ମହାରାଷ୍ଟ୍ରରେ ଗତ ୨୪ଘଣ୍ଟାରେ ୧୩୯ମୁଣ୍ଡ ନେଲାଣି କରୋନା

ମୁମ୍ବାଇ,୫।୬: ଦେଶବ୍ୟାପି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭାରତରେ କରୋନା ଭାଇରସ୍‌ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ରାଜ୍ୟ ହେଉଛି ମହାରାଷ୍ଟ୍ର। ଗତ ୨୪ ଘଣ୍ଟାରେ ମହାରାଷ୍ଟରେ ୨୪୩୬ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୧୩୯ଜଣଙ୍କ ମୃତ୍ୟୁ ହୋଇଛି। ୧୩୯ମୃତକଙ୍କ ମଧ୍ୟରେ ୭୫ ପୁରୁଷ ଓ ୬୪ ମହିଳା ରହିଛନ୍ତି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ମହାରାଷ୍ଟ୍ରରେ ଗୋଟିଏ ଦିନରେ କରୋନାଜନିତ ମୃତ୍ୟୁସଂଖ୍ୟା ସର୍ବାଧିକ ରହିଥିବା ଜଣାପଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ସଂକ୍ରମଣରେ ୨୮୪୯ଲୋକଙ୍କ ମୃତ୍ୟୁ ଘଟିସାରିଛି। ସେହିପରି ନୂଆ ଚିହ୍ନଟଙ୍କୁ ମିଶାଇ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୦,୨୨୯ରେ ପହଞ୍ଚିଛି। ସେଥିମଧ୍ୟରୁ ୪୨,୨୧୫ ଚିକିତ୍ସିତ ହେଉଥିବା ବେଳେ ୩୫,୧୫୬ ସୁସ୍ଥ ହୋଇଥିବା ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହରେ ବରଙ୍କୁ ମଦ୍ୟପାନ କରାନ୍ତି ଶାଶୁ…

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ। ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଆଦି ରାଜ୍ୟରେ ବସବାସ କରୁଥିବା ବଇଗା ଜନଜାତିଙ୍କ ବିବାହରେ ଏକ...

କରୋନା ଟିକା ବିବାଦ: ଆମେରିକା ଟିକାରେ ଗାଈ ରକ୍ତ !

ନୂଆଦିଲ୍ଲୀ,୨୮।୧୨: କରୋନା ମହାମାରୀ ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଜାରି ରହିଥିବାବେଳେ ଏବେ ଟିକା ଦେବାକୁ ନେଇ ଭିନ୍ନ ଭିନ୍ନ ବିବାଦ ମୁଣ୍ଡ ଟେକିବାରେ ଲାଗିଛି।...

ନ୍ୟୁୟର୍କରୁ ଆସିଲା ଖୁସି ଖବର: କମିଲା କରୋନା ସଂକ୍ରମଣ

ନ୍ୟୁୟର୍କ,୨୯।୬: କରୋନା ଭାଇରସ ସଂକ୍ରମଣ ଯୋଗୁ ଅଣନିଶ୍ୱାସି ହୋଇ ପଡିଥିବା ଆମେରିକା ଏବେ ଧୀରେ ଧୀରେ ନିଶ୍ୱାସ ମାରିବାକୁ ପ୍ରସ୍ତୁତ ହେଉଛି। ଆମେରିକାର ନ୍ୟୁୟର୍କ ସହର...

ଅଶୋଧିତ ତେଲ ଦାମ ଟଏଲେଟ୍‌ ପେପରଠାରୁ ବି କମ !

ଓ୍ବାଶିଂଟନ,୨୩।୪: କରୋନା ସଂକ୍ରମଣ ନେଇ ପୃଥିବୀରେ ଆତଙ୍କ ଦେଖାଦେଇଛି। ବହୁ ଦେଶରେ ଲକ୍‌ ଡାଉନ୍‌ ଯୋଗୁ ଧୀରେଧୀରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିିଛି। ଏପରିସ୍ଥଳେ...

ପୁଣ୍ୟତିଥିରେ ଅଟଳ ବିହାରୀଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ୧୬।୮: ଭାଜପାର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦ୍ୱିତୀୟ ଶ୍ରାଦ୍ଧ ବାର୍ଷିକୀରେ ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ...

ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଚେନ୍ନାଇ, ୧୮।୧୦: ଡିଆର୍‌ଡିଓକୁ ରବିବାର ପୁଣି ଏକ ସଫଳତା ମିଳିଛି। ବ୍ରହ୍ମୋସ୍‌ ସୁପରସୋନିକ୍‌ କ୍ରୁଏଜ୍‌ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ସମ୍ପନ୍ନ ହୋଇଛି। ଆଇଏନ୍‌ଏସ୍‌ ଚେନ୍ନାଇରେ ଏହାର...

୫ ଲକ୍ଷ ଫଲୋଅର୍ସ ଥିବା ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ହତ୍ୟା

ନୂଆଦିଲ୍ଲୀ, ୨୨।୫: ଦିଲ୍ଲୀର ନଜଫଗଡରେ ଜଣେ ଟିକ୍‌ଟକ୍‌ ସେଲିବ୍ରିଟିଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ମୃତକଙ୍କ ଜଣଙ୍କ ହେଲେ ମୋହିତ। ପେଶାରେ ସେ ଜଣେ ଜିମ୍‌...

କରନ ଜୋହର ସମାପ୍ତ କରିଛନ୍ତି ସୁଶାନ୍ତଙ୍କ କ୍ୟାରିୟର: କଙ୍ଗନା

ମୁମ୍ବାଇ, ୧୮।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଏବେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ...

Advertisement
Archives

Model This Week