ମାନ୍ଦାବସ୍ଥା ବିରୋଧରେ ଅସ୍ତ୍ର ହେବ ଆର୍‌ବିଆଇ ପୁଞ୍ଜି

ମୁମ୍ବାଇ,୨୮-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ସରକାରଙ୍କୁ ଲାଭାଂଶ ବାବଦରେ ୧.୭୬ ଲକ୍ଷ କୋଟି ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି। ଏହି ପୁଞ୍ଜି ମୋଦି ସରକାରଙ୍କ ଲାଗି ମାନ୍ଦାବସ୍ଥା ସହ ଲଢ଼ିବାରେ ଉପଯୁକ୍ତ ଅସ୍ତ୍ର ହେବାକୁ ଯାଉଛି। ଏହା ନିବେଶ ବଢ଼ାଇବା ସହ ବିଭିନ୍ନ ସେକ୍ଟରକୁ ପ୍ୟାକେଜ ଦେବାରେ ସହାୟକ ହେବ। ଏଥିପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡ଼ିକୁ ୭୦ ହଜାର କୋଟି ଟଙ୍କାର ସହାୟତା ଦେବେ ବୋଲି ଘୋଷଣା କରିସାରିଥିଲେ। ଏହାଦ୍ୱାରା ଦେଶର ଅର୍ଥନୀତି ୫ ଲକ୍ଷ କୋଟି ଡଲାର ଆଡକୁ ଯିବ ବୋଲି ଆଶାକରାଯାଉଛି।
ସଙ୍କଟରେ ଫଶିଥିବା ସେକ୍ଟରକୁ ମିଳିପାରେ ପୁଞ୍ଜି
ବିଶେଷଜ୍ଞଙ୍କ କହିବାନୁଯାୟୀ, ଆର୍‌ବିଆଇ ଠାରୁ ମିଳୁଥିବା ପୁଞ୍ଜିର ବ୍ୟବହାର ବକେୟା ଋଣ ହ୍ରାସ କରିବା, ୩.୩ ଲକ୍ଷ କୋଟି ଟଙ୍କାର ପୁଞ୍ଜିଗତ ବ୍ୟୟ ଯୋଜନାକୁ ସହାୟତା ପ୍ରଦାନ, ବ୍ୟାଙ୍କଗୁଡ଼ିକର ପୁନଃପୁଞ୍ଜିକରଣ ଏବଂ ସଙ୍କଟରେ ଫଶିଥିବା କ୍ଷେତ୍ରକୁ ପ୍ରୋତ୍ସାହନ ପ୍ୟାକେଜ ଦେବାରେ ବ୍ୟୟ କରାଯିବ। ତେବେ ଏହା ଆକଳନ ବୋଲି କୁହାଯାଉଛି, କାରଣ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏହି ଅର୍ଥକୁ କିପରି ଖର୍ଚ୍ଚ କରାଯିବ ସେ ସଂକ୍ରାନ୍ତରେ କହିବାକୁ ମନା କରିଦେଇଛନ୍ତି।
ଢ଼ାଞ୍ଚାଗତ ନିର୍ମାଣକୁ ଦିଆଯାଇପାରେ ଗୁରୁତ୍ୱ
ବ୍ରୋକରେଜ ଫାର୍ମ ଏମ୍‌କେ ଗ୍ଲୋବାଲର ଏକ ରିପୋର୍ଟରେ କୁହାଯାଇଛି ଯେ, ଯଦି ସରକାର ହସ୍ତାନ୍ତରିତ ରାଶିକୁ ଉଚ୍ଚ ଋଣ ଭାବେ ବଦଳାଇବାକୁ ବିକଳ୍ପ ଭାବେ ଚୟନ କରନ୍ତି, ତେବେ ଏହାକୁ ଢ଼ାଞ୍ଚାଗତ ନିର୍ମାଣ ଲାଗି ବ୍ୟୟ କରାଯିବ। ଆର୍‌ବିଆଇ ପକ୍ଷରୁ ମିଳୁଥିବା ଅତିରିକ୍ତ ସହାୟତା ରାଶି ବଜାରକୁ ସମର୍ଥନ ଦେବ। ଅନ୍ୟପକ୍ଷରେ ବୋଫା ମେରିଲ ଲିଞ୍ଚ ରିସର୍ଚ୍ଚରେ କୁହାଯାଇଛି ଯେ, ଏହି ଅର୍ଥକୁ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କର ପୁନଃପୁଞ୍ଜିକରଣ ଲାଗି ଖର୍ଚ୍ଚ କରିବେ ବୋଲି ମନେ କରାଯାଉଛି। ଅଶ୍ୱିନ ପାରେଖ ଆଡ଼ଭାଇଜରୀ ସର୍ଭିସେସ୍‌ର ମ୍ୟାନେଜିଂ ପାର୍ଟନର ଅଶ୍ୱିନ ପାରେଖ କହିଛନ୍ତି ଯେ, ବର୍ତ୍ତମାନର ଆର୍ଥିକ ଦୃଶ୍ୟପଟରେ ଆର୍‌ବିଆଇରୁ ମିଳିଥିବା ପୁଞ୍ଜି ଅର୍ଥନୀତିକୁ ଗତିଶୀଳ କରିବ। ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) କେନ୍ଦ୍ର ସରକାରଙ୍କୁ ୧.୭୬ ଲକ୍ଷ କୋଟି ଟଙ୍କା ବଳକା ପାଣ୍ଠିରୁ ଦେବ ବୋଲି ସୋମବାର ନିଷ୍ପତ୍ତି ନେଇଛି। ବର୍ତ୍ତମାନର ହିସାବକୁ ଦେଖିଲେ ଆର୍‌ବିଆଇ ନିକଟରେ ପ୍ରାୟ ୯.୨ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବଳକା ପାଣ୍ଠି ରହିଛି। ତେବେ କେନ୍ଦ୍ରୀୟ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ବଳକା ଟଙ୍କା ଆଣୁଛି କେଉଁଠୁ ବୋଲି ସାଧାରଣରେ ପ୍ରଶ୍ନ ଆସିପାରେ।
ଆର୍‌ବିଆଇ କେଉଁଠୁ ଆଣିଲା ଅର୍ଥ
ସାଧାରଣତଃ ଆର୍‌ବିଆଇର ଆୟ ବ୍ୟବସ୍ଥା ଅନ୍ୟ କମ୍ପାନୀଠୁ ଭିନ୍ନ। ଏହାର ତିନୋଟି ଆକାଉଣ୍ଟ ରହିଛି। ଗୋଟିଏ ହେଲା କରେନ୍ସି ଆଣ୍ଡ ଗୋଲ୍ଡ ରିଭାଲ୍ୟୁଏଶନ ଆକାଉଣ୍ଟ(ସିଜିଆର୍‌ଏ),ଆସେଟ୍‌ ଡେଭଲପ୍‌ମେଣ୍ଟ ଫଣ୍ଡ(ଏଡିଏଫ୍‌) ଓ ଅନ୍ୟଟି କଣ୍ଟିଜେନ୍ସି ଫଣ୍ଡ। ମୁଦ୍ରା ବଜାରରେ ଅଚାନକ ଉଠାପକାକୁ ରୋକିବା ଲାଗି ଏହି ଫଣ୍ଡକୁ କାର୍ଯ୍ୟରେ ଲଗାଯାଏ। ସିଜିଆର୍‌ଏ ପାଣ୍ଠି ୨୦୧୦ରୁ ଅଚାନକ ବୃଦ୍ଧି ପାଇଚାଲିଛି। ଏଥିରେ ୨୫% ହାରରେ କମ୍ପାଉଣ୍ଡ ଆନୁଆଲ ଗ୍ରୋଥ ରେଟ୍‌ରେ ୨୦୧୭-୧୮ ସୁଦ୍ଧା ୬.୯୧ ଲକ୍ଷ କୋଟି ଟଙ୍କା ଜମା ହୋଇଛି। ସେହିପରି କଣ୍ଟିଜେନ୍ସି ଫଣ୍ଡରେ ଏହି ଅବଧିରେ ୨.୩୨ ଲକ୍ଷ କୋଟି ଟଙ୍କା ବଳକା ରହିଛି। ସିଜିଆର୍‌ଏ ଏବଂ ସିଏଫ୍‌କୁ ମିଶାଇଦେଲେ ଆର୍‌ବିଆଇର ବାଲାନ୍ସ ସିଟ୍‌ର ଏହା ୨୬% ହେଉଛି। ଆର୍‌ବିଆଇ ସରକାରୀ ସିକ୍ୟୁରିଟି, ବଣ୍ଡରେ ନିବେଶ କରି ସେଥିରୁ ସୁଧ ହାସଲ କରିଥାଏ। ଏହାଛଡ଼ା ବ୍ୟାଙ୍କ ଗୁଡ଼ିକୁ ଋଣ ଦେଇ ସେଥିରୁ ସୁଧ ପାଇଥାଏ। ଏହାଛଡ଼ା ମୁଦ୍ରା ବଜାରରେ ହସ୍ତକ୍ଷେପ କରି ଅନ୍ୟ ଦେଶର ମୁଦ୍ରା ବିକ୍ରି ସେଥିରୁ ଆର୍‌ବିଆଇ ଲାଭ ଉଠାଇଥାଏ। ବିମଳ ଜଲାନ କମିଟି ପକ୍ଷରୁ ଦିଆଯାଇଥିବା ସୁପାରିସ୍‌ ଅନୁଯାୟୀ, କଣ୍ଟିଜେନ୍ସି ଫଣ୍ଡ ଏବେ ଆର୍‌ବିଆଇ ବାଲାନ୍ସ ସିଟ୍‌ର ୬.୮% ରହିଛି। ପୂର୍ବରୁ ଏହା ୫.୫ରୁ ୬.୫% ମଧ୍ୟରେ ରଖାଯିବାକୁ ଧାର୍ଯ୍ୟ ହୋଇଥିଲା। ତେବେ କମିଟି ୫.୫%ର ସର୍ବନିମ୍ନ ସ୍ତରକୁ ଗ୍ରହଣ କରି ବଳକା ବାବଦରେ ୫୨,୬୩୭ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ସୁପାରିସ୍‌ କରିଛନ୍ତି। ସେହିଭଳି ସିଜିଆର୍‌ଏକୁ ବର୍ତ୍ତମାନ ବାଲାନ୍ସ ସିଟ୍‌ର ୨୪.୫%ରୁ ୨୦ ପ୍ରତିଶତକୁ ହ୍ରାସ କରିବା ଲାଗି କମିଟି କହିଛି। ଫଳରେ ଆର୍‌ବିଆଇ କେନ୍ଦ୍ର ସରକାରଙ୍କୁ ବଳକା ବାବଦରେ ୧,୨୩,୪୧୪ କୋଟି ଟଙ୍କା ଦେବାକୁ କୁହାଯାଇଛି। ଏହି ଦୁଇଟି ଆକାଉଣ୍ଟକୁ ମିଶାଇଲେ ଆର୍‌ବିଆଇ ୧,୭୬,୦୫୧ କୋଟି ଟଙ୍କା କେନ୍ଦ୍ର ସରକାରଙ୍କୁ ଦେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଦାନ୍ତ ଆଲୁମିନିୟମରେ ଓ୍ବାର୍ଲଡ ଆର୍ଥ ଡେ

ନୂଆଦିଲ୍ଲୀ,୨୩।୪: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଓ୍ବାର୍ଲଡ ଆର୍ଥ ଡେ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ...

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆର ନୂତନ ସିଏଚ୍‌ଡି ଉଦ୍‌ଘାଟିତ

ଭୁବନେଶ୍ୱର,୨୩।୪: ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ଇଣ୍ଡିଆ ବା ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଲିମିଟେଡର ନୂତନ କମ୍ୟୁନିଟି ହେଲ୍‌ଥ ଡିସ୍‌ପେନ୍‌ସାରି (ସିଏଚ୍‌ଡି) ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି...

ରିଲାଏନ୍ସ ଜିଓର ନେଟ ଲାଭ ୨୦,୪୬୬ କୋଟି

ନୂଆଦିଲ୍ଲୀ,୨୩।୪: ଦେଶର ସର୍ବବୃହତ୍‌ ଦୂରସଞ୍ଚାର ସେବା ପ୍ରଦାନକାରୀ କମ୍ପାନୀ ତଥା ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ୍‌ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ...

‘ଗୁକେଶ ଭବିଷ୍ୟତର ବିଶ୍ୱ ଚାମ୍ପିୟନ’

ନୂଆଦିଲ୍ଲୀ, ୨୩ା୪(ପି.ଟି.): ମର୍ଯ୍ୟାଦାପୂର୍ଣ୍ଣ କ୍ୟାଣ୍ଡିଡେଟ୍ସ ଟୁର୍ନାମେଣ୍ଟ ଜିତି ଭାରତର ଡି. ଗୁକେଶ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। କେବଳ ଚେସ୍‌ ନୁହେଁ ସବୁ ମହଲରେ...

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ, ଜାଣନ୍ତୁ ବଜାର ଦାମ୍

ନୂଆଦିଲ୍ଲୀ, ୨୨।୪: ନିକଟ ଅତୀତରେ ଭାରତରେ ସୁନା ଓ ରୂପା ମୂଲ୍ୟରେ ବହୁତ ବୃଦ୍ଧି ଘଟିଛି। କିନ୍ତୁ ସୋମବାର ଏଥିରେ କିଛି ମାତ୍ରାରେ ହ୍ରାସ ପାଇଛି।...

ସର୍ବୋତ୍ତମ ପ୍ରଯୁକ୍ତିକୁ ଗୁରୁତ୍ୱ

ଭୁବନେଶ୍ୱର,୨୨ା୪: ବ୍ରିଜ୍‌ଷ୍ଟୋନ୍‌ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ନୂତନ ଉତ୍ପାଦ ‘ତୁରଞ୍ଜା ୬ଆଇ’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ଏପରିକି ଯାତ୍ରୀବାହୀ ଯାନ ସେଗ୍‌ମେଣ୍ଟ ପାଇଁ ବ୍ରାଣ୍ଡ୍‌...

ଶ୍ରୀଲେଦର୍ସ ପ୍ରତିଷ୍ଠାତାଙ୍କ ପ୍ରତିମୂର୍ତ୍ତି ଅନାବରଣ

ଭୁବନେଶ୍ୱର,୨୨ା୪: ଦେଶର ପ୍ରମୁଖ ସୁଜ୍‌ ବ୍ରାଣ୍ଡ୍‌ ଶ୍ରୀଲେଦର୍ସର ପ୍ରତିଷ୍ଠାତା ତଥା ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ସ୍ବର୍ଗତ ସୁରେଶ ଚନ୍ଦ୍ର ଦେଙ୍କର ୧୧୩ତମ ଜନ୍ମବାର୍ଷିକୀ ରବିବାର ପାଳିତ...

ଶପର୍ସ ଷ୍ଟପ୍‌ ସହ ଆକ୍ସିସ ବ୍ୟାଙ୍କର ସହଭାଗିତା

ଭୁବନେଶ୍ୱର,୨୨ା୪: ଆକ୍ସିସ୍‌ ବ୍ୟାଙ୍କ ଏବଂ ଶପର୍ସ ଷ୍ଟପ୍‌ସ ମଧ୍ୟରେ ଏକ ଦ୍ୱିପାକ୍ଷିକ ସହଭାଗିତା ନିକଟରେ ସ୍ଥାପନ ହୋଇଛି। ଏପରିକି ଉଭୟ ସଂସ୍ଥାର ମିଳିତ ସହଭାଗିତାରେ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri