Posted inଜାତୀୟ

ମାନ୍ଦାବସ୍ଥାକୁ ନେଇ ଭାଜପା ଉପରେ ବର୍ଷିଲେ ସୋନିଆ:ଜନାଦେଶର ଦୁରୁପଯୋଗ ବିପଜ୍ଜନକ

ନୂଆଦିଲ୍ଲୀ,୧୩-୯(ପି.ଟି.):ଦେଶରେ ଗୁରୁତର ଆର୍ଥିକ ମାନ୍ଦାବସ୍ଥାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଜନାଦେଶକୁ ଭାଜପା ସରକାର ବିପଜ୍ଜନକ ଭାବେ ଦୁରୁପଯୋଗ କରୁଥିବା ସେ ଅଭିଯୋଗ କରିଛନ୍ତି। ସରକାରଙ୍କ ଆର୍ଥତ୍କ ନୀତି ବିରୋଧରେ ଅକ୍ଟୋବର ୧୫ରୁ ୨୫ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଘୋଷଣା କରିଛି। ସୋନିଆଙ୍କ ଅଧ୍ୟକ୍ଷତାରେ ଏଆଇସିସି ମୁଖ୍ୟାଳୟରେ ବୈଠକ ବସି ଏହି ନିଷ୍ପତ୍ତି ନିଆଯାଇଛି। ଦଳୀୟ ନେତାମାନଙ୍କୁ ଉଦ୍‌ବୋଧନ ଦେଇ ସୋନିଆ କହିଥିଲେ, କଂଗ୍ରେସର ସଂକଳ୍ପ ଓ ନମନୀୟତାର ପରୀକ୍ଷା କରୁଛି ଭାଜପା ସରକାର। ଏହାକୁ ଜନସାଧାରଣଙ୍କ ପାଖରେ ପହଞ୍ଚାଇ ଭାଜପାର ଅସଲ ମୁଖା ଖୋଲିବାକୁ ହେବ ବୋଲି କଂଗ୍ରେସ ଅଧ୍ୟକ୍ଷା ଦଳୀୟ ନେତାମାନଙ୍କୁ ପରାମର୍ଶ ଦେଇଥିଲେ।
ନରେନ୍ଦ୍ର ମୋଦି ସରକାରରେ ଗଣତନ୍ତ୍ର ବିପଦରେ ବୋଲି ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଲାଗି ଯୋଜନା ଚୂଡ଼ାନ୍ତ କରିବା ଲାଗି ଅନୁଷ୍ଠିତ ବୈଠକରେ ସୋନିଆ କହିଛନ୍ତି। ବୈଠକରେ ସାରାଦେଶରୁ ଦଳର ବରିଷ୍ଠ ନେତାମାନେ ଯୋଗ ଦେଇଥିଲେ। ସେମାନଙ୍କ ମଧ୍ୟରେ ଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ଏଆଇସିସି ସାଧାରଣ ସମ୍ପାଦକ, ବିଭିନ୍ନ ରାଜ୍ୟର ପ୍ରଭାରୀ, କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, କଂଗ୍ରେସ ବିଧାୟକ ଦଳ ନେତା ପ୍ରମୁଖ। ତେବେ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବୈଠକରେ ଉପସ୍ଥିତ ନ ଥିଲେ।
ଦେଶ ଏବେ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଥିବାବେଳେ ଜନସାଧାରଣଙ୍କ ଦୃଷ୍ଟି ଏଡାଇବା ପାଇଁ ମୋଦି ସରକାର ଅଭୂତପୂର୍ବ ପ୍ରତିଶୋଧମୂଳକ ରାଜନୀତି କରୁଛନ୍ତି। ଏହା ବିରୋଧରେ କଂଗ୍ରେସ ଆନ୍ଦୋଳନାତ୍ମକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ ସୋନିଆ ନିର୍ଦ୍ଦେଶ ଦେଇଥିଲେ। ଗୁରୁତର ମାନ୍ଦାବସ୍ଥା ସମ୍ପର୍କରେ ମନମୋହନ ସିଂ ଉଦ୍‌ବୋଧନ ଦେଇଥିଲେ। ଆର୍ଥତ୍କ ମାନ୍ଦାବସ୍ଥା ସମ୍ପର୍କରେ ଲୋକଙ୍କୁ ଜଣାଇବା ପାଇଁ ସେପ୍ଟେମ୍ବର ୨୦ରୁ ୩୦ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରଦେଶ କଂଗ୍ରେସ କମିଟି ପ୍ରତିନିଧିମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ ବୋଲି ଦଳୀୟ ମୁଖପାତ୍ର ଆର୍‌.ପି.ଏନ୍‌. ସିଂ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସରରେ ଅକ୍ଟୋବର ୨ରୁ ୯ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପଦଯାତ୍ରା କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ଭାଗବଣ୍ଟାଠାରୁ ଅଧିକ ଭୟଙ୍କର ଶିବସେନା-ଭାଜପା ଆସନ ବଣ୍ଟା

ମୁମ୍ବାଇ, ୨୪।୯: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶିବସେନା-ଭାଜପା ମଧ୍ୟରେ ଆସନ ବଣ୍ଟା ଅଙ୍କ ଛିଡୁନି। ରାଜ୍ୟର ୨୮୮ ବିଧାନସଭା ଆସନ ମଧ୍ୟରୁ ଶିବସେନା ଭାଗରେ...

ପୃଥିବୀର ପ୍ରଥମ ନିଃଶ୍ୱାସରେ ନେଇ ହେଉଥିବା କରୋନା ଟିକା, ଜରୁରୀ କାଳୀନ ବ୍ୟବହାର ଲାଗି ଚାଇନାର ମଞ୍ଜୁରୀ …

ବେଜିଂ, ୫।୯ : ନିଃଶ୍ୱାସରେ ନେଇ ହେଉଥିବା ପୃଥିବୀର ପ୍ରଥମ କରୋନା ଟିକାକୁ ଚାଇନା ଜରୁରୀ କାଳୀନ ବ୍ୟବହାର ଲାଗି ମଞ୍ଜୁରୀ ପ୍ରଦାନ କରିଛି। ଛୁଞ୍ଚିମୁକ୍ତ...

ଜାମିନ ପରେ ଦୀପ ସିଦ୍ଧୁ ଗିରଫ

ନୂଆଦିଲ୍ଲୀ, ୧୮ା୪: ଜାନୁୟାରୀ ୨୬ ଲାଲକିଲ୍ଲା ହିଂସା ମାମଲାରେ ଗିରଫ ପଞ୍ଜାବ ଅଭିନେତା ଦୀପ ସିଦ୍ଧୁଙ୍କୁ ଶନିବାର ଦିଲ୍ଲୀର ଏକ କୋର୍ଟ ଜାମିନ୍‌ ପ୍ରଦାନ କରିବାର...

ବାତ୍ୟା ‘ଅମ୍ଫନ’କୁ ନେଇ ମମତାଙ୍କ ସହ କଥା ହେଲେ ଶାହା

ନୂଆଦିଲ୍ଲୀ,୧୯।୫: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହୋଇଥିବା ବାତ୍ୟା ‘ଅମ୍ଫନ’ ସୋମବାର ମହାବାତ୍ୟାର ରୂପ ନେଇଛି। ଏହା ୨୦ ତାରିଖ ଅପରାହ୍ନରେ...

ଅନାଥଙ୍କ ରିପୋର୍ଟ ବିଳମ୍ବ କରନି

ନୂଆଦିଲ୍ଲୀ, ୨୮ା୭: କରୋନା ମହାମାରୀ ଯୋଗୁ ଦେଶରେ ମାର୍ଚ୍ଚ ୨୦୨୦ ପରେ ଅନାଥ ହୋଇଥିବା ପିଲାମାନଙ୍କ ସଂଖ୍ୟା ବିଷୟରେ ସବିଶେଷ ରିପୋର୍ଟ ତୁରନ୍ତ ଦାଖଲ କରିବାକୁ...

ଅମୃତପାଲ ସିଂ ପଳାତକ ଘୋଷିତ, ପଞ୍ଜାବ ପୋଲିସ ଆରମ୍ଭ କଲା ରାଜ୍ୟ ସ୍ତରୀୟ ଅଭିଯାନ

ଚଣ୍ଡିଗଡ଼,୧୯ ।୩: ଖଲିସ୍ତାନ ସମର୍ଥକ ତଥା କଟ୍ଟରପନ୍ଥି ଅମୃତପାଲ ସିଂଙ୍କ ବିରୋଧରେ ପଞ୍ଜାବ ପୋଲିସ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଅମୃତପାଲଙ୍କୁ ପଳାତକ...

ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟରେ ଦେଶର ଦ୍ୱିତୀୟ ମୃତ୍ୟୁ

ମୁମ୍ବାଇ,୨୫।୬: ଭାରତରେ କରୋନାର ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ଏବେ ସମସ୍ତଙ୍କ ପାଇଁ ଚିନ୍ତା ବଢ଼ାଇଦେଇଛି। ମହାରାଷ୍ଟ୍ରରେ ଡେଲ୍ଟା ପ୍ଲସ୍‌ ଭାରିଆଣ୍ଟ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବା...

୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଲେ ଆଶାକର୍ମୀ

ଅଗରତାଲା, ୧୨।୮: ଜଣେ ୧୦ ମାସର ଶିଶୁକୁ ସାନିଟାଇଜର ମିଶ୍ରିତ ପାଣି ପିଇବାକୁ ଦେଇଛନ୍ତି ଆଶାକର୍ମୀ। ଏଭଳି ଏକ ଅଭାବନୀୟ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଛି।...

Advertisement
Archives

Model This Week