ମହାକାଶଚାରୀଙ୍କୁ ଅନ୍ତରୀକ୍ଷରେ ପହଞ୍ଚାଇଲା ସ୍ପେସ୍‌ଏକ୍ସ

ଓ୍ବାଶିଂଟନ,୧ା୬: ଆମେରିକା ଏହାର ଦୁଇଜଣ ମହାକାଶଚାରୀଙ୍କୁ ଅନ୍ତରୀକ୍ଷକୁ ପଠାଇ ଇତିହାସ ରଚିଛି। ଶନିବାର ରାତିରେ ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ ଘରୋଇ ବ୍ୟବସାୟିକ ସଂସ୍ଥା ସ୍ପେସ୍‌ଏକ୍ସର କ୍ରିଉ ଡ୍ରାଗନ ମହାକାଶଯାନ ସଫଳତାର ସହ ନାସାର ଦୁଇ ମହାକାଶଚାରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)ରେ ପହଞ୍ଚାଇଛି। ପାଖାପାଖି ଏକ ଦଶନ୍ଧି ମଧ୍ୟରେ ଆମେରିକା ମାଟିରୁ କକ୍ଷପଥକୁ ମହାକାଶଚାରୀଙ୍କୁ ପ୍ରେରଣ କରାଯିବା ଏହା ପ୍ରଥମ ଘଟଣା।
ନାସାର କେନେଡି ମହାକାଶ କେନ୍ଦ୍ରର ଲଞ୍ଚ୍‌ କମ୍ପ୍ଲେକ୍ସ ୩୯ଏରୁ ସ୍ପେସ୍‌ଏକ୍ସର ଫାଲକନ୍‌ ୯ ରକେଟ୍‌ ଶନିବାର ରାତିରେ ପଠାଯାଇଥିଲା। ନାସାର ମହାକାଶଚାରୀ ବବ୍‌ ବେନ୍‌କେନ(୪୯) ଏବଂ ଡୁଗ୍‌ ହର୍ଲି (୫୩) ମହାକାଶକୁ ଯାଇଛନ୍ତି। ସେଠାକୁ ମାନବ ପଠାଇବାରେ ସ୍ପେସ୍‌ଏକ୍ସ ପ୍ରଥମ ଘରୋଇ କମ୍ପାନୀ। କିନ୍ତୁ ପୂର୍ବରୁ ଏହି ସଫଳତା ତିନୋଟି ଦେଶ ଆମେରିକା, ରୁଷିଆ ଏବଂ ଚାଇନା ସରକାରଙ୍କୁ ମିଳିଥିଲା। କ୍ରିଉ ଡ୍ରାଗନ ମହାକାଶ ଯାନ ଅନ୍ତର୍ଜାତୀୟ ସ୍ପେସ୍‌ ଷ୍ଟେଶନରେ ପହଞ୍ଚତ୍ବାକୁ ୧୯ ଘଣ୍ଟା ଲାଗିଥିଲା।
ଗତ ବୁଧବାର ଖରାପ ପାଗ ଯୋଗୁ ଏହି ଉତ୍‌କ୍ଷେପଣ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା। କରୋନା ମହାମାରୀରେ ଆମେରିକା ସର୍ବାଧିକ ସଂକ୍ରମିତ ହୋଇଥିବାବେଳେ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଲାଣି। ୪୦ ନିୟୁତ ଲୋକ ନିଯୁକ୍ତି ହରାଇବା ସହ ଅର୍ଥନୀତି ମାନ୍ଦାବସ୍ଥା ମଧ୍ୟକୁ ଠେଲିହୋଇଯାଇଛି। ଏଭଳି ଏକ ବିପତ୍ତି ସମୟରେ ସ୍ପେସ୍‌ଏକ୍ସର ଏହି ସଫଳତା ଦେଶବାସୀଙ୍କ ପାଇଁ ଖୁସି ଆଣିଛି। ମହାକାଶ ଯାନ ପ୍ରେରଣର ସିଧାପ୍ରସାରଣ ଦେଖିବା ପାଇଁ ରବିବାର ଅପରାହ୍ନରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କ ସମେତ ହଜାର ହଜାର ଆମେରିକୀୟ କେନେଡି ମହାକାଶ କେନ୍ଦ୍ରରେ ଉପସ୍ଥିତ ଥିଲେ। ଏହି ସଫଳତା ପାଇଁ ସ୍ପେସ୍‌ଏକ୍ସ କମ୍ପାନୀର ମୁଖ୍ୟ ଏଲୋନ ମସ୍କ, ନାସା ଓ ମହାକାଶଚାରୀଙ୍କୁ ଟ୍ରମ୍ପ୍‌ ଅଭିନନ୍ଦନ ଜଣାଇଛନ୍ତି। ଆମେରିକା ପାଇଁ ଏହା ଏକ ବଡ଼ ଦିନ ବୋଲି ସେ କହିଛନ୍ତି। ଟ୍ରମ୍ପ୍‌ ନାସାର ଦୁଇ ମହାକାଶଚାରୀ ଏବଂ ମସ୍କଙ୍କ ସହ କଥା ହୋଇଥିଲେ। ୨୦୧୧ ପରେ ମହାକାଶକୁ ଆମେରିକା ମାଟିରୁ ମହାକାଶଚାରୀ ପ୍ରେରଣ ଦୃଶ୍ୟ ଦେଖିବାର ଐତିହାସିକ ସୁଯୋଗ ମିଳିଲା ବୋଲି ପରରାଷ୍ଟ୍ର ସଚିବ ମାଇକ୍‌ ପମ୍ପେଓ କହିଛନ୍ତି। ସେହିପରି ନାସା ପ୍ରଶାସକ ଜିମ୍‌ ବ୍ରିଡେନଷ୍ଟାଇନ୍‌ କହିଛନ୍ତି, ମହାକାଶକୁ ମାନବ ପ୍ରେରଣର ଏକ ନୂଆ ଯୁଗ ଆରମ୍ଭ ହେଲା। ଆଗାମୀ ଦିନରେ ଚନ୍ଦ୍ର ଓ ମଙ୍ଗଳ ଗ୍ରହକୁ ମାନବ ପ୍ରେରଣରେ ଏହା ସହାୟକ ହେବ ବୋଲି ସେ କହିଛନ୍ତି। ବିମାନ ଯାତ୍ରା ବେଳେ ଯାତ୍ରୀଙ୍କଠାରୁ ଯେଉଁଭଳି ଭଡ଼ା ଆଦାୟ କରାଯାଏ ସେହିଭଳି ଏହି କମ୍ପାନୀ ସିଟ୍‌ ପିଛା ଭଡ଼ା ଆଦାୟ କରିବ। ସ୍ବୟଂଚାଳିତ ପଦ୍ଧତିରେ ଉକ୍ତ ମହାକାଶଯାନ ଆଇଏସ୍‌ଏସ୍‌ ସହିତ ସଂଯୋଗ ହେବ। ମହାକାଶଚାରୀଙ୍କ ପାଇଁ ପ୍ରସ୍ତୁତ ପୋଷାକ ମହାକାଶରେ କଠିନ ପରିସ୍ଥିତିର ସମ୍ମୁଖୀନ ହେବାରେ ସହାୟକ ହେବ। ଏହାକୁ ସୁନ୍ଦର କରିବା ପାଇଁ କଷ୍ଟୁମ୍‌ ଡିଜାଇନର ଜୋସ୍‌ ହେର୍ମେଣ୍ଡେଜ୍‌ଙ୍କ ସହ ମିଳିତ ଭାବେ ସ୍ପେସ୍‌ଏକ୍ସ ମିଳିତ ଭାବେ ଡିଜାଇନ ପ୍ରସ୍ତୁତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କଲେଜ ଯାଇଥିଲେ ଡାକ୍ତରୀ ଛାତ୍ରୀ, ଛାତରୁ ଡେଇଁ ଆତ୍ମହତ୍ୟା କଲେ ମା’! କାରଣ ଜାଣିଲେ…

ବଲାଙ୍ଗୀର,୨।୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ତୁଳସୀ ନଗର ପଡାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଭଡା ଘରେ ରହୁଥିବା ଜଣେ ମହିଳା…

ଆଦାନୀ ସହ ବଡ଼ ଚୁକ୍ତି ସ୍ବାକ୍ଷର କଲେ ଓଡ଼ିଶା ସରକାର: ସୃଷ୍ଟି ହେବ ୫୩,୫୦୦ ନୂଆ ନିଯୁକ୍ତି

ଭୁବନେଶ୍ୱର,୨।୭: ଆଦାନୀ ଏଣ୍ଟରପ୍ରାଇଜେସ ଲିମିଟେଡ ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଏକ ବଡ଼ ଚୁକ୍ତି ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଲୋକସେବା ଭବନରେ…

ବକେୟା ଅର୍ଥ ନ ମିଳିବାରୁ ପ୍ଲାଣ୍ଟ ଉପରେ ଚଢ଼ି ଠିକାଦାରଙ୍କ ଆତ୍ମହତ୍ୟା ଉଦ୍ୟମ, ହାଇଡ୍ରାମା ପରେ ପୋଲିସ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀସ୍ଥିତ ଆଇଆର୍‌ଆଇଏଲ କମ୍ପାନୀର ଡ୍ରେଜିଙ୍ଗ କାର୍ଯ୍ୟ ଚାଲିଥିବା ଅଞ୍ଚଳରେ ଏକ ହାଇଡ୍ରାମା ଦେଖିବାକୁ ମିଳିଛି। କାର୍ଯ୍ୟର ବକେୟା ଟଙ୍କା ନ ମିଳିବାରୁ…

କ୍ରାଶ ହେଲା ନୌସେନାର MH-60 ହେଲିକପ୍ଟର, ଆରବ ସାଗରରେ ଜରୁରୀକାଳୀନ ଅବତରଣ ସମୟରେ ଘଟିଲା…

ଓ୍ବାଶିଂଟନ,୨।୭: ଆରବ ସାଗରରେ ଜରୁରୀକାଳୀନ ଅବତରଣ କରିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ନୌସେନା MH-60S ସିହକ୍ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ତିନି ଜଣ କ୍ରୁ…

ପାଠପଢ଼ା ବୟସରେ ହାତରେ ବନିଶୀ କଣ୍ଟା, ମାଛ ମାରି ପେଟ ପୋଷୁଛନ୍ତି ଜନଜାତି ପିଲା

ମହାକାଳପଡ଼ା,୨ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଶବରପଡ଼ା, ଜଙ୍ଗଲଘେରି, ବାଘୁଆମେଦି, ଜମ୍ବୁ , ସୁନିତି ଅଠର ବାଙ୍କି ଓ ପାଣିଖିଆ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଚାଷୀଙ୍କ ମୁଁହରେ ଫେରିଲା ହସ, ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ଅଚଳ ଶୀତଳ ଭଣ୍ଡାର

ଗଞ୍ଜାମ,୨।୭(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ବୁରୁଡ଼ି ଠାରେ ୨୦୧୦ ମସିହାରେ ନିର୍ମିତ ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ରହିଛି । ଉକ୍ତ ଶୀତଳ ଭଣ୍ଡାରଟି ଆରଏମସି…

ରେଳ ଷ୍ଟେସନରେ ଚାଞ୍ଚଲ୍ୟ! ମା’ କୋଳରେ ଶୋଇଥିବା ପୁଅକୁ ଅପହରଣ, ସିସିଟିଭିରେ…

ହାଇଦ୍ରାବାଦ,୨।୭: ଦେଶର ସବୁଠାରୁ ବ୍ୟସ୍ତବହୁଳ ରେଳ ଷ୍ଟେସନ ମଧ୍ୟରୁ ହାଇଦ୍ରାବାଦର ସିକନ୍ଦରାବାଦ ରେଳ ଷ୍ଟେସନ ଅନ୍ୟତମ । ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଅପହରଣ ଘଟଣା ସାମ୍ନାକୁ ଆସିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri