲ ଖାଲି କରିବା ପାଇଁ ୮ ଦିନ ତଳେ ଜିଲା ପ୍ରଶାସନ ତତ୍ପର ହୋଇଥିଲା। ଫଳରେ ଉକ୍ତ ଜାହାଜ ମାଲିକଙ୍କ ସହ ଯୋଗାଯୋଗ କରି ତେଲ କଢାଯିବା ପ୍ରକ୍ରିୟା ଆରମ୍ଭ କରାଯାଇଛି। ବୁଧବାର ୩ଟି ଦଳ ଜାହାଜ ନିକଟରେ ପହଞ୍ଚତ୍ ପାଇପ ପକାଇବା କାମ ଆରମ୍ଭ କରିଛନ୍ତି। ପାରାଦୀପସ୍ଥିତ ମେରାଇନ ସର୍ଭେରୁ ଶରତ ଚନ୍ଦ୍ର ସାହୁ ଜାହାଜର ସ୍ଥିତି ତଦନ୍ତ କରିବା କାର୍ଯ୍ୟରେ ନିୟୋଜିତ ହୋଇଥିବା ସମୟରେ ଏହି ତେଲ କାଢିବା ପାଇଁ କଲିକତାର ଲଡ୍ସ ବ୍ଲୁଟେକ କମ୍ପାନୀର ଯନ୍ତ୍ରୀ ବୈଷୟିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଜାହାଜରୁ ତେଲ କାଢିବା ପାଇଁ ପାଇପ ସଂଯୋଗ କରିବା ଲାଗି ବାଲେଶ୍ୱରରୁ ଏକ ୬ ଜଣିଆ ଦଳ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଶୁକ୍ରବାର ଏକ ଉଚ୍ଚ କ୍ଷମତା ସମ୍ପନ୍ନ ପମ୍ପ ଲଗାଯାଇ ଏଥିରୁ ତେଲ ବାହାରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପମ୍ପଟି ପ୍ରତି ୪୦ ମିନିଟରେ ୨୨ଶହ ଲିଟର ତେଲ ବାହାର କରିବ। ୨ଦିନ ମଧ୍ୟରେ ଜାହାଜରୁ ସମସ୍ତ ତେଲ ବାହାର ହୋଇଯିବ। ଜାହାଜରୁ ସମ୍ପୂର୍ଣ୍ଣ ତେଲ ବାହାରିବା ପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲା ପ୍ରଶାସନ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଚାଲିଗଲା କୋଭିଡ୍‌ ଟିକା ନେବାକୁ ଯାଉଥିବା ଦମ୍ପତିଙ୍କ ଜୀବନ

ବୌଦ୍ଧ,୮।୪: ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥର ରାଧାନଗରଠାରେ ଗୁରୁବାର ଏକ ସଡ଼କ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବୌଦ୍ଧ...

ସ୍ବାଧୀନତା ଦିବସ ପାଇଁ ଗାଇଡ୍‌ଲାଇନ୍‌ ଜାରି: ଜାଣନ୍ତୁ କ’ଣ କରିବେ ନାହିଁ…

ଭୁବନେଶ୍ୱର, ୧୧।୮(ବ୍ୟୁରୋ): ଚଳିତବର୍ଷ କୋଭିଡ୍‌ ନିୟମ ମାନି ପାଳିତ ହେବ ସ୍ବାଧୀନତା ଦିବସ। ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। କୋଭିଡ୍‌ ନିୟମ...

ବ୍ୟାଟେରି ଚୋରି ଅଭିଯୋଗ ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ

ଚାନ୍ଦବାଲି,୨୮।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଚାନ୍ଦବାଲି ଥାନା ଅଞ୍ଚଳରୁ ବିଭିନ୍ନ ଟ୍ରାକ୍ଟର, ଟ୍ରକରୁ ବ୍ୟାଟେରି ଚୋରି ଅଭିଯୋଗ ହେଉଥିବା ବେଳେ ଶନିବାର ସନ୍ଧ୍ୟାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ...

ଦାରିଙ୍ଗବାଡ଼ିରେ ପୁଣି ତୁଷାରପାତ, ତାପମାତ୍ରା ୭ ଡିଗ୍ରୀ

ଦାରିଙ୍ଗବାଡ଼ି,୧୨।୧(ଡି.ଏନ୍‌.ଏ.): ଓଡ଼ିଶାର କଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ରବିବାର ପୁଣି ତୁଷାରପାତ ହୋଇଛି। ଶନିବାର ତାପମାତ୍ରା ୯ ଡିଗ୍ରୀ ତଳେ ରହିଥିବା ବେଳେ...

ଆନ୍ଧ୍ର ମାନଚିତ୍ରରେ ଓଡ଼ିଶାର ଏହି ଗାଁ, ଓଡ଼ିଆ ବଦଳରେ ତେଲୁଗୁ କହିଲେଣି ଲୋକେ

ଚିତ୍ରକୋଣ୍ଡା,୧୧।୨(ଡି.ଏନ୍‌.ଏ.): ଓଡ଼ିଶା ହାତରୁ ଖସୁଛି ଆନ୍ଧ୍ର ସୀମାନ୍ତ ଆଉ ଗୋଟିଏ ଗାଁ। ଦୀର୍ଘବର୍ଷ ଧରି ଆନ୍ଧ୍ର ସରକାରଙ୍କଠାରୁ ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପାଇ...

ହାଇକୋର୍ଟରେ ରାଜ୍ୟ ସରକାରଙ୍କ ଜବାବ ଦାଖଲ

କଟକ ଅଫିସ,୧୧ା୧: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଆଦିବାସୀ(ଏସ୍‌ଟି)ଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗକୁ ନେଇ ଦାଏର ମାମଲାରେ ସୋମବାର ରାଜ୍ୟ ସରକାର ହାଇକୋର୍ଟରେ ଜବାବ ଦାଖଲ...

୩୨ବର୍ଷ ହେଲା ଭଡ଼ାଘରେ ଚାଲିଛି କାର୍ଯ୍ୟାଳୟ

ବାରିପଦା ଅଫିସ,୧୩ା୬: ନିଜସ୍ବ ଅଫିସ ଗୃହ ନ ଥାଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବାରିପଦା ଶାଖା କାର୍ଯ୍ୟାଳୟ ୩୨ ବର୍ଷ ହେଲା ଭଡ଼ାଘରେ...

‘ଇଂଲିଶ୍‌ ପଛରେ ଗୋଡ଼ାଇବା ମାନସିକତା ବଦଳୁ’

ବ୍ରହ୍ମପୁର ଅଫିସ୍‌,୪ା୧୧-ଅନେକ ବର୍ଷ ପର୍ଯ୍ୟନ୍ତ ଆମକୁ ଶାସନ କରିବା ପରେ ଇଂରେଜମାନେ ନିଜ ଦେଶକୁ ଫେରିଗଲେ । କିନ୍ତୁ ତାଙ୍କ ଭାଷାର ଗଭୀର ଛାପ ଆମ...

Advertisement
Archives

Model This Week