Posted inଖେଳ

ମହିଳା ହକି: ଜାତୀୟ ଶିବିରରେ ଓଡ଼ିଶାରୁ ୪

ନୂଆଦିଲ୍ଲୀ, ୧୪।୭ (ପି.ଟି.)- ଜାତୀୟ ସିନିୟର ମହିଳା ହକି ଦଳର କୋଚିଂ କ୍ୟାମ୍ପ୍‌ ଲାଗି ଶନିବାର ହକି ଇଣ୍ଡିଆ ପକ୍ଷରୁ ୩୩ ଜଣିଆ କୋର୍‌ ଗ୍ରୁପ୍‌ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ଓଡ଼ିଶାର ୪ ଜଣ ଖେଳାଳି ଦୀପ୍‌ଗ୍ରେସ ଏକ୍କା, ସୁନୀତା ଲାକ୍ରା, ରଶ୍ମିତା ମିଞ୍ଜ ଓ ଲିଳିମା ମିଞ୍ଜ ସ୍ଥାନ ପାଇଛନ୍ତି। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ସୋମବାରଠାରୁ ଏହି ଶିବିର ଆରମ୍ଭ ହେବ। ଚାରି ସପ୍ତାହବ୍ୟାପୀ ହେବାକୁ ଥିବା ଏହି ଶିବିର ଲାଗି ସମସ୍ତ ଖେଳାଳି ମୁଖ୍ୟ ପ୍ରଶିକ୍ଷକ ଜୋର୍ଡ ମାରିଜନେଙ୍କ ନିକଟରେ ରିପୋର୍ଟିଂ କରିବା ପାଇଁ ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି। ଅଗଷ୍ଟ ୧୧ରେ ଏହି କ୍ୟାମ୍ପ୍‌ ସମାପ୍ତ ହେବାପରେ ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ ଲାଗି ହେବାକୁ ଥିବା ଟେଷ୍ଟ ଇଭେଣ୍ଟ ଖେଳିବା ପାଇଁ ଜାପାନ ଗସ୍ତ କରିବ। ସେଠାରେ ଅଗଷ୍ଟ ୧୭ରୁ ଏହି ଇଭେଣ୍ଟ ଆରମ୍ଭ ହେବ। ଯେଉଁଥିରେ ଆୟୋଜକ ଜାପାନ ସମେତ ଭାରତ, ଅଷ୍ଟ୍ରେଲିଆ ଓ ଚାଇନା ଅଂଶଗ୍ରହଣ କରିବେ। ଉଦ୍‌ଘାଟନୀ ଦିବସରେ ଭାରତ ଆୟୋଜକ ଜାପାନକୁ ଭେଟିବ। ଏହାପରେ ଅଗଷ୍ଟ ୧୮ରେ ଅଷ୍ଟ୍ରେଲିଆ, ଅଗଷ୍ଟ ୨୦ରେ ଚାଇନା ବିପକ୍ଷରେ ମ୍ୟାଚ୍‌ ଖେଳିବାର କାର୍ଯ୍ୟସୂଚୀ ରହିଛି। ‘ଅଷ୍ଟ୍ରେଲିଆ, ଚାଇନା ଓ ଆୟୋଜକ ଜାପାନ ବିପକ୍ଷରେ ଖେଳି ଆମେ ଆମର ଖେଳରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛୁ। ଏଥିସହ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ପୂର୍ବରୁ ଏହା ଆମ ପାଇଁ ଭଲ ପ୍ରସ୍ତୁତି ସଦୃଶ ହେବ’ ବୋଲି ମାରିଜନେ କହିଛନ୍ତି। ଚଳିତ ବର୍ଷ ଅନ୍ତିମ ଭାଗରେ ଏଫ୍‌ଆଇଏଚ୍‌ ଅଲିମ୍ପିକ କ୍ୱାଲିଫାୟର ଅନୁଷ୍ଠିତ ହେବ।
ସମ୍ଭାବ୍ୟ କୋର୍‌ ଗ୍ରୁପ୍‌:
ଗୋଲକିପର- ସବିତା, ରଜନୀ ଏଟିମାରପୁ, ବିଛୁ ଦେବୀ ଖରିବାମ୍‌।
ଡିଫେଣ୍ଡର୍ସ- ଦୀପ୍‌ଗ୍ରେସ ଏକ୍କା, ରୀନା ଖୋଖର, ସୁମଦ ଦେବୀ ଥୋଉଡାମ, ସୁନୀତା ଲାକ୍ରା, ସାଲିମା ଟେଟେ, ମନପ୍ରୀତ୍‌ କୌର, ଗୁର୍‌ଜିତ୍‌ କୌର, ରଶ୍ମିତା ମିଞ୍ଜ, ମହିମା ଚୌଧାରୀ ଓ ନିଶା।
ମିଡ୍‌ଫିଲ୍ଡର୍ସ- ନିକ୍କି ପ୍ରଧାନ, ମୋନିକା, ନେହା ଗୋଏଲ, ଲିଳିମା ମିଞ୍ଜ, ସୁଶୀଳା ଚାନୁ ପୁରଖବାମ, ଚେତନା, ରୀତା, ଅଞ୍ଜୁ ସିଂ, କରିଶ୍ମା ଯାଦବ ଓ ସୋନିକା।
ଫରଓ୍ବାଡର୍‌ସ- ରାଣୀ, ଲାଲରେମସିଆମି, ବନ୍ଦନା କାଟାରିୟା, ନବଜୋତ୍‌ କୌର, ନବନୀତ୍‌ କୌର, ରାଜବିନ୍ଦର କୌର, ଜ୍ୟୋତି, ଶର୍ମିଳା ଦେବୀ, ଅମନଦୀପ୍‌ କୌର ଓ ପ୍ରିୟଙ୍କା ଓ୍ବାଙ୍ଖଡେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦୂତୀର ଅର୍ଥ ଚମକ: ମୋଦି

ଭୁବନେଶ୍ୱର, ୧୪।୭(କ୍ରୀଡ଼ା ପ୍ରତିନିଧି)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଥିବା ଭାରତୀୟ ଆଥ୍‌ଲେଟଙ୍କ ସହ ମଙ୍ଗଳବାର ଭର୍ଚୁଆଲ୍‌ ମୋଡ୍‌ରେ ଭାବର ଆଦାନପ୍ରଦାନ କରିଛନ୍ତି।...

ଅଭିନେତ୍ରୀଙ୍କ ପ୍ରତି ଆକୃଷ୍ଟ ହେଲେ କ୍ରିକେଟର ଯୁବରାଜ ସିଂ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ସିଂ ଅବସର ନେଇସାରିଥିଲେ ମଧ୍ୟ ସେ ସର୍ବଦାଚର୍ଚ୍ଚାରେ ରହୁଛନ୍ତି। ମଡେଲ ହେଜେଲ କିଚ୍‌ଙ୍କୁ ବିବାହ କରିବା...

ଆଇ- ଲିଗ୍‌ ଫୁଟ୍‌ବଲ: ଗୋକୁଳମ କେରଳକୁ ପ୍ରଥମ ଟାଇଟଲ

କୋଲକାତା,୨୮।୩(ପି.ଟି.): ଭାରତର ଅନ୍ୟତମ ଫୁଟ୍‌ବଲ ଲିଗ୍‌ ଆଇ- ଲିଗ୍‌ ଉଦ୍‌ଯାପିତ ହୋଇଛି। ଏଥର କେରଳ ଗୋକୁଳମ ଏଫ୍‌ସି ପ୍ରଥମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ...

ଇଂଲଣ୍ଡ ଦଳକୁ ଫେରିବା ନେଇ ରୟ ଆଶାବାଦୀ

ଲିଡ୍ସ, ୨୧।୬ (ଏଏଫ୍‌ପି)-ଆଘାତପ୍ରାପ୍ତ ଖେଳାଳି ଜାସନ ରୟ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ବେଳକୁ ଇଂଲଣ୍ଡ କ୍ରିକେଟ ଦଳକୁ ଫେରିବା ନେଇ ଆଶାବାଦୀ ଅଛନ୍ତି। ଚଳିତ ଆଇସିସି...

ଓଡ଼ିଶା ଏଫ୍‌ସି ଛାଡ଼ିଲେ ପେଟନ

ଭୁବନେଶ୍ୱର, ୨୦।୨(କ୍ରୀଡ଼ା ପ୍ରତିନିଧି)- ଅନ୍ତରିଣ କୋଚ୍‌ ଗେରାଲ୍ଡ ପେଟନ ବ୍ୟକ୍ତିଗତ କାରଣ ଦର୍ଶାଇ ଓଡ଼ିଶା ଏଫ୍‌ସି ଛାଡ଼ିଛନ୍ତି। ଇଣ୍ଡିଆନ ସୁପରଲିଗ୍‌ (ଆଇଏସ୍‌ଏଲ୍‌)ର ଗୋଆ ବିପକ୍ଷ ମ୍ୟାଚପରେ...

ସମଲିଙ୍ଗୀ ବିବାହ କଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା-ଲୌରା

ମେଲବୋର୍ନ, ୧୬।୮: ଅଷ୍ଟ୍ରେଲିଆ ମହିଳା କ୍ରିକେଟର୍‌ ଡେଲିସା କିମିନ୍ସ ଓ ଲୌରା ହାରିସ ରବିବାର ପରସ୍ପର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ସମଲିଙ୍ଗୀ ବିବାହର...

ଆଇପିଏଲ ପାଇଁ ବାତିଲ ହୋଇନାହିଁ ମାଞ୍ଚେଷ୍ଟର ଟେଷ୍ଟ

ନୂଆଦିଲ୍ଲୀ,୧୩।୯: ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟ ବାତିଲ ହେବା ପରେ ପୂର୍ବତନ ଅଧିନାୟକ ତଥା ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ପ୍ରଥମ...

ଭାରତୀୟ କ୍ରିକେଟ୍‌ ପାଇଁ ଆଜି ଏକ ଐତିହାସିକ ଦିନ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୩।୭: ଭାରତୀୟ କ୍ରିକେଟ ଇତିହାସରେ ଜୁଲାଇ ୧୩ ଅର୍ଥାତ ଆଜି ଏକ ବିଶେଷ ଦିନ। ୨୦୦୨ ମସିହାରେ ଏହି ଦିନ ସୌରଭ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତ...

Advertisement
Ten Cric Info


Archives

Model This Week