ମହିଳା ଓ ମଧୁମେହ

ମଧୁମେହ ରୋଗୀଙ୍କର ହେଉଥିବା ବିଭିନ୍ନ ଜଟିଳତା ଏବଂ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଏହାର ନିରାକରଣ ଓ ଚିକିତ୍ସା ନିମନ୍ତେ ସଚେତନତା ସୃଷ୍ଟି କରିବା ସହ ଏ ରୋଗ କମାଇବା ପାଇଁ ନଭେମ୍ବର ୧୪ ତାରିଖରେ ‘ବିଶ୍ୱ ମଧୁମେହ ଦିବସ’ ପାଳନ କରାଯାଉଛି। ଚଳିତ ବର୍ଷର ଥିମ୍‌ ହେଉଛି, ‘ପରିବାର ଓ ମଧୁମେହ ରୋଗ’।
ସବୁ ଦେଶରେ ଏବେ ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ିଚାଲିଛି। ପରିସଂଖ୍ୟାନରୁ ଜଣାଯାଇଛି ଯେ, ଏହି ରୋଗୀଙ୍କ ସଂଖ୍ୟା ଆମ ଦେଶରେ ସର୍ବାଧିକ। ସାରା ବିଶ୍ୱରେ ୪୨.୫ କୋଟି ଲୋକ ମଧୁମେହ ରୋଗ ଭୋଗୁଥିଲା ବେଳେ ପ୍ରାୟ ୨୦ କୋଟି ମହିଳା ଏହି ରୋଗରେ ଆକ୍ରାନ୍ତ । ୨୦୪୦ ସୁଦ୍ଧା ମହିଳା ମଧୁମେହ ରୋଗୀଙ୍କ ସଂଖ୍ୟା ବଢ଼ି ୩୧.୬ କୋଟିରେ ପହଞ୍ଚତ୍ୟିବ। ତେଣୁ ମହିଳାମାନେ କିପରି ସୁସ୍ଥ ରହିବା ଲାଗି ସୁଷମ ଖାଦ୍ୟ ଖାଇବା ସହ ବ୍ୟାୟାମ କରିବା ଏବଂ ନୂତନ ଜୀବନଶୈଳୀକୁ ଆପଣାଇବା ଆବଶ୍ୟକ। ତେବେ ପରିବାରରେ ଜଣକୁ ମଧ୍ୟ ମଧୁମେହ ରୋଗ ହେଲେ ସାରା ପରିବାର ଲୋକେ ବ୍ୟତିବ୍ୟସ୍ତ ହୋଇ ପଡ଼ିଥାନ୍ତି ଏବଂ ଏଥିରେ ସନ୍ତାନସନ୍ତତିମାନେ ମଧ୍ୟ ବଂଶଗତ ଦୃଷ୍ଟିରୁ ଏହି ରୋଗ ଭୋଗିବା ଆଶଙ୍କା ଥାଏ। ତେଣୁ ନିଜ ସହ ପରିବାରରେ ସମସ୍ତଙ୍କ ସ୍ବାସ୍ଥ୍ୟ କିପରି ଠିକ୍‌ ରହିବ ସେଥିପ୍ରତି ମହିଳାମାନେ ବିଶେଷ ଦୃଷ୍ଟିଦେବା ଆବଶ୍ୟକ , ଏହା ମହିଳାମାନଙ୍କ ଦାୟିତ୍ୱ।
ସମସ୍ତ ମହିଳା ରୋଗୀଙ୍କ ମଧ୍ୟରୁ ପ୍ରାୟ ୫ କୋଟି ମହିଳା ପ୍ରଜନନ ବୟସ ସୀମାରେ ଥାନ୍ତି। ଏହି ରୋଗ ମହିଳା ମୃତ୍ୟୁର ପ୍ରମୁଖ କାରଣ, ଯେଉଁଥିରେ ପ୍ରାୟ ୨୦ ଲକ୍ଷ ମହିଳାଙ୍କର ମୃତ୍ୟୁ ଘଟିଥାଏ। ଟାଇପ୍‌-୨ ମହିଳା ମଧୁମେହ ରୋଗୀମାନେ ୧୦ ଗୁଣ ଅଧିକ କରୋନାରି ହାର୍ଟ ଡିଜିଜ୍‌ ବା ହୃତ୍‌ପିଣ୍ଡ ଧମନୀ ଜନିତ ରୋଗରେ ପୀଡ଼ିତ ହୁଅନ୍ତି। ୧୫-୪୫ ବର୍ଷ ମଧ୍ୟରେ ତାଙ୍କୁ ସ୍ତ୍ରୀ ହର୍‌ମୋନ ଇଷ୍ଟ୍ରୋଜେନ୍‌ ଏକ ରକ୍ଷାକବଚ ଭଳି କାମ କରି ତାଙ୍କୁ ହୃଦ୍‌ରୋଗରୁ ରକ୍ଷା କରିଥାଏ। ତେଣୁ ମାସିକ ଋତୁସ୍ରାବର ବିରତି(ମେନୋପଜ୍‌) ପରେ ଏହି ରୋଗର ଆଶଙ୍କା ବଢୁଥିବାରୁ ମହିଳାମାନେ ଏ ସମୟରେ ନିଜ ଦେହର ଯନତ୍ ନେବା ଖୁବ୍‌ ଜରୁରୀ। ସେମାନେ ରୁଟିନ୍‌ ବ୍ଲଡ୍‌ସୁଗାର ଏବଂ କୋଲେଷ୍ଟେରଲ ଆଦି ଟେଷ୍ଟ କରିବା ସହ ଉଚ୍ଚ ରକ୍ତଚାପ ଥିଲେ ତା’ର ଚିକିତ୍ସା କରିବା ଆବଶ୍ୟକ। ହୃଦ୍‌ଘାତର ସବୁଠାରୁ ବଡ଼ ରିସ୍କ ଫ୍ୟାକ୍ଟର ହେଉଛି ମଧୁମେହ ରୋଗ। ବେଳେବେଳେ ବେଶି ଛାତି ବ୍ୟଥା ବା ଆଞ୍ଜଇନ୍‌ ନ ହୋଇ ମଧ୍ୟ ’ନୀରବ ହୃଦ୍‌ଘାତ’ ହୋଇଥାଏ।
ରୋଗ ହୃତ୍‌ପିଣ୍ଡରେ ଥିବା ବୃହତ୍‌ ଧମନୀ (କରୋନାରି ଧମନୀ) ତଥା କ୍ଷୁଦ୍ର ଧମନୀରେ ଜଟିଳତା ସୃଷ୍ଟି କରିଥାଏ। ତେଣୁ ହୃଦ୍‌ଘାତ ଓ ମସ୍ତିଷ୍କ ଘାତ (ଷ୍ଟ୍ରୋକ୍‌) ଡାଇବେଟିକ୍‌ ରେଟିନୋପାଥି (ଆଖିରେ ଜଟିଳତା), ଡାଇବେଟିକ୍‌ ନେଫ୍ରୋପାଥି (ବୃକ୍‌କରେ ଜଟିଳତା) ତଥା କାର୍ଡିଓ ମାଇଓପାଥି (ହୃତ୍‌ପିଣ୍ଡରେ ଜଟିଳତା) ଦେଖାଦେଇଥାଏ । ତେଣୁ ମହିଳା ମଧୁମେହ ରୋଗୀମାନେ ତେଲ ଓ ଘିଅ, ଛଣାଛଣି ଓ ଚର୍ବିଜାତୀୟ ଖାଦ୍ୟ ନ ଖାଇ ଫଳ, ତଟକା ପନିପରିବା, ସନ୍ତୁଳିତ ଆହାର ଗ୍ରହଣ କରିବା ସହ ବ୍ୟାୟାମ ବା ଶାରୀରିକ ପରିଶ୍ରମ କରିବା ଦରକାର ।
ଏହାଛଡ଼ା ନିଜର ଜୀବନଶୈଳୀ ବଦଳାଇବା ବି ଆବଶ୍ୟକ ।
ଗର୍ଭାବସ୍ଥାରେ ମଧୁମେହ ରୋଗ:
ର୍ଭାବସ୍ଥାରେ ମଧୁମେହ ରୋଗ ମା’ ଓ ଶିଶୁ ଉଭୟଙ୍କ ପାଇଁ ଜଟିଳତା ସୃଷ୍ଟି କରିଥାଏ । ଟାଇପ୍‌-୨ ମଧୁମେହ ରୋଗୀ ଅପେକ୍ଷା ଟାଇପ-୧ ମଧୁମେହ ରୋଗୀଙ୍କର ଗର୍ଭନଷ୍ଟ ଓ ଗର୍ଭସ୍ଥ ଶିଶୁ ବିକଳାଙ୍ଗ ହେବା ସମ୍ଭାବନା ବେଶି ଥାଏ । ପ୍ରତ୍ୟେକ ୭ଟି ଶିଶୁ ମଧ୍ୟରୁ ଗୋଟିଏ ଶିଶୁ ଗର୍ଭାବସ୍ଥାରେ ମଧୁମେହ ରୋଗ ପାଇଁ ପ୍ରଭାବିତ ହୋଇଥାନ୍ତି ଏବଂ ଗର୍ଭାବସ୍ଥାରେ ମଧୁମେହ ରୋଗୀମାନଙ୍କ ମଧ୍ୟରୁ ଶତକଡ଼ା ୫୦ ଭାଗ ମା’ ପ୍ରସବର ୫ ରୁ ୧୦ ବର୍ଷ ମଧ୍ୟରେ ଟାଇପ-୨ ମଧୁମେହ ରୋଗ ଭୋଗିଥାନ୍ତି। ଏହା ସାଧାରଣତଃ ଦୁଇ ପ୍ରକାର-ଆଗରୁ ମଧୁମେହ ରୋଗ ଥାଇ ଗର୍ଭଧାରଣ ଏବଂ ଗର୍ଭାବସ୍ଥା ଯୋଗୁ ମଧୁମେହ ରୋଗ। ତେଣୁ ଗର୍ଭାବସ୍ଥା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ସହ ପ୍ରିନାଟାଲ କାଉନସେଲିଂ ଏବଂ ଗର୍ଭାବସ୍ଥାରେ ସ୍କ୍ରିନିଂ ଖୁବ୍‌ ଜରୁରୀ ା
ତେଣୁ ମଧୁମେହ ରୋଗୀମାନେ ତାଙ୍କର ବ୍ଲଡ୍‌ସୁଗାର କମାଇ ଗର୍ଭଧାରଣ କରିବା ଆବଶ୍ୟକ। ଗର୍ଭଧାରଣର ପ୍ରଥମ ୩ ମାସ ମଧ୍ୟରେ ବ୍ଲଡ୍‌ସୁଗାର ବେଶି ଥିଲେ, ବିକଳାଙ୍ଗ ଶିଶୁ ହେବା ସମ୍ଭାବନା ବେଶି ଥାଏ। ଯେଉଁ ଗର୍ଭବତୀ ମହିଳାଙ୍କ ବୟସ ୩୦-୩୫ ବର୍ଷରୁ ବେଶି ହୋଇଥାଏ, ଯେଉଁମାନଙ୍କର ଓଜନ ଅଧିକ ଥାଏ ବା ପରିବାରରେ ଭାଇ, ଭଉଣୀ, ବାପା, ମା’ ବା କୌଣସି ରକ୍ତ ସମ୍ପର୍କୀୟଙ୍କର ମଧୁମେହ ରୋଗ ଥାଏ, ଯେଉଁମାନଙ୍କର ଆଗରୁ ବେଶି ଓଜନର ଶିଶୁ ଜନ୍ମ ନେଇଥାଏ, ଗର୍ଭରେ ଶିଶୁ ମୃତ୍ୟୁ, ବିକଳାଙ୍ଗ ଶିଶୁ, ପ୍ରସବ ପରେ ଶିଶୁ ମୃତ୍ୟୁ ବାରମ୍ବାର ଗର୍ଭନଷ୍ଟ, ଗର୍ଭାଶୟରେ ପାଣି ଜମିଯିବା, ଗର୍ଭାବସ୍ଥାରେ ଉଚ୍ଚ ରକ୍ତଚାପ ବା ବାରମ୍ବାର ପରିସ୍ରା ସଂକ୍ରମଣ ଓ ସାଦା ସ୍ରାବ ହୋଇଥାଏ, ସେମାନଙ୍କର ଗ୍ଲୁକୋଜ୍‌ ଚ୍ୟାଲେଞ୍ଜ ଟେଷ୍ଟ ଓ ମଧୁମେହ ରୋଗ ପାଇଁ ସ୍କ୍ରିନିଂ କରାଯାଏ । ଏହାଛଡ଼ା ସେମାନଙ୍କର ଗର୍ଭସ୍ଥ ଶିଶୁର ବିକଳାଙ୍ଗର ପରୀକ୍ଷା ପାଇଁ ଡୁଆଲ୍‌ ଓ ଟ୍ରିପଲ ମାର୍କର ଟେଷ୍ଟ, ଏନ୍‌ଟି ସ୍କାନ୍‌ ଓ ୫ ମାସରେ ‘ଟିଫା ସ୍କାନ୍‌’ କରାଯାଏ ଏବଂ ଶିଶୁର ଇକୋକାର୍ଡିଗ୍ରାମ କରି ହୃତ୍‌ପିଣ୍ଡରେ ଅସୁବିଧା ଅଛି କି ନାହିଁ ଦେଖିବାକୁ ହୋଇଥାଏ । ଗର୍ଭାବସ୍ଥାରେ ମଧୁମେହ ରୋଗ ଥିଲେ ବାରମ୍ବାର ଗର୍ଭନଷ୍ଟ, ଗର୍ଭଥଳୀରେ ପାଣି ଜମିବା, ଅପରିଣତ ପ୍ରସବ, ସିଜରିଆନ୍‌ ସେକସନ୍‌ ଆଦିର ଭୟ ଥାଏ। ଏହା ବ୍ୟତୀତ ବିକଳାଙ୍ଗ ଶିଶୁ, ବଡ଼ ଶିଶୁ, ମୁଣ୍ଡ ନ ଥିବା ଶିଶୁ(ଆନେନ୍‌ କେଫାଲସ୍‌), ବଡ଼ ମୁଣ୍ଡ ଶିଶୁ (ହାଇଡ୍ରୋ କେଫାଲସ୍‌), ହୃତ୍‌ପିଣ୍ଡରେ ଛିଦ୍ର, ବୃକ୍‌କ ତଥା ଖାଦ୍ୟନଳୀରେ ଅସୁବିଧା ଥିବା ଶିଶୁ ଜନ୍ମ ହୋଇଥାଏ । ତେଣୁ ପ୍ରସବ ସମୟରେ ସତର୍କତା ଅବଲମ୍ବନ କରି ମା’ ଓ ଶିଶୁକୁ ଜଟିଳତାରୁ ରକ୍ଷାକରିବା ଆବଶ୍ୟକ।

ଡା. ସରୋଜିନୀ ଷଡ଼଼ଙ୍ଗୀ
ଲିଙ୍କ୍‌ରୋଡ୍‌, କଟକ-୧୨
ମୋ: ୯୪୩୭୦୫୫୦୦୭


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ରିସେପସନର ଆୟୋଜନ, ବିବାହର ଚତୁର୍ଥ ଦିନରେ କନିଆଁ ଫେରାର: ବୈଶିଙ୍ଗା ଅଞ୍ଚଳରେ ଚର୍ଚ୍ଚା…

ବୈଶିଙ୍ଗା,୧୦|୭(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମହେଶପୁର ଗ୍ରାମରେ ଏକ ଅଭାବନୀୟ ତଥା ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଘରେ ବନ୍ଧୁମିଳନ ବା ରିସେପସନ୍…

ଏହି ଦିନ ମିଳିବ ସୁଭଦ୍ରା ୫ମ କିସ୍ତି, ନୂଆ ହିତାଧିକାରୀ ପାଇବେ ଏକକାଳୀନ…

ଭୁବନେଶ୍ୱର,୧୦ା୭(ସୁଚିସ୍ମିତା ସାହୁ): ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ଯୋଜନାର ୫ମ କିସ୍ତି ପ୍ରଦାନ କରିବେ ରାଜ୍ୟ ସରକାର। ଏହାକୁ ସୁଚାରୁରୂପେ ସମ୍ପନ୍ନ କରିବା ପାଇଁ ଶୁକ୍ରବାର ଲୋକସେବା…

ପାଠ୍ୟପୁସ୍ତକ ତ୍ରୁଟି ପ୍ରତିବାଦ: ଶୁଖୁଆ ଓ ଝାଲମୁଢି ଧରି ବରଗଡ଼ରେ ବିଜେଡିର ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ

ବରଗଡ଼,୧୦।୭(ପ୍ରେମାନନ୍ଦ ଖମାରୀ)- ପାଠ୍ୟପୁସ୍ତକରେ ହୋଇଥିବା ଗୁରୁତର ତ୍ରୁଟିକୁ ନେଇ ବରଗଡ଼ରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଏକ ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି। ଶୁକ୍ରବାର ଛାତ୍ର…

ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ: ଦ୍ୱିପ୍ରହରରେ ଗାଡ଼ି ଡିକି ଭାଙ୍ଗି ଦେଢ଼ ଲକ୍ଷ ଟଙ୍କା ଲୁଟ

ଛତ୍ରପୁର, ୧୦।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ସବ୍-ରେଜିଷ୍ଟ୍ରାର କାର୍ଯ୍ୟାଳୟ ସମ୍ମୁଖରେ ଦିନ ଦ୍ୱିପ୍ରହରରେ ଏକ ଦୁଃସାହସିକ ଲୁଟ୍ ଘଟଣା ଘଟିଛି। ଦୁର୍ବୃତ୍ତମାନେ…

ସୃଷ୍ଟି ହେଲା ଆଉ ଏକ ଘୂର୍ଣ୍ଣିବଳୟ, ୭ ଦିନ ଯାଏ ପ୍ରବଳ ବର୍ଷା; ଜାରି ହେଲା ଓ୍ବାର୍ନିଂ

ଭୁବନେଶ୍ୱର, ୧୦ା୭ (ବନ୍ଦନା ସେଠୀ) – ଗାଙ୍ଗେଟିକ ୱେଷ୍ଟବେଙ୍ଗଲ ଓ ତା’ ପାଖାପାଖି ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ସମୁଦ୍ରପତନଠାରୁ ୪.୫ ରୁ ୫.୮…

ଇନ୍ଦ୍ରାବତୀରୁ ଖରିଫ ପାଇଁ ଜଳ ସେଚନର ଶୁଭାରମ୍ଭ

ଜୟପାଟଣା,୧୦।୭(ଓମ ପ୍ରକାଶ ବୈଠାରୁ): ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ମଙ୍ଗଳପୁର ବ୍ୟାରେଜରୁ ଶୁକ୍ରବାର ସକାଳରୁ ଚଳିତ ପାଇଁ ଖରିଫ ଜଳ ସେଚନ ର ଶୁଭାରମ୍ଭ ହୋଇ ଯାଇଛି।ଏଥିରେ…

ଧରିତ୍ରୀ ପ୍ରଭାବ: ରାସ୍ତାରୁ ହଟିଲା ବିପଜ୍ଜନକ ଚାମ୍ବର

ଥୁଆମୂଳ ରାମପୁର, ୧୦ା୭ (ଦୁର୍ଗା କୀର୍ତ୍ତି): ଧରିତ୍ରୀରେ ଖବର ପ୍ରକାଶ ପରେ ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ମୁଖ୍ୟ ରାସ୍ତାରେ ବିପଦସଙ୍କୁଳ ଅବସ୍ଥାରେ ଥିବା ଦୁଇଟି…

ବିଦେଶୀ ମଦ ଦୋକାନକୁ ନେଇ ତେଜୁଛି ଅସନ୍ତୋଷ

ଲାଞ୍ଜିଗଡ଼, ୧୦ା୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରୁ ମୁନିଗୁଡ଼ାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା କଡ଼ରେ ଲଟେରି ମାଧ୍ୟମରେ ଖୋଲାଯାଇଥିବା ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri