ମହିଳା ଶ୍ରମିକଙ୍କୁ ଫୋନରେ ବିଡିଓଙ୍କ ଦୁର୍ବ୍ୟବହାର: ଯୁକ୍ତିତର୍କର ଅଡିଓ ଭାଇରାଲ

ଅନୁଗୋଳ ଅଫିସ/ଛେଣ୍ଡିପଦା, ୧୪।୫- ଅନୁଗୋଳ ଜିଲା ଛେଣ୍ଡିପଦା ବିଡିଓ ସୁନୀଲ କୁମାର କେର୍କେଟା କେତେଜଣ ମହିଳା ଶ୍ରମିକଙ୍କୁ ଫୋନରେ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେଉଛି। ସମ୍ପୃକ୍ତା ମହିଳା ଶ୍ରମିକମାନଙ୍କ ସହ ଫୋନରେ ବିଡିଓଙ୍କ ଯୁକ୍ତିତର୍କର ଅଡିଓ ଗୁରୁବାର ଭାଇରାଲ ହେବା ପରେ ଘଟଣା ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଅନୁଗୋଳ ଜିଲା ବଅଁରପାଳ ଓ ତାଳଚେର ବ୍ଲକର କେତେଜଣ ମହିଳା ଶ୍ରମିକଙ୍କୁ ବୁଧବାର ଭୁବନେଶ୍ୱରରୁ ଉଦ୍ଧାର କରାଯାଇ ଅନୁଗୋଳ ଅଣାଯାଇଥିଲା। ପ୍ରଶାସନର ନିଷ୍ପତ୍ତି କ୍ରମେ ସେମାନଙ୍କ ମଧ୍ୟରୁ କେତେଜଣଙ୍କୁ ଛେଣ୍ଡିପଦା ବ୍ଲକ ଅଞ୍ଚଳର ବରପଦାସ୍ଥିତ କ୍ବାରାଣ୍ଟାଇନ୍‌ ସେଣ୍ଟରକୁ ନିଆଯାଇଥିଲା। କିନ୍ତୁ ସମ୍ପୃକ୍ତା ମହିଳା ଶ୍ରମିକମାନେ ସେଠାରେ ରହିବାକୁ ରାଜି ହୋଇ ନ ଥିଲେ। ସେମାନଙ୍କୁ ନିଜ ନିଜ ଅଞ୍ଚଳକୁ ପଠାଇ ଦେବାକୁ ଦାବି କରିଥିଲେ। ସ୍ଥାନୀୟ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଆଲୋଚନା କରିଥିଲେ ବି ସେମାନଙ୍କୁ ବୁଝାଇପାରି ନ ଥିଲେ। ପରେ ଶ୍ରମିକମାନେ ଛେଣ୍ଡିପଦା ବିଡିଓ କେର୍କେଟାଙ୍କୁ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରି ନିଜ ଅଞ୍ଚଳକୁ ଗାଡ଼ିରେ ପଠାଇବା ପାଇଁ ବାଧ୍ୟ କରିଥିଲେ। ଏହାକୁ ନେଇ ଯୁକ୍ତିତର୍କ ବେଳେ ବିଡିଓ ଫୋନ କରିଥିବା ମହିଳା ଶ୍ରମିକମାନଙ୍କ ପ୍ରତି କିଛି ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଡିଓରେ ଭାଇରାଲ ହୋଇଛି। ଏପରି ଘଟଣା ପରେ ଅନୁଗୋଳ ଜିଲା ପ୍ରଶାସନ ପକ୍ଷରୁ ମହିଳା ଶ୍ରମିକମାନଙ୍କୁ ସେମାନଙ୍କ ବ୍ଲକକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ଛେଣ୍ଡିପଦା ବିଡିଓ କେର୍କେଟା କହିଛନ୍ତି, ବୁଧବାର ବିଳମ୍ବିତ ରାତିରେ ୫ଜଣ ମହିଳା ଶ୍ରମିକଙ୍କୁ କ୍ୱାରାଣ୍ଟାଇନ ପାଇଁ ବରପଦା ଅଣାଯାଇଥିଲା। କିନ୍ତୁ ଶ୍ରମିକମାନେ ରହିବାକୁ ରାଜି ନ ହୋଇ ଫୋନ କରି ଯୁକ୍ତିତର୍କ କରିଥିଲେ। ଏହି ସମୟରେ ଭୁଲ୍‌ବଶତଃ ତାଙ୍କ ପାଟିରୁ କିଛି ବାହାରି ଯାଇଥିବ ବୋଲି ବିଡିଓ ପ୍ରକାଶ କରିଛନ୍ତି। ବଅଁରପାଳ ବିଡିଓ ଏଲିଜା ମିଶ୍ର କହିଛନ୍ତି, ଯେଉଁମାନେ ବରପଦାରେ ଥିଲେ ସେମାନଙ୍କୁ ବଅଁରପାଳ ଅଞ୍ଚଳକୁ ଅଣାଯାଇଛି। ଅନ୍ୟ କୌଣସି ଘଟଣା ବିଷୟରେ ଅବଗତ ନାହିଁ। ତାଳଚେର ବିଡିଓ ନେତ୍ରାନନ୍ଦ ମଲ୍ଲିକ କହିଛନ୍ତି, ଦୁଇ ଜଣ ମହିଳା ଶ୍ରମିକ ଛେଣ୍ଡିପଦାରେ ଥିଲେ। ବର୍ତ୍ତମାନ ସେମାନଙ୍କୁ ତାଳଚେରରେ ରଖାଯାଇଛି। ଅନୁଗୋଳ ଉପଜିଲାପାଳ ବାସୁଦେବ ଶତପଥୀ କହିଛନ୍ତି, କ’ଣ ଭୁଲ ବୁଝାମଣା ହୋଇଛି ଜଣାନାହିଁ। ଅନୁଧ୍ୟାନ ପରେ ପଦକ୍ଷେପ ସମ୍ପର୍କରେ ଅବଗତ କରାଯିବ ବୋଲି ଉପଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାତ ବାନ୍ଧିଛି ନିଅଣ୍ଟିଆ ବର୍ଷା

ବଇଣ୍ଡା, ୨୧ା୭(ଡି.ଏନ.ଏ.) – ଚଳିତବର୍ଷ ଭଲ ବର୍ଷାର ପୂର୍ବାନୁମାନ ନେଇ ଚାଷୀକୁଳ ଉତ୍ସାହିତ ଥିଲେ। ବିଲରେ ହଳ ବୁଲାଇବା ସହ ତଳି ମଧ୍ୟ ପକାଇଥିଲେ। ହେଲେ...

୩ ମାସ ଯାଏ ପଥିକଙ୍କୁ ମିଳିବ ପାନୀୟ ଜଳ

ତାଳଚେର,୨୭।୪ (ନି.ପ୍ର.) – ଅନୁଗୋଳ ଜିଲା ତାଳଚେରରେ ତାପମାତ୍ରା ବଢ଼ୁଥିବା ବେଳେ ଅସହ୍ୟ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସେଣ୍ଟ ଜନ୍‌ ଅନନ୍ତ ଆମ୍ବୁଲାନ୍ସ ଡିଭିଜନ...

ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ନାହିଁ

ଅନୁଗୋଳ ଅଫିସ, ୧୮।୪ – ଶୁକ୍ରବାର ଥିଲା ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ଦିବସ। କରୋନା କଟକଣା ପାଇଁ ଅନୁଗୋଳ ବିଜେଡି ପକ୍ଷରୁ ଏହାକୁ ପାଳନ...

ବଇଣ୍ଡାକୁ ଆସିଲା ନୂତନ ୧୦୮ ଆମ୍ବୁଲାନ୍ସ

ବଇଣ୍ଡା,୧୪।୩(ଡି.ଏନ.ଏ.) କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳକୁ ଏକ ନୂତନ ୧୦୮ ଆମ୍ବୁଲାନ୍ସ ଗୁରୁବାର ସ୍ବାସ୍ଥ୍ୟବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି। ଦୀର୍ଘବର୍ଷ ହେବ ଏଠାରେ ଥିବା ୧୦୮...

ନାଲ୍‌କୋ ଅଞ୍ଚଳରେ ବଢ଼ୁଛି ପ୍ରଦୂଷଣ: ଧୂଳି ଧୂଆଁରେ ଲୋକେ ଅତିଷ୍ଠ

ବଅଁରପାଳ, ୫।୬ (ଡି.ଏନ୍‌.ଏ.)- ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀ ଅନେକ ସମୟରେ ପ୍ରଦୂଷଣରେ ଛଟପଟ ହେଉଥିବା ଅଭିଯୋଗ ହେଉଛି। ପ୍ଲାଣ୍ଟ କର୍ତ୍ତୃପକ୍ଷ...

ଗୋଶାଳାରେ ପହଞ୍ଚିଲା ଗୋଖାଦ୍ୟ

ଅନୁଗୋଳ ଅଫିସ୍‌, ୨୩ା୪: ଡ୍ରିମ୍‌ ଫାଉଣ୍ଡେଶନ ତରଫରୁ ଅନୁଗୋଳ ଆଦିତ୍ୟ ବାହିନୀ ମାଧ୍ୟମରେ ଗୋବର୍ଦ୍ଧନ ପୀଠ ଗୋଶାଳାକୁ ଗୋଖାଦ୍ୟ ପ୍ରଦାନ କରାଯାଇଛି। ଆଦିତ୍ୟ ବାହିନୀ ମହାସଚିବ ପଣ୍ଡିତ...

ଉପଦ୍ରବ ରୋକିବାରେ ଉଦାସୀନ

ପରିକ୍ଷିତ ସାହୁ ବଇଣ୍ଡା,୨୨ା୯ – ହାତୀଜନିତ କ୍ଷୟକ୍ଷତିକୁ ନେଇ ଅଥୟ ହୋଇପଡ଼ିଛନ୍ତି ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ଓ ବାମୁର ରେଞ୍ଜ ଅଞ୍ଚଳର ଚାଷୀ।...

ଏଯାଏ ଆସିନାହିଁ ବୋର୍ଡ ସାର୍ଟିଫିକେଟ: ଯୁକ୍ତ ୨ ନାମଲେଖା ନେଇ ଛାତ୍ରୀଛାତ୍ର ଚିନ୍ତିତ

କଣିହାଁ,୧୨।୬(ଡି.ଏନ.ଏ.)-ଅନୁଗୋଳ ଜିଲା କଣିହାଁ ବ୍ଲକ ଅଞ୍ଚଳରେ ଥିବା କୌଣସି ହାଇସ୍କୁଲକୁ ୧୦ମ ବୋର୍ଡ ପରୀକ୍ଷା ଦେଇ ପାସ କରିଥିବା ଛାତ୍ରୀଛାତ୍ରଙ୍କ ବୋର୍ଡ ସାର୍ଟିଫିକେଟ ଆସିନାହିଁ। ଏଥିଯୋଗୁ...

Advertisement
Archives

Model This Week