ମା’ଙ୍କ ପରେ ହାତ ଛାଡିଦେଲେ ବାପା; ବ୍ୟାଙ୍କ ବାରଣ୍ଡାରେ ୨ ଶିଶୁ

ବନ୍ତଳା,୧୬।୯(ଡି.ଏନ.ଏ.) ୨ ନୀରିହ ଶିଶୁଙ୍କୁ ଛାଡି ମା’ କେଉଁଆଡେ ପଳାଇଥିବାବେଳେ ଏବେ ହାତ ଛାଡିଦେଇଛନ୍ତି ବାପା। ଫଳରେ ସମବାୟ ବ୍ୟାଙ୍କ ବାରଣ୍ଡାରେ ୫ ଦିନ ହେଲା ଅସହାୟ ଅବସ୍ଥାରେ ଅଖିଆ ଅପିଆ ପଡିରହିଛନ୍ତି ଦୁଇ ଶିଶୁ। ଅନୁଗୋଳ ଜିଲା ପୁରୁଣାକୋଟ ଥାନା ଶରଧାପୁର ପଞ୍ଚାୟତ ଗୁରୁଧି ଗ୍ରାମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ତୁରନ୍ତ ଶିଶୁ ମଙ୍ଗଳ ଅଧିକାରୀ ସେମାନଙ୍କୁ ଉଦ୍ଧାର କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଗୁରୁଧି ଗ୍ରାମବାସୀଙ୍କ କହିବା ମୁତାବକ, ପ୍ରାୟ ୬ ମାସ ପୂର୍ବରୁ ଜଣେ ମା’ ବାପାଙ୍କ ସହ ୫ ବର୍ଷର ଶିଶୁପୁତ୍ର, ୪ ବର୍ଷର ଶିଶୁକନ୍ୟା ଆଠମଲ୍ଲିକ ଅଞ୍ଚଳରୁ ଗୁରୁଧିକୁ ଆସିଥିଲେ। ସେଠାରେ ଦମ୍ପତି କେନ୍ଦୁପତ୍ର ଫଡିରେ କାମ କରୁଥିଲେ। କିଛି ଦିନ ପୂର୍ବରୁ ହଠାତ୍‌ ମା’ ସେମାନଙ୍କୁ ଛାଡି ଘରୁ କେଉଁଆଡେ ପଳାଇଥିଲେ। ଏବେ ପ୍ରାୟ ୫ ଦିନ ହେଲା ଶିଶୁ ଦ୍ୱୟଙ୍କ ବାପା ଉଭୟଙ୍କୁ ଗୁରୁଧି ସେବା ସମବାୟ ବ୍ୟାଙ୍କ ବାରଣ୍ଡାରେ ଛାଡି ପଳାଇଛନ୍ତି। ଫଳରେ ଅସହାୟ ଅବସ୍ଥାରେ ଶିଶୁ ଦୁଇଜଣ ସେହି ବାରଣ୍ଡାରେ ପଡି ରହିଛନ୍ତି। ତୁରନ୍ତ ପୋଲିସ ଓ ଶିଶୁ ମଙ୍ଗଳ ବିଭାଗ ଅଧିକାରୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବା ପାଇଁ ଦାବି ହୋଇଛି। ଏ ବିଷୟରେ ଜିଲା ଶିଶୁ ମଙ୍ଗଳ ଅଧିକାରୀ ଗୋରୀ ଶଙ୍କର ବେହେରା କୁହନ୍ତି, ଏ ନେଇ ଆମ ପାଖକୁ କେହି ଖବର ଦେଇନାହାନ୍ତି। ତୁରନ୍ତ ଶିଶୁ ଦୁଇଜଣଙ୍କୁ ସେଠାରୁ ଉଦ୍ଧାର କରିବା ପାଇଁ ପୁରୁଣାକୋଟ ଥାନା ଅଧିକାରୀଙ୍କୁ ଜଣାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ମିନି ଷ୍ଟାଡିୟମରେ ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ     

ଦିଗପହଣ୍ଡି,୨୧|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ସ୍ଥାନୀୟ ଏନଏସି ପ୍ରଶାସନ ପକ୍ଷରୁ ଆୟୋଜିତ…

ଯୋଗ ଦିବସ,ସୁସ୍ଥ ରହିବା ପାଇଁ ଯୋଗ ନିହାତି ଆବଶ୍ୟକ : ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ

ଭଞ୍ଜନଗର, ୨୧।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗରସ୍ଥିତ ବେଲେଶ୍ୱର ପୀଠରେ ରବିବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ…

କୁନା ମୁଣ୍ଡା ହତ୍ୟା ମାମଲା: ହତ୍ୟା ମାମଲାରେ ୫ ଅଭିଯୁକ୍ତ କୋର୍ଟ ଚାଲାଣ

ବଞ୍ଚୋ, ୨୧/୦୬ (ପ୍ରଦୋଷ ବିଶ୍ୱାଳ): ଘସିପୁରା ଥାନାରେ ରୁଜୁ ହୋଇଥିବା କେସ୍ ନଂ–୪୪ରେ ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ହତ୍ୟା ସମ୍ବନ୍ଧୀୟ ଧାରା ଅନୁଯାୟୀ ତଦନ୍ତ ଚାଲିଥିବା…

ବଲାଙ୍ଗୀରରେ ଆନ୍ତର୍ଜାତୀୟ ଯୋଗ ଦିବସ

ବଲାଙ୍ଗୀର, ୨୧/୬ (ସୁନିଲ କୁମାର ମହାନ୍ତି): ରବିବାର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ବଲାଙ୍ଗୀର ଜିଲାର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ…

ରକ୍ତଦାନ ମହତଦାନ: କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ…

ଭଞ୍ଜନଗର, ୨୧/୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର କବି ସମ୍ରାଟ ମିଡିଆ କ୍ଲବ୍ ପକ୍ଷରୁ ରବିବାର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଏକ…

ଦିଗପହଣ୍ଡିରେ ଅନ୍ତର୍ଜାତୀୟ ଯୋଗ ଦିବସ

ଦିଗପହଣ୍ଡି,୨୧|୬ (ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ କମ୍ପ୍ଲେକ୍ସ ପରିସରରେ ରବିବାର ଦ୍ଵାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଜେଏମଏଫସି କୋର୍ଟ…

ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ,୨୧।୬ (ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ‘ବିକାଶ ଧାରା ଓଡ଼ିଶା ସାରା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।…

ଯୁବ ବିଜେଡି ଜିଲା ସଭାପତିଙ୍କ ଘରକୁ ଗୁଳି

ସୋନପୁର/ବିନିକା,୨୧।୬ (ମୃତ୍ୟୁଞ୍ଜୟ ଶତପଥୀ/ରାମଗୋପାଳ ବାଘ): ସୁବର୍ଣ୍ଣପୁର ଯୁବ ବିଜେଡି ଜିଲା ସଭାପତି ତଥା ବିନିକା ବ୍ଲକର ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନନ୍ଦଙ୍କ ଘର ଓ କାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri