ମହିଳାଙ୍କୁ ଅପହରଣ ଅଭିଯୋଗ: ଥାନାରେ ୫ ଅଟକ

ଆନନ୍ଦପୁର,୨୪।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ଶାଳପଡ଼ା ବସଷ୍ଟପ୍‌ ନିକଟରୁ ଜଣେ ମହିଳାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଆଧାର କରି ଘସିପୁରା ପୋଲିସ ୫ ଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ଅପହୃତା ମହିଳା ଜଣକ ଯାଜପୁର ଅଞ୍ଚଳର ହୋଇଥିବାବେଳେ ସେ ଶନିବାର ଆନନ୍ଦପୁରସ୍ଥିତ ନିଜର ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଘରକୁ ଫେରିବା ପାଇଁ ଶାଳପଡ଼ାଠାରେ ଥିବା ବସଷ୍ଟପ୍‌ ନିକଟରେ ରବିବାର ସନ୍ଧ୍ୟାରେ ଛିଡ଼ା ହୋଇଥିବାବେଳେ ୫ଜଣ ଯୁବକ ତାଙ୍କୁ ଘରେ ଛାଡ଼ିଦେବା କଥା କହି ଅପହରଣ କରି ସ୍ଥାନୀୟ ଜଳସମ୍ପଦ ବିଭାଗର ଜନୈକ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସରକାରୀ କ୍ୱାର୍ଟର୍ସକୁ ନେଇଯାଇଥିଲେ। ସେଠାରେ ମହିଳାଙ୍କ ସହ ବଳାତ୍କାର ଉଦ୍ୟମ ହୋଇଥିବା ଏବଂ ମାଡ଼ ମରାଯାଇଥିବା ଘସିପୁରା ଥାନାରେ ଅଭିଯୋଗ ହୋଇଛି। ଅପହରଣର ଶିକାର ହୋଇଥିବା ମହିଳାଙ୍କ ସମ୍ପର୍କରେ କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରିବା ସହିତ ୫ଯୁବକଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଥାନା ସୂତ୍ରରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ

ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍‌.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍‌ମାର ଉପକୂଳରେ। ସାଙ୍ଗରେ ଥିଲେ...

ପେନାରା ଘାଟିରେ ସଂଯୋଗୀକରଣ ରାସ୍ତା ଦବିଲା

ଦାରିଙ୍ଗବାଡି,୨୦।୫(ଡି.ଏନ.ଏ.)-ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ପେନାରା ଘାଟିରେ ଏକ ବ୍ରିଜ ନିକଟରେ ସଂଯୋଗୀକରଣ ରାସ୍ତା ଦବି ଯାଇଛି। ଫଳରେ ଉକ୍ତ ରାସ୍ତା ଯାତ୍ରୀଙ୍କ ପାଇଁ ଅସୁରକ୍ଷିତ...

ଘରକୁ ଫେରିବ ଫିଙ୍ଗା ସାମଗ୍ରୀ

ଅନୁଗୋଳ ଅଫିସ, ୨।୬: ଭଙ୍ଗା ହେଉ କି କଳଙ୍କିଲଗା ସାମଗ୍ରୀ, ଆଉ ଅଦରକାରୀ ହୋଇ କେହି ରହିବ ନାହିଁ। ଏପରି କି ମନ୍ଦିରରୁ ବାହାରୁଥିବା ବାସୀ...

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଲାଗି ଭିତ୍ତିପ୍ରସ୍ତର

ଯୋଡ଼ା, ୧୭।୫(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ବ୍ଲକ ଅନ୍ତର୍ଗତ ଜୁରୁଡି-କମଳପୁର ପ୍ରଧାନମନ୍ତ୍ରୀ ଗ୍ରାମ ସଡକର ନିର୍ମାଣ କାର୍ଯ୍ୟ ଆରମ୍ଭ ନେଇ ଚମ୍ପୁଆ ବିଧାୟିକା ମୀନାକ୍ଷୀ ମହାନ୍ତ ରବିବାର...

ନାବାଳିକା ବଳାତ୍କାର ମାମଲାରେ ୧୦ବର୍ଷ ଜେଲ୍‌ ଦଣ୍ଡାଦେଶ

ଭବାନୀପାଟଣା,୧୦।୩: ନାବାଳିକା ବଳାତ୍କାର ମାମଲାରେ ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗ୍ରାମର...

ଲୁଟ୍‌ ୧୨.୬୦ଲକ୍ଷ ଟଙ୍କା ବ୍ୟବସାୟୀଙ୍କୁ ଫେରାଇଲା ପୋଲିସ

ଧରାକୋଟ,୯ା୬(ଡି.ଏନ୍‌.ଏ.)- ଧରାକୋଟ ଅଞ୍ଚଳର ବି.ବାୟା ପାତ୍ର, ଏ. ଗଣେଶ ପାତ୍ର, ଏସ୍‌. ତ୍ରିପତି ପାତ୍ର ଆନ୍ଧ୍ରପ୍ରଦେଶ ବିଶାଖାପାଟଣାରେ ଛେଳି ବିକି ୧୨ଲକ୍ଷ ୮୦ହଜାର ଟଙ୍କା ଧରି...

ଏସ୍‌ଏଚ୍‌ଜି ବାଣ୍ଟିଲା ଶୁଖିଲା ଖାଦ୍ୟ

ଢେଙ୍କାନାଳ ଅଫିସ, ୧୨।୪ – ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରର ମଝିସାହି ଶକ୍ତି ଓମ୍‌ ସାଇ ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶୁଖିଲା ଖାଦ୍ୟ ବଣ୍ଟନ...

ବସ୍‌କୁ ଚଢ଼ିବାବେଳେ ମାଡ଼ିଗଲା କାର୍‌

ଭୋଗରାଇ, ୨୮।୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଚନ୍ଦନେଶ୍ୱର-ଜଳେଶ୍ୱର ରାସ୍ତା ୫୭ ନଂ. ରାଜ୍ୟ ରାଜପଥ ନଗୁଆଁ ଛକଠାରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ...

Advertisement
Archives

Model This Week