ମାଛ ଜାଲରୁ ଗୋମୁହା ପ୍ରଜାତିର କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୨୯ା୮(ଡି.ଏନ.ଏ.)-ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମ୍ବାରିଗାଁ ପଞ୍ଚାୟତ ମଣିଢିଅ ଗ୍ରାମରେ ମାଛ ଜାଲରୁ ବୁଧବାର ଏକ ଗୋମୁହା ପ୍ରଜାତିର କୁମ୍ଭୀର ଉଦ୍ଧାର ହୋଇଛି। କୁମ୍ଭୀରଟିର ଲମ୍ବ ପ୍ରାୟ ୫ ଫୁଟ ହୋଇଥିବା ବେଳେ ବୟସ ପ୍ରାୟ ୨ ବର୍ଷ ହେବ ବୋଲି ଜଣାପଡ଼ିଛି। ସକାଳୁ ଉକ୍ତ ଗ୍ରାମରେ ଥିବା ଏକ ପୋଖରୀରେ ଲୋକେ ମାଛ ଧରୁଥିବା ସମୟରେ ଜାଲରେ କୁମ୍ଭୀରଟି ଫସିଯାଇଥିଲା। କୁମ୍ଭୀରଟିକୁ ଦେଖି ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ଗ୍ରାମବାସୀ ଦିଗପହଣ୍ଡି ବନ ବିଭାଗକୁ ଜଣାଇଥିଲେ। ବନାଞ୍ଚାଳ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ରେଞ୍ଜର ରାଜାରାଓ ସୁବୁଦ୍ଧିଙ୍କ ନେତୃତ୍ୱରେ ବନରକ୍ଷୀ ମୁରଲୀଧର ନାୟକ, ନିରଞ୍ଜନ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚତ୍ କୌଶଳକ୍ରମେ ଜାଲରୁ କୁମ୍ଭୀରକୁ ଉଦ୍ଧାର କରିଥିଲେ। କୁମ୍ଭୀରଟିକୁ ଉଦ୍ଧାର ପରେ ନିକଟସ୍ଥ ଘୋଡ଼ାହାଡ ଡ୍ୟାମରେ ଛାଡ଼ି ଦିଆଯାଇଥିବା ରେଞ୍ଜର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏନ୍‌କାଉଣ୍ଟର : ଦୁର୍ଦ୍ଦାନ୍ତ ଅପରାଧୀ ଭାଗୁ ଆହତ

ପୁରୀ ଅଫିସ,୧୮।୧୦: ପୁରୀ- ଭୁବନେଶ୍ବର ଜାତୀୟ ରାଜପଥ ପିପିଲି ବାଇପାସ୍‌ ରାସ୍ତା ତରାକାଜ ଓଭରବ୍ରିଜ ପାର୍ଶ୍ୱରେ ଗୁରୁବାର ବିଳମ୍ବିତ ରାତିରେ ଏନ୍‌କାଉଣ୍ଟର ହୋଇଛି। ପୋଲିସ ଗୁଳିରେ...

ଛାତ ପାଲଟିଛି ବଗିଚା

ବାରିପଦା ଅଫିସ, ୩୧ା୭- ପରିବେଶ ପ୍ରତି ଦୁର୍ବଳତା ରହିଛି ତାଙ୍କର। ସେଥିପାଇଁ ନିଜ ଛାତ ଉପରେ ତିଆରି କରିଛନ୍ତି ସୁନ୍ଦର ବଗିଚା। ଏହି ବଗିଚାରେ ଭଳିକି...

୬ କାର୍ଯ୍ୟରତ କର୍ମଚାରୀ କରୋନା ଆକ୍ରାନ୍ତ

କେନ୍ଦ୍ରାପଡ଼ା ଅଫିସ/ମାର୍ଶାଘାଇ(ଡି.ଏନ୍‌.ଏ.),୩୧ା୫- କେନ୍ଦ୍ରାପଡା ଜିଲାରେ ରବିବାର ୧୮ ଜଣ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୬ ଜଣ ଅଙ୍ଗନୱାଡି କର୍ମୀ, ଆଶାକର୍ମୀ...

ଅବେବସ୍‌ତା ଘେରରେ ଅଙ୍ଗନୱାଡି କେନ୍ଦ୍ର

ଲାଠୋର, ୨୪ା୬ (ଡି.ଏନ୍‌.ଏ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ମାଲପଡ଼ା ଅଙ୍ଗନଓ୍ବାଡି କେନ୍ଦ୍ର ସମସିଆ ଘେରରେ ରହିଛେ। ହେଲେ ଇ ଦିଗେ ପରଶାସନ ତରଫୁ...

ବିଦେଶରୁ ଫେରିଲେ ୧୩୦, ବଢ଼ୁଛି କରୋନା ଭୟ

କେନ୍ଦ୍ରାପଡା ଅଫିସ, ୨୧ା୩: ଗତ ୪ ତାରିଖରୁ ଗୁରୁବାର ସୁଦ୍ଧା ମୋଟ ୧୦୦ ଜଣ ବ୍ୟକ୍ତି ବିଦେଶରୁ ଜିଲାକୁ ଫେରିଥିବା ବେଳେ ଶୁକ୍ରବାର ୩୦ ଜଣ...

ଜଗା, କାଳିଆଙ୍କୁ ଭେଟିଲେ ମନ୍ତ୍ରୀ ଅଶୋକ ପଣ୍ଡା

କଟକ ଅଫିସ,୨୫-୯: ଏସ୍‌ସିବି ମେଡିକାଲରେ ଚିକିତ୍ସିତ ହେଉଥିବା କନ୍ଧମାଳ ଜିଲାର ଜଗା, କାଳିଆଙ୍କୁ ମଙ୍ଗଳବାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ...

ଅସହାୟଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଣ୍ଟନ

ଯୋଡ଼ା, ୧୯।୪ (ଡି.ଏନ.ଏ.)-କରୋନା ମହାମାରୀର ମୁକାବିଲା ପାଇଁ ସରକାର ଦେଶରେ ଲକଡାଉନ୍‌ ଘୋଷଣା କରିଛନ୍ତି। ଏହି ଲକଡାଉନ୍‌ ନିୟମାନୁଯାୟୀ ଲୋକେ ନିଜ ଜୀବିକାରୁ ବଞ୍ଚିତ ରହି...

ବିଶୋଧନ ହେଲା ଜନଗହଳି ସ୍ଥାନ

ଛେଣ୍ଡିପଦା, ୭ା୪(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦାର ବିଭିନ୍ନ ଜନଗହଳି ସ୍ଥାନକୁ ମଙ୍ଗଳବାର ବିଶୋଧନ କରାଯାଇଛି ।ଅଗ୍ନିଶମ ବିଭାଗ ସେକ୍ସନ ଅଧିକାରୀ ମନୋରଞ୍ଜନ ବିଶ୍ବାଳଙ୍କ ନେତୃତ୍ୱରେ ଛେଣ୍ଡିପଦା...

Coronavirus Update


Archives

Model This Week

Why Dharitri