Posted inଖେଳ

ମହିଳା କ୍ରିକେଟ୍‌: ଭାରତର ସିରିଜ ସୁଇପ୍‌

ଭଦୋଦରା, ୧୪।୧୦- ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ସୋମବାର ଏଠାରେ ଖେଳାଯାଇଥିବା ଅନ୍ତିମ ତଥା ୩ୟ ଦିନିକିଆ ମ୍ୟାଚ୍‌କୁ ଭାରତ ୬ ରନରେ ଜିତିନେଇଛି। ଏଥିସହ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜକୁ ଭାରତ ୩-୦ରେ କ୍ଲିନ ସୁଇପ୍‌ କରିନେଇଛି। ପୂର୍ବରୁ ପ୍ରଥମ ଓ ୨ୟ ଦିନିକିଆକୁ ଘରୋଇ ଦଳ ଯଥାକ୍ରମେ ୮ ଉଇକେଟ୍‌ ଓ ୫ ଉଇକେଟ୍‌ରେ ଜିତିଥିଲା। ପୂର୍ବରୁ ଟି୨୦ ସିରିଜକୁ ମଧ୍ୟ ଭାରତ ୩-୧ରେ କବ୍‌ଜା କରିନେଇଥିଲା। ଫଳରେ ଭାରତୀୟ ମହିଳା ଦଳ ସିରିଜ ସୁଇପ୍‌ କରିବାରେ ସଫଳ ହୋଇଛି।
ସ୍ଥାନୀୟ ରିଲାଏନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ୩ୟ ଦିନିକିଆ ମ୍ୟାଚ୍‌ ଲୋ-ସ୍କୋରିଂ ବିଶିଷ୍ଟ ରହିଥିଲା। ଟସ୍‌ ଜିତି ଭାରତୀୟ ଅଧିନାୟିକା ମିଥାଲି ରାଜ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରାରମ୍ଭରୁ ୫ ରନରେ ମଧ୍ୟରେ ଦୁଇ ଓପନର୍‌ ପ୍ରିୟା ପୁନିଆ (୦) ଓ ଜେମିମା ରୋଡ୍ରିଗ୍ବେଜ (୩)ଙ୍କ ଉଇକେଟ୍‌ ହରାଇ ସଙ୍କଟରେ ପଡ଼ିଥିଲା। ଏହାପରେ ଦଳ ନିୟମିତ ଅନ୍ତରରେ ଉଇକେଟ୍‌ ହରାଇ ୪୫.୫ ଓଭରରେ ୧୪୬ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ହର୍‌ମନପ୍ରୀତ୍‌ କୌର (୩୮) ଓ ଶିଖା ପାଣ୍ଡେ (୩୫)ଙ୍କୁ ଛାଡ଼ିଦେଲେ ଅନ୍ୟକୌଣସି ବ୍ୟାଟ୍ସଓମେନ ପ୍ରଭାବୀ ପ୍ରଦର୍ଶନ କରିପାରି ନ ଥିଲେ। ପୁନମ ରାଉତ (୧୫), ମିଥାଲି (୧୧), ଦୀପ୍ତି ଶର୍ମା (୭), ଉଇକେଟ୍‌କିପର ତାନିଆ ଭାଟିଆ (୬) ପ୍ରମୁଖ ବିଫଳ ହୋଇଥିଲେ। ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ପକ୍ଷରୁ ମାରିଜନେ କାପ୍ପ ୩ ଏବଂ ଶାବନିମ ଇସମାଇଲ ଓ ଆୟାବୋଙ୍ଗା ଖାକା ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ଭାରତ ଭଳି ଅନୁରୂପ ଭାବେ ନିୟମିତ ଅନ୍ତରରେ ଉଇକେଟ୍‌ ହରାଇ ୪୮ ଓଭରରେ ୧୪୦ ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ମାରିଜନେ ୨୯, ଅଧିନାୟିକା ସୁନି ଲୁସ ୨୪, ଲୌରା ଓ୍ବଲଭର୍ଡଟ୍‌ ୨୩ ରନ କରିଥିଲେ। ବିଜୟୀ ଦଳ ପକ୍ଷରୁ ଏକତା ବିସ୍ତ ୩ ଏବଂ ଦୀପ୍ତି ଶର୍ମା ଓ ରାଜେଶ୍ୱରୀ ଗାଏକ୍ୱାଡ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ। ଏକତା ବିସ୍ତଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଓ ମାରିଜନେଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ପୁରସ୍କାର ପ୍ରଦାନ କରାଯାଇଥିଲା।
ସଂକ୍ଷିପ୍ତ ସ୍କୋର:
ଭାରତ- ୧୪୬/୧୦, ୪୫.୫ ଓଭର (ହର୍‌ମନପ୍ରୀତ୍‌ ୩୮, ଶିଖା ୩୫, ମିଥାଲି ୧୧, ମାନସୀ ଜୋଶୀ ୧୨, ମାରିଜନେ ୩/୨୦)।
ଦକ୍ଷିଣ ଆଫ୍ରିକା- ୧୪୦/୧୦, ୪୮ ଓଭର (ମାରିଜନେ ୨୯, ଲୁସ ୨୪, ମିଗନନ୍‌ ଡୁ ପ୍ରିଜ ୧୦, ବିସ୍ତ ୩/୩୨)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରବି ଶାସ୍ତ୍ରୀ ଏନ୍‌ସିଏ ସହିତ ସମ୍ପୃକ୍ତ ରହିବେ

କୋଲକାତା, ୧ା୧୧ (ପି.ଟି.)-ରବି ଶାସ୍ତ୍ରୀଙ୍କୁ ସିନିୟର ଦଳର କୋଚ ଦାୟିତ୍ୱ ତୁଲାଇବା ବ୍ୟତୀତ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନସିଏ) ସହିତ ସମ୍ପୃକ୍ତ ହେବାକୁ ପଡ଼ିବ ବୋଲି...

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ...

ଭାରତର ପତାକା ଉଠାଇବେ ଅବନୀ

ଟୋକିଓ,୪।୯: ରବିବାର ଟୋକିଓ ପାରାଲିମ୍ପିକ୍ସ ଉଦ୍‌ଯାପିତ ହେବ। ୧୨ ଦିନ ଧରି ଚାଲିଥିବା ପାରାଲିମ୍ପିକ୍ସର ୧୬ତମ ସଂସ୍କରଣର ଉଦ୍‌ଯାନୀ ଉତ୍ସବ ଟୋକିଓ ନ୍ୟାଶନାଲ ଷ୍ଟାଡିୟମରେ ଆୟୋଜନ...

ପ୍ରଥମ ନ୍ୟାୟିକ ବିଜୟ: ରେସ୍‌ଲର

ନୂଆଦିଲ୍ଲୀ,୧୫ା୫(ପି.ଟି.) : ଭାରତୀୟ ରେସ୍‌ଲିଂ ଫେଡେରେଶନ (ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ଶନିବାର ଭାରତୀୟ ଅଲିମ୍ପିକ୍ସ ମହାସଂଘ (ଆଇଓଏ) ପକ୍ଷରୁ...

ଡବ୍ଲ୍ୟୁଟିଏ ଜିତିବାରେ ଶେରିଫ୍‌ ପ୍ରଥମ ଇଜିପ୍ଟସିଆନ୍‌

ପାରମା, ୩ା୧୦(ଏପି): ଟପ୍‌ ସିଡ୍‌ ମାରିଆ ସାକାରିଙ୍କୁ ୭-୫, ୬-୩ରେ ପରାସ୍ତ କରି ମେୟାର ଶେରିଫ୍‌ ପାରମା ଲେଡିଜ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଛନ୍ତି।...

ପ୍ରଥମ ଥର ଲାଗି ବିଶ୍ୱର ଶ୍ରେଷ୍ଠ ଦିନିକିଆ ବୋଲର୍‌ ହେଲେ ସିରାଜ

ନୂଆଦିଲ୍ଲୀ,୨୫।୧: ଆଇସିସି ଦିନିକିଆ ବୋଲର ମାନ୍ୟତାରେ ପ୍ରଥମ ଥର ଲାଗି ଭାରତୀୟ ଦ୍ରୁତ ବୋଲର୍‌ ମହମ୍ମଦ ସିରାଜ ଶୀର୍ଷ ସ୍ଥାନ ହାସଲ କରିଛନ୍ତି। ସିରାଜ ନ୍ୟୁଜିଲାଣ୍ଡର...

ବାବର ଆଜମଙ୍କ ଯୁଗ ଶେଷ, ଏବେ ରିଜଓ୍ବାନ୍‌ ନୂଆ ବାଦ୍‌ଶାହା

ଦୁବାଇ,୭।୯: ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ଆଇସିସି ଟି-୨୦ ର଼୍ୟାଙ୍କିଙ୍ଗ୍‌ରେ ପାକିସ୍ତାନର ତାରକା ଖେଳାଳି ମହମ୍ମଦ ରିଜୱାନ ଏକ...

ବାମଣ୍ଡା କପ୍‌: ବ୍ରହ୍ମପୁରକୁ ପରାସ୍ତ କରି ସେମିରେ କଟକ

ଦେବଗଡ଼,୨୯।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ଚାଲିଥିବା ୩୨ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ମ୍ୟାଚରେ ବ୍ରହ୍ମପୁରକୁ ପରାସ୍ତ କରି କଟକ ବିଜୟୀ ହୋଇଛି।...

Advertisement
Archives

Model This Week