ମାଓବାଦୀ ପ୍ରଭାବିତ ଗ୍ରାମରେ ବିଧାୟକ

ବଇଣ୍ଡା,୨୫।୮(ଡି.ଏନ.ଏ.) – ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଶୁକ୍ରବାର ମାଓବାଦୀ ପ୍ରଭାବିତ ଲକ୍ଷ୍ମୀପୁର ଗ୍ରାମ ପରିଦର୍ଶନରେ କରି ଲୋକଙ୍କ ସମସ୍ୟା ପଚାରି ବୁଝିଛନ୍ତି। ପାହାଡ଼ିଆ ରାସ୍ତାରେ ବିଧାୟକ ସାଏ ଚାଲିଚାଲି ଯାଇ ଲୋକଙ୍କୁ ଭେଟିଥିଲେ। ଏହି ଅବସରରେ ଗ୍ରାମ ସଭାପତି ପ୍ରଭାକର ସାହୁଙ୍କ ନେତୃତ୍ୱରେ ଅଞ୍ଚଳବାସୀ ବିଧାୟକଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଗ୍ରାମକୁ ଗମନାଗମନର ସୁବିଧା ନ ଥିବାରୁ ରାସ୍ତା ନିର୍ମାଣ ପାଇଁ ସେମାନେ ଦାବି କରିଛନ୍ତି। ସାପଘରାଠାରୁ ଲକ୍ଷ୍ମୀପୁର ଯାଏ ନିର୍ମାଣାଧୀନ ୮ କିମି ରାସ୍ତା କାମରେ ବ୍ୟାପକ ଅନିୟମିତତା ହେଉଛି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ କାମ ତଦାରଖ କରୁ ନ ଥିବାରୁ ଠିକାସଂସ୍ଥା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଞ୍ଚଳର ଜନସାଧାରଣ ଦୀର୍ଘଦିନ ଧରି ବିଶୁଦ୍ଧ ପାନୀୟ ଜଳ, ଜରୁରିକାଳୀନ ସ୍ବାସ୍ଥ୍ୟସେବା, ଉନ୍ନତ ଶିକ୍ଷା ବ୍ୟବସ୍ଥାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଏ ନେଇ ବହୁବାର ପଞ୍ଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ।
ଲୋକଙ୍କୁ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା
ଯୋଗାଇ ଦିଆଯାଉନାହିଁ।
ଲୋକେ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି।
ଏସବୁ ସମସ୍ୟାର ବିହିତ ପ୍ରତିକାର କରିବାକୁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୂର ହେବ ପାର୍କିଂ, ଚୋରି ଚିନ୍ତା

ଅନୁଗୋଳ ଅଫିସ,୪।୬ ରାସ୍ତାପାର୍ଶ୍ୱ କି ଘର ସମ୍ମୁଖରେ ଆଉ ପାର୍କିଂ ହେବନି ଟ୍ରକ୍‌। ଚୋରି ହେବନି ପରିବହନ ସାମଗ୍ରୀ, ଯନ୍ତ୍ରାଂଶ କିମ୍ବା ଗାଡ଼ି। ରାଜପଥରେ ଦେଖାଦେବନି...

ନିଆରା ପଥର କାରିଗର ବୀରବର ବେହେରା: କାରିଗରି ପାଇଁ ଛାଡ଼ିଥିଲେ ଚାକିରି

ଛେଣ୍ଡିପଦା,୧୯ା୭ – ତାଙ୍କ ହାତ ଛୁଆଁରେ ପଥର ମୂର୍ତ୍ତି ହୋଇଉଠେ ଜୀବନ୍ତ। ଯେ କୌଣସି ଚେହେରାର ପୂରା ଅବିକଳ ନକଲ ସେ ଗଢ଼ି ଦେଇପାରନ୍ତି ପଥରରେ।...

ନରହନ୍ତା ଦନ୍ତାର ଉଗ୍ରରୂପ

ପରଜଙ୍ଗ, ୧୯।୯(ଡି.ଏନ.ଏ.) – ଗଁ।ରୁ ଗଁ।କୁ ଘୂରିବୁଲୁଛି। ଯୁଆଡ଼େ ମୁହଁ।ଉଛି ସିଆଡ଼େ ଆତଙ୍କର ବାତାବରଣ ସୃଷ୍ଟି କରୁଛି। ଚାଳ ଛପର, କଂକ୍ରିଟ୍‌ କୋଠା, ପାଚେରି, ବାଡ଼ି...

ଆଜି ବନ୍ଦ ହେବ ରେଙ୍ଗାଳି ଡ୍ୟାମ୍‌ ଗେଟ୍‌

କଣିହାଁ,୪।୧୦(ଡି.ଏନ.ଏ.): କଣିହାଁ ବ୍ଲକସ୍ଥିତ ବ୍ରାହ୍ମଣୀ ନଦୀର ରେଙ୍ଗାଳି ଡ୍ୟାମ୍‌ରୁ ୩ୟ ଥର ପାଇଁ ବନ୍ୟାଜଳ ନିଷ୍କାସନ ପାଇଁ ମଙ୍ଗଳବାର ପୂର୍ବାହ୍ନଠାରୁ ୮ ନଂ. ଗେଟ ଖୋଲାଯାଇଥିଲା।...

ସମନ୍ବୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୨।୧ – ସମସ୍ତଙ୍କ ସହିତ ସମନ୍ବୟ ରକ୍ଷା କରି କାର୍ଯ୍ୟ କର। ଜନପ୍ରତିନିଧିଙ୍କ ସହ ପ୍ରଶାସନିକ ଅଧିକାରୀ ଉତ୍ତମ ସମ୍ପର୍କ ରଖିଲେ ଜିଲାର...

ଶେଷରେ ଶେଷ ଅସ୍ତ୍ର

ଅନୁଗୋଳ ଅଫିସ, ୩ା୫:  କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ...

ଅସହାୟଙ୍କୁ ସହାୟ ହେଲେ ସାମାଜିକ କର୍ମୀ: ଠିକଣା ଖୋଜିଲେ, ପରିବାର ସହ ଭେଟକଲେ

ଅନୁଗୋଳ ଅଫିସ, ୧୬।୧୨: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ପୋଡ଼ି ଯାଇ ୬ ମାସ ହେଲା ଅସହାୟ ଅବସ୍ଥାରେ ମେଡିକାଲରେ ପଡିରହିଥିବା ଜଣେ ଅସହାୟଙ୍କ ପାଇଁ ଦେବଦୂତ ପାଲଟିଛନ୍ତି...

କାର୍ଯ୍ୟାଳୟ, ବାସଗୃହ ଉଦ୍‌ଘାଟିତ

ଛେଣ୍ଡିପଦା,୧।୫(ସ୍ବ.ପ୍ର.) – ଛେଣ୍ଡିପଦା ବ୍ଲକ କୋଶଳା ପଞ୍ଚାୟତରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ମିତ କୋଶଳା ବନପାଳ କାର୍ଯ୍ୟାଳୟ ଓ ବନରକ୍ଷୀଙ୍କ ବାସଗୃହ ଉଦ୍‌ଘାଟିତ...

Advertisement
Archives

Model This Week