‘ମହାଭାରତ : ବିଜ୍ଞାନ ଓ ମନୋବିଜ୍ଞାନ’ ଉନ୍ମୋଚିତ

ବାଲେଶ୍ୱର ଅଫିସ, ୫।୬: ଡା. ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ‘ମହାଭାରତ: ବିଜ୍ଞାନ ଓ ମନୋବିଜ୍ଞାନ’ଗ୍ରନ୍ଥ ବାଲେଶ୍ୱର ଗୋପାଳଗାଁ ସ୍ଥିତ ତାଙ୍କ ବାସଭବନରେ ଲୋକାର୍ପିତ ହୋଇଯାଇଛି। ସାମାଜିକ ଦୂରତା ବଜାୟ ସହ ଏକ ନିରାଡ଼ମ୍ବର ପରିବେଶରେ ପାଳିିତ ଏହି ଉତ୍ସବରେ ଲୋକାର୍ପଣ ଉତ୍ସବରେ ପ୍ରଫେସର ରବିନାରାୟଣ ଦାଶ ପୌରୋହିତ୍ୟ କରିଥିଲେ। ଏଥିରେ ଫକୀରମୋହନ ସାହିତ୍ୟ ପରିଷଦ ସଭାପତି ଡ. ଶିରୀଶ ଚନ୍ଦ୍ର ଜେନା ମୁଖ୍ୟଅତିଥି ଓ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ ମୁଖ୍ୟବକ୍ତା ଭାବେ ଯୋଗଦେଇ ମହାଭାରତର କଥାବସ୍ତୁକୁ ଜଣେ ବୈଜ୍ଞାନିକ ଓ ମନୋବୈଜ୍ଞାନିକ ଦୃଷ୍ଟିକୋଣରୁ ପର୍ଯ୍ୟାଲୋଚନା କରି ଡାକ୍ତର ନନ୍ଦ ଯେଉଁଭଳି ଭାବରେ ପୁସ୍ତକକୁ ରଚନା କରିଛନ୍ତି ତାହା ଓଡ଼ିଆ ସାହିତ୍ୟରେ ଅନନ୍ୟ ବୋଲି ମତପ୍ରକାଶ କରିଥିଲେ। ଲେଖକୀୟ ବକ୍ତବ୍ୟରେ ଡା. ନନ୍ଦ କହିଥିଲେ ଯେ, ଏହି ଗ୍ରନ୍ଥ ସବୁବର୍ଗର ପାଠକ ବିଶେଷ ଭାବେ ଯୁବପିଢ଼ିକୁ ଆକୃଷ୍ଟ କରିବ । କବି ଦୀପକ ବୋଷ ମଞ୍ଚ ଆହ୍ବାନ ଓ ପ୍ରଫେସର ରଶ୍ମି୍ବରେଖା ପତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରଦୀପ ଚାଟ୍ଟାର୍ଜୀ, ନିବାରଣ ଜେନା, ତପନ ରାୟ, ସୁଶୋଭନ ଦେ ଓ ସ୍ବାତୀ ମୁଖାର୍ଜୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଝିଅଙ୍କ ବିବାହକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୫: ସୋମବାର, ସୁପ୍ରିମକୋର୍ଟ ଯୌତୁକ ପାଇଁ ସ୍ତ୍ରୀଙ୍କୁ ହତ୍ୟା କରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। କୋର୍ଟ ଗୁରୁତ୍ୱାରୋପ କରିଛନ୍ତି ଯେ ଝିଅର…

ଏହି ୨ ଗୋଟି ସ୍ଥାନରେ ରାସ୍ତାର ନବୀକରଣ, ପ୍ରଶସ୍ତିକରଣ ପାଇଁ ଶିଳାନ୍ୟାଶ କଲେ ବିଧାୟକ ହିମାଂଶୁ ଶେଖର, ୪ କୋଟି ଟଙ୍କା ବ୍ୟୟ ଅଟକଳରେ…

ଧର୍ମଶାଳା,୨୬।୫(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଉନ୍ନତିକରଣ ଓ ପ୍ରଶସ୍ତିକରଣ ପାଇଁ ଧର୍ମଶାଳା ବିଧାୟକଙ୍କ ମାରାଥନ ଶିଳାନ୍ୟାଶ ଜାରିରହିଛି ।…

ଗଙ୍ଗା ଦଶହରାରେ କମିଲା ସୁନା-ରୂପା ଦର, ଏକାଥରେ ୪ହଜାର…..

