Posted inଜାତୀୟ

ମହାଶିବରାତ୍ରି ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୧।୨: ପବିତ୍ର ମହାଶିବରାତ୍ରି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏନେଇ ମୋଦି ଟୁଇଟ କରି ଦେଶବାସୀଙ୍କୁ ମହାଶିବରାତ୍ରିର ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି। ଏଥିସହ ବାବା ଭୋଳାନାଥଙ୍କ କୃପାରୁ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ସମୃଦ୍ଧି ଆସୁ ବୋଲି ମୋଦି ଟୁଇଟ କରି ଲେଖିଛନ୍ତି। ସେହିପରି କୋବିନ୍ଦ ମଧ୍ୟ ଟୁଇଟ କରି ଶିବରାତ୍ରିର ପବିତ୍ର ଅବସରରେ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଶୁକ୍ରବାର ସାରା ଦେଶରେ ମହାଶିବରାତ୍ରୀ ପାଳନ କରାଯାଉଛି। ପଞ୍ଚାକ୍ଷରୀ ମନ୍ତ୍ରରେ ସମସ୍ତ ଶୈବପୀଠ ଗୁଞ୍ଜରିତ ହୋଇ ଉଠୁଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଜାନକୀରମଣଙ୍କ ପରଲୋକ

ପୁଡୁଚେରୀ,୧୦।୬: ଡିଏମ୍‌କେ ନେତା ତଥା ପୁଡୁଚେରୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଆର୍‌.ଭି. ଜାନକିରମଣଙ୍କର ସୋମବାର ୭୯ ବର୍ଷ ବୟସରେ ପରଲୋକ ହୋଇଛି। ବାର୍ଦ୍ଧକ୍ୟ କାରଣରୁ କିଛିଦିନ ହେବ...

ଗରିବଙ୍କୁ ମାଗଣା ଇଡ୍‌ଲି ପରସୁଛନ୍ତି ୭୦ ବର୍ଷୀୟା ବୃଦ୍ଧା

ଚେନ୍ନାଇ,୧୫।୯: ତାମିଲନାଡୁ ରାମେଶ୍ୱରମର ଅଗ୍ନି ତୀର୍ଥମଠାରେ ଜଣେ ୭୦ ବର୍ଷୀୟା ବୃଦ୍ଧା ଗରିବଙ୍କୁ ମାଗଣାରେ ଇଡ୍‌ଲି ଖାଇବାକୁ ଦେଇ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।...

ସୀମାରେ ପାକିସ୍ତାନୀ ଡ୍ରୋନ୍‌

ଫିରୋଜପୁର,୧୪।୧: ପଞ୍ଜାବର ଭାରତ-ପାକିସ୍ତାନ ସୀମାରେ ପୁଣିଥରେ ଏକ ପାକିସ୍ତାନୀ ଡ୍ରୋନ୍‌ ସୋମବାର ରାତିରେ ଦେଖାଯାଇଥିବା ସୂଚନା ମିଳିଛି। ସୀମାରେ ମୁତୟନ ଥିବା ବର୍ଡର ସିକ୍ୟୁରିଟି ଫୋର୍ସ(ବିଏସ୍‌ଏଫ)ର...

ବ୍ୟବସ୍ଥା ଭୁଶୁଡ଼ିଛି

ନୂଆଦିଲ୍ଲୀ,୨୪ା୪: ମହାମାରୀ କରୋନା ନାହିଁ ନ ଥିବା ସଙ୍କଟ ସୃଷ୍ଟି କରିଛି। ଦେଶର ହସ୍ପିଟାଲଗୁଡ଼ିକରେ ବେଡ୍‌, ଅକ୍ସିଜେନ, ଇଞ୍ଜେକ୍ସନ ଓ ଅନ୍ୟ ଜରୁରୀ ଔଷଧର ଘୋର...

ପୂର୍ବତନ ଇସି କ୍ରିଷ୍ଣମୂର୍ତ୍ତିଙ୍କ ପରଲୋକ

ନୂଆଦିଲ୍ଲୀ, ୧୫।୪: ପୂର୍ବତନ ନିର୍ବାଚନ କମିଶନର (ଇସି) ଜି.ଭି.ଜି. କ୍ରିଷ୍ଣମୂର୍ତ୍ତିଙ୍କର ବୁଧବାର ପୂର୍ବାହ୍ନରେ ପରଲୋକ ହୋଇଯାଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ବାର୍ଦ୍ଧକ୍ୟଜନିତ ରୋଗରେ...

ଦିଲ୍ଲୀ ଦଙ୍ଗା: ଚାର୍ଜଶିଟ୍‌ରେ ୟେଚୁରୀ-ଯୋଗେନ୍ଦ୍ର-ଜୟତୀଙ୍କ ନାମ

ନୂଆଦିଲ୍ଲୀ, ୧୩।୯: ଫେବୃୟାରୀ ୨୩ରୁ ୨୬ ମଧ୍ୟରେ ଉତ୍ତରପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗାର ଚାର୍ଜଶିଟ୍‌ରେ ସିପିଏମ୍‌ ମହାସଚିବ ସୀତାରାମ ୟେଚୁରୀ, ସ୍ବରାଜ ଅଭିଯାନ ନେତା...

ଶୀତଦିନେ ରାତିରେ ଶୋଇବା ପୂର୍ବରୁ ଏହାକୁ ପାଦରେ କରନ୍ତୁ ମାଲିସ୍‌ …

ଶୀତଦିନେ କେତେକଙ୍କର ପାଦ ଫାଟିଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ରାତିରେ ଶୋଇବା ପୂର୍ବରୁ ପାଦରେ ମଏଶ୍ଚର ମାଲିସ କଲେ ସୁଫଳ ମିଳିଥାଏ। ସୋରିଷ...

ଏଥର ବଜେଟରେ କ’ଣ ହେଲା ଶସ୍ତା

ନୂଆଦିଲ୍ଲୀ,୧।୨: ଲୋକ ସଭାରେ ଶନିବାର ଉପସ୍ଥାପନ ହୋଇଥିବା ବଜେଟ ଉପରେ ସମସ୍ତଙ୍କ ନଜର। ବିଶେଷ କରି କେଉଁ ଜିନିଷ ଶସ୍ତା ଓ କେଉଁ ଜିନିଷ ମହଙ୍ଗା...

Advertisement


Archives

Model This Week