ମହାରାଷ୍ଟ୍ର, କର୍ନାଟକରେ ବଢ଼ିଲା ଲକ୍‌ଡାଉନ

ମୁମ୍ବାଇ/ ବେଙ୍ଗାଲୁରୁ, ୧୨।୪: ମହାରାଷ୍ଟ୍ର ଓ କର୍ନାଟକରେ ଲକ୍‌ଡାଉନ୍‌ ସମୟ ସୀମା ବୃଦ୍ଧି କରାଯାଇଛି। ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେ ସରକାର ଲକ୍‌ଡାଉନ ସମୟସୀମା ଏପ୍ରିଲ ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲୋକମାନେ ସହଯୋଗ ନ କଲେ ଏହାକୁ ଆହୁରି ବଢ଼ାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଠାକ୍‌ରେ ସୂଚନା ଦେଇଛନ୍ତି। ଲକ୍‌ଡାଉନ ସମୟସୀମା ବଢ଼ାଇବାରେ ଓଡ଼ିଶା, ପଞ୍ଜାବ ପରେ ମହାରାଷ୍ଟ୍ର ତୃତୀୟ ରାଜ୍ୟ। ପୂର୍ବରୁ ଓଡ଼ିଶା ସରକାର ଏପ୍ରିଲ ୩୦ ଯାଏ ଏବଂ ପଞ୍ଜାବ ମେ’ ୧ତାରିଖ ଯାଏ ଲକ୍‌ଡାଉନ ବଢ଼ାଇଥିଲେ।
କର୍ନାଟକ ସରକାର ଲକ୍‌ଡାଉନ ସମୟସୀମା ଆଉ ଦୁଇସପ୍ତାହ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧୪ ପରେ ରାଜ୍ୟରେ ଲକ୍‌ଡାଉନ ଆଉ ଦୁଇସପ୍ତାହ ବଢ଼ିବ ବୋଲି ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଶନିବାର ଘୋଷଣା କରିଛନ୍ତି। ତେବେ କୃଷି ଓ ଶିଳ୍ପ ସେକ୍ଟର ପ୍ରତି ଲକ୍‌ଡାଉନ କଟକଣା କୋହଳ କରାଯାଇଛି। ଏହି ସମୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକ କମ୍‌ କର୍ମଚାରୀରେ ଚାଲିବ। ଲକ୍‌ଡାଉନ ସମୟସୀମା ବଢ଼ାଇବାରେ କର୍ନାଟକ ପ୍ରଥମ ଭାଜପା ଶାସିତ ରାଜ୍ୟ। ଲକ୍‌ଡାଉନକୁ କଡ଼ାକଡ଼ି ପାଳନ କରିବା ଲାଗି ମୁଖ୍ୟମନ୍ତ୍ରୀ ୟେଦୁରପ୍ପା ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଡ୍‌ ଜୋନ୍‌ରେ ୨୫ ଜିଲା

ଭୁବନେଶ୍ୱର, ୧୧।୫(ବ୍ୟୁରୋ): ରାଜ୍ୟରେ ଗତ କିଛିଦିନ ହେବ ଦୈନିକ କରୋନା ସଂକ୍ରମଣ ପ୍ରାୟ ୧୦ହଜାର ପାଖାପାଖି ରହୁଛି। ତେଣୁ ସଂକ୍ରମଣ ଏବେ ସ୍ଥିର ରହିଛି ବୋଲି...

ଗଡସେଙ୍କ ମନ୍ତବ୍ୟ ଉପରେ ୧୦ ଦିନ ମଧ୍ୟରେ ୩ ଭାଜପା ନେତାଙ୍କଠାରୁ ଜବାବ ମାଗିଲେ ଶାହ

ନୂଆଦିଲ୍ଲୀ,୧୭।୫: ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ନେଇ ରାଜନେତା କମଲ ହାସନଙ୍କ ବିବାଦୀୟ ବୟାନ ପରେ ରାଜନୀତି ହୋଇଛି ସରଗରମ। କମଲ ହାସନ ଗଡସେଙ୍କୁ...

ବିଶୋଧନ ହେଲା ଖଣ୍ଡପଡ଼ା ସହର

ଖଣ୍ଡପଡା,୧୦ା୪(ସ୍ବ.ପ୍ର.): ଖଣ୍ଡପଡା ଅଗ୍ନିଶମ ବିଭାଗ ପକ୍ଷରୁ ସହରର ମୁଖ୍ୟ ରାସ୍ତା, ସରକାରୀ କାର୍ଯ୍ୟାଳୟ ଓ ବିଭିନ୍ନ ଅନୁଷ୍ଠାନ ପରିସରକୁ ବିଶୋଧନ କରାଯାଇଛି। ଅଗ୍ନିଶମ କର୍ମଚାରୀମାନେ ଗୁରୁବାର...

ଟିକାକରଣକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ୱର,୩୦।୪: ସରକାର ମେ’ ୧ରୁ ୧୮ ବର୍ଷରୁ ୪୪ ବର୍ଷ ବୟସ୍କ ବ୍ୟକ୍ତିଙ୍କ ଟିକାକରଣ ପାଇଁ ଘୋଷଣା କରିଥିଲେ। ମାତ୍ର ଟିକାକରଣ ନେଇ ଏବେ ଦ୍ୱନ୍ଦ୍ୱ...

୮୮ ପୃଷ୍ଠାର ଏଫ୍‌ଆଇଆର୍‌: ଲେଖି ଲେଖି ପୋଲିସ ନୟାନ୍ତ

ଡେରାଡୁନ୍‌: ଗୋଟିଏ କି ଦୁଇଟି ନୁହେଁ, ପୂରା ୮୮ ପୃଷ୍ଠାର ଏଫ୍‌ଆଇଆର (ଫାଷ୍ଟ ଇନ୍‌ଫର୍ମେଶନ ରିପୋର୍ଟ)। ଆଶ୍ଚର୍ଯ୍ୟ ଲାଗୁଛି ନା! ହଁ, ଦେଶର ସବୁଠାରୁ ଲମ୍ବା...

କରୋନା ଭୟ: ଦିଲ୍ଲୀରେ ବନ୍ଦ ହେଲା ସମସ୍ତ ମଲ୍‌ ଖୋଲାରହିବ ଔଷଧ ସହ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ

ନୂଆଦିଲ୍ଲୀ,୨୦।୩: ଦେଶରେ ଦିନକୁ ଦିନ ବୃଦ୍ଧି ପାଉଥିବା କରୋନା ଭାଇରସ୍‌ ସଂକ୍ରମଣକୁ ରୋକିବା ପାଇଁ ଦିଲ୍ଲୀ ସରକାର ଶୁକ୍ରବାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦିଲ୍ଲୀରେ...

ସ୍ଥିତି ନ ସୁଧୁରିଲେ ପଶ୍ଚିମବଙ୍ଗରେ ଜାରି ହୋଇପାରେ ରାଷ୍ଟ୍ରପତି ଶାସନ: ବିଜୟବର୍ଗୀୟ

କୋଲକତା,୧୦।୬: ପଶ୍ଚିମବଙ୍ଗର ରାଜନୈତିକ ହିଂସା ନେଇ ଏବେ ଜାତୀୟ ରାଜନୀତି ସରଗରମ ହେବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ...

୯ରେ ଜାମିନରେ ଆସିିବେ ଲାଲୁ

ପାଟନା, ୨୪ା୧୦: ଗୋଖାଦ୍ୟ ଦୁର୍ନୀତି ମାମଲାରେ ଫସିଥିବା ଆର୍‌ଜେଡି ସୁପ୍ରିମୋ ଲାଲୁପ୍ରସାଦ ଯାଦବ ନଭେମ୍ବର ୯ରେ ଜାମିନ ପାଇ ଜେଲରୁ ମୁକୁଳିବେ। ଏନେଇ ପୁଅ ତଥା...

Advertisement
Archives

Model This Week