ମା’ର ପରେ ବାପ୍‌ ଆରପାରେ: ଛେଉଁଡ ନାତିନାତେନ୍‌ ଚିନ୍‌ତାରେ ଅଜାଆଈ

ଲୋଇସିଂହା, ୩୦।୧୦(ଡି.ଏନ୍‌.ଏ.)-ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସେମେଲମୁଣ୍ଡା ଗଁାରେ ଗୁଟେ ଦୁଖର ଘଟନା ଦେଖ୍‌ବାକେ ମିଲିଛେ। ଆଏଜ୍‌କେ ୫ ବଛର ତଲେ ଗଁାର ଝନେ ମହିଲାକଁର ମୁର୍‌ତୁ ହେଇଥିଲା। ସେନ୍‌ତା ଗଲା ଦିଆଲି ଦିନ ତାକର ଆପ୍‌ନେକଁର ସଡ଼କ ଦୁରଘଟନାରେ ମୁର୍‌ତୁ ହେଇଛେ। ଏନ୍‌ତାଥି ତାକର ଦୁଇ ଝି’ପୁଓ ଅସାହା ହେଇଯାଇଛନ୍‌। ଟଁକା ପଏସା ଅଭାବୁ ଝି’ କିର୍ତ୍ତିର ପାଠ୍‌ପଢ଼ାରେ ଗଏଁଠ୍‌ ପଡ଼ିଥିଲାବେଲେ ପୁଓ ଶିବାନନ୍ଦର ଭବିଷତ୍‌ ଅଁଧାରକେ ଠେଲି ହେଇଯାଇଛେ।
ସୂଚ୍‌ନା ଅନ୍‌ସାରେ ଲୋଇସିଂହା ବ୍ଲକ ହୀରାପୁର ପଁଚେତ୍‌ ସେମେଲମୁଣ୍ଡା ଗଁାର କାଳିଆ ଭୋଇ(୮୦)କଁର ୬ ପୁଓ। ତାକର ତୁରତୀଅ ପୁଓ ବିଦେଶୀ ଭୋଇ। ସେ ସିକାବହଙ୍ଗା ଗଁାର ଲବଙ୍ଗକଁୁ ବିହା ହେଇଥିଲେ। ତାକର ଗୁଟେ ଝି’ କିର୍ତ୍ତି ଆର ପୁଓ ଶିବାନନ୍ଦକୁଁ ନେଇ ସଁସାର। ଆଏଜ୍‌କେ ୫ ବଛର ତଲେ ଲବଙ୍ଗକଁର ମୁର୍‌ତୁ ହେଇଥିଲା। ଏନ୍‌ତାଥି ବିଦେଶୀ ଝି’ପୁଓକେ ଶଶୁର ଘରେ ଛାଡ଼ି ଦେଇଥିଲେ। ଦୁଇ ଛୁଆ ସେଠାନେ ବଛରକେତେ ରହିଲା ଉତାରୁ ବିଦେଶୀକଁର ଭାଇ ଜଗନ୍ନାଥକଁର ଉଦିଅମରେ ସେମାନେ ସେମେଲମୁଣ୍ଡା ଫିରିଛନ୍‌। ଭାଇବହେନ୍‌ ଅଜାଆଈ ଆର ବଡ଼ ମା’ବାପାକଁର ଦେଖ୍‌ରେଖ୍‌ରେ ରହୁଛନ୍‌। ବିଦେଶୀ କୁଲିମଜୁରି କରି ଯାହା ରୁଜଗାର କରୁଥିଲେ ସେଥ୍‌ରେ ୩ ପରାନୀ କୁଟୁମ ଆରାମରେ ଚଲିଯାଉଥିଲେ। ହେଲେ ଦୁରଯୋଗ୍‌କେ ଦିଆଲି ଦିନ ବିଦେଶୀ ଶଶୁର ଘର ସିକାବହଙ୍ଗାରୁ ନିଜର ଗଁାକେ ଫିରଲାବେଲେ ବାଇକ ଦୁରଘଟନାରେ ତାକର ମୁର୍‌ତୁ ହେଇଯାଇଛେ। ଇଆଡ଼େ ମା’ ମଲା ଉତାରୁ ମାଟ୍ରିକ ପାସ୍‌ କରିଥିବାର ଝି’ କିର୍ତ୍ତି ଟଁକା ପଏସା ଅଭାବୁ କଲେଜରେ ନଁା ଲେଖେଇ ନାଇଁପାରି। ସେନ୍‌ତା ବିଦେଶୀକଁର ମା’ବାପ୍‌ ବି ବଏସ୍‌ ଅଧ୍‌କା ଲାଗି ଅପାରୁ ହେଲେନ। ଏନ୍‌ତା କି ତାକର ଜମିବାଡ଼ି ବି ନାଇଁ। ପିଡିଏସ୍‌ ଚାଉଲ ଆର ବୁଢ଼ାବୁଢ଼ି ଭତା ସେମାନକର ସାହାଭରସା। ଏନ୍‌ତାଥି ବୁଢ଼ାବୁଢ଼ି ନାତିନାତେନକଁର ଭବିଷତ୍‌ ଚିନ୍‌ତାରେ ହରମେଶା ଘାରି ହେଉଛନ୍‌। ଇଆଡ଼େ ଦୁଇ ଭାଇଭହେନ୍‌ ମା’ବାପ୍‌କେ ହରେଇ ଅସାହା ହେଇଯାଇଛନ୍‌। ଇ ଅସାହା ଭାଇବହେନ୍‌କେ ବ୍ଲକ ପରଶାସନ ହରିଶ୍ଚନ୍ଦ୍ର ଯୋଜନା, ପରିବାର ମଙ୍ଗଳ ଯୋଜନାରେ ସାହାଯ୍‌ ଯୁଗେଇ ଦେବାକେ ଦାବି ହେଉଛେ। ସେନ୍‌ତା ସିଡବ୍ଲୁସି ତରଫୁ ଛେଉଁଡ଼ ଭାଇବହେନ୍‌କେ ଦୁରୁଷ୍‌ଟି ଦେଇ ସରକାରୀ ସାହାଯ୍‌ ଯୁଗେଇ ଦେବାକେ ଗଁାବାସୀ ଦାବି କରିଛନ୍‌। ଇ ବାବ୍‌ଦେ ବିଡିଓ ରାମଚନ୍ଦ୍ର ଖାଡିଆକୁଁ ପଚ୍‌ରାଲାରୁ ବିଦେଶୀକଁର ଝି’ ୪୦ ପରତିଶତ ମାର୍କ ରଖିଥିଲେ ତାକର ଉଚ ଶିକ୍ଷା ଲାଗି ବେବସ୍‌ତା କରାଯିବା। ବୁଧୁବାର ସେମେଲମୁଣ୍ଡା ଯାଇ ଘଟନାର ତଦଁତ୍‌ କରାଯିବା ବଲି ସେ କହିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀ ସ୍ମାର୍ଟ ଚାଷୀ, ସ୍ତ୍ରୀ ରୋଲ ମଡେଲ: ମଫସଲରେ ସଫଳ ସ୍ମାର୍ଟ ଫାର୍ମିଂ