ନୂଆଦିଲ୍ଲୀ,୨୬।୫: ସୁନା ଏବଂ ରୂପା ମୂଲ୍ୟରେ ଏକ ବଡ଼ ହ୍ରାସ ପରିଲକ୍ଷିତ ହୋଇଥିଲା। ରୂପା ମୂଲ୍ୟ ୪,୩୦୦ଟଙ୍କାରୁ ଅଧିକ ହ୍ରାସ ପାଇଛି । ସୁନା ମଧ୍ୟ ପ୍ରାୟ ୯୦୦…

ନୀଳଚକ୍ର ବାନାରେ ବସିଲା ଚିଲ: ଅଶୁଭ ସଂକେତ, ଘଟିପାରେ…

ପୁରୀ,୨୬ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ସୋମବାର ପୂର୍ବାହ୍ନରେ କିଛି ସମୟ ଧରି ଏକ ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛି ମାସ ବ୍ୟବଧାନ ପରେ ଏହା…

ଭୋଜି ଭାତ ଖାଇ ୪ ମୃତ୍ୟୁ: ଗାଁରେ ପହଞ୍ଚି ସ୍ଥିତି ପରଖିଲେ ଜିଲାପାଳ, ୧୫ ଦିନ ଯାଏ ପୋଖରୀ ପାଣି ମନା

ସୁନ୍ଦରଗଡ,୨୬।୫(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିର ବ୍ଲକ ନୂଆଡିହି ଗାଁରେ ଏକ ଶୁଦ୍ଧ କ୍ରିୟା ଭୋଜି ଖାଇ ୪ଜଣଙ୍କ ମୃତ୍ୟୁ ଘଟଣା ପରେ ସୋମବାର ଜିଲାପାଳ,…

କାଳବୈଶାଖୀ ବର୍ଷା ପାଣି ଯୋଗୁ ଧସିଲା ପୋଲର ସୁରକ୍ଷା ପାଚେରୀ, ଭୟରେ ପଞ୍ଚାୟତବାସୀ

ନନ୍ଦପୁର ୨୫।୫ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ଖେମୁଣ୍ଡୁଗୁଡା ପଞ୍ଚାୟତକୁ ସଂଯୋଗୀ ଆରଡି ରାସ୍ତାରେ ଥିବା ଏକ…

ମରାମତି ବେଳେ ବଡ଼ ଅଘଟଣ: ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଗୁରୁତର ହେଲେ ଠିକା କର୍ମଚାରୀ

ଗଜପତି,୨୬।୫(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି କେଉଟ ସାହିରେ ବିଦ୍ୟୁତ୍‌ ମରାମତି କାର୍ଯ୍ୟ ଚାଲିଥିବା ବେଳେ ବିଦ୍ୟୁତ୍‌ ଆଘାତରେ ଠିକା କର୍ମଚାରୀ ଆହାତ ହୋଇଛନ୍ତି। ଗୁରୁତର ବସ୍ଥାରେ ପାରଳାଖେମୁଣ୍ଡି ମୁଖ୍ୟ…

ଭାବାବେଗକୁ ଆଘାତ ଦେଲା….: ଅଡୁଆରେ ଶାସକ ଦଳ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ବିଶ୍ୱପ୍ରସିଦ୍ଧ କୁହାଯାଏ। ଏହି ମହୋତ୍ସବରେ ଦିନକୁ ଦିନ ଅଧିକ ନୂତନତ୍ତ୍ୱ ଏବଂ ଆକର୍ଷଣ ଆଣିବା ପାଇଁ ଉଦ୍ୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri