ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କଲେ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ପୁରୀ ଅଫିସ,୧୨ା୧୧: ଶେଷ ହେଲା ଧର୍ମମାସ କାର୍ତ୍ତିକ। ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତିଥିରେ ମଙ୍ଗଳବାର ରତ୍ନସିଂହାସନରେ ବିରାଜିତ ମହାପ୍ରଭୁଙ୍କ ସୁନାବେଶ ତଥା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଛି। ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଦୁଲର୍‌ଲଭ ବେଶ ଦର୍ଶନ କରିଛନ୍ତି। ଅବକାଶ ନୀତି ପରେ ଦାରୁଦିଅଁଙ୍କ ସୁନାବେଶ ହୋଇଥିଲା। ପୁଷ୍ପାଳକ ସେବକମାନେ ବିଭିନ୍ନ ରତ୍ନ ଅଳଙ୍କାର ଓ ପାଟ ବସ୍ତ୍ରରେ ଠାକୁରଙ୍କୁ ରାଜରାଜେଶ୍ୱର ବେଶରେ ଭୂଷିତ କରିଥିଲେ। ଏହି ବେଶରେ ଶ୍ରୀବିଗ୍ରହ ବହୁବିଧ ସ୍ବର୍ଣ୍ଣ ଅଳଙ୍କାର ଧାରଣ କରିଥିଲେ। ସୁବର୍ଣ୍ଣ ଶ୍ରୀଭୁଜ, ଶ୍ରୀପୟର, କାନ, କଦମ୍ବମାଳି, ହରିଡ଼ା କଦମ୍ବମାଳି, ବାହାଡ଼ା ମାଳି, ତାବିଜ ମାଳି, ବାଘ ନଖିମାଳି, ସେବତୀ ମାଳି, ହଳମୂଷଳ, ଚକ୍ର, ତ୍ରିଶାଖା, ଅଳକା, ଶ୍ରୀମୁଖ ପଦ୍ମ, ରୁପା ଶଙ୍ଖ, ଓଡ଼ିଆଣୀ, ଚନ୍ଦ୍ରସୂର୍ଯ୍ୟ, ତିଳକ (ଚିତା), ଘାଘଡ଼ା ମାଳି, କୁଣ୍ଡଳ ଓ ତଡ଼ଗୀ ଲାଗି ହୋଇଥିଲେ। ଠାକୁରମାନଙ୍କ ମସ୍ତକରେ ସ୍ବର୍ଣ୍ଣ କିରୀଟ ଶୋଭା ପାଉଥିଲା। ଏହି ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ହୋଇଥିଲା। ସୂଚନାଥାଉ କି, ବର୍ଷକ ମଧ୍ୟରେ ମହାପ୍ରଭୁଙ୍କର ୫ଥର ସୁନାବେଶ ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମାରେ ହେଉଥିବା ସୁନାବେଶ ଅନ୍ୟତମ। ସେହପରି ଆଷାଢ ଶୁକ୍ଳପକ୍ଷ ଏକାଦଶୀ ଦିନ ରଥ ଉପରେ ସୁନାବେଶ ହେଉଥିବାବେଳେ ଆଶ୍ୱିନ ଶୁକ୍ଳ ଦଶମୀ, ପୌଷ ପୂର୍ଣ୍ଣିମା ଏବଂ ଦୋଳ ପୂର୍ଣ୍ଣିମାରେ ଠାକୁର ରତ୍ନସିଂହାସନରେ ସୁନାବେଶ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରପାତରେ ୨ ମୃତ

ଖୋର୍ଦ୍ଧା ଅଫିସ, ୧୨।୧୦: ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ଖୋର୍ଦ୍ଧା ଆଦର୍ଶ ଥାନା ପୁବୁସାହି ପଞ୍ଚାୟତ ଚାନ୍ଦପୁର ଗଁ।ର ପ୍ରହଲ୍ଲାଦ ବେହେରା(୩୫)...

ରାସ୍ତାରେ ଭାସୁଛି ନର୍ଦ୍ଦମା ପାଣି

ବୁଗୁଡ଼ା,୧୭ା୭(ଡି.ଏନ.ଏ.)- ବୁଗୁଡ଼ା ବ୍ଲକ ଗୋଲିଆ ଗ୍ରାମ ୫ନଂ. ୱାର୍ଡରେ ଥିବା ତେଲୁଗୁସାହି ରାସ୍ତା ମରାମତି ଅଭାବରୁ ଖାଲଖମାରେ ଭର୍ତ୍ତି ହୋଇଛି। ଏହାର ମରାମତି ଲାଗି ଗ୍ରାମବାସୀ...

ବିରଳ ପକ୍ଷୀ ଉଦ୍ଧାର

ବାଲିଗୁଡ଼ା,୧୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଟାଉନର ତ୍ରିବେଦୀ ପାର୍କ ସମ୍ମୁଖରେ ଏକ ବିରଳ ପକ୍ଷୀ ବୁଲୁଥିବାର ଦେଖିବାକୁ ମିଳିଥିଲା। ଏହି ପକ୍ଷୀକୁ କୁକୁର ଗୋଡ଼ାଉ ଥିବାବେଳେ...

ମାନସିକ ଅସୁସ୍ଥଙ୍କୁ ଉଦ୍ଧାର କଲେ ବାଲ୍ୟବନ୍ଧୁ

ଜୟପୁର,୨୯ା୮(ଡି.ଏନ୍‌.ଏ.) ଜୟପୁର ସହରର ଜଣେ ମାନସିକ ଅସୁସ୍ଥ ବ୍ୟକ୍ତି ରମେଶ ପୂଜାରୀ (ଟୁଟୁ)ଙ୍କୁ ଉଦ୍ଧାର କରି ନୂଆ ରାହା ଦେଖାଇଛନ୍ତି ବାଲ୍ୟବନ୍ଧୁ ଶିବାଜୀ ପଟ୍ଟନାୟକ। ଏହି ଖବର...

ଶୁକ୍ରବାରଠାରୁ ଧାନକିଣା, ଚାଷୀଙ୍କୁ ଅଡୁଆ ସମ୍ଭାବ୍ୟ ବାତ୍ୟା

ସୋନପୁର,୧୪ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ରବିଋତୁ ଧାନକିଣା ଶୁକ୍ରବାରଠାରୁ ଆରମ୍ଭ ହେବ। ଏଥିପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚତ୍ଛି। ଅନ୍ୟପକ୍ଷେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଏବଂ ଆଣ୍ଡାମାନ...

ବାଲିଯାତ୍ରା ପାଇଁ ଟ୍ରାଫିକ କଟକଣା

କଟକ ଅଫିସ,୯ା୧୧: ଆସନ୍ତା ୧୨ରେ କଟକ ବାଲିଯାତ୍ରା। ଏଠାରେ ବୁଲିବା ସହ ଚଟ୍‌ପଟି ଖାଦ୍ୟର ମଜା ନେବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ଲୋକଙ୍କ ସମାଗମ...

କୁନ୍ଦୁଲି ଗଣବଳାତ୍କାର, ଆତ୍ମହତ୍ୟା ମାମଲା: ୪ ସପ୍ତାହରେ ତଦନ୍ତ ଶେଷ କର

କଟକ ଅଫିସ, ୩ା୮: ବହୁଚର୍ଚ୍ଚିତ କୁନ୍ଦୁଲି ଗଣବଳାତ୍କାର ଓ ଆତ୍ମହତ୍ୟା ମାମଲାର ତଦନ୍ତ ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଶୁକ୍ରବାର ହାଇକୋର୍ଟ ରାଜ୍ୟ ସରକାରଙ୍କୁ...

କ୍ୱାରାଣ୍ଟାଇନ ସେଣ୍ଟରରେ କୋଭିଡ ତାଲିମ କ୍ଲାସ: ସୁସ୍ଥ ହେଲେଣି ୪୯

ଛତ୍ରପୁର,୧୭।୫(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ଥିବା ବିଭିନ୍ନ କ୍ୱାରାଣ୍ଟାଇନ ସେଣ୍ଟରରେ ଅନ୍ତେବାସୀଙ୍କୁ ପ୍ରଶାସନ ପକ୍ଷରୁ ୧୦ଦିନିଆ କୋଭିଡ-୧୯ ସମ୍ବନ୍ଧିୟ ତାଲିମ ପ୍ରଦାନ କରାଯାଉଛି। ଅନ୍ତେବାସୀମାନେ କୋଭିଡ ସମ୍ପର୍କରେ କିପରି...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *