ମହିଳା ସରପଞ୍ଚଙ୍କୁ ପୋଲିସର ମାଡ଼ ପ୍ରତିବାଦରେ ସରପଞ୍ଚ ସଂଘର ଦାବିପତ୍ର: କୋଭିଡ୍‌-୧୯ରୁ ନିବୃତ୍ତ ରହିବାକୁ ଚେତାବନୀ

କେନ୍ଦୁଝର,୬ା୬(ସ୍ବ.ପ୍ର.): ସୋସୋ ଥାନା ଅନ୍ତର୍ଗତ ବଉଳା ଫାଣ୍ଡିରେ ବାଙ୍ଗୋର ପଞ୍ଚାୟତର ମହିଳା ସରପଞ୍ଚ ସୁପ୍ରଭା ରାଉତଙ୍କୁ ପୋଲିସର ମାଡ଼ ନେଇ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ପରିଷଦ, ସରପଞ୍ଚ ମହାସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ଏନେଇ ଶନିବାର ଥାନାଧିକାରୀଙ୍କ ବିରୋଧରେ ଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସମସ୍ତ ସରପଞ୍ଚଙ୍କୁ ସରକାର ଜିଲାପାଳ କ୍ଷମତା ପ୍ରଦାନ କରିଥିବା ବେଳେ କୋଭିଡ୍‌ ୧୯ ଭଳି ଗୁରୁତ୍ୱପୂର୍ଣ କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ଗତ ୩ ତାରିଖରେ ବାଙ୍ଗୋର ପଞ୍ଚାୟତର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଜଣେ ପ୍ରବାସୀ ଓଡ଼ିଆ ଘରକୁ ପଳାଇଯିବାରୁ ସ୍ଥାନୀୟ ବଉଳା ଫାଣ୍ଡିକୁ ମହିଳା ସରପଞ୍ଚ ତାଙ୍କ ସ୍ବାମୀଙ୍କ ସହିତ ଅଭିଯୋଗ କରିବାକୁ ଯାଇଥିଲେ। ପୋଲିସ ସହଯୋଗ କରିବା ପରିବର୍ତ୍ତେ ତାଙ୍କୁ ଠେଲାପେଲା କରି ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି। ଏଣୁ ଉକ୍ତ ଥାନାଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଥିବା ସରପଞ୍ଚ ସଂଘର ଜିଲା ସଭାପତି ଅଖିଳ ନାୟକ କହିଛନ୍ତି। ଏହା ଦ୍ୱାରା ସମସ୍ତ ସରପଞ୍ଚ ବିଶେଷକରି ମହିଳା ସରପଞ୍ଚମାନଙ୍କ ପଦମର୍ଯ୍ୟାଦା ହାନି ଘଟିଛି। ଏଣୁ ଦାବି ପୂରଣ ନ ହେଲେ ସମସ୍ତ ସରପଞ୍ଚ ନିଜ ନିଜ ପଞ୍ଚାୟତରେ ଚାଲିଥିବା କୋଭିଡ୍‌-୧୯ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର କାର୍ଯ୍ୟରୁ ନିବୃତ୍ତ ରହିବୁ ବୋଲି ଶିରିଶପାଳ ପଞ୍ଚାୟତର ମହିଳା ସରପଞ୍ଚ ପୁଷ୍ପା ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋତି ହୋଇଛି ୨୦ରୁ ଊର୍ଦ୍ଧ୍ୱ ପୁରାଣ ପ୍ରସିଦ୍ଧ ପୋଖରୀ

କେନ୍ଦ୍ରାପଡ଼ା ଅଫିସ,୮।୨: ୧୮୮୫ ମେ ୧୮ରେ ଲର୍ଡ ରିପନ ସ୍ବାୟତ୍ତ ଶାସନ ପ୍ରସ୍ତାବ ଗ୍ରହଣ ପୂର୍ବରୁ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟି ଭାବେ ୧୮୬୯ ମାର୍ଚ୍ଚ ୧୦ରେ...

ଅଘୋଷିତ ବିଦ୍ୟୁତ୍‌ କାଟ ଯୋଗୁ ଜନ ଅସନ୍ତୋଷ : ଅନ୍‌ଲାଇନ ଆବେଦନରୁ ବଞ୍ଚିତ ପ୍ରାର୍ଥୀ

ନିରାକାରପୁର,୨୬ା୭(ଡି.ଏନ.ଏ.): ଖୋର୍ଦ୍ଧା ଜିଲା ଜଙ୍କିଆ ବିଦ୍ୟୁତ୍‌ ସବ୍‌ଡିଭିଜନ ଅଧୀନ ନିରାକାରପୁର ସେକ୍‌ଶନରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି। ବର୍ତ୍ତମାନ...

ଲୁଟେରାକୁ କାବୁ କଲେ ଲୋକେ

କେନ୍ଦୁଝର, ୧୯ା୫(ଡି.ଏନ.ଏ.)-କେନ୍ଦୁଝର ଜିଲା ତେଲକୋଇ ଥାନା କାଳିଆହତା ଫାଣ୍ଡି ଅଞ୍ଚଳ ମାରଦା ଗଁାର ଟଙ୍କଧର ମହାନ୍ତଙ୍କ ଘରେ ସୋମବାର ବିଳମ୍ବିତ ରାତିରେ ୪ଜଣ ଲୁଟେରା ବିଭିନ୍ନ...

ଲକ୍‌ଡାଉନ୍‌କୁ ମାନୁନାହାନ୍ତି ଲୋକେ: ପରିବା ମାର୍କେଟରେ ଭିଡ଼ ଅସମ୍ଭାଳ

ପୁରୀ ଅଫିସ, ୨୩।୩: କରୋନାର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୁରୀ ସହରକୁ ଲଗ୍‌ଡାଉନ୍‌ ଘୋଷଣା କରିଛନ୍ତି। ସୋମବାର ଲକ୍‌ଡାଉନ୍‌ର ଦ୍ୱିତୀୟ ଦିନରେ ସହରବାସୀ...

ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା...

କ୍ଷୁଦ୍ର ଚଳଚ୍ଚିତ୍ର ‘ଅଭିନନ୍ଦନ’କୁ ପ୍ରଥମ ସ୍ଥାନ

ନବରଙ୍ଗପୁର,୭ା୪(ବି.ପ୍ର.): ଜୟପୁରଠାରେ ଅନୁଷ୍ଠିତ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ୨୬ଟି କ୍ଷୁଦ୍ର ଚଳଚ୍ଚିତ୍ର ମଧ୍ୟରୁ ନବରଙ୍ଗପୁର ତ୍ରିଶକ୍ତି ସିନେ କମ୍ବାଇନ୍ସ ଦ୍ୱାରା ନିର୍ମିତ ଏବଂ...

ବେଆଇନ ମାଙ୍କଡ଼ା ଖଣି ସିଲ୍‌

ନିରାକାରପୁର,୨୬।୨(ଡି.ଏନ୍‌.ଏ.): ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳରେ ଦିନକୁ ଦିନ ଖଣି ମାଫିଆଙ୍କ ଦୌରାତ୍ମ୍ୟ ବଢିବାରେ ଲାଗିଛି। ଦୈନିକ ବେଆଇନ ଭାବେ ଖଣି ଖନନ କରିବା ସହିତ...

୩ ସ୍ବତନ୍ତ୍ର ଟ୍ରେନରେ ପହଞ୍ଚିଲେ ୬୬୨ ପ୍ରବାସୀ

ବାଲେଶ୍ୱର ଅଫିସ, ୧୮।୫:  ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ଅହମ୍ମଦାବାଦରୁ ୩ ସ୍ବତନ୍ତ୍ର ଟ୍ରେନ ଯୋଗେ ୬୬୨ ପ୍ରବାସୀ ବାଲେଶ୍ୱର ରେଳଷ୍ଟେଶନରେ ପହଞ୍ଚିଛନ୍ତି। ସମସ୍ତ ପ୍ରବାସୀ ବାଲେଶ୍ୱର...

Advertisement


Archives

Model This Week

Why Dharitri