ମାର୍ଚ୍ଚରେ ଉପକୃତ ହୋଇଛନ୍ତି ୧ଲକ୍ଷ ସଂସ୍ଥା

ଭୁବନେଶ୍ୱର,୭ା୫(ବ୍ୟୁରୋ): ମହାମାରୀ କରୋନା ବେଳେ କ୍ଷୁଦ୍ର ବେସରକାରୀ ସଂସ୍ଥାଗୁଡ଼ିକରେ କାମ କରୁଥିବା ସ୍ବଳ୍ପ ବେତନଧାରୀ କର୍ମଚାରୀଙ୍କ ଆର୍ଥିକ ଉନ୍ନତି ନିମନ୍ତେ ଭାରତ ସରକାରଙ୍କ ଶ୍ରମ ମନ୍ତ୍ରାଳୟ ତରଫରୁ ଆରମ୍ଭ କରାଯାଇଛି ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’। ଏହି ଯୋଜନା ଅଧୀନରେ ମାର୍ଚ୍ଚ ମାସରେ ପ୍ରାୟ ୧ଲକ୍ଷ ଅନୁଷ୍ଠାନ ପାଇଁ ୨୦୭ କୋଟିର ଅନୁଦାନ ଦିଆଯାଇଛି। ଯୋଜନା ଅନୁଯାୟୀ,୧୦୦ରୁ କମ୍‌ କର୍ମଚାରୀ କାମ କରୁଥିବା ଅନୁଷ୍ଠାନଗୁଡ଼ିକରେ ଯଦି ୯୦ପ୍ରତିଶତ କର୍ମଚାରୀ ମାସିକ ୧୫ହଜାର ଟଙ୍କାରୁ କମ୍‌ ଦରମା ପାଉଛନ୍ତି ତେବେ ଏଭଳି ଅନୁଷ୍ଠାନଗୁଡ଼ିକ ମାର୍ଚ୍ଚ,ଏପ୍ରିଲ ଏବଂ ମେ ମାସର ଭବିଷ୍ୟନିଧି ପାଇଁ ଯୋଗ୍ୟ ବିବେଚିତ ହେବେ। ଏହି ବାବଦକୁ ଉଭୟ କର୍ମଚାରୀ ଓ ନିଯୁକ୍ତି ଦାତାଙ୍କ ପାଇଁ ୨୪ପ୍ରତିଶତ ଦେୟ ଭାରତ ସରକାର ବହନ କରିବେ। ଆଗାମୀ ସମୟରେ ପ୍ରାୟ ୪ଲକ୍ଷରୁ ଊର୍ଦ୍ଧ୍ୱ ସଂସ୍ଥାର ୮୦ଲକ୍ଷ କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଓଡିଶାରେ ଏହି ଯୋଜନାର ସଫଳ ରୂପାୟନ ପାଇଁ କର୍ମଚାରୀ ଭବିଷ୍ୟନିଧି ଶାଖାର ରାଜ୍ୟ ମୁଖ୍ୟ ପି. ବୀରଭଦ୍ର ସ୍ବାମୀ ନେତୃତ୍ୱ ନେଉଛନ୍ତି। ଓଡ଼ିଶାର ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ କେନ୍ଦୁଝର ଆଦି ଆଞ୍ଚଳିକ ଭବିଷ୍ୟନିଧି କାର୍ଯ୍ୟଳୟରେ ଏ ଯାଏ ପ୍ରାୟ ୩୫୦୦ ସଂସ୍ଥାର ୫୦ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ୮କୋଟି ଟଙ୍କାର ଅନୁଦାନ ପାଇ ସାରିଛନ୍ତି। ଏହି ଯୋଜନା ପାଇଁ ଅନେକ ସଂସ୍ଥା ଯୋଗ୍ୟ ବିବେଚିତ ହୋଇଥିଲେ ବି ଏଯାଏ ଇସିଆର ଦାଖଲ କରି ନାହାନ୍ତି। ଲକ୍‌ଡାଉନ ଯୋଗୁ ମାର୍ଚ୍ଚ ମାସର ଭବିଷ୍ୟନିଧି ଦେୟ ମେ’ ୧୫ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ତେଣୁ ଏହି ବର୍ଦ୍ଧିତ ସମୟ ମଧ୍ୟରେ ଅଧିକରୁ ଅଧିକ ସଂସ୍ଥାର କର୍ମଚାରୀ ଫାଇଦା ନେବା ପାଇଁ ଭୁବନେଶ୍ୱର କର୍ମଚାରୀ ଭବିଷ୍ୟନିଧି ସଂଗଠନର ସହକାରୀ ଆୟୁକ୍ତ ସଞ୍ଜୟ କୁମାର ରଥ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇ-ଯାନ ବଢ଼ାଇବ ବିଦ୍ୟୁତ୍‌ ଚାହିଦା

ଭୁବନେଶ୍ୱର,୨୦ା୪(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିବା ପରେ ଗ୍ରାହକ ଏବେ ଇଲେକ୍ଟ୍ରିକ ଯାନ ପ୍ରତି ଆଗ୍ରହ ଦେଖାଉଛନ୍ତି। ଏହାକୁ ଅନେକେ ପରିବେଶ ସୁରକ୍ଷା ନିମନ୍ତେ...

ଦୈନିକ ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ,୧୯।୮: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଗତ...

ଏଥର ବିନାଭକ୍ତରେ ରୁକୁଣା ରଥଯାତ୍ରା

ଭୁବନେଶ୍ୱର,୯।୪(ବ୍ୟୁରୋ): ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଚଳିତବର୍ଷ ବିନା ଭକ୍ତରେ ଗଡ଼ିବ। ଏଶାସ ନେଇ ବିଏମ୍‌ସି ପକ୍ଷରୁ ଅନୁମତି ମିଳିଛି। କୋଭିଡ୍‌ ଗାଇଡ୍‌ଲାଇନ ଅନୁସାରେ ୧୦୦ ସେବାୟତଙ୍କୁ...

ସିଇଟି ହେବ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର, ୫ା୯(ବ୍ୟୁରୋ): ଓଡ଼ିଶା ବିଧାନସଭାରେ ପୂର୍ବରୁ ଉପସ୍ଥାପିତ ୩ଟି ବିଲ୍‌ ଶନିବାର ଗୃହର ଅନୁମୋଦନ ଲାଭ କରିଛି। ସେହି ବିଲ୍‌ଗୁଡ଼ିକ ହେଲା ଓଡ଼ିଶା ବୈଷୟିକ ଓ...

ରାଜଧାନୀରେ ସବୁ ବେସରକାରୀ କାର୍ଯ୍ୟାଳୟ-ରେଷ୍ଟୁରାଣ୍ଟ-ବାର୍‌ ବନ୍ଦ…

ନୂଆଦିଲ୍ଲୀ, ୧୧।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ରାଜଧାନୀ ଦିଲ୍ଲୀରେ ଦିନକୁ...

ଦିଲ୍ଲୀରୁ ମିଳିଲା ଖୁସି ଖବର: କରୋନା ମୁକ୍ତ ହେଲା ହଟସ୍ପଟ୍‌ ଦିଲ୍‌ଶାଦ୍‌ ଗାର୍ଡେନ

ନୂଆଦିଲ୍ଲୀ,୧୧।୪: କରୋନା ସଂକ୍ରମଣ ଯୋଗୁ ସାରା ଭାରତରେ ଇତିମଧ୍ୟରେ ୭ ହଜାର ୬୦୮ ଜଣ ସଂକ୍ରମିତ ହୋଇଛନ୍ତି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ...

ଶୁଣିଲେନି ନେତା, ପ୍ରଶାସକ: ରାସ୍ତା ମରାମତି କଲେ ଗ୍ରାମବାସୀ

ଖଇରା, ୨୪।୮(ଡି.ଏନ.ଏ.)-ରାସ୍ତା ମରାମତି ପାଇଁ ବାରମ୍ବାର ସ୍ଥାନୀୟ ନେତାଠାରୁ ଆରମ୍ଭ କରି ପ୍ରଶାସନ ପର୍ଯ୍ୟନ୍ତ ନିବେଦନ କଲେ ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ସରକାରଙ୍କ...

ପୁରୀରେ ସେବାୟତଙ୍କ ହେଲା କରୋନା ଟେଷ୍ଟ

ପୁରୀ ଅଫିସ,୨୫ା୬: କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ। କରୋନା ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ମଧ୍ୟ ଗୁରୁତ୍ୱ ରହିବ। ଏମିତି କିଛି...

Advertisement
Archives

Model This Week