ମାଟି ତଳୁ ମିଳିଲା ଦେଢ଼ କିଲୋଗ୍ରାମ୍‌ ଓଜନର ସୁନା ଖଣ୍ଡ: ମୂଲ୍ୟ ୭୦ ଲକ୍ଷ

ସିଡ୍‌ନୀ, ୨୫।୫: ଅଷ୍ଟ୍ରେଲିଆ ପଶ୍ଚିମ ଅଞ୍ଚଳରେ ଥିବା କାଲଗୁର୍ଲିଠାରେ ମାଟିତଳୁ ଦେଢ଼ କିଲୋଗ୍ରାମ୍‌ ଓଜନର ଏକ ସୁନା ଖଣ୍ଡ ମିଳିଛି। ଏଠାରେ ଥିବା ସୁନା ଖଣିଠାରୁ କିଛି ଦୂରରେ ଜଣେ ବ୍ୟକ୍ତି ମେଟାଲ ଡିଟେକ୍ଟର ସହାୟତାରେ ଏହା ପାଇଥିବା କୁହାଯାଉଛି। ଏହି ସୁନା ଖଣ୍ଡର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୭୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଉଛି। ମେଟାଲ ଡିଟେକ୍ଟରର ସୂଚନା ଅନୁସାରେ ବ୍ୟକ୍ତି ଜଣକ ମାଟି ଖୋଳିବା ଆରମ୍ଭ କରିଥିଲେ। ପ୍ରାୟ ଅଧାମିଟର ମାଟି ତଳେ ସୁନାଖଣ୍ଡ ପୋତି ହୋଇଥିବା ବ୍ୟକ୍ତି ଜଣକ ପ୍ରକାଶ କରିଛନ୍ତି। ଏବେ ଏହି ସୁନାଖଣ୍ଡର ଫଟୋ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ତେବେ ସୁରକ୍ଷା ଦୃଷ୍ଟିରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନାକୁ ଗୁପ୍ତ ରଖାଯାଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା...

ବାଇଡେନ୍‌ ଅର୍ଡର

ଓ୍ବାଶିଂଟନ,୨୨ା୧:ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବା ମାତ୍ରେ ଜୋ ବାଇଡେନ୍‌ ନିଜ ପୂର୍ବସୂରୀ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନୀତିଗୁଡ଼ିକୁ ପଲଟାଇବା ଆରମ୍ଭ କରିଦେଇଛନ୍ତି ।...

ନାଇଟ୍‌ ପାର୍ଟି ପାଇଁ ସରକାର ଦେଉଛନ୍ତି ଲକ୍ଷାଧିକ ଟଙ୍କା, ଏବେ ବିବାଦରେ

ଲଣ୍ଡନ,୧୯ା୬: ଇଂଲଣ୍ଡରେ ନାଇଟ୍‌ ପାର୍ଟି କରାଉଥିବା ଏକ କମ୍ପାନୀକୁ ସରକାରଙ୍କ ପକ୍ଷରୁ ୩୬୦୦୦ ପାଉଣ୍ଡ ଅର୍ଥାତ୍‌ ୩୭ ଲକ୍ଷ ଟଙ୍କା ମିଳୁଛି। ଏପରି ନିଷ୍ପତ୍ତି ପାଇଁ...

ଆମେରିକାରେ ହାହାକାର: ୨୪ ଘଣ୍ଟାରେ ୨ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ଓ୍ବାଶିଂଟନ,୧୧।୧୧: ଆମେରିକାରେ ପୁଣିଥରେ କରୋନା ତାଣ୍ଡବ ଆରମ୍ଭ ହୋଇଛି। ଗତ ୨୪ ଘଣ୍ଟାରେ ଏଠାରେ ୨ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ...

ଯୁଦ୍ଧ ଘୋଷଣା…

ମସ୍କୋ,୨୪।୨ : ଯୁଦ୍ଧ ଟାଳିବା ପାଇଁ ଜାତିସଂଘ ନିରାପତ୍ତା ପରିଷଦ ପକ୍ଷରୁ ବୈଠକ ଚାଲିଥିବାବେଳେ ରୁଷ୍‌ଇଆ ରାଷ୍ଠ୍ରପତି ବ୍ଲାଡିମୀର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା...

ପ୍ରତିଶୋଧ ନେଲା ଆମେରିକା, ଆଇଏସ୍‌ ଗଡ଼ରେ ବୋମାମାଡ଼…

ଓ୍ବାଶିଂଟନ/କାବୁଲ,୨୮।୮: ଆଫଗାନିସ୍ତାନର ଆଇଏସ୍‌ ଗଡ଼ରେ ଆମେରିକା ପକ୍ଷରୁ ବୋମାମାଡ଼ କରାଯାଇଛି। ଏପରି କରି ଆମେରିକା କାବୁଲ ଆକ୍ରମଣର ପ୍ରତିଶୋଧ ନେଇଛି। କାବୁଲରେ ଆଇଏସ୍‌ ଦ୍ୱାରା ହୋଇଥିବା...

କରୋନା ପାଇଁ କଟକଣା ଜାରି କଲେ ଲୋକେ ଭୋକରେ ମରିଯିବେ: ଇମ୍ରାନ ଖାଁ

ଇସଲାମାବାଦ୍‌,୧୮।୩: ପାକିସ୍ତାନରେ କରୋନା ଯୋଗୁ ଲୋକେ ଆତଙ୍କ ମଧ୍ୟରେ ରହିଛନ୍ତି। ଦେଶର ବିଭିନ୍ନ ସହରକୁ ପାଶ୍ଚାତ୍ୟ ଦେଶ ଭଳି ଆଇସୋଲେଶନ କରାଯିବା ପାଇଁ କଟକଣା ଜାରି...

ଭାରତ ସହ ଏକାଠି କାର୍ଯ୍ୟ କରିବାକୁ ପ୍ରସ୍ତୁତ: ଚାଇନା

ବେଜିଂ, ୧୮।୮(ପି.ଟି.): ରାଜନୈତିକ ଆପୋଷ ଆସ୍ଥା ବଢ଼ାଇବା ଓ ମତପାର୍ଥକ୍ୟକୁ ଦୂର କରିବା ତଥା ଦ୍ୱିପାକ୍ଷିକ ସମ୍ପର୍କର ଦୀର୍ଘମିଆଦୀ ବିକାଶ ବଜାୟ ରଖିବା ଲାଗି ଭାରତ...

Advertisement
Archives

Model This Week