ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୭।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ସେ ହେଲେ ଦାରିଙ୍ଗବାଡ଼ି ଅଞ୍ଚଳରେ ବିବାହ କରିଥିବା ପ୍ରିୟତମା ପ୍ରଧାନ (୨୩)। ମୃତଦେହକୁ ପୋଲିସ ଜବତ କରି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ଜଣାପଡ଼ିବ। ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଏ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୬/୧୯)ରୁଜୁ କରାଯାଇ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ସବଇନ୍ସପେକ୍ଟର ଅନିଲ କୁମାର ଦେବତା କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପ୍ରିୟତମାଙ୍କୁ ଗୁରୁତର ଅବସ୍ଥାରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରୁ ଅଧିକ ଚିକିତ୍ସା ଲାଗି ବାଲିଗୁଡ଼ା ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ପ୍ରିୟତମାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏ ନେଇ ଡାକ୍ତର ଥାନାକୁ ଫୋନ କରୁଥିବା ଜାଣିପାରି ପ୍ରିୟତମାଙ୍କୁ ଡାକ୍ତରଖାନା ନେଇଥିବା ବ୍ୟକ୍ତି ଜଣକ ସେଠାରୁ ଫେରାର ହୋଇଯାଇଥିଲେ। ଏହାକୁ ନେଇ ପୋଲିସର ସନ୍ଦେହ ବଢ଼ିଥିଲା। ଦାରିଙ୍ଗବାଡ଼ି ପୋଲିସ ବାଲିଗୁଡ଼ାରେ ପହଞ୍ଚି ତଦନ୍ତ କରିଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ପ୍ରିୟତମାଙ୍କ ସ୍ବାମୀ ହୋଇଥାଇପାରନ୍ତି ବୋଲି ସନ୍ଦେହ କରି ବାପଘର ଲୋକଙ୍କୁ ଡକାଇ ଘଟଣାର ତଦନ୍ତ କରାଯାଉଥିବା ସବଇନ୍ସିପେକ୍ଟର ଦେବତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଘାଟ ବିବାଦ ସମାଧାନ ପାଇଁ ପ୍ରଶାସନର ପଦକ୍ଷେପ

ହାଟଡିହୀ,୨୯ା୧(ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡିହୀ ତହସିଲ ଅଧୀନ ଆମ୍ବୋ-କରଗୋଳା ବୈତରଣୀ ନଦୀ ବାଲି ଘାଟ ବିବାଦ ସମାଧାନ କରିବାରେ ପ୍ରଶାସନ ପଦକ୍ଷେପ ନେଇଛି। ବାଲିଘାଟ ତହସିଲ ତରଫରୁ...

ଏମ୍‌ଏସ୍‌ପିରେ ଲାଗିଲା ସାନିଟାଇଜର ଟନେଲ

କେନ୍ଦୁଝର, ୧୯।୪(ସ୍ବ.ପ୍ର.)-ସ୍ଥାନୀୟ ସଦର ବ୍ଳକ ହଳଦିଗୁଣା ଗ୍ରାମରେ ଥିବା ଏମ୍‌ଏସ୍‌ପି ସ୍ପଞ୍ଜ କାରଖାନାରେ କରୋନା ସଂକ୍ରମଣ ରୋକିବା ପାଇଁ ସାନିଟାଇଜର ଟନେଲ ପ୍ରତିଷ୍ଠା କରାଯାଇଛି। ବାହାରୁ...

ସ୍ନାନବେଦୀରେ ଶ୍ରୀଜୀଉ

ପୁରୀ ଅଫିସ,୧୪ା୬: ଦୁଇ ବର୍ଷ ପରେ ଭକ୍ତଙ୍କ ମେଳରେ ହେଉଛି ସ୍ନାନଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର। ନୀତିକାନ୍ତି ନିର୍ଘଣ୍ଟ ଅନୁଯାୟୀ, ମଙ୍ଗଳବାର ଭୋର ୩ଟା...

ଇଡ୍‌କୋ ଜମି ଅଧିଗ୍ରହଣକୁ ବିରୋଧ

ଝାରସୁଗୁଡ଼ା ଅଫିସ୍‌,୩୦ା୧୨: ଲଖନପୁର ତହସିଲ ଅନ୍ତର୍ଗତ ବରତାପ ମୌଜାର ମୂଳବାସିନ୍ଦା ଦୀର୍ଘବର୍ଷରୁ ସରକାରୀ ଜମି ଦଖଲ କରିଆସୁଛନ୍ତି। ଏହି ଜମିକୁ ଝାରସୁଗୁଡା ରାଜସ୍ବ ବିଭାଗ ଇଡ୍‌କୋକୁ...

ଚାଇନା ସେନା ସହ ଲଢ଼ି ଶହୀଦ ହୋଇଥିବା ନନ୍ଦୁରାମଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କା ସହାୟତା

ରାଇରଙ୍ଗପୁର,୨୦।୬(ଡି.ଏନ୍‌.ଏ.): ପୂର୍ବ ଲଦାଖ ସୀମା ଗଲଓ୍ବାନ୍‌ ଉପତ୍ୟକାରେ ଚାଇନା ସେନା ସଂଘର୍ଷରେ ଦେଶ ପାଇଁ ଶହୀଦ ଓଡ଼ିଆ ଯବାନ ରାଇରଙ୍ଗପୁର ବିଜାତଳା ବ୍ଲକ ବଡ଼ ଚମ୍ପାଉଦା...

ମାଓବାଦୀ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ, ୧୮।୫: ୨୦୧୪ ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ବଜ଼ାର ଥାନା ଅନ୍ତର୍ଗତ ମଙ୍ଗଲବରମ ପେଟାସାହିର ଏ. ଚନ୍ଦ୍ରା ରାଓଙ୍କ ଘରୁ ମାଓବାଦୀ...

୨୦ ବିଚାରପତିଙ୍କ ବଦଳି

କଟକ ଅଫିସ,୨୨ା୮: ଓଡ଼ିଶା ହାଇକୋର୍ଟ ପକ୍ଷରୁ ବିଭିନ୍ନ ଜିଲାରେ କାର୍ଯ୍ୟରତ ୨୦ ଜଣ ବିଚାରପତିଙ୍କୁ ବଦଳି କରାଯାଇଛି। ଏ ନେଇ ଗତ ୧୭ରେ ହାଇକୋର୍ଟଙ୍କ ପକ୍ଷରୁ...

ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବାରିପଦା ଅଫିସ, ୧୨ା୩- ବାରିପଦା ପୌର ପରିଷଦ କାର୍ଯ୍ୟାଳୟ ଆଗରେ ବୁଧବାର ସଫେଇ କର୍ମଚାରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଜାନୁୟାରୀ, ଫେବୃୟାରୀ ମାସର ଦରମା ନ...

Advertisement
Archives

Model This Week