ରାଇରଙ୍ଗପୁର,୧୧ା୧୦(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ଜଣେ ମହିଳା ବେକରେ ରଶି ଲଗାଇ ଗୁରୁବାର ଆତ୍ମହତ୍ୟା କରିଛନ୍ତି। ମୃତ ମହିଳା ହେଲେ ଫାଗୁରାମ ଟୁଡୁଙ୍କ ସ୍ତ୍ରୀ ସ୍ବର୍ଣ୍ଣଲତା (୪୦)। ଅପରାହ୍ନ ୩ଟା ୩୦ ସମୟରେ ସ୍ବର୍ଣ୍ଣଲତା ଘରପାଖ ଜଙ୍ଗଲକୁ କାଠ ଆଣିବା ପାଇଁ ଯାଇ ଫେରି ନ ଥିଲେ। ସନ୍ଧ୍ୟା ସମୟରେ ତାଙ୍କ ମୃତଦେହ ଏକ ଗଛରେ ଝୁଲୁଥିବା ଗ୍ରାମବାସୀ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ମେଡିକାଲକୁ ପଠାଇଛି। ଏଥିନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ.୧୮/୧୯) ରୁଜୁ ହୋଇଛି। ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇ ନାହିଁ।
Posted inଆମ ଜିଲା ଖବର, ମୟୂରଭଞ୍ଜ View All

ନାରାୟଣୀ କଲେଜରେ ତିନି ଦିନ ଧରି ବିଦ୍ୟୁତ୍ ସେବା ବନ୍ଦ: କନିଷ୍ଠ ଯନ୍ତ୍ରୀଙ୍କ ଅଫିସ ଘେରାଉ କଲେ ଛାତ୍ରୀଛାତ୍ର
ବଅଁରପାଳ,୮।୬(ଡି.ଏନ୍.ଏ.): ଅନୁଗୋଳ ଜିଲା ବଅଁରପାଳ ଅରାହାଟ ନାରାୟଣୀ କଲେଜରେ ଗତ ତିନି ଦିନ ଧରି ବିଦ୍ୟୁତ୍ ସେବା ବନ୍ଦ ରହିଛି। କଲେଜ ନିକଟରେ ଥିବା ଏକ...

ଜେଲରେ ବ୍ୟାପୁଛି କରୋନା
କଟକ ଅଫିସ,୧୦ା୬: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି। ଏପିରିକି ଜେଲ୍ରେ ମଧ୍ୟ ସଂକ୍ରମଣ ବ୍ୟାପୁଛି। ବ୍ରହ୍ମପୁର ମଣ୍ଡଳ କାରାଗାରରେ ୨ ଓ ରାଉରକେଲା ଉପ...

ଓଡ଼ିଶାରେ ଗଞ୍ଜାମ ଜିଲା ପ୍ରଥମ : ସ୍କୁଲରେ ବାଜିଲା ପାଣିପିଆ ଘଣ୍ଟା
ବ୍ରହ୍ମପୁର ଅଫିସ୍,୨୬ା୧୧-ଛାତ୍ରୀଛାତ୍ରଙ୍କୁ ସୁସ୍ଥ ରଖିବା ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି । ପାନୀୟ ଜଳ ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ...

୪ ଗୋରୁ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ: ଡାକ୍ତରଖାନାରେ ଭର୍ତ୍ତି
ସୋରଡ଼ା,୫ା୧(ଡି.ଏନ୍.ଏ.): ଗୋରୁ ବ୍ୟବସାୟ କରୁଥିବା ୪ ଜଣଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ ହୋଇଛି। ସମସ୍ତଙ୍କୁ ସୋରଡ଼ା ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ପଠାଯାଇଛି। ଆଜି...

ଲେସର ହୁଇଷ୍ଟଲିଙ୍ଗଙ୍କ ଜଳକ୍ରୀଡ଼ା
କେନ୍ଦୁଝର,୩।୧(ସ୍ବ.ପ୍ର.) କେନ୍ଦୁଝରଗଡ଼ ପୌରପାଳିକାର ମାଧପୁରଠାରେ ଥିବା କୃଷି ବିଭାଗର ଫାର୍ମ ପୋଖରୀରେ ପ୍ରଥମ ଥର ପାଇଁ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛି। ଲେସର ହୁଇଷ୍ଟଲିଙ୍ଗ ଡକ୍...

ଅସରାଏ ବର୍ଷାରେ ରାସ୍ତାରେ ପାଣି
ଶେରଗଡ଼,୨।୬(ଡି.ଏନ.ଏ.)- ଶେରଗଡରେ ରବିବାର ସନ୍ଧ୍ୟା ପ୍ରାୟ ୫ଟାରେ ବର୍ଷା ହୋଇଥିଲା। ପ୍ରାୟ ୩୦ ମିନଟ ଧରି ବର୍ଷା ହେବା ଫଳରେ କାଳିଆ ହୋଟେଲ ଛକରୁ ବଜାରକୁ...

ସ୍ମାର୍ଟ ସ୍କୁଲରେ ତାଲା, ପ୍ରାଥମିକ ବିଦ୍ୟାଳୟରେ ପାଠପଢା
ବ୍ରହ୍ମପୁର ଅଫିସ,୯ା୭-ଗଞ୍ଜାମ ଜିଲାରେ ଛାତ୍ରୀଛାତ୍ରଙ୍କୁ ଉନ୍ନତ ପ୍ରଣାଳୀରେ ଶିକ୍ଷାଦାନ ପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୨୩୦ଟି ହାଇସ୍କୁଲକୁ ରୂପାନ୍ତରିତ କରାଯାଇଛି। ଗତ ଜୁନ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ...

ଛାତ୍ରୀଙ୍କୁ ଅସଦାଚରଣ: ଶିକ୍ଷକ ଗିରଫ
ବନ୍ତ,୧୬।୨(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଏକ ବିଦ୍ୟାଳୟର ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ଶିକ୍ଷକଙ୍କୁ ଗିରଫ କରି...