ମହିଳା ଶ୍ରମିକଙ୍କୁ ଅଣଦେଖା: ମିଳୁନି ନିର୍ମାଣ ଶ୍ରମିକର ପରିଚୟ

ନୟାଗଡ଼ ଅଫିସ,୯ା୩: ନୟାଗଡ଼ ଜିଲାରେ ମହିଳା ଶ୍ରମିକମାନଙ୍କୁ ନିର୍ମାଣ ଶ୍ରମିକର ପରିଚୟ ମିଳୁନି। ଏଥିରେ ବାଧକ ସାଜୁଛି ଜିଲା ଶ୍ରମ କାର୍ଯ୍ୟାଳୟ। କୃଷି ଶ୍ରମିକ କହି ଅଧିକାଂଶ ମହିଳାଙ୍କୁ ପଞ୍ଜୀକୃତ ନ କରି ଫେରାଇ ଦିଆଯାଉଛି ବୋଲି ଅଭିଯୋଗ ହୋଇ ଆସୁଛି। ଏଣୁ ମହିଳାମାନେ ନିର୍ମାଣ ଶ୍ରମିକ ପାଇଁ ଆବେଦନ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜଣେ ମହିଳା ଶ୍ରମିକଙ୍କ ସୂଚନା ଅନୁସାରେ ପରିଚୟ ପାଇବା ପାଇଁ ପଞ୍ଜୀକୃତ କରିବାକୁ ଗଲେ ଅନେକ ଦିନ ରୋଜଗାର ବନ୍ଦ ରୁହେ । ଯାଉ ଯାଉ ଶୁଣିବାକୁ ମିଳେ ଜିଲାରେ ନିର୍ମାଣ ଶ୍ରମିକ କେହି ନାହାନ୍ତି। ଯେଉଁମାନେ ଅଛନ୍ତି ସେମାନେ କୃଷି ଶ୍ରମିକ। ଏଭଳି ଘଟଣା ବାରମ୍ବାର ଘଟିବା ପରେ ମହିଳା ଶ୍ରମିକମାନେ ଅସନ୍ତୋଷ ପ୍ରକାଶ କରି ପଞ୍ଜୀକୃତ କରିବାକୁ ଯାଉନାହାନ୍ତି। ଅନ୍ୟପକ୍ଷେ ଯଦି ହାତଗୁଞ୍ଜା ଦିଆଯାଉଛି ସେଠାରେ ଆଇନକାନନୁର ଆବଶ୍ୟକ ପଡୁନି। ପୁଣି କୃଷି ଶ୍ରମିକର ନଁା ମଧ୍ୟ ଉଠୁନି। ହେଲେ ସବୁ ମହିଳା ହାତଗୁଞ୍ଜା କାରବାରରେ ସାମିଲ ହୋଇପାରୁ ନ ଥିବାରୁ ଏମାନଙ୍କ ପଞ୍ଜୀକୃତ ସଂଖ୍ୟା କମିବା ସ୍ବାଭାବିକ।
ପଞ୍ଜୀକୃତ ମାତ୍ର ୧୩ ପ୍ରତିଶତ
ଜିଲା ଶ୍ରମ ବିଭାଗର ରିପୋର୍ଟ ଅନୁଯାୟୀ ଜିଲାରେ ମହିଳା ଶ୍ରମିକଙ୍କ ଅଭାବ ରହିଛି। କାରଣ ପଞ୍ଜୀକୃତ ମହିଳାଙ୍କ ସଂଖ୍ୟା ମାତ୍ର ୧୩ ପ୍ରତିଶତ। ଏଠାରେ ୫୪ ହଜାର ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ମହିଳା ଶ୍ରମିକ କମିବାର କାରଣ ଖୋଜାଯାଉନି। ତ୍ରୁଟି କେଉଁଠି ରହୁଛି ତା’ର ସମୀକ୍ଷା ନାହିଁ । ଫଳରେ ମହିଳାମାନେ ନିଜ ଜିଲାର ଭିଟାମାଟି ଛାଡି ଅନ୍ୟତ୍ର କାମ କରୁଛନ୍ତି। ରାଜଧାନୀ ଭୁବନେଶ୍ୱରରେ ଯେଉଁ ମହିଳା ଶ୍ରମିକ କୋଠାବାଡି ପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେଥିରୁ ପ୍ରାୟ ୮୦ ପ୍ରତିଶତଙ୍କ ଘର ନୟାଗଡ଼ ଜିଲାରେ ବୋଲି ଜଣାପଡିଛି । ନୟାଗଡର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଜଷ୍ଟିସ ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ କହୁଛି, ମହିଳା ଶ୍ରମିକଙ୍କୁ ଅଣଦେଖା କରାଯାଉଥିବାରୁ ସେମାନେ ବାହାରକୁ ଚାଲି ଯାଉଛନ୍ତି। ଭୁବନେଶ୍ୱରରେ ଏମାନଙ୍କ ସଂଖ୍ୟା ଅଧିକ। ଜିଲା ପ୍ରଶାସନ ପକ୍ଷରୁ ଏଭଳି କଥାକୁ ନିର୍ମାଣ ଶ୍ରମିକ ସେବା ସପ୍ତାହରେ ସ୍ବୀକାର କରାଯାଇଛି।
୯୦ଦିନ କାମ କରିଥିଲେ ପଞ୍ଜୀକୃତ ହୋଇପାରିବ
ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଷକୁ ଅତି କମରେ ୯୦ଦିନ କାମ କରିଥିଲେ ଜଣେ ମହିଳାଙ୍କ ନଁା ନିର୍ମାଣ ଶ୍ରମିକ ଭାବେ ପଞ୍ଜୀକୃତ ହୋଇପାରିବ। ଆଇନ ଏହା କହୁଥିଲେ ହେଁ କାର୍ଯ୍ୟକ୍ଷେତ୍ରରେ ଓଲଟା ଦେଖିବାକୁ ମିଳୁଛି। ଜଣେ ମହିଳା ଜବକାର୍ଡଧାରୀଙ୍କ ସୂଚନା ଅନୁସାରେ କାମ ମାଗିଲେ ମିଳୁନି। କାମ ନ ମିଳିଲେ ବେରୋଜଗାରୀ ଭତ୍ତା ଦିଆଯିବାର ନିୟମ ରହିଛି। ହେଲେ ଆବେଦନପତ୍ର ଗ୍ରହଣ କରୁ ନ ଥିବାରୁ ବେରୋଜଗାର ଭତ୍ତା ଦିଆଯାଉନି। ସେହିଭଳି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାର୍ଯ୍ୟ ଯନ୍ତ୍ର କରୁଛି। ମିଥ୍ୟା ଶ୍ରମ ଦିବସ ସୃଷ୍ଟି କରାଯାଇ ସବୁ କିଛି ଠିକ୍‌ ଚାଲୁଥିବା କାଗଜପତ୍ର ଦର୍ଶାଯାଉଛି। ଏଥିରେ ନିଜକୁ ସୁହାଇବା ଭଳି ଜବ୍‌କାର୍ଡଧାରୀଙ୍କ ନଁା ସାମିଲ କରାଯାଉଛି। ଯେଉଁମାନେ ପ୍ରତିବାଦ କରିବେ ନାହିଁ, କାମକୁ ନ ଆସି ସ୍ବଳ୍ପ ଟଙ୍କାରେ ସନ୍ତୁଷ୍ଟ ରହିବେ। ସେଭଳି ପୁରୁଷ ଲୋକଙ୍କ ନଁା ସାମିଲ ହେଉଛି। କ୍ୱଚିତ୍‌ ମହିଳାଙ୍କ ନଁା ରଖାଯାଉଛି । ଏଣୁ ମହିଳା ଶ୍ରମିକ କସ୍ମିନ୍‌କାଳେ ୯୦ ଦିନର କାମ ପାଇପାରିବନି କି ନିର୍ମାଣ ଶ୍ରମିକର ପରିଚୟ ପାଇବ ନାହିଁ। ଏହା ଜାଣିବା ପରେ ଯଦି କେହି ପ୍ରତିବାଦ କରୁଛନ୍ତି ତାଙ୍କୁ ଅଯଥାରେ ମାରପିଟ, ଗାଳିଗୁଲଜ ସହିବାକୁ ପଡୁଛି। ଏଣୁ ମହିଳାମାନେ ରାଜନୀତିଠାରୁ ଦୂରେଇ ବାହାରେ କାମ କରି ପେଟ ପୋଷୁଛନ୍ତି।
କଣ୍ଟ ପୂରିଲା, ସରିଲାନି ତଦନ୍ତ
ଶ୍ରମ ବିଭାଗ କିପରି ମହିଳା ଶ୍ରମିକମାନଙ୍କୁ ହଇରାଣ କରୁଛି ତାହା ଜିଲା ଶ୍ରମ ଅଧିକାରୀଙ୍କ ତଦନ୍ତ ପାଇଁ ଉଦ୍ଦିଷ୍ଟ ଲିଖିତ ପ୍ରତିଶ୍ରୁତି ରିପୋର୍ଟ ପ୍ରମାଣ କରୁଛି। କଣ୍ଟ ପୂରିଥିଲେ ବି ତଦନ୍ତ କରାଯାଉ ନ ଥିବାରୁ ୧୨ଜଣ ମହିଳା ଶ୍ରମିକ ସରକାରୀ ଯୋଜନାର ସୁଫଳ ନେଇ ପାରୁ ନାହାନ୍ତି। ଅଭିଯୋଗ ଅନୁସାରେ ୨୦୧୭ ଜୁଲାଇ ୭ରେ ନୂଆଗଁା ବ୍ଲକ ବେରୁଅଁାବାରିର ୧୨ଜଣ ମହିଳା ଶ୍ରମିକ ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବା ପାଇଁ ବ୍ଲକ କ୍ୟାମ୍ପରେ ଆବେଦନ କରିଥିଲେ। ସେମାନଙ୍କୁ ସେହିବର୍ଷ ଜୁଲାଇ ୧୮ ତାରିଖରେ ପରିଚୟପତ୍ର ମିଳିବାର ଥିଲା। ହେଲେ ଦିଆଯାଇ ନ ଥିଲା। ୨ବର୍ଷ ପରେ ୨୦୧୯ ଜୁଲାଇ ୧୬ରେ ସେହି ୧୨ଜଣ ମହିଳା ଶ୍ରମିକଙ୍କୁ ଭେରିଫିକେଶନ ପାଇଁ ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଡକାଯାଇଥିଲା। ହେଲେ ପୁଣି ସେମାନଙ୍କୁ ୨ମାସର କଣ୍ଟ ଦେଇଥିଲେ ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା। ଇତିମଧ୍ୟରେ ୫ମାସ ବିତିଯାଇଥିଲେ ବି ତଦନ୍ତ ଶେଷ ହେଉନି କି ପରିଚୟ ପତ୍ର ମିଳୁନି। ଏ ନେଇ ବେରୁଅଁାବାରିର ଝରୀ ଦେଈ, ଭଞ୍ଜ ନାୟକ ଓ କୁମୁଦିନୀ ସାହୁ କୁହନ୍ତି, ନିର୍ମାଣ ଶ୍ରମିକ ପରିଚୟପତ୍ର ପାଇବା ପାଇଁ ଆବେଦନର ୩ବର୍ଷ ଶେଷ ହୋଇଗଲାଣି । ଆମର ଯିବାଆସିବା, ଖାଦ୍ୟପେୟରେ ଜଣ ପିଛା ୨ରୁ ୩ ହଜାର ଟଙ୍କା ଖର୍ଚ୍ଚ ହୋଇସାରିଲାଣି। ପରିଚୟ ପତ୍ର ପାଇବୁ ବୋଲି ଆଉ ଆଶା ରଖିନୁ। ଜିଲା ଶ୍ରମ ଅଧିକାରୀ ସଚ୍ଚିଦାନନ୍ଦ ଜେନା ପ୍ରାୟ ଦେଢ଼ମାସ ପାଇଁ ଛୁଟିରେ ଥିବାରୁ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ। ଜିଲାପାଳ ଡା. ପୋମା ଟୁଡୁଙ୍କ ସୂଚନା ଅନୁସାରେ ଜିଲାରେ ମହିଳା ଶ୍ରମିକ ଅଧିକ ଥିବା ପ୍ରମାଣ ମିଳିଛି। ପୁଣି ସେମାନେ ନିର୍ମାଣ ଶ୍ରମିକ ଭାବେ ନଁା ପଞ୍ଜୀକୃତ କରିପାରୁ ନ ଥିବା ଜଣାପଡିଛି। ସେମାନଙ୍କୁ ପଞ୍ଜୀକୃତ କରାଯିବାର ବ୍ୟବସ୍ଥା କରାଯିବ। ଜବ୍‌କାର୍ଡଧାରୀ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ବର୍ଷକୁ ଅତି କମ୍‌ରେ ୯୦ଦିନ କାମ କରିଥିଲେ ନିର୍ମାଣ ଶ୍ରମିକର ପରିଚୟପତ୍ର ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ପୌରାଧ୍ୟକ୍ଷଙ୍କ ଫାଇଲ୍‌ ଫିଙ୍ଗା ଭିଡିଓ ଭାଇରାଲ

ଯାଜପୁର ରୋଡ୍‌,୧୭ା୧୧(ଡି.ଏନ୍‌.ଏ.): ସହରର ବିକାଶ ଓ ପରିମଳ ବ୍ୟବସ୍ଥାକୁ ଗତିଶୀଳ କରାଯିବାକୁ ପ୍ରତିଶ୍ରୁତି ଦେଇ ବିଜେଡି ଗତ ୨ ପୌର ନିର୍ବାଚନରେ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ବଳରେ...

ସଚେତନତାରେ ସୀମିତ ‘ରାବଣଛାୟା’

ପାଲଲହଡା,୧୮।୧ – କଳାର ରାଜ୍ୟ ଓଡ଼ିଶାରେ ଏକଦା ମନୋରଞ୍ଜନର ମୁଖ୍ୟ ମାଧ୍ୟମ ଥିଲା ଲୋକକଳା ରାବଣଛାୟା। ଅନୁଗୋଳ ଜିଲା ପାଲଲହଡ଼ା ଗଡ଼ଜାତରୁ ଦିନେ ଏହା ଦେଶବିଦେଶରେ...

ଖୋଲିଲା ଧାର୍ମିକସ୍ଥଳ: ନୀତିକାନ୍ତୀ ସମ୍ପନ୍ନ ପରେ ଦର୍ଶନ କଲେ ଭକ୍ତ

ସୋନପୁର,୮।୧: ୯ ମାସର ବ୍ୟବଧାନ ପରେ ସୁବର୍ଣ୍ଣପୁର ଜିଲାର ଧାର୍ମିକସ୍ଥଳଗୁଡିକ ଜନସାଧାରଣଙ୍କ ଦର୍ଶନ ଓ ଉପାସନା ପାଇଁ ଶୁକ୍ରବାର ଖୋଲିଛି। ଜିଲାର ଇଷ୍ଟଦେବୀ ସୁରେଶ୍ୱରୀଙ୍କ ସମେତ...

୧୨୨ ନମୁନାରୁ ୯୦ ନେଗେଟିଭ୍‌

ବାରିପଦା ଅଫିସ, ୮ା୪: କରୋନା ଭାଇରସ୍‌ ଆକ୍ରାନ୍ତ ହୋଇଥିବା ସନ୍ଦେହରେ ଜିଲାର ୧୨୨ଟି ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୦ଟି ନମୁନା...

ଗୋଟିଏ ପରିବାରରୁ ୪ପ୍ରାର୍ଥୀ, ଜିତିଲେ ୩

ବୌଦ୍ଧ, ୨।୩ (ସ୍ବ.ପ୍ର.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକରେ ଗୋଟିଏ ପରିବାରରୁ ପ୍ରାର୍ଥୀ ହୋଇଥିଲେ ୪ଜଣ। ସେମାନଙ୍କ ମଧ୍ୟରୁ ୩ଜଣ ବିଜୟୀ ହୋଇଥିବାବେଳେ ଜଣେ ପରାଜିତ...

ଦ୍ୱିତୀୟ କରୋନା ଆକ୍ରାନ୍ତଙ୍କ ସହ ବରୀର ୪ଜଣଙ୍କ ଲିଙ୍କ

ବରୀ,୧୫।୪(ସ୍ବ.ପ୍ର):  ଯାଜପୁରର ଦ୍ୱିତୀୟ କରୋନା ପଜେଟିଭଙ୍କ ସହିତ ବରୀ ବ୍ଲକ ଗୋଳକୁଣ୍ଡ ଗ୍ରାମର ୪ଜଣଙ୍କର ଲିଙ୍କ ଥିବା ଜଣାପଡିଛି। ଏନେଇ ବରୀ ଅଞ୍ଚଳବାସୀ ଅଧିକ ସଚେତନ...

ବ୍ୟାପୁଛି କିଡ୍‌ନୀ ରୋଗ: ରକ୍ତ ସଂଗ୍ରହ କଲା ସ୍ବାସ୍ଥ୍ୟବିଭାଗ

ବଇଣ୍ଡା,୨୮।୧୦(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ପଞ୍ଚାୟତ ଅମାସମା ଓ ବାସୁଦେବପୁର ଗ୍ରାମରେ କିଡନୀ ରୋଗ ବ୍ୟାପୁଥିବାବେଳେ ଗୁରୁବାର ଜିଲା ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌ ଉଭୟ...

କାଲି ଦାରୁଦିଅଁଙ୍କ ପ୍ରତ୍ୟକ୍ଷ ସ୍ନାନ: ଅପେକ୍ଷା କରି ରହିଛି ସ୍ନାନବେଦି

ପୁରୀ ଅଫିସ,୪ା୬:ଶୁକ୍ରବାର ଦେବସ୍ନାନ ପୂର୍ଣ୍ଣିମା। ଏହି ପବିତ୍ର ତିଥିରେ ରତ୍ନବେଦିରୁ ସ୍ନାନମଣ୍ଡପକୁ ଓହ୍ଲାଇ ଆସିବେ ବିଶ୍ୱନିୟନ୍ତା। ପ୍ରତିଦିନ ବିମ୍ବ (ଦର୍ପଣ) ସ୍ନାନ କରୁଥିବା ମହାପ୍ରଭୁ କରିବେ...

Advertisement
Archives

Model This Week