ମାଟି ଚୋରା ଚାଲାଣ ବେଳେ ଚଢ଼ାଉକୁ ନେଇ ସନ୍ଦେହ

ଅନୁଗୋଳ ଅଫିସ, ୬।୧୧-ବଅଁରପାଳ ବ୍ଲକ କୁଇଓ ଠାରେ ୫ଟି ଟିପ୍ପର ସହ ଗୋଟିଏ ଜେସିବି ମେଶିନ୍‌ ଦ୍ୱାରା ମାଟି ଚୋରା ଚାଲାଣ ହେଉଥିବା ବେଳେ ମଙ୍ଗଳବାର ଅତିରିକ୍ତ ତହସିଲଦାର ଶ୍ୟାମସୁନ୍ଦର ସାହୁ ଚଢ଼ାଉ କରିଥିଲେ। ହେଲେ ଗାଡ଼ିଗୁଡ଼ିକୁ ଥାନା କି ତହସିଲକୁ ନିଆଯିବା କିମ୍ବା ଜରିମାନା ଆଦାୟ ପରିବର୍ତ୍ତେ ଘଟଣାସ୍ଥଳରେ ଛାଡ଼ି ଅତିରିକ୍ତ ତହସିଲଦାର ପଳାଇ ଯାଇଥିଲେ। ଅତିରିକ୍ତ ତହସିଲଦାରଙ୍କ ଏପରି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଗାଡ଼ିଗୁଡ଼ିକ ଦୀର୍ଘ ସମୟ ଧରି ସେଠାରେ ଠିଆ ହୋଇ ରହିଥିବାରୁ ଏ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଅତିରିକ୍ତ ତହସିଲଦାରଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଓ ମତାମତ ମିଳିପାରି ନାହିଁ।
ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, କୁଇଓ ଠାରେ ମାଟି ଚୋରା ଚାଲାଣ ହେଉଥିବା ସୂଚନା ପାଇ ବଅଁରପାଳ ତହସିଲ କାର୍ଯ୍ୟାଳୟ ପକ୍ଷରୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଅତିରିକ୍ତ ତହସିଲଦାର ସାହୁ ଓ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ଚଢ଼ାଉ କରିଥିଲେ। ଏପରି କି ଗାଡ଼ି ଗୁଡ଼ିକ ଅଟକ ରଖିଥିଲେ ବି କୌଣସି ଜରିମାନା ଆଦାୟ କରି ନ ଥିଲେ। କେବଳ ଚାଳକମାନଙ୍କ ସହ ଆଲୋଚନା କରି ମାଟି ଚୋରା ଚାଲାଣ ବନ୍ଦ କରିବାକୁ ତାଗିଦ୍‌ କରିଥିଲେ। ଏହାପରେ ଚାଳକମାନଙ୍କୁ କାର୍ଯ୍ୟାଳୟକୁ ଯାଇ ଦେଖା କରିବାକୁ କହିଥିଲେ। କିନ୍ତୁ ଗାଡ଼ିଗୁଡ଼ିକ ରାସ୍ତା ଉପରେ ଛାଡ଼ି ଅତିରିକ୍ତ ତହସିଲଦାର ଚାଲିଯାଇଥିଲେ। ଏପରି କି ଗାଡ଼ି ଗୁଡ଼ିକ ଜବତ କରାଯାଇଛି କି ନାହିଁ ସେ ନେଇ କୌଣସି ସୂଚନା ଦେଇ ନ ଥିଲେ। ଏହି ଘଟଣାରେ ବଅଁରପାଳ ତହସିଲଦାର ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଅତିରିକ୍ତ ତହସିଲଦାର ଚଢ଼ାଉ କରିଥିଲେ। କିନ୍ତୁ ଏହାପରେ କ’ଣ ହୋଇଛି ସେ ଜାଣିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଖ୍ୟମନ୍ତ୍ରୀ ବସ୍‌’ ଯୋଜନାରୁ ବଞ୍ଚିତ ଦୁଇ ପଞ୍ଚାୟତବାସୀ

ତୁମୁଡ଼ିବନ୍ଧ,୨୭ା୭(ଦୀପକ କୁମାର ପରସେଠ): ସରକାର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କ ଗମନାଗମନ ସୁବିଧା ପାଇଁ ମୁଖ୍ୟମନ୍ତ୍ରୀ ବସ୍‌(ପୂର୍ବରୁ ଲକ୍ଷ୍ମୀ ବସ୍‌) ଯୋଜନା ଆରମ୍ଭ କରିଛନ୍ତି। ଯାହାଫଳରେ ଗ୍ରାମାଞ୍ଚଳର...

ଦାନ୍ତକାଠି ଭାଙ୍ଗୁଥିଲେ ମହିଳା,୩ ଭାଲୁ ମିଶି ଝୁଣିଦେଲେ

ପାଟଣା,୨୭।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାର ପଡ଼ା ସେକ୍ସନ ଡାଳପକା ପଞ୍ଚାୟତ କୁଦାବେଡା ଗ୍ରାମରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଜଣେ ୩୯...

କାର୍‌ରେ ଆସି ବସ୍‌ରୁ ରୁପା ଭର୍ତ୍ତି ବ୍ୟାଗ ନେଇଗଲେ ଦୁର୍ବୃତ୍ତ

ଖଲ୍ଲିକୋଟ,୨୬ା୭(ପ୍ରଶାନ୍ତ କୁମାର ମିଶ୍ର): କୋଲକାତା ଅଭିମୁଖେ ଯାଉଥିବା ଏକ ବସ୍‌ରୁ ଜଣେ ବ୍ୟବସାୟୀଙ୍କ ପ୍ରାୟ ୫୦ କେଜି ପୁରୁଣା ରୁପା ଜିନିଷ ଓ ୪ ଲକ୍ଷ...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ଅଧାରେ ଅଟକିଲା କେନାଲ ପାଣି

କାଏମା,୨୭ା୭(ଶିବପ୍ରସାଦ ମହାନ୍ତି): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଶାନ୍ତି ବଜାରଠାରୁ ଡେରାବର ପର୍ଯ୍ୟନ୍ତ ଯାଇଥିବା ସବ୍‌ମାଇନର କେନାଲ ସଫେଇ ହୋଇ ନ ଥିବାରୁ ଅଧାରେ ଅଟକି ରହିଛି...

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri