Posted inଖେଳ

ମାର୍‌କ୍ରାମ, ମଲ୍‌ଡରଙ୍କ ଶତକ

ମହୀଶୂର, ୧୯।୯(ପି.ଟି.)- ଘରୋଇ ଭାରତ-ଏ ବିପକ୍ଷରେ ସ୍ଥାନୀୟ ଶ୍ରୀକାନ୍ତ ଦତ୍ତ ନରସୀମା ରାଜା ଓ୍ବାଡିୟର ଗ୍ରାଉଣ୍ଡରେ ଚାଲିଥିବା ଅନ୍ତିମ ତଥା ୨ୟ ଅନ୍‌ଅଫିସିଆଲ ଟେଷ୍ଟ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା-ଏ ବ୍ୟାଟିଂରେ ଦୃଢ଼ ଜବାବ ଦେଇଛି। ଭାରତ-ଏ’ର ସ୍କୋର ୪୧୭ ରନ୍‌ ଜବାବରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା-ଏ ଗୁରୁବାର ୩ୟ ଦିବସରେ ପ୍ରଥମ ଇନିଂସରେ ୪୦୦ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଅଧିନାୟକ ତଥା ଓପ୍‌ନର ଏଡେନ ମାର୍‌କ୍ରାମ ଓ ମଧ୍ୟକ୍ରମରେ ଓ୍ବିଆନ ମଲଡର ଆକର୍ଷଣୀୟ ଶତକୀୟ ଇନିଂସ ଖେଳି ଦଳକୁ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ଦ୍ୱିତୀୟ ଦିବସ ଶେଷସୁଦ୍ଧା ୫ ଉଇକେଟ୍‌ ହରାଇ ୧୫୯ ରନ କରିଥିବା ଦକ୍ଷିଣ ଆଫ୍ରିକା-ଏ ଗୁରୁବାର ପ୍ରଭାବୀ ବ୍ୟାଟିଂ କରିଥିଲା। ବିଶେଷକରି ଅଧିନାୟକ ମାର୍‌କ୍ରାମ ଓ ମଲ୍ଡରଙ୍କ ଇନିଂସ ବେଶ୍‌ ପ୍ରଶଂସନୀୟ ରହିଥିଲା। ପୂର୍ବଦିନର ଅପରାଜିତ ସ୍କୋର ୮୩ ରନ୍‌ରୁ ବ୍ୟାଟିଂ ଆରମ୍ଭ କରିଥିବା ମାର୍‌କ୍ରାମ ୧୬୧ ରନ୍‌ (୨୫୩ ବଲ୍‌, ୨୦ ଚୌକା, ୨ ଛକା)କରି ମହମ୍ମଦ ସିରାଜଙ୍କ ଦ୍ୱାରା କ୍ଲିନ୍‌ବୋଲ୍ଡ ହୋଇଥିଲେ। ସେହିଭଳି ୨୧ ବର୍ଷୀୟ ଡାହାଣହାତୀ ବ୍ୟାଟ୍ସମ୍ୟାନ ମଲ୍‌ଡର ୧୩୧ ରନ୍‌ (୨୩୦ ବଲ୍‌, ୧୭ ଚୌକା, ୧ ଛକା)ର ଅପରାଜିତ ଇନିଂସ ଖେଳିଥିଲେ। ଉଭୟ ମାର୍‌କ୍ରାମ ଓ ମଲ୍‌ଡରଙ୍କ ମଧ୍ୟରେ ୫ମ ଉଇକେଟ୍‌ ଯୋଡ଼ିରେ ୧୫୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଭଗୀଦାରି ହୋଇଥିଲା। ଘରୋଇ ଦଳ ପକ୍ଷରୁ କୁଲଦୀପ ଯାଦବ ୪, ଶାହବାଜ ନଦୀମ ୩, ସିରାଜ ୨ ଓ ଶିବମ ଦୁବେ ଗୋଟିଏ ଉଇକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ୧୭ ରନ୍‌ର ଅଗ୍ରଣୀ ଲାଭ କରିଥିବା ରିଦ୍ଧିମାନ ଶାହଙ୍କ ନେତୃତ୍ୱାଧୀନ ଭାରତ-ଏ ଦ୍ୱିତୀୟ ଇନିଂସ ଆରମ୍ଭ କରି ଷ୍ଟମ୍ପ୍ସ ଅପସାରଣ ସୁଦ୍ଧା ୬ ଓଭରରେ କୌଣସି ଉଇକେଟ୍‌ ନ ହରାଇ ୧୪ ରନ ସଂଗ୍ରହ କରିଛି। ଭାରତ-ଏ ଏବେ ମୋଟ୍‌ ଉପରେ ୩୧ ରନ୍‌ରେ ଅଗ୍ରଣୀ ରହିଛି। ଶୁକ୍ରବାର ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚ୍‌ ଡ୍ର’ ରହିବା ଏକପ୍ରକାର ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?