ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ ପ୍ରଜାମେଳି

ମାଲକାନଗିରି/ ଚିତ୍ରକୋଣ୍ଡା/କୋରୁକୋଣ୍ଡା, ୪।୧୨ (ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳରେ ପୁଣି ଆଦିବାସୀଙ୍କ ପ୍ରଜାମେଳି ଦେଖିବାକୁ ମିଳିଛି। ଜୋଡାମ୍ବ ପଞ୍ଚାୟତର ହନ୍ତାଳଗୁଡାଠାରେ ମଙ୍ଗଳବାର ୫ଶହରୁ ଊର୍ଦ୍ଧ୍ୱ ଆଦିବାସୀ ମହିଳାପୁରୁଷ ୩୧ ଦଫା ଦାବିନେଇ ପ୍ରଜାମେଳି କରି ଏକାଠି ହୋଇଥିଲେ। ଉକ୍ତ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର, ସମସ୍ତଙ୍କୁ ଜଙ୍ଗଲ ଜମି ପଟ୍ଟା, ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି, ଗତଥର ଜଳମଗ୍ନ ହୋଇ ଫସଲ ନଷ୍ଟ ହୋଇଥିବା ଚାଷୀଙ୍କୁ କ୍ଷତିପୂରଣ, ଅଙ୍ଗନଓ୍ବାଡି କେନ୍ଦ୍ର କାର୍ଯ୍ୟକ୍ଷମ କରିବା, ନାକାମାମୁଡି ପଞ୍ଚାୟତକୁ ୨ ଭାଗ କରି ନୂତନ ପଞ୍ଚାୟତ ଗଠନ, ଛାତ୍ରୀଛାତ୍ରଙ୍କୁ ଜାତିଗତ ପ୍ରମାଣ ପତ୍ର, ସମସ୍ତ ଗ୍ରାମକୁ ପାନୀୟ ଜଳ, ବିଦ୍ୟୁତ୍‌,ପ୍ରତି ପଞ୍ଚାୟତରେ ସ୍ବାସ୍ଥ୍ୟକେନ୍ଦ୍ର ନିର୍ମାଣ ଆଦି ଦାବି ନେଇ ସେମାନେ ଏକାଠି ହୋଇଥିବା ଜଣାପଡିଛି। ସେମାନଙ୍କ ଗତଥରର ଦାବି ଏପର୍ଯ୍ୟନ୍ତ ପୂରଣ ହୋଇନାହିଁ ା ହନ୍ତାଳଗୁଡାରେ ବିଏସ୍‌ଏଫ୍‌ କ୍ୟାମ୍ପ ଓ ଟିକରପଡାରେ ରାସ୍ତା ନିର୍ମାଣକୁ ମଧ୍ୟ ଅଞ୍ଚଳବାସୀ ବିରୋଧ କରିଛନ୍ତି। ହନ୍ତାଳଗୁଡାଠାରେ ବିଏସଏଫ୍‌ କ୍ୟାମ୍ପ ପ୍ରତିଷ୍ଠା ହେଲେ ଏହି ଅଞ୍ଚଳର ଆଦିବାସୀଙ୍କ ଧନଜୀବନ ସୁରକ୍ଷିତ ରହିବ ନାହିଁ। ପ୍ରଥମେ ଗ୍ରାମାଞ୍ଚଳ ରାସ୍ତା ନିର୍ମାଣ କରି ପରେ ମୁଖ୍ୟରାସ୍ତା ନିର୍ମାଣ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଗୁରୁପ୍ରିୟା ସେତୁ ନିର୍ମାଣ ସତ୍ତ୍ୱେ ଉକ୍ତ ଅଞ୍ଚଳର ବିକାଶ ହୋଇନାହିଁ। ଲୋକେ ଏବେ ମଧ୍ୟ ମୌଳିକ ସୁବିଧା ସୁଯୋଗରୁ ବଞ୍ଚତ୍ତ ହେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ମାଲକାନଗିରି ଏସ୍‌ପି ରିଷିକେଷ ଡି. ଖିଲାରି କହିଛନ୍ତି ଯେ, ଲୋକେ ଯଦି ଅଞ୍ଚଳର ବିକାଶ ଚାହୁଁଛନ୍ତି ତାହା ହେଲେ ଉନ୍ନୟନ କାର୍ଯ୍ୟକୁ କାହିଁକି ବିରୋଧ କରୁଛନ୍ତି। ରାସ୍ତା ନିର୍ମାଣ ହେଲେ ଲୋକଙ୍କ ନିକଟରେ ମୌଳିକ ସୁବିଧା ପହଞ୍ଚତ୍ବ। କ୍ୟାମ୍ପ ପ୍ରତିଷ୍ଠା ହେଲେ ମାଓବାଦୀ ଦମନ ସହ ଅଞ୍ଚଳର ବିକାଶ ହୋଇପାରିବ। ପୋଲିସ ପ୍ରଶାସନ ପକ୍ଷରୁ ଉକ୍ତ ଅଞ୍ଚଳରେ ପାନୀୟ ଜଳଠାରୁ ଆରମ୍ଭ କରି ଯୋଗାଯୋଗ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା କରିବା ପାଇଁ ଉଦ୍ୟମ କରାଯାଉଛି। ତେବେ କେତେକ ଗଣତନ୍ତ୍ର ବିରୋଧୀ ସଙ୍ଗଠନ ନିରୀହ ଆଦିବାସୀଙ୍କୁ ପୋଲିସ ପ୍ରଶାସନ ବିରୋଧରେ ମତେଇ ଆଦିବାସୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି ବୋଲି ଖିଲାରି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିତରକନିକା, ଗହୀରମଥାକୁ ଜଗିବ ଡ୍ରୋନ

ରାଜନଗର, ୩୧।୧୨(ଡି.ଏନ.ଏ.): ପ୍ରକୃତିର ଗନ୍ତାଘର ଭିତରକନିକା ଓ ବିରଳ ସାମୁଦ୍ରିକ କଇଁଛ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡିଶାଳ ଗହୀରମଥାର ସୁରକ୍ଷା ପାଇଁ ଡ୍ରୋନ୍‌ କ୍ୟାମେରା ଜଗିବ ବୋଲି ହାଇକୋର୍ଟ...

ହାଟଡିହୀ ଫେରିଲେ ୧୦୩୯ ପ୍ରବାସୀ

ହାଟଡିହୀ,୨୦।୫(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଧୀନରେ ୩୧ଟି ପଞ୍ଚାୟତ ଅଛି। ବାହାର ରାଜ୍ୟରେ ରହି କାର୍ଯ୍ୟ କରୁଥିବା ପ୍ରବାସୀ ଓଡ଼ିଆ ଫେରୁଛନ୍ତି। ଚଳିତ ମାସ...

ଗଭୀର ସମୁଦ୍ରରେ ଫସି ରହିଛନ୍ତି ୧୧ ମତ୍ସ୍ୟଜୀବୀ

ବ୍ରହ୍ମପୁର ଅଫିସ,୯। ୫: ଅଶାନ୍ତ ସମୁଦ୍ରରେ ଫସିରହିଛନ୍ତି ୧୧ ମତ୍ସ୍ୟଜୀବୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ସୁନାପୁର ନିକଟ ଗଭୀର ସମୁଦ୍ରରେ। ସୂଚନାଯୋଗ୍ୟ,...

ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବ ନାହିଁ ରଥଯାତ୍ରା: ହାଇକୋର୍ଟ

କଟକ ଅଫିସ,୨୩ା୬: ରାଜ୍ୟରେ କେବଳ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ହେବ। ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ହୋଇ ପାରିବ ନାହିଁ ବୋଲି ପିଟିଶନକୁ ଖାରଜ କରିଛନ୍ତି...

ଗଛରେ ପିଟିହେଲା ବାଇକ: ଦୁର୍ଘଟଣାରେ ଯୁବକ ମୃତ, ଜଣେ ଗୁରୁତର

ଖଣ୍ଡପଡା/ଭାପୁର,୨୧।୮(ସ୍ବ.ପ୍ର/ଡି.ଏନ.ଏ.)-ଖଣ୍ଡପଡା-ଭାପୁର ମୁଖ୍ୟ ପୂର୍ତ୍ତ ବିଭାଗ ରାସ୍ତାର ବସନ୍ତପୁର ଗ୍ରାମ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଅନ୍ୟ...

ଡିଜିପିଙ୍କୁ ଏନ୍‌ଏଚ୍‌ଆର୍‌ସିଙ୍କ ଜବାବ ତଲବ

ଯାଜପୁର ଅଫିସ,୨୦।୮: ଯାଜପୁର ଜିଲା ବିଞ୍ଝାରପୁର ଥାନା ମଧୁସୂଦନପୁର ପଞ୍ଚାୟତ ରଥସାହି ଗ୍ରାମର ୨ ବର୍ଷ ବୟସ୍କା ଶିଶୁକନ୍ୟା ପିହୁ ଓରଫ ଲକ୍ଷ୍ମୀନାରାୟଣ ନାୟକ ନିଖୋଜ...

ପେନ୍‌ସନ୍‌ରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀ

କର୍ଲାମୁଣ୍ଡା,୧।୧୨(ଡି.ଏନ୍‌.ଏ.): ସରକାର ଷାଠିଏ ବର୍ଷରୁ ଊଦ୍ଧର୍‌ବ ମହିଳା,ପୁରୁଷ ତଥା ବିଧବା ଓ ଦିବ୍ୟଙ୍ଗ ମାନଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାରେ ପେନ୍‌ସନ୍‌ ଦେବାକୁ ନିୟମ ତିଆରି...

ଭଡ଼ାଘରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଟିଟିଲାଗଡ଼,୨୪ା୭(ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଟିଟିଲାଗଡ଼ ହାଟପଦା ପଡ଼ାରେ ଭଡ଼ାରେ ରହୁଥିବା ଜଣେ ମହିଳାଙ୍କ ମୃତଦେହକୁ ପୋଲିସ ଜବତ କରିଛି। ମୁନିଗୁଡ଼ାରେ ରହୁଥିବା ମହିଳାଙ୍କ ସ୍ବାମୀଙ୍କୁ ଖବରଦେଇ...

Advertisement
Archives

Model This Week