ବଲାଙ୍ଗୀର,୨୪ା୬(ବୀରେନ୍ଦ୍ର କୁମାର ଝାଙ୍କର): ଚାଷୀ ଦମ୍ପତିଙ୍କ କଠିନ ପରିଶ୍ରମ, ଗଭୀର ଆତ୍ମବିଶ୍ୱାସ ଏବଂ ସରକାରୀ ଯୋଜନାଗୁଡ଼କର ଉପଯୁକ୍ତ ସମନ୍ବୟ ଏବେ ବଲାଙ୍ଗୀର ଜିଲାରେ ସ୍ବାବଲମ୍ବନ ଓ ସଫଳତାର…

କାଦୁଅ ରାସ୍ତା, ଅଧାବାଟରୁ ଫେରିଲା ମୁଖ୍ୟମନ୍ତ୍ରୀ ବସ୍‌

ଲୋଇସିଂହା,୨୪।୬(ସୁଶାନ୍ତ ବାରିକ):ବର୍ଷାରେ କେନାଲ ରାସ୍ତା କାଦୁଅ ହୋଇ ପଡିଥିବାରୁ ଆଗଲପୁରରୁ ପଟୁଆପାଲିକୁ ଚାଲୁଥିବା ମୁଖ୍ୟମନ୍ତ୍ରୀ ବସ୍‌ ଗତ ଦୁଇ ଦିନ ହେବ ଅଧାବାଟରୁ ଫେରୁଥିବା ଅଭିଯୋଗ ହୋଇଛି।…

ରାତି ଅଧରେ ଭୟଙ୍କର ଅଗ୍ନିକାଣ୍ଡ, ଦିନମଜୁରିଆ ପରିବାରର ସର୍ବସ୍ବ ପୋଡ଼ି ପାଉଁଶ

ଧୂଷୁରୀ,୨୪।୬ (କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ବୟାଣ୍ଡିହି ପଞ୍ଚାୟତର ସଇଦଜାଫର ଗ୍ରାମରେ ଅଗ୍ନିକାଣ୍ଡ ଘଟି ଜଣେ ଦିନମଜୁରିଆ ପରିବାର ସର୍ବସ୍ବ ହରାଇଛନ୍ତି। ଗତ…

ମିଳିନି ଧାନବିକ୍ରି ଟୋକନ:ଇଚ୍ଛାମୃତ୍ୟୁ ଆବେଦନ କଲେ ଚାଷୀ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ): ଖରିଫ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀଙ୍କୁ ଗତ ରବିରେ ଅମଳ ଧାନ ବିକ୍ରି ପାଇଁ ଟୋକନ ମିଳିପାରି…

ଟଙ୍କା ଦେଣନେଣ କାରବାରରୁ ହତ୍ୟା, ଧରାପଡ଼ିଲେ ଅଭିଯୁକ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ମୁଖ୍ୟ କେନାଲରୁ ବାହାରିଥିବା ରେଶମ ପ୍ରଶାଖା କେନାଲ ବ୍ରିଜ୍‌ ନିକଟରୁ ରବିବାର ଜବତ ହୋଇଥିବା ମୃତ ମହିଳାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ ହୋଇଛି।…

ରାସ୍ତା ପାଲଟିଛି ମରଣଯନ୍ତା: ହାଇୱା ଗାଡ଼ି ଚଳାଚଳରୁ ରାସ୍ତା କ୍ଷତିଗ୍ରସ୍ତ

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ବିଭିନ୍ନ ରାସ୍ତାର ଉନ୍ନତିକରଣ ପାଇଁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଅନୁଦାନ ଦେଉଛନ୍ତି। ଏହି ଯୋଜନାରେ ରାସ୍ତାଘାଟ ମଧ୍ୟ ନିର୍ମିତ ହେଉଛି।…

ତୁଟିନି ଧାନବିକ୍ରି ସମସ୍ୟା, ତାତି ଉଠିଲେ ଚାଷୀ: ଦାବି ପୂରଣ ନହେଲେ…

ବରଗଡ଼,୨୪।୬(ପ୍ରେମାନନ୍ଦ ଖମାରୀ):ଖରିଫ ଚାଷ କାର୍ଯ୍ୟ ସମୟ ଆସି ଯାଇଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଚାଷୀମାନେ ରବିରେ ଅମଳ ଧାନକୁ ବିକ୍ରି କରି ପାରି ନାହାନ୍ତି। ଟୋକନ…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri