ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ

ପୁରୀ ଅଫିସ, ୧୪-୧: ମକରସଂକ୍ରାନ୍ତି ପୂର୍ବଦିନକୁ ନବାଙ୍କ କୁହାଯାଏ। ନବାଙ୍କ ପୂର୍ବଦିନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦୁଗ୍ଧ ମେଲାଣ ନୀତି ଅନୁଷ୍ଠିତ ହେବାର ବିଧି ରହିଛି। ତେଣୁ ସୋମବାର ମହାପ୍ରଭୁଙ୍କ ଦୁଗ୍ଧ ମେଲାଣ ନୀତି ସମ୍ପନ୍ନ ହୋଇଛି। ଶ୍ରୀମନ୍ଦିରରେ ଦ୍ୱିପହର ଧୂପ ବଢିବା ପରେ ରାମକୃଷ୍ଣ ଆଜ୍ଞାମାଳପ୍ରାପ୍ତ ହୋଇ ଘଣ୍ଟ, ଛତା ଓ କାହାଳୀ ପଟୁଆରରେ ପାଲିଙ୍କିରେ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ସମ୍ମୁଖରେ ବିଜେ ହୋଇଥିଲେ। ତାଙ୍କ ସହିତ ଲେଙ୍କା, ଆସ୍ଥାନ ପଢିଆରୀ, ମହାଭୋଇ, ପୂଜାପଣ୍ଡା ସାମନ୍ତ, ମହାଜନ, ଭିତରଚ୍ଛ ସେବକ ଆସିଥିଲେ। ମହାଭୋଇ ସେବକ ମଠ ସମ୍ମୁଖରେ ବନ୍ଧାଯାଇଥିବା ଗାଈଠାରୁ ରୁପା ପିଙ୍ଗଣରେ ଦୁଗ୍ଧ ଦୁହିଁଥିଲେ। ଏହି କ୍ଷୀରକୁ ଦୁଇ ଭାଗ କରାଯାଇଥିଲା। ଗୋଟିଏ ଭାଗରେ ଲେଙ୍କା କର୍ପୁର ପକାଇ ଅମୁଣିଆ ପ୍ରସାଦ ପ୍ରସ୍ତୁତ କରି ଭିତରଛଙ୍କୁ ପ୍ରଦାନ କରିଥିଲେ। ଏହାପରେ ଭିତରଚ୍ଛ ଠାକୁରଙ୍କୁ କ୍ଷୀର ମଣୋହୀ କରିଥିଲେ। ଆଉ ଗୋଟିଏ ଭାଗ କ୍ଷୀରକୁ ମହାଭୋଇ ସେବକ ମାଟି ଗଡୁରେ ଶିକାରେ ବସାଇ ଶ୍ରୀମନ୍ଦିରକୁ ନେଇଥିଲେ। ଏହାପରେ ପୂଜାପଣ୍ଡା ସାମନ୍ତ ମଠର ପନ୍ତି ଆସ୍ଥାନରେ ପନ୍ତି ସମ୍ପନ୍ନ କରିଥିଲେ। ଗଡ଼ୁରେ ଯାଇଥିବା କ୍ଷୀରରେ ଦହି ପ୍ରସ୍ତୁତ ହୋଇ ମକର ସଂକ୍ରାନ୍ତି ନୀତିରେ ଲାଗି ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ଛାଡ଼ି ଦେଇଥିଲେ ୧୦୭ କୋଟି ଟଙ୍କାର ଅଫର୍, ଆଜି ଖାନ ସାରଙ୍କ କୋଚିଂ ଫିସ୍‌, ମାସକୁ କେତେ ଲକ୍ଷ ଟଙ୍କା ରୋଜଗାର ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ପ୍ରସିଦ୍ଧ ଶିକ୍ଷକ ତଥା ୟୁଟ୍ୟୁବର୍‌ ଖାନ ସାର୍‌ (Khan Sir) ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିହାରର ରାଜଧାନୀ ପାଟନାରେ ଥିବା ତାଙ୍କ କୋଚିଂ ପ୍ରତିଷ୍ଠାନ…

କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା: ଭବିଷ୍ୟତରେ ନିଷ୍ଠାର ସହ ଆଗକୁ ବଢ଼ିବାକୁ ପରାମର୍ଶ

କୋରାପୁଟ,୩ା୬(ଅମିତାଭ ବେହେରା): କୋରାପୁଟ ଜିଲାର ନାରାୟଣପାଟଣା ବ୍ଲକ ପକ୍ଷରୁ ବୁଧବାର କୃତୀ ଛାତ୍ରୀଛାତ୍ରଙ୍କୁ ଉପଢୌକନ, ପ୍ରମାଣପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। ନାରାୟଣପାଟଣା ବ୍ଲକ…

IND vs AFG: ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଖେଳିବେନି ମହମ୍ମଦ ସିରାଜ! ସାମ୍ନାକୁ ଆସିଲା ବଡ଼ କାରଣ

ନୂଆଦିଲ୍ଲୀ,୩।୬: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଡାହାଣହାତୀ ଦ୍ରୁତ ବୋଲର ମହମ୍ମଦ ସିରାଜ ଖେଳିବା ସମ୍ଭାବନା ବହୁତ କମ୍ ରହିଛି । ଏହି ଟେଷ୍ଟ ମ୍ୟାଚ୍ ଜୁନ୍…

ସରକାରୀ କର୍ମଚାରୀଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ! ଲଞ୍ଚ ପାଇଁ ଘରକୁ ଯିବା ମନା, ୬ ମାସ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୩।୬: ଇନ୍ଧନ, ବିଜୁଳି ଏବଂ ଅତ୍ୟାବଶ୍ୟକ ସମ୍ପଦର ସୀମିତ ତଥା ମିତବ୍ୟୟୀ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ନୂଆ ମାର୍ଗଦର୍ଶିକା…

ଚତୁର୍ଥୀ ରାତିରେ ଝୁଲିପଡ଼ିଲେ ସନ୍ତୋଷୀ: ଶାଶୁଘର ଲୋକେ…

କୁଜଙ୍ଗ,୩ା୬(ମନୋଜ ପ୍ରଧାନ):ବାହାଘରର ଚତୁର୍ଥୀ ରାତିରେ ଶୋଇବା ଘରୁ ନବବଧୂଙ୍କ ଝୁଲନ୍ତା ମୃତଦେହ ମିଳିଛି। ଜଗତ୍‌ସିଂହପୁର ଜିଲା କୁଜଙ୍ଗ ଥାନା ଅନ୍ତର୍ଗତ ବଳେଇପୁର ଗ୍ରାମରେ ସୋମବାର ଏହି ଘଟଣା…

ଏଲ୍‌ନିନୋକୁ ନେଇ IMD ଡିଜିଙ୍କ ବଡ଼ ସୂଚନା: ଚଳିତବର୍ଷ ମୌସୁମୀରେ ହେବ…

ଭୁବନେଶ୍ୱର,୩ା୬: ଚଳିତ ବର୍ଷ ମୌସୁମୀରେ ଏଲ୍‌ ନିନୋର ପ୍ରଭାବ ସମ୍ଭାବନା ରହିଛି। ଏହାର ପ୍ରଭାବରେ ଭାରତରେ ମୌସୁମୀ ଜନିତ ବର୍ଷା କମ୍‌ ରହିବ ବୋଲି କହିଛନ୍ତି ଆଇଏମ୍‌ଡି…

ମୁଁ ଅସୁନ୍ଦରୀ…କାହିଁକି ଏମିତି କହିଲେ ଶାହରୁଖଙ୍କ ଝିଅ

ଅଭିନେତା ଶାହରୁଖ ଖାନଙ୍କ ଝିଅ ତଥା ଅଭିନେତ୍ରୀ ସୁହାନା ଖାନ ଏବେ ଚର୍ଚ୍ଚାରେ। ସେ ଖୁବ୍‌ଶୀଘ୍ର ବାପାଙ୍କ ସହ ପରଦାରେ ଧୂମ୍‌ ମଚାଇବାକୁ ଯାଉଛନ୍ତି। ଆଜିକାଲି ସୁହାନା…

ଇନଷ୍ଟାଗ୍ରାମରେ କାହିଁକି କୌଣସି ଝିଅକୁ ଫଲୋ କରନ୍ତିନି ବୈଭବ? ପଛରେ ରହିଛି ସବୁଠୁ ବଡ଼ କାରଣ…

ନୂଆଦିଲ୍ଲୀ, ୩।୬: ୨୦୨୬ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରି ଖବର ଶିରୋନାମାରେ ସ୍ଥାନ ପାଇଥିବା ରାଜସ୍ଥାନ ରୟାଲ୍ସର ଯୁବ ଷ୍ଟାର ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ କେବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri