ମାର୍ଚ୍ଚ ସୁଦ୍ଧା ରାଜ୍ୟର ୪୭ ଖଣି ନିଲାମ ହେବ

ଭୁବନେଶ୍ୱର,୧୮ା୯(ବ୍ୟୁରୋ) : ରାଜ୍ୟ ସରକାରଙ୍କୁ ଖଣି ଚିନ୍ତା ଘାରିଲାଣି। ଆଉ ବର୍ଷକ ମଧ୍ୟରେ ୨୪ଟି ଖଣିର ଲିଜ ଅବଧି ଶେଷ ହୋଇଯିବ। ଶିଳ୍ପଗୁଡ଼ିକୁ କଞ୍ଚାମାଲ ମିଳିବା ନେଇ ସମସ୍ୟା ଦେଖାଦେଇପାରେ। ଖଣି ନିଲାମ ତ୍ୱରାନ୍ବିତ ନ ହେଲେ ପରିସ୍ଥିତି ଅସମ୍ଭାଳ ହେବ। ରାଜ୍ୟ ସରକାର ୪୭ଟି ଖଣିର ନିଲାମ କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ମଙ୍ଗଳବାର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଇସ୍ପାତ ଓ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। ମନ୍ତ୍ରୀ କହିଛନ୍ତି ଯେ, ନିଲାମ ପାଇଁ ୭ଟି ଖଣିକୁ ଏସ୍‌ବିଆଇ କ୍ୟାପିଟାଲ ମାର୍କେଟସ୍‌ ଲିମିଟେଡ ସହ ଅନୁବନ୍ଧିତ କରାଯାଇଛି। ଆସନ୍ତା ମାର୍ଚ୍ଚମାସ ପୂର୍ବରୁ ଆଉ ୪୦ଟି ଖଣିର ନିଲାମ କରାଯିବ। ଯେଉଁ ୨୪ଟି ଖଣିର ଲିଜ୍‌ ସମୟ ସୀମା ଆସନ୍ତା ମାର୍ଚ୍ଚ ୨୦୨୦ ସୁଦ୍ଧା ଶେଷ ହେଉଛି, ସେ ସବୁକୁ ମିଶାଇ ନିଲାମ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡିତାଳରୁ ୧୦୦୦ ବର୍ଷର କୂଅ ଠାବ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ଚଣ୍ଡିତାଳ ଗ୍ରାମରୁ ଠାବ ହୋଇଛି ଏକ ପ୍ରାଚୀନ କୂଅ। ଐତିହ୍ୟ ଓ ସଂସ୍କୃତି ଗବେଷଣା ସଂସ୍ଥା ଇଣ୍ଡିଆନ...

୨୦୫ ରେଳ ପ୍ରକଳ୍ପର ଖର୍ଚ୍ଚ ବଢୁଛି

ନୂଆଦିଲ୍ଲୀ,୨୨-୪: ବିଭିନ୍ନ କାରଣ ଯୋଗୁ ଦେଶର ରେଳ ପ୍ରକଳ୍ପଗୁଡିକ ଆଗେଇ ପାରୁ ନାହିଁ । ଏଥି ଲାଗି ରେଲଓ୍ବେର ମୋଟ ୩୪୪ ପ୍ରକଳ୍ପ ମଧ୍ୟରୁ ଏକ...

୪ ଦିନ ବନ୍ଦ ପରେ ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଜୁନାଗଡ଼,୧୬।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ନିକଟସ୍ଥ ହାଲେର ଯୋରରେ ବନ୍ୟା ପାଣି ଆସିବା ଫଳରେ ଗତ ୧୨ତାରିଖରୁ ଆପ୍ରୋଚ ପୋଲ ଧୋଇ ହୋଇଯାଇଥିଲା।...

ପୋଲିସ ପରିଚୟ ଦେଇ ମହିଳାଙ୍କ ମଙ୍ଗଳସୂତ୍ର ଲୁଟ୍‌

ବ୍ରହ୍ମପୁର ଅଫିସ,୨ା୮-ନକଲି ପୋଲିସ ବେଶରେ ଲୁଟେରାମାନେ ବିଶେଷକରି ମହିଳା ଓ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ସୁନାଗହଣା ଓ ଟଙ୍କା ଲୁଟ୍‌ କରୁଛନ୍ତି। ଏବେ ସେହି...

ରିଂ ରୋଡ୍‌, ଆଡ଼ିବନ୍ଧ ନିର୍ମାଣ ଲାଗି ତତ୍ପରତା

ବାରିପଦା ଅଫିସ,୨୧ା୮- ବାରିପଦା ସହରକୁ ବୁଢ଼ାବଳଙ୍ଗ ନଦୀ ବନ୍ୟା ଦାଉରୁ ରକ୍ଷା କରିବା ପାଇଁ ମୟୂରଭଞ୍ଜ ଜଳସେଚନ ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ରିଂ...

ରାଜଧାନୀରେ ଖୋଲିବ ମଲ

ଭୁବନେଶ୍ୱର,୨ା୭ (ବ୍ୟୁରୋ): ରାଜଧାନୀରେ ଆଗକୁ ଖୋଲିପାରେ ଶପିଂ ମଲ ଓ ମଲ୍ଟିପ୍ଲେକ୍ସ। ଏନେଇ ସମ୍ପୃକ୍ତ ମାଲିକଙ୍କ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କର୍ତ୍ତୃପକ୍ଷ ଆଲୋଚନା...

‘ରାଜ୍ୟ ସରକାର ଜିମ୍‌ ଖୋଲିବାକୁ ଅନୁମତି ଦିଅନ୍ତୁ’

ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଆସନ୍ତା ୫ ତାରିଖରୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ବାହାରେ ଥିବା ଜିମ୍‌ ଓ ଯୋଗ ଅନୁଷ୍ଠାନଗୁଡ଼ିକୁ ଗାଇଡ୍‌ଲାଇନ୍‌ ଅନୁଯାୟୀ ଖୋଲିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି।...

ଆଗରେ ରହିବ ଅନୁଗୋଳ

ଅନୁଗୋଳ ଅଫିସ, ୩।୧୨: ଅନୁଗୋଳକୁ କରାଯିବ ମଡେଲ୍‌ ସିଟି। ରାଜ୍ୟର ପ୍ରଥମ ହେଲ୍‌ଥ କରିଡର ଏଠାରେ ନିର୍ମାଣ ହେବ। ଏଥିସହ ସହରକୁ ଏପରି ନବରୂପ ଦିଆଯିବ ଯେ...

Advertisement
Archives

Model This Week