ମହିଳାଙ୍କଠାରୁ ଝାମ୍ପିନେଲେ ୫୦ ହଜାର

ଜଗତ୍‌ସିଂହପୁର ଅଫିସ,୧୪ା୧୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ମଣ୍ଡାସାହି-ଉତ୍ତରାଖଣ୍ଡ ରାସ୍ତା ମଧ୍ୟରେ ବୁଧବାର ଅପରାହ୍ନରେ ଜଣେ ମହିଳାଙ୍କଠାରୁ ୫୦ ହଜାର ଟଙ୍କା ଲୁଟ୍‌ ହୋଇଛି। ଏହି ମହିଳା ହେଲେ ମଣ୍ଡାସାହି ଉତ୍ତରାଣ୍ଡର ଅନ୍ନପୂର୍ଣ୍ଣା ଦାସ। ଅନ୍ନପୂର୍ଣ୍ଣାଙ୍ଗ ଅଭିଯୋଗକ୍ରମେ ପୋଲିସ ମାମଲା ସଂଖ୍ୟା ୩୯୯/୧୯ ରୁଜୁ କରି ତଦନ୍ତ ଜାରି ରଖିଛି। ସୂଚନା ଅନୁଯାୟୀ, ଅନ୍ନପୂର୍ଣ୍ଣା ତାଙ୍କ ଗାଁ ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ର ସମ୍ପାଦକ ଅଛନ୍ତି। ଗୋଷ୍ଠୀ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ସେ ତାଙ୍କ ସ୍ବାମୀ ରଜନୀକାନ୍ତ ଦାସଙ୍କ ସହ ସାଇକେଲ ଯୋଗେ ମଣ୍ଡାସାହିସ୍ଥିତ ଷ୍ଟେଟବ୍ୟାଙ୍କ ଶାଖାକୁ ଯାଇଥିଲେ। ୫୦ ହଜାର ଟଙ୍କା ଉଠାଇ ଏକ ପଲିଥିନ ବ୍ୟାଗରେ ଭରି ଦମ୍ପତି ଗାଁକୁ ଫେରୁଥିଲେ। ୨ଜଣ ଦୁର୍ବୃତ୍ତ ଏକ କଳା ରଙ୍ଗର ବାଇକ୍‌ ଯୋଗେ ପିଛା କରି ବାଟରେ ଅନ୍ନପୂର୍ଣ୍ଣାଙ୍କଠାରୁ ଏହି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇ ଖସି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌ ଯୋଗୁ ରାଜ୍ୟକୁ ଫେରିଛନ୍ତି ୧୦ ଲକ୍ଷ ଶ୍ରମିକ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ):କୋଭିଡ୍‌-୧୯ ଯୋଗୁ ରାଜ୍ୟକୁ ୧୦,୭,୩୩୦ଜଣ ଶ୍ରମିକ ଫେରି ଆସିଛନ୍ତି। ସେମାନଙ୍କ ଜୀବିକା ଉପାର୍ଜନ ପାଇଁ ସରକାର ବିଭିନ୍ନ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନା ମାଧ୍ୟମରେ ରୋଜଗାର...

ସ୍ବାବଲମ୍ବୀ କରିଛି ଛେଳି ଚାଷ

ସମ୍ବଲପୁର ଅଫିସ,୮ା୩ (ବ୍ୟୁରୋ) ସମ୍ବଲପୁର ଜିଲା ଯୁଯୁମୁରା ବ୍ଲକ ଝାଙ୍କପାଲି ପଞ୍ଚାୟତ ମୁଣ୍ଡେର (ଖଲିଆପାଲିର)ର ମନ୍ଦାକିନୀ ଭୋଇ। ସ୍ବାମୀ କୂଳମଣି ମୁଣ୍ଡେର, ଗୋଟିଏ ପୁଅ ଓ ଗୋଟିଏ...

ରାଜ୍ୟରେ ୧୨,୮୮,୨୧୦ ଛୁଇଁଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଆଜି ୮ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୯ା୫(ବ୍ୟୁରୋ): ରାଜ୍ୟରୁ ସୋମବାର ୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୮,୨୧୦ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ମୃତବ୍ୟକ୍ତି

ପାରଳାଖେମୁଣ୍ଡି, ୨୭ା୨(ଡି.ଏନ୍‌.ଏ):ବିଜେଡି ଆଇନ ସାମ୍ମୁଖ୍ୟ ତାଲିକାରେ ସ୍ଥାନ ପାଇଛନ୍ତି ଜଣେ ମୃତବ୍ୟକ୍ତି। ସେ ହେଲେ ଗଜପତି ଜିଲା ପାରଳାଖେମୁଣ୍ଡିର ସ୍ବର୍ଗତ ରାମନାଥ ମିଶ୍ର। ୨୦୧୯ ସାଧାରଣ...

ଜେଏସ୍‌ଡବ୍ଲ୍ୟୁକୁ ମିଳିଲା ଜଜାଙ୍ଗ ଖଣି

ଭୁବନେଶ୍ୱର,୭।୨(ବ୍ୟୁରୋ): ସଜ୍ଜନ ଜିନ୍ଦଲ ପରିଚାଳିତ ଜେଏସଡବ୍ଲ୍ୟୁ ଷ୍ଟିଲ କେନ୍ଦୁଝର ଜିଲାରେ ଥିବା ଜଜାଙ୍ଗ ଲୁହାପଥର ଖଣି ହାତେଇବାରେ ସଫଳ ହୋଇଛି। ଏହି ଖଣି ପାଇଁ ଜେଏସ୍‌ଡବ୍ଲ୍ୟୁ...

ବଦଳିଲା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ବାରିପଦାରେ ଅବସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ନାମ ମୟୂରଭଞ୍ଜର ପୂର୍ବତନ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ନାମରେ ନାମିତ କରାଯାଇଛି। ବୁଧବାର ମୁଖ୍ୟମନ୍ତ୍ରୀ ଏହି ଘୋଷଣା...

ଗୋଟିଏ ଦିନ ଆଗରୁ ବନ୍ଦ ହେଲା ଶିଶିର ସରସ ମେଳା

ଭୁବନେଶ୍ୱର,୫।୧(ବ୍ୟୁରୋ): କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ଶିଶିର ସରସ ମେଳାକୁ ଗୁରୁବାର ବନ୍ଦ କରି ଦିଆଯାଇଛି। ହେଲେ ଗୋଟିଏ ଦିନ ଆଗରୁ ମେଳା ବନ୍ଦ କରିବା...

ପାରାଦୀପରେ ହ୍ରାସ ପାଉଛି ଜନସଂଖ୍ୟା

ପାରାଦୀପ,୧୧ା୭(ସ୍ବ.ପ୍ର.): ବିଶ୍ୱର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ନେଇ ଏବେ ସବୁ ଦେଶରେ ଉଦ୍‌ବେଗ ପ୍ରକାଶ ପାଉଛି। ଏପରି କି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ କେତେକ ଦେଶରେ...

Advertisement
Archives

Model This Week