![](https://www.dharitri.com/wp-content/uploads/2020/04/04.jpeg)
ନିୟନ (ସୁଇଜରଲାଣ୍ଡ), ୨୪ା୪ (ଏପି)- ୨୦୨୧ରେ ହେବାକୁଥିବା ମହିଳା ୟୁରୋପିଆନ ଚାମ୍ପିୟନଶିପ୍ ଏକ ବର୍ଷ ପାଇଁ ଘୁଞ୍ଚାଇ ଦିଆଯାଇଛି। କାରଣ କରୋନା ଭାଇରସ ଜନିତ କାରଣରୁ ଟୋକିଓ ଅଲିମ୍ପିକ୍ସକୁ ସେହି ସମୟରେ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ୟୁନିୟନ ଅଫ୍ ୟୁରୋପିଆନ ଫୁଟ୍ବଲ ଆସୋସିଏଶନ୍ସ (ୟୁଫା)ର କାର୍ଯ୍ୟନିର୍ବାହୀ କମିଟି ବୈଠକ ଗୁରୁବାର ବସିଥିଲା। ଏଥିରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ଇଂଲଣ୍ଡରେ ୧୬ଟି ଦେଶକୁ ନେଇ ଏହି ଟୁର୍ନାମେଣ୍ଟ ୨୦୨୨ ଜୁଲାଇ ୬ ରୁ ୩୧ ପର୍ଯ୍ୟନ୍ତ ଖେଳାଯିବ।